Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୋ ଭାଲେଣ୍ଟାଇନ
ମୋ ଭାଲେଣ୍ଟାଇନ
★★★★★

© Bimal Chandra Dixit

Others

2 Minutes   7.5K    11


Content Ranking

ମୋ ଭାଲେଣ୍ଟାଇନ

ବିମଳ ଚନ୍ଦ୍ର ଦୀକ୍ଷିତ

ଆମ ପିଲାବେଳେ ତ ଭାଲେଣ୍ଟାଇନ ଡେ ନଥିଲା । ତେଣୁ ଆଜି ସକାଳୁ ଅଫିସ ଯିବା ଆଗରୁ ଛୁଟି ଦିନଟିଏ ନେବାକୁ ଭାବିଲି । ସ୍ତ୍ରୀଙ୍କୁ ବି ଛୁଟି ନେବାକୁ ଅନୁରୋଧ କଲି ।


- ହଁ ....ଛୁଟି କ'ଣ ପାଇଁ ନେବି ? ଭାଲେଣ୍ଟିଇନ ଡେରେ କିଛି ପ୍ରୋଗ୍ରାମ ଅଛି ନା କ'ଣ ?
- ଆରେ ଛୁଟିରେ ରୁହନା ଦେଖିବାନି । 


ଝିଅ ତାର ୟୁନିଭର୍ସିଟି ଚାଲିଗଲା। ସ୍ତ୍ରୀଙ୍କୁ ସାଙ୍ଗରେ ଧରି ମୁଁ କାର୍ ନେଇ ବାହାରିପଡିଲି । କୁଆଡେ ଯିବି ଜାଣେନା ।


- ଆରେ ! କ'ଣ କିଛି ପ୍ଳାନ ଅଛି ନା ଏମିତି ? ରୋଷେଇ କିନ୍ତୁ ହୋଇନି । ବାହାରେ ଖାଇବାକୁ ପଡିବ । ବୁଝିଲ ତ ! ସ୍ତ୍ରୀ ବ୍ୟସ୍ତ ହୋଇ କହିଲେ।
- ଆରେ ହଁ, ଦେଖ ତ ତୁମକୁ କୁଆଡେ ନେଉଛି !


ମଙ୍ଗଳାଯୋଡି, ଚିଲିକା କୂଳର ଏକ ରମଣୀୟ ସ୍ଥାନରେ ପହଞ୍ଚିଗଲି । ଫଟାଫଟ୍ କାର୍ ରୁ ଓହ୍ଲାଇ ଡଙ୍ଗାଟିଏ ଯୋଗାଡ କରି ସ୍ତ୍ରୀଙ୍କୁ ନେଇ ବସିପଡିଲି । ସତେଯେମିତି ମୁକ୍ତ ବିହଙ୍ଗ ।


*    *    *    *    *


ସାମ୍ନାରେ ନୀଳାମ୍ବୁ ଚିଲିକା...। ଆଉ ତାର ସୁଲୁ ସୁଲୁ ବାଆ । ଆହାଃ... କି ଆନନ୍ଦ... ! ଡଙ୍ଗା ଧିରେଧିରେ ବାହୁଥାଏ ନାଉରୀ । ହଠାତ୍, ହଜାର ହଜାର ପକ୍ଷୀଙ୍କ ଗହଣରେ ମଝି ଚିଲିକାରେ ଆମ ଡଙ୍ଗାଟି ଅଟକି ଗଲା । କ'ଣ ପାଇଁ ମୁଁ ଜାଣିନି । କିନ୍ତୁ ମୁଁ ଏକ ପାଗଳାମି କଲି । ଆଣ୍ଠେଇ ପଡି ମୋ ସ୍ତ୍ରୀଙ୍କ ହାତ ଧରି ହଠାତ୍ କହି ପକାଇଲି,

"ତୁମେ ମୋ ଭାଲେଣ୍ଟାଇନ୍ । ତୁମେ ହିଁ ଥି୍ଲ ଏବଂ ରହିବ ଚିରଦିନ ମୋ ଭାଲେଣ୍ଟାଇନ୍ । There will be nobody except you.”

ବାସ୍ ଏତିକି କହିଛି କି ନାହିଁ ମୋ ସ୍ତ୍ରୀଙ୍କ ଚକ୍ଷୁରୁ ଦୁଇଟୋପା ଲୁହ ଜକେଇ ଉଠିଲା । ନିଶ୍ଚୟ ଆନନ୍ଦରେ । ହଠାତ୍ ବୟସଟା ଆମର ତିରିଶ ବର୍ଷ ପଛକୁ ପଳେଇଲା । ନୈସର୍ଗିକ ଆନନ୍ଦର ମହକରେ ମହକିଲା ଚିଲିକାର ମତୁଆଲା ପବନ। ସତରେ ! ଆମେ ସବୁକ୍ଷଣ ଆନନ୍ଦକୁ ଉପଭୋଗ କରିବାକୁ ଲଜ୍ୟା କ'ଣ ପାଇଁ କରୁ ? ନିର୍ବୋଧ ଆମେ । ତୁମେ, ସମସ୍ତେ । 

 

ଭାଲେଣ୍ଟାଇନ

Rate the content


Originality
Flow
Language
Cover design

Comments

Post

Some text some message..