Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trupti Paikaray

Inspirational

3  

Trupti Paikaray

Inspirational

ମଲ୍ଲୀଫୁଲ

ମଲ୍ଲୀଫୁଲ

4 mins
15.2K


                                                    “ମଲ୍ଲୀଫୁଲ”

ସେଦିନ ଅଫିସ ସାରି ଘରକୁ ଫେରୁଥାଏ, ଭୁବନେଶ୍ୱର ରାସ୍ତା ଯେତେ ଟ୍ରାଫିକ ଭିଡ ତାହା ସମସ୍ତଙ୍କୁ ଜଣା, ମାଷ୍ଟରକ୍ୟାଣ୍ଟିନ ପାଖରେ ଡ୍ରାଇଭର ଗାଡି ଅଟକେଇଦେଲା I ଆଗରେ କଣ ଗୋଟେ ରାଲି ଚାଲିଥିଲା, ଆଗକୁ ଆଉ ଯାଇ ହେଲାନି I ମୁଁ ଗାଡିକାଚ ଖୋଲି ଟିକେ ବାହାରକୁ ଅନେଇଲି, ମତେ ଦେଖି ଛୋଟ ଝିଅଟିଏ, ଚିରା, ମଇଳା  ଜାମା ଖଣ୍ଡେ ପିନ୍ଧିଚି, ନାକରୁ ଶିଙ୍ଗାଣି ବୋହି ଯାଉଛି, ହାତରେ କଣ ଗୋଟେ ପୁଡା ଧରି ଆସିଲା, କହିଲା "ମାଆ ନିଅନ୍ତୁ", ମୁଁ କହିଲି “ନା' ମୋର ଦରକାର ନାହିଁ” I

 ସେ କହିଲା "ନିଅନ୍ତୁ ମାଆ, ତାଜା ତାଜା ମଲ୍ଲୀଫୁଲ, ମୁଁ ନିଜେ ତୋଳିକି ଆଣି ବିକୁଛି, ଗଜରା ବି ବନେଇ ରଖିଛି, ଗୋଟେ ଗଜରା ୩ ଟଙ୍କା, ଆଉ ଖାଲି ଚୁନାଫୁଲ ବି ନେଇ ପାରିବେ ୫ ଟଙ୍କିଆ ଆଉ ୧୦ ଟଙ୍କିଆ ପ୍ୟାକେଟ ଅଛି I

ତାପରେ ତା ନିଷ୍ପାପ ଆଖି ଦିଟା’ ଦେଖି ମତେ ଟିକେ ତା କଥା ଶୁଣିବାକୁ ଇଚ୍ଛା ହେଲା, ପଚାରିଲି "ମାଆ ତୋ ନାଁ କଣ? କହିଲା "ମଲ୍ଲୀ".....

ମୁଁ କହିଲି ତୁ ମିଛ କହୁଛୁ କି? ତୁ ମଲ୍ଲୀଫୁଲ ବିକ୍ରି କରୁଛୁ ବୋଲି ତୋ ନାଁ ବି ମଲ୍ଲୀ କରିଦେଇଛୁ ଆଉ I

ସେ କହିଲା "ନା ମାଆ, ମୋ ନାଁ ମଲ୍ଲୀ, ଆଉ ମୋ ଭଉଣୀ ନାଁ ଲିଲି, ଟିକେ ହସିଦେଲି ମୁଁ, ତାପରେ ତାକୁ ପଚାରିଲି "ତୁ ଏତେ ଛୋଟ ପିଲା ପାଠ ନପଢି ଏସବୁ କାମ ତତେ କିଏ କହିଲା କରିବାକୁ?" ହେଲେ ସେ ଏସବୁ ନ’ଶୁଣି କହି ଚାଲିଲା, ମାଆ ମୁଁ ଖାଲି ମଲ୍ଲୀଫୁଲ ନୁହେଁ, କେବେକେବେ ତାଜା ବାଡ଼ିତୋଳା ପିଜୁଳି, ଆମ୍ବ, ଲେମ୍ବୁ, ମନ୍ଦାରଫୁଲ ସବୁ ବିକେ, ଏଠି କିଛି ଘଣ୍ଟା ବସେ, ପୁଣି ଘରେ ଘରେ ବୁଲିବୁଲି ବି ବିକେ I ଆପଣ ଯଦି କହିବେ ଆପଣଙ୍କ ଘରେ ନେଇ ଦେଇ ଆସିବି I

ପୁଣି ମୁଁ କହିଲି "ତତେ କଣ ପଚାରିଲି ବା?" ତାପରେ ସେ କହିଲା "ମୁଁ ସ୍କୁଲ ଯିବି ବୋଲି କହୁଥିଲି, ହେଲେ ମୋ ବୋଉ କହିଲା, ଆମେ ତ ଗରିବ ଲୋକ, ଆମେ ପେଟ ପୋଷିବା କଥା ଆଗ ଭାବିବା"

ତାପରେ ମୁ ପଚାରିଲି "ଘରେ ତୋ ବାପା ତ ଥିବେ, ସେ କଣ କରନ୍ତି? କହିଲା, ବାପାଙ୍କ ଦେହ ୫ ବର୍ଷ ହେଲା ଖରାପ, ସେ ବେଡ଼ରେ ପଡିରହିଛନ୍ତି, ମାଆ ଯାଇ ରୋଷେଇ କରେ ସବୁ ବାବୁମାନଙ୍କ ଘରେ, ବାସନ ମଜାମଜି କରେ, ମୋ ଛୋଟ ଭଉଣୀ ଲିଲି ସେ ଛୋଟ, ଘରେ ରହେ, ଆଉ ମୁଁ ଏମିତି ବେପାର କରେ I ତା’ କଥା ଶୁଣି ମୋ ମନଟା ଖରାପ ଲାଗିଲା, ଏତେ ଛୋଟବେଳୁ କେତେ ବଡ ମଣିଷ ପରି କଥା କହୁଛି, ଯେଉଁ ବୟସରେ ପିଲା କଣ୍ଢେଇ ଧରି ଖେଳିବା କଥା ସେ ବୟସରେ ଏସବୁ କାମ, ଧନୀଘର ହେଇଥିଲେ କେତେ ଲାଡପ୍ୟାର ରେ ବଢି଼ଥାନ୍ତା, ଆଜି ପିଜ୍ଜା ତ’ କIଲି ନୁଡୁଲସ ପାଇଁ ଅଳି କରିଥାନ୍ତା, ଭୁବନେଶ୍ୱର ର କୋଉ ଗୋଟେ ବଡ ଇଣ୍ଟେରନେଶନାଲ ଇଂଲିଶ ମିଡିଆମ ସ୍କୁଲରେ ପାଠ ପଢ଼ିଥାନ୍ତା I ହେଲେ, ତା ଭାଗ୍ୟରେ ଏସବୁ କାହିଁ, ଏତିକି ଭିତରେ ସେ ପୁଣି ମଲ୍ଲୀଫୁଲ ପ୍ୟାକେଟ ଦେଖେଇ କହିଲା "ମାଆ ନେବେ?" ସତେ ଯେମିତି, ଏଇଟା ତା ଶେଷ ମାର୍କେଟିଙ୍ଗ ଟ୍ରିକ ଥିଲା, ନହେଲେ ସେ ଆଉ ଗ୍ରାହକ ଦେଖିଥାନ୍ତା, ହେଲେ ମୁଁ କହିଲି "ଦେ ମାଆ ମତେ ୪ ଟା ଯାକ ପ୍ୟାକେଟ ଦେଇଦେ, ଏତିକି କହି ମୁଁ ତାକୁ ୧୦୦ ଟଙ୍କା ବଢ଼େଇଦେଲି, ସେ ଉଣ୍ଡାଳି ପକେଇଲା ଖୁଚୁରା ଏକାଠି କରିବାରେ ମତେ ଫେରେଇବ ଭାବି, "ମୁଁ କହିଲି ତୁ ସବୁ ପଇସା ରଖି ଦେ" I ତାପରେ ମୁଁ ତାକୁ ପଚାରିଲି "ତୁ ପାଠ ପଢ଼ିବୁ?" ସେ, କହିଲା ହଁ, ମାଆ, ହେଲେ ମୋ ବୋଉ ମନା କରୁଛି I

 ରାସ୍ତା ଧୀରେ ଧୀରେ ଫାଙ୍କା ହେଇ ଆସୁଥାଏ, ମୁଁ କହିଲି “ତୁ କIଲି ଏଇ ଜାଗାରେ ଥିବୁ?” ମୁଁ କIଲି ଆସିଲେ ତୋ ସହ କଥାହେବି I ସେ କହିଲା "ମାଆ ମୋର ବିକ୍ରିକରିବା ଜାଗIର ଠିକଣା ନଥାଏ, କେବେ ମନ୍ଦିର ଆଗରେ, କେବେ ରାସ୍ତା କଡରେ ଯୋଉଠି ବେପାର ହେଲା, ତଥାପି ଆପଣ ଆସିବେ ଯଦି, କIଲି ମୁଁ ଏଇ ଜାଗାରେ ବସିଥିବି" I

ତାପରେ ଟ୍ରIଫିକ ଗ୍ରୀନ ସିଗ୍ନାଲ ଦେଲା, ଗାଡି ଛାଡିଲା, ଘର ପାଖପାଖି ହେଇଚି ମୋ ଝିଅ ଫୋନ କଲା "ମମି ମୋ ପାଇଁ ଗୋଟେ ଆଇସକ୍ରିମ ଆଣିବ, ବାବାଙ୍କ ଗ୍ରୀନ ଟି ସରିଯାଇଛି, କହିଥିଲ ମନେ ପକେଇ ଦେବାକୁ, ଆଉ ଏବେ ବାବା କହିଲେ ପୂଜା କରିବାକୁ ଫୁଲ ସରିଯାଇଛି "ଟିକେ ଫୁଲ କିଣି ନେଇ ଆସିବ” I ମୁଁ ଭାବିଲି ସତରେ "ମଲ୍ଲୀ ମୋର ଗୋଟେ ବଡ କାମ ସାରିଦେଇଛି ଫୁଲଦେଇ, ଭଲ ହେଲା ମୁଁ ଫୁଲ ନେଇ ଆସିଛି, ପୁଣି ତାଜା ତାଜା ବାଡ଼ିତୋଳା ମଲ୍ଲୀଫୁଲ I

ତା’ପରେ ଡ୍ରାଇଭର ଗାଡି ଅଟକାଇ ଆଉ ବାକିସବୁ ଜିନିଷ ନେଇଆସିଲା, ମୁଁ ଯାଇ ଘରେ ପହଞ୍ଚିଲି I ହେଲେ ମନ ଯାଇ ମୋର ମଲ୍ଲୀ ପାଖରେ, ତା’ ପରଦିନ ଅଫିସ ସାରି ଗଲି, ଦେଖିଲାବେଳକୁ ମଲ୍ଲୀ ବସିଛି, ସତେ ଯେମିତି ମତେ ଅନେଇ ରହିଥିଲା, ଦେଖୁଦେଖୁ ମତେ ଖୁସି ହେଇ କହିଲା “ଆଜି ଆପଣଙ୍କ ପାଇଁ ମନ୍ଦାର, ଟଗର ସବୁ ଆଣିଛି, ମଲ୍ଲୀ ବି ଅଛି” I ମୁଁ କହିଲି ହଉ, ମୁଁ ନେବି I ତାପରେ କହିଲି "ଚାଲେ ତମ ଘରକୁ ଯିବା, ତୋ ବୋଉ ସହ କଥା ହେବI ତୋ ପଢ଼ା ବିଷୟରେ, ତାପରେ ତାକୁ ନେଇ ତା ଘରକୁ ଗଲି, ଆଉ ତା ବୋଉକୁ କହିଲି "ମଲ୍ଲୀ କାଲିଠାରୁ ସ୍କୁଲ ଯିବ, ତୁମ ପାଇଁ ମୁଁ ଭଲ କାମ ଯୋଗାଡ଼ କରିଦେବି, ଭଲ ଦି ପଇସା ମିଳିବ, ହେଲେ ସେ ସ୍କୁଲଯାଉ, ବହୁତ କଷ୍ଟରେ ସେ ରାଜିହେଲେ, ମଲ୍ଲୀର ଖୁସି କହିଲେ ନସରେ, ପାଖ ଗୋଟେ ଭଲ ସ୍କୁଲରେ ତା ନାଁ ଲେଖେଇଲି, ତା ପଢା ଖର୍ଚ୍ଚ ମୁଁ ଦିଏ, ଆମ ଅଫିସରୁ ବି ବହୁତ ଲୋକ ତା ପାଇଁ ସାହାଯ୍ୟ କରନ୍ତି I

ମଲ୍ଲୀ ଏବେ ସ୍କୁଲ ଯାଉଛି, ଏ ଭିତରେ ୭ ବର୍ଷ ହେଇଗଲାଣି, କାଲି ତା ପ୍ରୋଗ୍ରେସ ରିପୋର୍ଟ ଆସିଛି, କ୍ଲାସରେ ଫାର୍ଷ୍ଟ ହେଇଛି ମଲ୍ଲୀ, ମୁଁ, ତା ବୋଉ, ତା ସ୍କୁଲ ଶିକ୍ଷକ ସମସ୍ତେ ଖୁସି, ମଲ୍ଲୀକୁ ଏବେ ସ୍କୁଲ ତରଫରୁ ସ୍କଲାରସିପ ବି ମିଳିବ I ତାର ଇଛା ବଡ ହେଇ ଗୋଟେ ଭଲ ଚାକିରୀ କରିବ I ଏବେ ମଝିରେ ମଝିରେ ଆମ ଘରକୁ ବୁଲି ଆସେ, ହେଲେ ମୋ ପାଇଁ ମଲ୍ଲୀଫୁଲ ଆଣିବାକୁ ଭୁଲେନି, ବିକ୍ରି କରିବାକୁ ନୁହେଁ, ଶ୍ରଦ୍ଧାରେ ଭଲପାଇବାର ମଲ୍ଲୀଫୁଲ ନେଇକି ଆସେ, ହେଲେ ମୁଁ ତାକୁ କିଛି ଗୋଟେ ବାହାନା କରି ପଇସା ଦିଏ, କହେ ନେ, ଭଲ ଖାତା କିଣିବୁ, କଲମ କିଣିଦେବୁ, ଆଉ ଯାହା ତୋର ପଢା ଜିନିଷ ଦରକାର ନେଇଯିବୁ I

ତୃପ୍ତି.....

 


Rate this content
Log in

Similar oriya story from Inspirational