ଚୋରି
ଚୋରି
ମଧୁପୁର ଗାଁ ରେ ରବିଶଙ୍କର ନାମକ ଜଣେ ବେପାରୀଙ୍କର ଘର । ଘରଟି ବହୁତ ପୁରୁଣା ଏବଂ ତାଙ୍କର ଦୁଇ ପୁଅ ଥିଲେ । ବଡଭାଇର ନାମ ରାଜା ଆଉ ସାନଭାଇର ନାମ ମିଟୁ । ରବିଶଙ୍କରଙ୍କର ବୟସ ପାଖାପାଖି ସତୁରି ଧରିଲାଣି । ବୃଦ୍ଧ ହୋଇ ଯିବାରୁ ରବିଶଙ୍କର ତାଙ୍କ ଦୁଇ ପୁଅଙ୍କୁ ବେପାର ବଣିଜର ଦାଇତ୍ୱ ଦେଇ ବିଶ୍ରାମ ନେବାକୁ ଚାହିଁଲେ । ସେ ବଡ ପୁଅକୁ ପଚାରିଲେ ତୁ ବେପାର ଟିକୁ ସମ୍ଭାଳିବୁ । ମୋର ତ ବୟସ ହୋଇଗଲାଣି ତୁମେ ଦୁହେଁ ଏବେ ଠାରୁ ବେପାର ସମ୍ଭାଳ । ମୁଁ ଟିକେ ଶାନ୍ତିରେ ବାକି ଦିନ କଟାଇବାକୁ ଚାଁହୁଛି । ବଡ ପୁଅ ପାଖରେ ବେପାର ଜ୍ଞାନ ଏତେ ବେସି ନଥିଲେ ବି ସେ ଚଳାଇ ପରିବାର କ୍ଷମତା ହାସଲ କରିପାରିବ ବୋଲି ରବିଶଙ୍କର ଭାବିଲେ।
ବଡ଼ ପୁଅ ରାଜା ବେପାର ଦାଇତ୍ୱ ନେଇ ନିଜ କାମରେ ଲାଗିଗଲା । ସବୁ ହିସାବ କିତାବ ଠିକ ଭାବରେ କରି ଆଗକୁ ବଢେଇ ଚାଲିଲା । ଏମିତି ରେ ମିଟୁ ଟିକେ ଫାଙ୍କେ ବାଜି କରି ବୁଲା ବୁଲି ରେ ଲାଗିରହୁଥିଲା । ଘରେ ପଇସାର ଅଭାବ ନଥାଏ । ବେପାର ବି ବଢି ଯାଇଥାଏ । ମିଟୁ ଯେତେବେଳେ ପଇସା ମାଗେ ରାଜା ଦେବାକୁ ପଛାନ୍ତି ନାହିଁ । ମିଟୁ ବାହାରେ ବହୁତ ସାଙ୍ଗ ବନେଇ ଚାଲିଥାଏ ।
ମିଟୁ ସହ ବିକୁ ନାମକ ଜଣେ ପିଲାର ଭେଟ ହେଲା ଯେକି ବିକୁ ସହ ମିଟୁର ଦୋସ୍ତି ହୋଇଗଲା । ହେଲେ ବିକୁ ଜଣେ ମଦ୍ୟପ ଥିଲା । ସର୍ବଦା ମଦ୍ୟ ପାନ କରେ । ବିକୁ ପ୍ରତ୍ୟକ ଦିନ ଖୋଜେ ଜଣେ ଧନୀଘର ସାଙ୍ଗ ମିଳନ୍ତାକି? ମୁଁ ଯେତେବେଳେ ଚାହାନ୍ତି ସେତେବେଳେ ମଦ୍ୟ ପାନ କରିପାରନ୍ତି । ବିଲେଇ କପାଳକୁ ସିକା ଛିଣ୍ଡିଲା ପରି ମିଟୁର ଦୋସ୍ତି ତାକୁ ପ୍ରଫୁଲ୍ଲିତ କରିଥିଲା ।
ମିଟୁ ବାରଣ କରିବା ସତ୍ତ୍ୱେ ବିକୁ ତାକୁ ମଦ୍ୟପାନର ସ୍ୱାଦ ଚଖେଇ ଦେଇ ଥିଲା । ଆହା ମଦ ପିଇଲେ କେତେ ଶାନ୍ତି କେତେ ମଜା ! ମିଟୁ ରୋଜ ବିକୁ ସାଥିରେ ସାଥିହୋଇ ମଦ ପିଇବା ଆରମ୍ଭ କରିଦେଲା । ବିକୁ ମିଟୁପଇସା ରେ ବେଶ ମଜାରେ ମଦ ପିଇବା ଆରମ୍ଭ କରିଦେଲା। ଆଜିକାଲି ମିଟୁ ଘରକୁ ବହୁତ ଡେରିରେ ଫେରୁଛି ଆଉ ଆସି ଘରେ କିଛି ବି ଖାଉନି ସୋଇଯାଉଛି । ରାଜା ଦିନେ ମିଟୁକୁ ବୁଝାଇଲେ । ମଦ ପିଇଲେ ଲକ୍ଷ୍ମୀ ଛାଡିଯାନ୍ତି ବୋଲି, ମିଟୁକୁ ରାଜା ବହୁତ ବୁଝାଇଲେ । ହେଲେ ସେ ଶୁଣିବାର ନାହିଁ ହେଲେ ଆହୁରି ଓଲଟା ଜବାବ ଦିଏ । ବାପା ରବିଶଙ୍କର ବୁଝାଇଲେ ତଥାପି ଶୁଣିବାର ନାହିଁ । ମିଟୁର ଭାଷାର ପରିବର୍ତ୍ତନ ହେବାକୁ ଲାଗିଲା । ଆଉ ରାଜା ଯାହା କହିଲେ ଏବେ ମିଟୁ ଜବାବ ଦେବାକୁ ପଛାଉନି । କହୁଛି ସେ ବେପାରରେ ମୋର ବି ଅଧେ ।
ଲାଭାଂଶକୁ ଯଦି ମଦ୍ୟପାନରେ ବିନିଯୋଗ କରାଯାଏ ତାହାହେଲେ ବେପାର ହାନି ହୋଇଥାଏ । ଆଜି ସେଇ ପରିସ୍ଥିତି ରାଜାର ଆସିଯାଇଥାଏ । ବେପାର ମାନ୍ଦା ହୋଇଯାଇଥାଏ । କିନ୍ତୁ ମିଟୁ ବୁଝିବାର ନାହିଁ । ଭାଇ ପଇସା ଦିଅ କହି ଖାଲି ବୋହି ନେଲା ପରି ନେଇଯାଉଥାଏ ।
ଆଜି ଗୁରୁବାର ଆଉ ସୁଦଶା ବ୍ରତ । ଟିକେ ବେପାର ମାନ୍ଦା ଅଛି ଉପର ଓଳି ସମୟ, ମିଟୁ ଆସି କହିଲା ଭାଇ ମୋର ପଇସା ଦରକାର । ରାଜା ବହୁତ ବିରକ୍ତି ହୋଇ କହିଲା ଆଜି ପଇସା ନାହିଁ । ତୁ ଡେଲି ପଇସା ନେଇ ସାଙ୍ଗ ସାଥିରେ ପିଇ ଦେଉଛୁ ଆଉ ଆଜି ବେପାର ନାହିଁ ପଇସା ଆସିବ କେଉଁଠୁ । ମିଟୁ ରାଗିଗଲା କହିଲା ଭାଇ ମୋର ପଇସା ଦରକାର, ତମେ ଯାହାବି କର ମୋତେ ପଇସା ଦିଅ। ରାଜା ଏଥର କ୍ରୋଧର ସୀମା ଅତିକ୍ରମ କରି ଗୋଟିଏ ଜବଡା ଦେଲା କହିଲା ପାଇସାନାହିଁ, ମୋ ଆଗରୁ ବାହାରିଜା । ମିଟୁ ଏଥର ରାଗି ପଳାଇ ଆସିଲା ବିକୁ ପାଖକୁ, ସବୁକଥା ଜଣାଇଲା। ବିକୁ ଏଥର ଗୋଟେ ନୂଆ ଉପାୟ ଦେଲା ଆଉ କହିଲା କିଛି ଡକାୟତଙ୍କୁ ଧରି ଆଜିରାତିରେ ତୁମ ଦୋକାନରୁ ଚୋରିକରିବା। ମିଟୁ ରାଜି ହୋଇଗଲା ହଁ ଠିକ କହିଛ ଯଦି ଚୋରିକରିବା ତାହାହେଲେ ଆମର ବହୁତ ଦିନ ପାଇଁ ପିଇବାକୁ ପଇସା ମିଳିଯିବ।
ଦୁଇ ବନ୍ଧୁ ପ୍ରସ୍ତାବ କରି ଜଣାଶୁଣା ଡକାୟତି ଦଳଙ୍କୁ ଧରିଲେ ଆଉ ରାତିରେ ଯୋଜନା ମୁତାବକ ଯାହା ପଇସା ଜିନିଷ ପତ୍ର ଥିଲା ରାଜୁର ଦୋକାନରୁ କଳା କନା ବୁଲେଇ ଦେଲେ । ଆଉ ଡକାୟତ ଦଳ କହିଲେ ତୁମ ପାଉଣା କାଲି ଆସି ମୁଖିଆଙ୍କ ପାଖରୁ ନେଇ ଯିବ । ଏମିତି କହି ଡକାୟତ ଦଳ ଛୋ ହେଲେ । ମିଟୁ ଚୁପ ଚାପ ଆସି ଘରେ ସୋଇ ଗଲା । ରାତି ପାହିଲା ସଖାଳେ ରାଜା ଦୋକାନରେ ଦେଖେତ ଦୋକାନ ପୁରା ଖାଲି ଆଉ ଗୋଟିଏ ଦରବ ବି ଛାଡି ନାଂହାନ୍ତି ଚୋର । ତାକୁ ଚାରିଦିଗ ଅନ୍ଧକାର ଦେଖାଗଲା କାନ୍ଧ କାନ୍ଧ ହୋଇ ଘରେ ପହଁଚିଲା । ଆଉ ଆମେ ଖାଇବା କଣ । ଚଳିବା କେମିତି ଭାବି ଭାବି ଦୁମ କିନା ଘରେ ବସିପଡ଼ିଲା । ଘରେ ସମସ୍ତଙ୍କର କାନ୍ଧ ବୋବାଳି ।
ଘରେ ଆର୍ଥିକ ପରିସ୍ଥିତି ଦୁର୍ବଳତା ଦେଖି ରାଜା ବାହାରିଲା କାମର ସନ୍ଧାନରେ, ଆଉ ଖୋଜି ଖୋଜି ଯାଇ ରାସ୍ତା ମରାମତି କାମରେ ଯୋଗ ଦେଲା । ମିଟୁର ଏବେ ଘରର କାନ୍ଧ ବୋବାଳି ଆଉ ଅନ୍ୟ ଦୃଶ୍ୟ ଦେଖି ବଜ୍ର ପଡିଯାଇଥାଏ । ସେ ସିଧା ବିକୁ ପାଖରେ ପହଁଚିଲା ଆଉ କହିଲା ମୋ ଭାଇ ଆଜି ସର୍ବାହରା ହେଇ ଯାଇଛି, ରାସ୍ତା ମରା ମତି କାମ କରିବାକୁ ଯାଇଛନ୍ତି । ଆମେ ବର୍ବାଦ ହେଇଗଲୁ । ବିକୁ କହିଲା ରହ ଧର୍ଯ୍ୟ ଧର ଆମେ ମୁଖିଆ ପାଖକୁ ଯିବା ଆଉ ସେ ଆମକୁ ପିଇବା ପାଇଁ ପଇସା ଦେବେ । ବ୍ୟସ୍ତ ନ ହୋଇ ଚାଲେ । ଦୁହେଁ ଡକାୟତଙ୍କ ମୁଖିଆଙ୍କୁ ଭେଟିଲେ । ଆଉ ମୁଖିଆ ଆସିବାର କାରଣ ପଚାରିଲା । ଏମାନେ କାଲି ଦୋକାନ ଚୋରିର ଭାଗ ଦାବି କଲେ । ମୁଖିଆ କହିଲା କଉ ଦୋକାନ କି ? ମିଟୁ କହିଲା ଆମ ଦୋକାନ ଯାହାକି କାଲି ଚୋରି କରିଅଣାଯାଇଛି । ମୁଖିଆ କହିଲେ ସେ ଦୋକାନ କାହାର ? ମିଟୁ କହିଲା ସେ ଦୋକାନ ଆମର । ଆଉ ମୋ ଭାଇ ସେ ବେପାର କରୁଥିଲେ କିନ୍ତୁ ମୁଁ ଯେତେବେଳେ ପଇସା ମାଗେ ସେ ଦେଉଥିଲେ ଆଉ ଗତ କାଲି ମୋତେ ମନା କରିବାରୁ ମୁଁ ଚୋରି କରେଇଛି । ମୁଖିଆ ଆଶ୍ଚର୍ଯ୍ୟ ହୋଇ ଅନାଇ କହିଲେ ତମେ କେତେବେଳେ ଦେଖିଛ କି ସେ ଦୋକାନରେ କଣ କଣ ଥିଲା, ଯେ କି ଚୋରି ହୋଇଛି ?
ମିଟୁ କହିଲା ମୁଁ ପିଠା ଖାଇବା ଲୋକ କାହିଁକି ବିନ୍ଦ ଗଣିବି । ଆମ ଭାଗ ଦିଅ ଆମେ ଚାଲିଯିବୁ ।ବିକୁ ବି ସେଇକଥା ଦୋହରେଇ କହିଲା ମୁଖିଆ ଆଜ୍ଞା ଆମ ପଇସା ଦେଇ ଦିଅନ୍ତୁ ଆମେ ଚାଲିଯିବୁ ।ମୁଁ କେତେ ଲୋକଙ୍କର ଚୋରି କରାଉଛି ଆପଣଙ୍କ ଦ୍ୱାରା, ଏଣୁ ଆମକୁ ବେହିମାନି କରନାହିଁ ।
ମୁଖିଆ କହିଲେ ବଡ ଭାଇ ଯେ କି ଜଣେ ମଣିଷ ବାପାଙ୍କର ଭାର ଉଠାଇବାକୁ ଯାଇ ଘର ପାଇଁ ପଥର ହୋଇଥାଏ । ଆଉ ବଡ଼ପୁଅ ହୋଇ ସହିଥାଏ । ଆଉ ଗୋଟିଏ ସୁନ୍ଦର ଉତ୍ତର ଥିଲା ମୁଖିଆଙ୍କର ତୁମେ ତ ଘର ପାଇଁ କିଛି କରନି ହେଲେ ତାଙ୍କ ବେଉଷା ବି ବୁଡ଼େଇବାକୁ ତମେ ଏତେ ତଳକୁ ଖସିଯାଇଛ । ଯେକି ଘରକୁ ପଇସା କେଉଁ ଦିଗରୁ ଆସୁଛି କେବେ ଚିନ୍ତା କଲ ନାହିଁ ଛି ଛି ।
ମୁଖିଆ ପୁଣିଥରେ କହିଲେ ତୁମ ଭାଇ ଦୋକାନ ଚୋରି ପରେ ତୁମ ମାନଙ୍କ ଖୋରାଖ ଯୋଗାଇବାକୁ ରାସ୍ତା କାମ କରିବାକୁ ଚାଲିଗଲେ । କାରଣ ସେ କରୁଥିବା ବେପାର ଠାରୁ ରାସ୍ତାକାମ ସହଜ ଆଉ ସୁନ୍ଦର ! ହେଲେ ନିଜ ବେଉସାରୁ ଅଧିକ କାମ କରି ଅଧିକ ଉପାର୍ଜନ କରିପାରୁଥିଲେ ।
ମିଟୁ ଅଧିର ହୋଇ କହିଲା କୁହନ୍ତୁ ମୁଖିଆ ଆଜ୍ଞା, ମୋ ଭାଇ କେଉଁ ବେପାର କରୁଥିଲେ । ମୁଖିଆ କହିଲେ ବୋଧହୁଏ ଏବେ ରାସ୍ତା କାମ କଲେ ତୁମେ ଆଉ ପଇସା ମାଗିପାରିବନି ସେ ସେଇଆ ଭାବିଛନ୍ତି । ସେ ଗାଁ ମାଉସୀମାନଙ୍କ ଠାରୁ ଗୋବର ମଗାଇ ସେଥିରେ କୋଇଲା ଗୁଣ୍ଡ ମିଶାଇ ଶୁଖାଇ ମିଠା ଦୋକାନି ମାନଙ୍କୁ ଜାଳେଣି ବିକୁଥିଲେ ଯାହା ଦ୍ୱାରା ଗାଁ ମାଉସୀ ମାନେ ବି ଦୀ ପଇସା ପାଉଥିଲେ ଆଉ ସେ ବେସି ସମୟ କାମ କରି ରୋଜଗାର ଅଧିକ କରୁଥିଲେ । କାରଣ ଆମଲୋକ ମାନେ କେତୋଟି କୋଦାଳ ଆଉ ଶାବଳ ଏମିତି ଜିନିଷ ସବୁ ଆଣିଛନ୍ତି ।
ମିଟୁ ଶୁଣି କାନ୍ଧି ପକାଇଲା ଭୋ ଭୋ ହୋଇ। ଆଉ ସିଧା ଦୌଡ଼ିଲା ଘରକୁ । ଘରେ ଦେଖେତ ଭାଇ କାମରୁ ଆସି ଗାଧୁଆ ଗାଧୋଇ କାମ କରୁଛନ୍ତି ।ଆଉ ମିଟୁକୁ ଦେଖି କହିଲେ ଦେଖ ମିଟୁ ଦୋକାନ ଗଲେ କଣ ହେଲା ଆଜି ରୋଜ ଗାରରୁ ଆଣିଥିବା ପଇସାରୁ ନେଇଯା କିଛି ପିଇଦେଇ ମଜାକରିବୁ । ଆରେ ତୋ ଭାଇ ଅଛି, ଚୋର ନେଇଛି ତ ନେଉ । ମିଟୁ କାନ୍ଧୁ ଥିଲା ଆଉ କାନ୍ଧୁ ଥିଲା । କହିଲା ମୁଁ ବି କାମ କରିବି ଭାଇ ତୁମ ସହ । ଆମେ ଦୁହେଁ କାମ କରିବା ।
ମୁଖିଆ ଆସି ଯାଇଥିଲେ ଘରକୁ ଓ କାନ୍ଧରେ ଥିଲା ତାଙ୍କର କୋଦାଳ ଶାବଳ ଆଦି ଚୋରି ବସ୍ତୁ ଗୁଡିକ ।ଏବଂ ମୁଖିଆ କହିଲେ ନେ ମିଟୁ ଭାଇସହ ଲାଗି ଯା.......