Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Tragedy

3  

Shiba Charan Mahapatra

Tragedy

ଏକତରଫା ପ୍ରେମ

ଏକତରଫା ପ୍ରେମ

2 mins
473


ବୁଢି ର ଖୁଁ ଖୁଁ କାଶରେ ନିଦ୍ରା ଭଙ୍ଗ ହେବାରୁ ଘରୁ ବାହାରି ଆସି ଗରଗର ହେଇ ମଧୁ କହିଲା- " ତୁ କେବେ ମରିବୁ କେଜାଣି ?? ନିଜେ ଶୋଉନୁ କି କାହାକୁ ଶାନ୍ତି ରେ ଶୋଇବାକୁ ଦେଉନୁ । କି ପାପ କରିଥିଲୁ ଯେ ନ ମରି ଖାଲି ଘାଣ୍ଟି ହେଉଛୁ । ଯା ସିଆଡେ ବାଡି ପଟେ ଛେପ ଖେଙ୍କାର ପକେଇବୁ । ଶଃ.. ସକାଳଟାରୁ ମୁଣ୍ଡ ଖରାପ କରିସାରିଲାଣି "

ବୁଢି କାଶକୁ ନିଜ ଅକ୍ତିଆରରେ ରଖିବାର ବୃଥା ପ୍ରୟାସ ଜାରି ରଖି ଖୁଁ ଖୁଁ କରି ବାରଣ୍ଡାରୁ ଉଠି ବାଡି ଖଣ୍ଡକ ସାହାଯ୍ୟରେ ବାଡି ପଟକୁ ଚାଲିଗଲା । ମନରେ ତଥାପି ଦୁଃଖର କିଞ୍ଚିତେ ମାତ୍ର ଛାପ ପଡିନଥିଲା । ଇଏତ ତାର ନିତି ଦିନିଆ ଘଟଣା । ବାଡି ପଟ ସବୁଜ କ୍ଷେତ ଏବେ ଅସଜଡା ହେଇ ପଡିଛି ।ମଧୁ ବାପା ଆରପାରିକୁ ଗଲା ଦିନରୁ ସେ ଜମି ଯେମିତି ଏକୁଟିଆ ସେ ବୁଢି ବି ସେମିତି ଏକୁଟିଆ । କେତେଥର ପୁଅକୁ କହିଲାଣି ନିଜେ ଯଦି ଚାଷ ନ କରିବୁ ତାହେଲେ ଟ୍ରାକ୍ଟରରେ କରେଇନେଏ ।ହେଲେ ସିଏ କଉ ଶୁଣିବାକୁ ରାଜି..?କହିବ , " ଏବେ ଚାଷ ତଳେ ବାସ ନାହିଁ.. ଏବେ ସରକାରୀ ଯୋଜନା ଅଛି ତ ବଞ୍ଚିବାର ବାହାନା ବି ଅଛି ।"

ମାଇପି ବୋଲକରା ହେଇ ଗଣ୍ଡେ ଖାଇବାକୁ ଦେଉନି କି ଖଣ୍ଡେ ପିନ୍ଧିବାକୁ ଦେଉନି । ତଥାପି ବୁଢି ମନରେ ନା ଅଛି ଅନୁତାପ ନା କିଛି ଅନୁଶୋଚନା ...ବାସ୍ ପୁଅ -ବୋହୂ ପାଇଁ ଅଜସ୍ର ଆଶୀର୍ବାଦ ଢାଳି ଚାଲିଛି...ସେଥିପାଇଁ ତ ବୁଢି ସବୁ ମାସର ବାର୍ଦ୍ଧକ୍ୟ ଭତ୍ତା ପାଇଲାକ୍ଷଣି ପୁଅ ହାତରେ ଗୁଞ୍ଜିଦିଏ ..ଆଉ ସବୁବେଳେ କହେ-"ତୁ ଭଲରେ ଥାଆରେ ଧନ..."

ହେଲେ କେବେ କେଉଁ ଦିନ ପ୍ରତ୍ୟୁତ୍ତରେ ଭଲ କିଛି ପାଇନି...

ଏଇତ ଧିରେ ଧିରେ ମଧ୍ୟାହ୍ନ ର ଖରା ମଉଳି ଗଲାଣି ..ଏବେ ସଞ୍ଜ ଆସିବାକୁ ତରତର..ଗୋଠରୁ ଗାଇ ଫେରିଲେଣି ..ଗଉଡ ଟୋକାର ବଇଁଶୀ ଟା ଧିରେ ଧିରେ ନିଷ୍ପ୍ରଭ ହେଇ ଯାଉଛି ..ଦୂର ତାଳବଣ ବାହୁଙ୍ଗା କୁ ଚିରି ଦେଇ ଭାସି ଆସୁଛି କେନ୍ଦରା ର ହୃଦୟ ବିଦାରକ ଧ୍ୱନୀ..ଏବେ ଅନ୍ଧାର ଘୋଟିଯିବ..ବୁଢି ର ଅବଶ ଶରୀରଟା ସେଇ ବାଡି ପଛପାଖ ଭଙ୍ଗା ପରିତ୍ୟକ୍ତ କୂଅ ପାଖରେ ପଡି ରହିଥାଏ । ହୁଏତ ଶାନ୍ତିର କେଇଟୋପା ପାଣି ଆଶାରେ କି କଣ..??

×-×-×-×-×-×-×-×-×

ଶିବ ଚରଣ ମହାପାତ୍ର

ଚକ୍ରଧରପୁର : କେନ୍ଦୁଝର


Rate this content
Log in

Similar oriya story from Tragedy