Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanjit Sahoo

Inspirational

3  

Prasanjit Sahoo

Inspirational

ଅଇଁଠା ପତ୍ର

ଅଇଁଠା ପତ୍ର

1 min
7.2K


ସକାଳୁ ସକାଳୁ ଶାରଳା ଭବନରେ ଭାରି ଭିଡ । ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବାଦ ତରଫରୁ ସମ୍ବର୍ଦ୍ଧିତ କରାଯିବ । ମୁଁ ଆଉ ମୋ' ବାପା ସେଠାରେ ଥାଉ। ନାମ ପଞ୍ଜିକରଣ ସାରି ସମସ୍ତେ ଟିଫିନ୍ ଖାଇବାକୁ ଯାଉଥାନ୍ତି । ସୁନ୍ଦର ଢଙ୍ଗରେ ଖାଦ୍ୟ ପରିବେଷିତ ହେଉଥାଏ । ପୁରି ଡାଲମା ଖାଉ ଖାଉ ଲକ୍ଷ୍ୟ ପଡିଲା କାନ୍ଥକୋଣରେ ନିରୀହ ଦୁଃଖ ଭରା ଭୋକିଲା ଚାହାଣୀରେ ଚାହିଁଥିବା ବୁଢୀ ମା ' ଉପରେ । -; ଆଖିକୁ ଫେରେଇ ପାରୁନଥାଏ । କାହିଁକି କେଜାଣି ବାରମ୍ବାର ଦେଖୁଥାଏ ତାଙ୍କର ନିରୀହତାକୁ ଆଉ ତାଙ୍କ ପାଖରେ ଥିବା ଅଇଁଠା ପତ୍ରଭରା ଟୋକେଇ ଉପରେ । -; କ'ଣ ଏମିତି ଚାହିଁଛୁରେ ବାପା? ପଚାରିଲେ ବୁଢୀ ମା ' ଜଣକ । -; ନାଇଁ କିଛି ନାହିଁ ମା ! ପୁରି ଡାଲମା ଖାଇଖାଇ ମୃଦୁ ସ୍ଵରରେ କହିଲି । -; ଜଣକ ପରେ ଜଣେ ଅନାୟସରେ ଅଇଁଠା ପତ୍ର ଫୋପାଡୁଥାନ୍ତି ଏକ ପାତ୍ର ଭିତରକୁ । -; ସଫାକରି ଗୋଟେଇ ନେଇ ସଜାଡି ରଖୁଥାନ୍ତି ବୁଢୀ ମା 'ଜଣକ । ଏବଂ ଏକା ଏକା ମୁଣ୍ଡରେ ମୁଣ୍ଡେଇ ନେଇ ଯାଉଥାନ୍ତି ଉପର ମହଲାରୁ ତଳ ମହଲାକୁ । -; ନିଜକୁ ରୋକି ନପାରି ତାଙ୍କ ପାଖକୁ ଗଲି । ଆଉ ଧିର କଣ୍ଠରେ ପଚାରିଲି - ମା' ତୁମେ ଏସବୁ କେଉଁଠିକୁ ନେଉଛ । -; ମୁଁ କିଛି କହିପାରିବିନି ବାପା । ଧିର କଣ୍ଠରେ କହିଲେ ବୁଢୀ ମା'ଜଣଙ୍କ । -; ତାଙ୍କ ଆଖିରେ ଜକେଇ ଆସୁଥିବା ଲୁହଧାର ମୋ ଆଖିରେ ଲୁହ ଆଣିବାକୁ ବାଧ୍ୟ କଲା । ବୁଝିପାରୁଥିଲି ତାଙ୍କ ଅସହାୟତାକୁ ନିରବରେ ସଭାଗୃହରେ ଭାବୁଥିଲି ବିଂଶ ଶତାବ୍ଦୀରେ ଏକ ବୁଢୀ ମା'ର ଅଇଁଠା ପତ୍ର ଗୋଟାଇବା କଥା ...........। ପ୍ରସନ୍ନଜିତ ସାହୁ, ନାଉଗାଁ


Rate this content
Log in

Similar oriya story from Inspirational