Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ମାଟି ହାଣ୍ଡି

ମାଟି ହାଣ୍ଡି

2 mins
6.9K



       ଝିଅମାନଙ୍କୁ ମାଟି ହାଣ୍ଡି ବୋଲି କିଏ କହିଲେ ସର୍ବାଙ୍ଗ ଜଳିଯାଏ ମୋର l କିନ୍ତୁ କିଛି କହିପାରେ ନାହିଁ କି କରି ପାରେ ନାହିଁ l ଆଉ ଅଧିକାଂଶ ପୁଅ ନିଜକୁ ପିତ୍ତଳ ହାଣ୍ଡି କହି ଗର୍ବ ଅନୁଭବ କରନ୍ତି l ବାଃ ରେ ନ୍ୟାୟ! ପୁଅଟିଏ ପୁଣି ଯାହା କରିବ କ୍ଷମଣୀୟ l କଣ ନା ପିତ୍ତଳ

ହାଣ୍ଡି l ମାଜି ଦେଲେ ଚକ୍ ଚକ୍ ହୋଇଯିବ l

       : ଆଲୋ ପୁରୁଷ ପିଲା ପିତ୍ତଳ ହାଣ୍ଡି l ମାଜି ଦେଲେ ଚକ୍ ଚକ୍ l ଆଉ ତୁମେ ସବୁ ପରା ମାଟି ହାଣ୍ଡି l ଏତେ ଗର୍ବ କଣ ପାଇଁ ? ଆମ ଘରେ କାମ କରୁଥିବା ଝୁମୁରୀକୁ ସେ ଦିନ କହୁଥିଲା ତା ସ୍ୱାମୀ ମାଧ l

       ମାଧ ମଦ ପିଏ l କୁସଙ୍ଗରେ ପଡି ଅନେକ ଖରାପ କାମ କରେ l ତେଣୁ ଝୁମୁରୀ ତାକୁ ଛାଡିଦେବାର ନିଷ୍ପତ୍ତି ନେଇ ଚାରି ଦିନ ହେଲା ଆମ ଘରେ l ସେ ଦିନ ମାଧ ଆସିଥିଲା ତାକୁ ବୁଝେଇବା ପାଇଁ l ନିଜର କୃତ କର୍ମ ପାଇଁ ଟିକିଏ ବି ଅନୁତପ୍ତ ନ ଥିଲା ସିଏ l ତାର କଥା ଶୁଣି ରାଗରେ ହତଜ୍ଞାନ ହୋଇ ଯାଇଥିଲି ମୁଁ l କିନ୍ତୁ ମୁଁ କିଛି କହିବା ପୂର୍ବରୁ ମୋର ଅଶୀ ପାରି ହୋଇଯାଇଥିବା ମାଆ ଆସି କହିଲା –

“ହଁ ରେ ପୁଅ! ତୁମେ ସବୁ ପିତ୍ତଳ ମାଠିଆ l ଆଉ ଆମେ ସବୁ ମାଟି ହାଣ୍ଡି l ଠିକ୍ କହିଛୁ l ହେଲେ ଏତିକି ମନେ ରଖେ, ସେ ମାଟି ହାଣ୍ଡିଟା ଯଦି ଫାଟି ନଥାନ୍ତା, ତେବେ ତୁ ସୃଷ୍ଟି ହେଇ ନ ଥାନ୍ତୁ କି ଏଠି ଆସି ଏତେ କଥା କହିପାରି ନ ଥାନ୍ତୁ l ତେଣୁ ସମୟ ଅଛି ସୁଧାରି ଯାଆ l ନ ହେଲେ ଯେଉଁ ପ୍ରଳୟ ହେବ, ତୁମ ପରି ପିତ୍ତଳ ହାଣ୍ଡି ସବୁ ଘୋରି ହୋଇ ସରିଯିବାକୁ ସମୟ ଲାଗିବନି l”

ଚୁପ୍ ହୋଇ ଯାଇଥିଲା ମାଧ ଓ ଶାନ୍ତ ହୋଇ ଯାଇଥିଲି ମୁଁ l


·      ଆମ ଗଞ୍ଜାମ୍ ପଟେ ଜେଜେ ମାଆକୁ ମାଆ କୁହନ୍ତି l


Rate this content
Log in

Similar oriya story from Inspirational