ଓଡ଼ିଆ ଗଳ୍ପ ଓ କବିତା - ୧

Children


2  

ଓଡ଼ିଆ ଗଳ୍ପ ଓ କବିତା - ୧

Children


ଜହ୍ନମାମୁଁ -67

ଜହ୍ନମାମୁଁ -67

3 mins 7.6K 3 mins 7.6K

ଉଦାରତା 1

କୀର୍ତନପୁର ଗ୍ରାମରେ ପୂର୍ଣ୍ଣଚନ୍ଦ୍ର ନାମକ ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କ ଜମିରେ ଚାଷ କରୁଥିବା ଶ୍ରମିକମାନଙ୍କ ଉପରେ ସେ ସର୍ବଦା ଅତ୍ୟାଚାର କରୁଥିଲେ । ତାଙ୍କର ଥିଲେ ତିନିଟି ପୁତ୍ର । ପ୍ରଥମ ଦୁଇଜଣ ପିତାଙ୍କର ଆଜ୍ଞାକାରୀ ଥିଲେ; କିନ୍ତୁ ତୃତୀୟ ପୁତ୍ର ରାମର ସ୍ୱଭାବ ବିପରୀତ ଥିଲା । ସେ ଖାଲି ବରାବର କହୁଥାଏ, “ଚାକରମାନେ ତାଙ୍କ ପେଟ ପୋଷିବାକୁ ଆମର ସେବାଯତ୍ନ ଓ ଆମ କାମ ମନ ଦେଇ ଖଟି ଖଟି କରୁଛନ୍ତି । ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇଲେ ସେମାନେ ମଧ୍ୟ ଆମକୁ ସମ୍ମାନ ଦେବେ । କିନ୍ତୁ ଆମେ କର୍ତ୍ତା ବା ମାଲିକ ବୋଲି ସବୁବେଳେ ସେମାନଙ୍କୁ କଷ୍ଟ ଦେଲେ ଯଦି ସେମାନେ ଆମ କାମ ଛାଡି ଦିଅନ୍ତି, ତେବେ ଆମକୁ କେତେ କଷ୍ଟ ସହ୍ୟକରିବାକୁ ନହେବ? ଆମେ ସେମାନଙ୍କ ପ୍ରତି ଶ୍ରଦ୍ଧା ଦେଖାଇଲେ, ସେମାନେ ମଧ୍ୟ ଆମକୁ ଭଲ ବ୍ୟବହାର କରିବେ ।”

କିନ୍ତୁ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କର ଦୁଇ ପୁତ୍ର, ରାମକୁ କୁହନ୍ତି, “ଚାକରମାନଙ୍କୁ ସଦା ସର୍ବଦା କର୍ତୃତ୍ୱର ଅଧୀନ କରି ରଖିବା ଉଚିତ୍ । ସେମାନଙ୍କୁ କଡା ଭାବରେ ଶାସନ ନ କଲେ ସେମାନେ ମୁଣ୍ଡ ଉପରେ ବସିବେ । ଆମ ପାଖରେ ଧନ ଅଛି ବୋଲି ସେମାନେ ଭଲ ବ୍ୟବହାର ଦେଖାଉଛନ୍ତି । ତା’ପରେ ସେମାନଙ୍କୁ ଦୟା ବା ଶ୍ରଦ୍ଧା ଦେଖାଇବା ସମ୍ପୂର୍ଣ୍ଣ ବୋକାମୀ । ତୁ ସେମାନଙ୍କୁ ଦୟା ଦେଖାଇ ନିଜ ବିପଦ ନିଜ ଉପରକୁ ଆଣୁଛୁ ।”

ପୂର୍ଣ୍ଣଚନ୍ଦ୍ରଙ୍କ ପାଖରେ ଗୋପୀ ନାମକ ଜଣେ ଚାକର ଥିଲା । ତା’ର ସମ୍ପର୍କୀୟ ବନ୍ଧୁବାନ୍ଧବ ମଧ୍ୟରେ କେହି ଜଣେ ମରିଗଲେ; ତାଙ୍କର କେହି ଉତ୍ତରାଧିକାରୀ ନଥିବାରୁ ଗୋପୀ ଉତ୍ତରାଧିକାର ସୂତ୍ରରେ କିଛି ଜମି ପାଇଲା । ସେ ପୂର୍ଣ୍ଣଚନ୍ଦ୍ରଙ୍କୁ ସେହି ଖବରଟି ଦେଇ କହିଲା, “ମାଲିକ, ମୁଁ ଆପଣଙ୍କ ପାଖରେ ମଣିଷ ହୋଇଛି । ଏବେ ଆପଣ ମୋତେ ଅନୁମତି ଦେଲେ ମୁଁ ଦୂରଗ୍ରାମରେ ସେହି ଜମିତକ ଚାଷ କରି ପରିବାର ନେଇ ବସବାସ କରନ୍ତି ।”

ପୂର୍ଣ୍ଣଚନ୍ଦ୍ର ଈର୍ଷା ଓ ରାଗରେ ତାତି ଯାଇ କହିଲେ, “ଭାରି ଗୋଟାଏ କଥା, ଜମି ମାତ୍ର ଏକ ଏକର ମଳିଛି ଯେ ସେଥିରେ ପୁଣି ତୁ ଏତେ ଟାଣ ଦେଖାଉଛୁ । କାଗଜରେ ତୁ ଯେପରି ଲେଖିଛୁ, ସେଥିରୁ ମନେହୁଏ ଆଉ ତିନିମାସ ପରେ ଛୁଟିପାଇବାକୁ ହେବ । ଏବେ କିପରି କାମ ଛାଡି ଯିବୁ? ସେପରି ମୁଁ ଯଦି ତୋତେ ଅନୁମତି ଦିଏ ଗ୍ରାମର ଅନ୍ୟ ଚାଷୀମାନେ ମୋ ଉପରେ ଖୁବ୍ ରାଗିବେ । ଯାହା ନିୟମ ତାହାହିଁ ମାନି ଚଳିବା ଉଚିତ୍ ।”

ଗୋପୀ ମାଲିକଙ୍କ କଥାରେ ରାଜି ହୋଇ କାନମୁଣ୍ଡ ଆଉଁସି ତିନିମାସ କୌଣସିମତେ ସେଠି ଚଳାଇବା ପରେ, ତା’ ପରିବାର ଧରି ଦୂର ଗ୍ରାମକୁ ଯାଇ ଚାଷବାସରେ ଲାଗି ପଡିଲା । ଗୋପୀ ଚାକିରି କରିବା ବେଳେ ଅଧିକା ଟଙ୍କା କିଛି ଜମା କରି ରଖି ନଥିଲା । ଯେତିକି ତାକୁ ମିଳୁଥିଲା ସେତିକିରେ କୌଣସିମତେ ସେ ନିଜ ପରିବାର ଚଳାଉଥିଲା । ସେଥିପାଇଁ ଚାଷବାସ ଆରମ୍ଭ କରିବା ପାଇଁ ସେ କିଛି ଟଙ୍କା କରଜ କରିବାକୁ ଗଲା । ତା’ର ଏ ଅବସ୍ଥା ଦେଖି ଅନ୍ୟ ଜଣେ ଚାଷୀ କହିଲା, “ଗୋପୀ, ଅଧେ ଏକର ତୁମେ ଚାଷ କର, ଆଉ ଅଧେ ମୁଁ କରିବି । ଚାଷ ପାଇଁ ଯାହା ଖର୍ଚ୍ଚ ଲାଗିବ ତାହା ମୁଁ ଦେବି । ଲାଭ ହେଲେ ସେତକ ଆମେ ଅଧା ଅଧା ନେବା । କ୍ରମେ ପଇସା ହୋଇଗଲେ ତୁମେ ଆପେ ଆପେ ସବୁ କରିଯିବ ଯେ ।”

ଗୋପୀ ଏହି ପ୍ରସ୍ତାବରେ ଖୁସି ହୋଇଗଲା । ତାକୁ ଆଉ କରଜ କରିବାକୁ ପଡିଲା ନାହିଁ । ବର୍ଷ ଶେଷରେ ସେ ବେଶ୍ ଲାଭ ପାଇଲା । କିଛି ବର୍ଷ ପରେ ସେ ତା’ର ଏକମାତ୍ର ଝିଅକୁ ବିବାହ ଦେବା ପାଇଁ ମନସ୍ଥ କଲା । ବରଘର ଠିକଣା ହୋଇଯିବା ପରେ, ଗୋପୀ ପୂର୍ଣ୍ଣଚନ୍ଦ୍ରଙ୍କ ପାଖକୁ ନିମନ୍ତ୍ରଣ କରିବାକୁ ଗଲା । ତା’ର ନିମନ୍ତ୍ରଣ କଥା ଶୁଣି ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ଦୁଇପୁଅ କଥାଟାକୁ ହସି ଉଡାଇ ଦେଲେ । କିନ୍ତୁ ରାମ ଗୋପୀକୁ କହିଲା, “ଦେଖ, ତୁମେ ଆମ ଘରେ ତମ ଜୀବନର ଅଧେ କଟାଇଛ ଓ ବଡ ବିଶ୍ୱାସର ସହିତ କାମ କରିଛ । ସେମାନେ ନଗଲେ ମଧ୍ୟ ମୁଁ ନିଶ୍ଚୟ ସେଠାକୁ ଯିବି । କିନ୍ତୁ ମୋର ଧନର ସ୍ୱାଧୀନତା ନାହିଁ; ମୁଁ ମୋ ବାପାଙ୍କ ଉପରେ ନିର୍ଭର କରି ଚଳୁଛି । ତେଣୁ ମୁଁ କୌଣସି ଉପହାର ନେଇ ଯାଇ ପାରିବି ନାହିଁ । ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ ।”

ରାମ କଥା ଶୁଣି ତା’ ବାପ ଓ ଭାଇମାନେ ହସି ଥଟ୍ଟା କଲେ । ସବୁ ଶୁଣିବା ପରେ ମଧ୍ୟ ରାମ ସେ ବିବାହକୁ ଗଲା । ବିବାହର ପୂର୍ବଦିନ ହଠାତ୍ ଗୋପୀର ଭାଗୀଦାର ଚାଷୀ ମରିଗଲା । ସେ ଆଗରୁ କହିଥିଲା କି ଗୋପୀର ଯାହା ଦରକାର ହେବ ସେ ତାକୁ ତାହା ଦେବ । ଏପରି ଅବସ୍ଥାରେ ଗୋପୀ ଆଉ କାହାକୁ ବା ଟଙ୍କା ମାଗିବ । ଏଣୁ ସେ ନୀରବ ରହିଲା ।

ବର ଓ ବରଯାତ୍ରୀ ଆସି ପହଁଚିଲେ । ବିବାହ ପୂର୍ବରୁ ବରପିତା ଯୌତୁକ ପାଇଁ ଦାବି କରି ବସିଲେ । ରାମ ଗୋପୀର ପରିସ୍ଥିତି ଓ ବନ୍ଧୁର ମୃତ୍ୟୁ କଥା କହି ଯେତେ ବୁଝାଇଲା, ବରପିତା ଆଦୌ ମାନିଲେ ନାହିଁ । ଓଲଟା ସେ କହିଲେ, “ମରିବା ପୂର୍ବରୁ ତା’ଠାରୁ ଟଙ୍କା ଆଦାୟ ହୋଇଛି ନା ନାହିଁ ସେ କଥା କିଏ କହିବ । ତେବେ ଅନ୍ୟ ଏକ ଉପାୟ ଅଛି । ଭାଗୀଦାର ଚାଷ କରୁଥିବା ଅଧ ଏକର, ମୋ ପୁଅ ନାମରେ ଲେଖିଦେଲେ ଯାଇ ପୁଅ ବେଦୀକୁ ଯିବ ।”


Rate this content
Originality
Flow
Language
Cover Design