Kumari Sagarika None

Others


1  

Kumari Sagarika None

Others


ଅସହାୟ

ଅସହାୟ

1 min 366 1 min 366

ମୋର ସେ ଗାଁଆରେ କିଛି ବି ଅସୁବିଧା ହେଉ ନ ଥିଲା l ଲୋକମାନେ ସ୍ଵତଃପ୍ରବୃତ୍ତ ମୋର କାମ କରି ଦେଉଥିଲେ l ଡାକ୍ତରାଣୀ ବୋଲି ମୁଣ୍ଡରେ ବସେଇ ରଖିଥିଲେ l କିନ୍ତୁ ଘରେ ଅସୁସ୍ଥ ଶାଶୁ, ପାଠ ପଢୁଥିବା ପିଲା ଦୁଇଟାଙ୍କୁ ଛାଡି ସେଠାରେ ମୋର ମନ ଜମ୍ମା ଲାଗୁ ନ ଥିଲା l ଏଣୁ କଷ୍ଟେମଷ୍ଟେ ତିନି ବର୍ଷ ସେଠି କଟେଇବା ପରେ ମୁଁ ଚେଷ୍ଟା କଲି ମୋର ଇପ୍ସିତ ସ୍ଥାନକୁ ବଦଳି ହୋଇ ଆସିବା ପାଇଁ l କେହି ମୋତେ ଛାଡିବା ପାଇଁ ପ୍ରସ୍ତୁତ ନ ଥିଲେ l କିନ୍ତୁ ମୋର ଅସହାୟତା ମୋତେ ବାଧ୍ୟ କରୁଥିଲା, ସେହି ସ୍ଥାନ ଛାଡି ଆସିବା ପାଇଁ l


Rate this content
Originality
Flow
Language
Cover Design