Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarada Parida

Comedy Abstract Others

2  

Sarada Parida

Comedy Abstract Others

ସଟକଟ

ସଟକଟ

4 mins
7.2K


ଏଥର ଭାଲେଣ୍ଟାଇନ ଡେ ଟିକେ ଫିକା ଫିକା ଜଣା ପଡୁଥିଲା ଧେତ ଗୋଟାଏ ଦିନରେ ଜାଗରକୁ ଭାଲେଣ୍ଟାଇନ ଡେ । କଉଟା ପାଳିବ ମଣିଷ । ବଡ ଦହିର୍ଜ୍ୟ । ଆଡେ ପାଣି କୁ ଗଲେ ବାଘ ବାଟ ଜଗିଛି ଆଉ ସିଆଡେ ଶୁଖିଲା କୁ ଗଲେ କୁମ୍ଭୀର । ଏ ବାଘ ଆଉ କୁମ୍ଭୀର ବୁଝା ପଡୁଥିବେ ନିଶ୍ଚୟ । ଖାସ ସେଇଥି ପାଇଁ ଫେସବୁକ , ହ୍ଵାଟସାପ ପରି ଅନ୍ୟ ମେସେଜିଂ ରେ ବି କେବଳ ମହଶିବରାତ୍ରି ର ଶୁଭେଚ୍ଛା ବାର୍ତ୍ତା ଗୋଟିଏ ହେଲେବି ଭାଲେଣ୍ଟାଇନ ଡେ ର ବାର୍ତ୍ତା ମିଳିଲା ନାହିଂ । ଖୁବ ଗୋଟାଏ ବିରୋଧା ଭାଷ । ହେଲେ ଏଇ ମହାଶିବରାତ୍ରି ବାର୍ତ୍ତା ପଠେଇ ନିଜକୁ ସ୍ଵ-ସଂସ୍କୃତି ର ବାର୍ତ୍ତବହ ହେବାର ପ୍ରଚାର କରିବା ଗୋଟାଏ ସଟକଟ ନୁହେଁ କି । ପ୍ରାୟ ଅଧିକାଂଶ ଏଇ ପରି । ମୁଁ ବି।

ସକାଳୁ ସକାଳୁ ସ୍ନାନ ଶୌଚ ସାରି , ବଡ ଧରମାତ୍ମା ଟାଏ ପରି ବାହାରିଲି ଶିବ ମନ୍ଦିର । ଏ ମନ୍ଦିର ଯିବା ଟା ନିଜକୁ ଧର୍ମାତ୍ମା ବୋଲି ପ୍ରମାଣ କରିବାର ବଡ ସହଜ ଉପାୟ । ସଟକଟ ନିଜର ବାକି ସବୁ ପାପକୁ ଲୁଚେଇବାକୁ । ମନ୍ଦିର ରେ ଆଶାତୀତ ଗହଳି । ଅଗତ୍ୟା ଖୋଜ ପକେଇବାକୁ ବି ଜାଗା ନାହିଂ । ବଡ କଷ୍ଟ ରେ ଗାଡି ଖଣ୍ଡକ ପାର୍କ କରି ପହଞ୍ଚିଲି ଫୁଲ ଦୋକାନରେ । ସବୁ ର ଚଢା ମୂଲ । ହେଲେ ବି କଣ ନ ମିଳୁଛି ସେଠି । ଖାଲି ପକେଟ ରେ ମାଣିଆ ଥିଲେ ହେଲା । ଏଇ ଚଢା ମୂଲ କୁ କାହାର ପରବାଏ ଥିବା ପରି ମାନେ ହେଲା ନାହିଂ । ଗୋଟାଏ ଗୋଟାଏ କେତକୀ ଫୁଲ ର ପାଖୁଡା କୁ ଅଢେଇଶ ଟଙ୍କାଯାଏ ବିକୁଥିବା ର ଦେଖାଗଲା । ମୁଁ ତାକୁ ନେବାକୁ ଟିକେ ଦୋ ଦୋ ପାଞ୍ଚ ହେଲି , ହେଲେ ତ୍ରାହୀ କେଉଁଠୁ , ପଚ୍ଛରୁ ଘରଣୀ ବାଘୁଣୀ ପରି ଗର୍ଜି ଉଠି ହାତ ଚିମୁଟି କହିଲେ , କି ଭଳି ଲୋକ କେଜାଣି , ଏଥିରେ ବି କଞ୍ଜୁସୀ , ଏ ଫୁଲ କଣ ବର୍ଷକ ଯାକ ଲାଗୁଛି , ବର୍ଷକୁ ଗୋଟାଏ ଦିନ । ଆଜି ଦିନ ରେ ଚଢେଇଲେ ସିନା ପୁଣ୍ୟଫଳ ମିଳିବ । ନହେଲେ ରଖିଥାଅ , କାଲିକି ମାଗଣା ରେ ମିଳିବନି ଏ ଗୁଡା ।

ଅଗତ୍ୟା ଅଢେଇଶ ଟଙ୍କା ଦେଇ ପାଖୁଡିଏ କେତକୀ ଫୁଲରୁ ଆଣିଲି , ଘରଣୀ ଶିବକୁ ପ୍ରସନ୍ନ କରିବାର ସଟକଟ ପାଇ ନେଇଥିଲେ ଆଉ ଫୁଲ ବେପାରୀ ଜଣଙ୍କ ମୁନାଫା କମେଇବାର ବି ।

ମଦିର ଭିତରକୁ ପଶୁ ପଶୁ ପ୍ରଥମେ ଦର୍ଶନ ଟିକେଟ ର ବ୍ୟବସ୍ଥା । ଦେଖି କାବା ହେଲି , କାଁ ଭାଁ ଅଳ୍ପ କେଇଜଣ ଲୋକ ଆସନ୍ତି ଏ କଲୋନୀ ଭିତର ର ମନ୍ଦିର କୁ । ପୁଣି ଏଠି କି ଟିକେଟ ର ବ୍ୟବସ୍ଥା । ବୁଝୁ ବୁଝୁ କାରଣ ଜଣା ପଡିଲା । ଟିକେଟ କାଟୁଥବା ପିଲାଟା କହିବସିଲା , “ ଆଜ୍ଞା କଉ ବର୍ଷକ ଯାକ ଗହଳି ଲାଗୁଛି , ଏମତି ପୂଜା ପାର୍ବଣ ପଇଲେ ସିନା ଲୋକଙ୍କ ଦେଖା । ନହେଲେ କିଏ ଆସୁଛି ଯେ । ” ଏଥିରେ ଡି ମତ ହବାର ନୁହଁ ସଟକଟ ବାଟରେ ଧର୍ମ କମେଇବା କୁ ସିନା ଏ ପୂଜା ପାର୍ବଣ କୁ ଦେଖା ନୋହିଲେ ବାକି ଦିନରେ କିଏ ଆସୁଛି ଏଥିକି । ଠିକ ଓର ଉଣ୍ଡି ମନ୍ଦିର କମିଟି ବାଲାଏ ମନ୍ଦିର ରଙ୍ଗ ବାବତକୁ ଯେଉଁ ଖର୍ଚ୍ଚ ହେଇଥିଲା ତାକୁ ଅସୁଲ କରିବାକୁ ସଟକଟ ଉପାୟ କରିନେଇଥିଲେ । ଅଗତ୍ୟା ଦଶ ଦଶ ଟଙ୍କା କୋଡିଏ ଟଙ୍କା ଦେଇ ଯୋଡାଏ ଟିକେଟ କାଟିବାକୁ ପଡିଲା । ଦିଅଁ ଦର୍ଶନ କୁ ଦୁଇଟା ଅଲଗା ଅଲଗା ଧାଡିର ଲାଇନ ଲାଗିଥାଏ ଭିନ୍ନ ଭିନ୍ନ ହେଇ ଉଭୟ ପୁରୁଷ ଆଉ ମହିଳାଙ୍କ ପାଇଁ । ପୁରୁଷ ଙ୍କ ଧାଡିରେ ଅପେକ୍ଷାକୃତ ଟିକିଏ କମ ଗହଳି । ଅଧିକାଂଶ ପୁରୁଷ ସମ୍ଭବତ ମନ୍ଦିର ଯିବାକୁ ପୁରୁଷ ପଣିଆର ପରିପନ୍ଥୀ ବୋଲି ମନେ କରନ୍ତି । ପୁରୁଷ ପଣିଆ ଦେଖେଇ ହବାର ଏ ହାଲୁକା ସଟକଟ ବାଟ ବୋଧେ । ସେଥି ପାଇଁ କି କଅଣ ।

ଘରଣୀ ମୋ ହାତ କୁ ଭୋଗ ଡାଲା ବଢେଇ ଦେଲେ , ପୂଜା ସାରିବାର ସଟକଟ । ମନ୍ଦିର ର ଗର୍ଭଗୃହ ଆଉ ଦୁଇ ତିନି ହାତ ଥାଉଁ ଗୋଟାଏ ତୃତୀୟ ଲାଇନ ର ଆବିଷ୍କାର କଲି । ଏ ଲାଇନ ଟି ସଟକଟ ଲାଇନ । ପୂଜକ ମହାଶୟଙ୍କ ପାଇଁ । ତାଙ୍କ ସଟକଟ ଆୟ ପାଇଁ । ଏ ଲାଇନ ରେ ଆସୁଥିବା ଭକ୍ତ ବି ଖୁବ ସଟକଟ ଏଠି । ମତଲବ ଅହେତୁକ ଅସାଧାରଣ , କିଏ ବଡ ଥେଲା ନାମକରା ବାବୁ , ତ କିଏ ମାଡ ଦେଲା ବାବୁ । ବ୍ରାହ୍ମଣ କଣ ସ୍ଵୟଂ ଭଗବାନ ବି ସଟକଟ ଖୋଜିବେ ଆଙ୍କ ଦୌରାତ୍ମ ରେ । କେହିଜଣେ ବେନାମୀ ବାବୁ ସେଇ ଧାଡିରେ ଅଜାଣତ ରେ ପଶିଯାଇଥିଲେ ସମ୍ଭବତ , ବ୍ରାହ୍ମଣ ମହାଶୟ ବାଟ ଓଗାଳିଲାରୁ ଘଡିଏ ଯାଏ କଳି ଗୋଳ ଲାଗିଲେ । ଶେଷକୁ ତାଙ୍କୁ ସଟକଟ ବାଟରେ ଛାଡିବାରୁ ଝଗଡା ମେଣ୍ଟିଲା । ଆମ ପୂଜା ପାଠ ସରିବାରୁ ଆମେ ବି ସଟକଟ ଖୋଜି ପଦାକୁ ଆସିଲୁ ପୂଜା ସରିଲା ଯେ ଭାଲେଣ୍ଟାଇନ ଟା ପାଳିବାକୁ ମନ ସଟକଟ ଖୋଜୁଥାଏ । ମନ କଥା ମନ ରେ ଥାଏ । ସଞ୍ଜକୁ ଘିଅଦୀପ ଜାଳିବାକୁ ମନ୍ଦିର ଯିବାକୁ ଘରଣୀ କହିଲେ , ବଡ ସୁଯୋଗ ଟାଏ ମଣିଲି । ହୋଟେଲ କି ରେଷ୍ଟୁରାଣ୍ଟ ନ ହେଉ ପଛେ ଅନ୍ତତଃ ପକ୍ଷେ ମନ୍ଦିରର ରେ ତ କଟିବ ଏ ସଞ୍ଜ ବେଳଟା । ଖଣ୍ଡିଏ ଖଣ୍ଡିଏ ଆସନ ପକେଇ ମନ୍ଦିର କୁ ମୁହଁ କରି ଧାଡି ଧାଡି ହେଇ ଖଣ୍ଡିଏଟା ମାନ ଦୀପ ଲଗେଇ । ସେଇଠି ବସିବା ଭିତରେ ଆଖ ପାଖ ରେ ଅନ୍ୟମାନେ ବି ସଟକଟ ରେ ପ୍ରେମର ତଥାକଥିତ ପର୍ବ ଭାଲେଣ୍ଟାଇନ ଡେ ପାଳନ କରୁଥିବାର ଅନୁଭବ ହେଲା । କେଇ ଯୋଡା ପ୍ରେମୀ ସାଥି ହୋଇ ଘିଅ ଦୀପ ଜାଳୁଥିଲେ । ଆଉ ଯେଉଁ ମାନେ ଭେଟ ହୋଇପାରିଲେ ନାହିଂ ମାହାନ୍ତି ଘର ଝିଅ ପରି ନିଜ ମୋବାଇଲ ଖଣ୍ଡିଏ ଖଣ୍ଡିଏ ରେ ପ୍ରତିପକ୍ଷ ସହ ସାଇଲେଣ୍ଟ ରେ ସଟକଟ ରେ ଭାଲେଣ୍ଟାଇନ ପାଳିବାରେ ବ୍ୟସ୍ତ ଥିଲେ ।

 


© ଶାରଦା ପ୍ରସାଦ ପରିଡା


ହରିପା , ଜଗତସିଂହପୁର


(ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା


Rate this content
Log in

Similar oriya story from Comedy