Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lilabati Mohapatra

Inspirational

2  

Lilabati Mohapatra

Inspirational

କଳାଟଙ୍କା

କଳାଟଙ୍କା

4 mins
7.9K


କଳାଟଙ୍କା

                                                              ଲୀଳାବତୀ ମହାପାତ୍ର

ଭ୍ରାମ୍ୟଭାଷା:୦୯୪୩୭୫୦୩୩୯୬

 

          ମାର୍ଗଶିର ମାସ ଶେଷ ଗୁରୁବାର । ଶଙ୍ଖ ହୁଳହୁଳିରେ ପରିବେଶଟି ଏକ ସାତ୍ତ୍ଵିକ ବାତାବରଣ ତୋଳିଧରୁଥାଏ । ଜାଗୁଲୁଜାଗୁଲୁ ଅନ୍ଧାରରୁ ରିୟାକୁ ତା' ବୋଉ ହଲାଇଦେଇ କହିଲେ- "ଝିଅ ଲୋ ! ଉଠ ବାଡ଼ୁଅ ପାଣିରେ ଗାଧୋଇବୁ ।"

          ରିୟା କମ୍ବଳଟିକୁ ମୁହଁ ଯାଏ ଭିଡ଼ିନେଇ ଆଉଟିକେ ସମୟ ଶୋଇବା ପାଇଁ କହିଲା ।

          ତା' ବୋଉ କାନ୍ଦିପକାଇ କହିଲେ- "ଝିଅ ଲୋ ! ଆଜିଠୁ ତୋର ସବୁ ସ୍ୱାଧୀନତା ସରିଗଲା ।" ଝିଅକୁ ଗେଲ କରି ମୁଣ୍ଡ ଆଉଁସିଆଉଁସି ପୁଣି କହିଲେ- "ମୁଁ ଜାଣୁଛି ତୋତେ ଭାରି ହାଲିଆ ଲାଗୁଥିବ । କିନ୍ତୁ ବାଡ଼ୁଅ ପାଣି ପରା କଲି, ଅନ୍ଧାରରୁ ଗାଧୁଅନ୍ତି ।"

          ବୋଉର କଥା ସରିନି, ଖୁଡି, ପିଉସୀ ସମସ୍ତେ ଆସି ରିୟାର ଚାରିପଟେ ବେଢ଼ିଗଲେ । ବାଧ୍ୟ ହୋଇ ରିୟା ଉଠିପଡ଼ିଲା । ନିତ୍ୟକର୍ମ ସାରିବା ପାଇଁ ସ୍ନାନାଗାରକୁ ପଶିଗଲା ।

          ହୁଳହୁଳି ପକାଇ ତା' ବୋଉ ସହିତ ବନ୍ଧୁବାନ୍ଧବମାନେ ତାକୁ ଘର ସାମ୍ନା ଗୋଟିଏ ପାଖକୁ ନେଇଗଲେ । ରଙ୍ଗମାଟିରେ ଲିପା ହୋଇ ସୁନ୍ଦର ଝୋଟି ପଡିଥିବା ସ୍ଥାନରେ ବସାଇ ତା'ଉପରେ କଳସରେ ଥିବା ପାଣି ଢାଳିଲେ । ବହୁ ଜାକଜମକରେ ସଚ୍ଚିକାନ୍ତ ସହିତ ରିୟାର ବିଭାଘର ସରିଗଲା । ଚଳିତ ପ୍ରଥା ଅନୁସାରେ ବାଇଶି ବର୍ଷର ସ୍ନେହ, ମମତା, ତିକ୍ତମଧୁର ସୃତିସବୁକୁ ସାଉଁଟାସାଉଁଟି କରି ରିୟା ଚାଲିଲା ଶାଶୂଘରକୁ । କେତେ ଆଶା, କେତେ ସ୍ୱପ୍ନ, କେତେ କୌତୂହଳରେ ପୁଲକିତ ହୋଇଉଠୁଥାଏ ତା' ଶରୀର ଓ ମନ ।

          ଶାଶୂଘରେ ମଧ୍ୟ ଆଦରର ସହିତ ତାକୁ ସ୍ୱାଗତ କରିଥିଲେ । ଘର ଭିତରେ ପଶି ସମସ୍ତ ରୀତିନୀତି ସମାପ୍ତି ପରେ ଶାଶୂ ତାକୁ ଶଯ୍ୟାଶାୟୀ ହୋଇପଡିଥିବା ଶଶୁରଙ୍କ ପାଖକୁ ନେଲେ । ରିୟାକୁ ଥରିଲା ହାତରେ ତା' ଶଶୁର ‘ସୁଲକ୍ଷଣୀର’ ଆଶୀର୍ବାଦ ଦେଇଥିଲେ ।

          ବୋହୂ ଜୀବନର ସମସ୍ତ ସଣ୍ଠଣାକୁ ଆପଣାଇ ରିୟା ସୁରୁଖୁରୁରେ ତା' ବୈବାହିକ ଜୀବନଯାପନ କରୁଥିଲା । ହଠାତ ଅକାଳ ଚଡକ ପଡିଲା ପରି ମାଘ ମାସ ଏକାଦଶୀ ଦିନ ଶଶୁର ଚିରଦିନ ପାଇଁ ଆରପାରିକୁ ଚାଲିଗଲେ । ଏଥିରେ ରିୟାର ବା କ'ଣ ଦୋଷ ? କିନ୍ତୁ ତାକୁ ଦୋଷୀ କରାଯାଇ 'ଅଲକ୍ଷଣୀ' ବିଶେଷଣରେ ଭୂଷିତ କରାଗଲା ।

          ରିୟା ତା' ନିଜ ପାଇଁ କେବେ ବି ସଚ୍ଚିକାନ୍ତଙ୍କ ନିକଟରେ କୌଣସି ଜିନିଷ ପାଇଁ ଅଳି କରିନି କି ଦାବି କରିନି । ସବୁବେଳେ ସଚ୍ଚିକାନ୍ତଙ୍କ ଆୟ ଅନୁସାରେ ସେ ଚଳିବାକୁ ଚେଷ୍ଟା କରେ । କିନ୍ତୁ ତାଙ୍କ ଶାଶୂଙ୍କର ଫର୍ମାଇଶ ଦିନକୁଦିନ ବଢିବାରେ ଲାଗିଥାଏ । ଘର ସଜେଇବା ନାମରେ ହଜାର ହଜାର ଟଙ୍କାର ଜିନିଷ କିଣି ସେ ଅପବ୍ୟୟ କରୁଥାନ୍ତି । ତା'ପରେ ପୁଣି ଦୁଇଦୁଇଟି ନାତୁଣୀର ଭବିଷ୍ୟତକୁ ନେଇ ସେ ଚିନ୍ତିତ ଥାଆନ୍ତି । ସଚ୍ଚିକାନ୍ତଙ୍କ ଉପରେ ଚାପ ପକାଇକି କୁହନ୍ତି- "ହଁ ମ ! ଆଜିକା ଯୁଗରେ କିଏ ସଚ୍ଚୋଟରେ ଚଳୁଛି ? ସମସ୍ତେ କିଛି ନା କିଛି ଉପୁରି ନେଉଛନ୍ତି । ତା'ଛଡା ଅନ୍ୟମାନଙ୍କ କାମ କରିବା ଦ୍ୱାରା ସେମାନେ ଖୁସିରେ ଯାହା ଦେବେ ତାକୁ କ'ଣ ଉପୁରି କୁହାଯିବ ?” 

          ରିଆକୁ ଏ କଥାସବୁ ଭଲଲାଗେନି । ସେ ସଚ୍ଚିକାନ୍ତକୁ ବୁଝେଇ କୁହେ- "ମାଟିତଳେ ଥିବା ରତ୍ନ, ପୋଥିଗତ ବିଦ୍ୟା, ବାଡ଼ିବାଇଗଣ ଏଗୁଡିକ ବା କି କାର୍ଯ୍ୟରେ ଲାଗିବ ? ଚଳିବାକୁ ଯେତିକି ଦରକାର ତମେ ତ ସେତିକି ରୋଜଗାର କରୁଛ ! ତେଣୁ ସେ ଉପୁରି ଆଣି ଘରେ ସାଇତି ରଖିବା ଦରକାର କ'ଣ ? ଯାହା ଭାଗ୍ୟରେ ଯାହା ଅଛି ସେ ଭୋଗିବ । ଅନ୍ୟାୟ ରାସ୍ତାରେ ପାପଗୁଡିଏ ଅର୍ଜନ କରିବା କ'ଣ ଦରକାର ?"

          ସଚ୍ଚିକାନ୍ତ ଭାବନାରେ ପଡ଼ିଯାଏ । ସେ ଭାବେ ରିୟା ଯାହା କହୁଛି ତାହା ଠିକ । କିନ୍ତୁ ଲୋଭକୁ ସେ ନିୟନ୍ତ୍ରଣ କରିପାରିଲା ନାହିଁ । ଏମିତି ଭାବରେ ପୁଳାପୁଳା ଟଙ୍କା ଯେତେବେଳେ ତା ପକେଟକୁ ଆସୁଛି, ସେ ବା କିପରି ତାକୁ ଉପେକ୍ଷା କରିପାରିବ ? ଆସ୍ତେଆସ୍ତେ ସଚ୍ଚିକାନ୍ତ ଲାଞ୍ଚ ନବାକୁ ଲାଗିଲା । ବିଡାବିଡା ପାଞ୍ଚଶହ ଓ ହଜାରେ ଟଙ୍କିଆ ନୋଟ ଘରେ ଗଦା ହୋଇଗଲା । ଟଙ୍କାଗୁଡିକ ତ ବ୍ୟାଙ୍କରେ ରଖିପାରିବ ନାହିଁ । ଶିକ୍ଷାବିଭାଗରେ କାର୍ଯ୍ୟରତ ଥିବା ସାମାନ୍ୟ କିରଣିଟି ପାଖରେ ଏତେ ଟଙ୍କା କେଉଁଠୁ ଆସିଲା ବୋଲି ଭିଜିଲାନ୍ସ ଧରିବ । କୋଠାଘର ଖଣ୍ଡେ କି କାରଟିଏ ବି କିଣିପାରିଲାନି । ବକ୍ସଟାଇପ ଖଟତଳେ ସମସ୍ତ ଟଙ୍କାକୁ ସାଇତି ରଖିଲା । ଦିନକୁ ଦୁଇଥର ଟଙ୍କାଶଯ୍ୟାକୁ ଦେଖି ପୂଲକିତ ହୋଇଉଠୁଥିଲା । 

          କଞ୍ଚାପଇସା ହାତରେ ପଡିବା ଦ୍ୱାରା ସଚ୍ଚିକାନ୍ତଙ୍କ ଚାରିପାଖେ ମହୁମାଛି ବୁଲିଲା ପରି ଖରାପ ସାଙ୍ଗଗୁଡିକ ପାଖ ଛାଡିଲେନାହିଁ । ଆସ୍ତେଆସ୍ତେ ସଚ୍ଚିକାନ୍ତ ନିଶା ସେବନ କରିବାକୁ ଲାଗିଲା ।  

          ହଠାତ ତା୮.୧୧.୨୦୧୬ ତାରିଖ ଦିନ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଘୋଷଣା କଲେ ତା୯.୧୧.୨୦୧୬ ତାରିଖଠାରୁ ଆଉ ପାଞ୍ଚଶହ, ହଜାର ଟଙ୍କିଆ ନୋଟ ଚଳିବ ନାହିଁ । ଟେଲିଭିଜନର ସବୁ ନିଉଜ ଚାନେଲ ବାରମ୍ବାର ଏଇ ଖବରକୁ ଘୋଷଣା କରୁଥାଏ । ସଚ୍ଚିକାନ୍ତ ଏହା ଶୁଣି ଲଥକିନା ବସିପଡ଼ିଲା । ଏତେ ସହଜରେ ଥାକଥାକ ହୋଇ ସଜା ହୋଇଥିବା ପାଞ୍ଚଶହ ଓ ହଜାରେ ଟଙ୍କିଆ ନୋଟ କାଲି ସକାଳୁ କାଗଜରେ ପରିଣତ ହୋଇଯିବ ?

          ଏସବୁକୁ ହାତେଇବା ପାଇଁ ସେ କେତେ ନିର୍ଲଜ୍ଜ ଭାବରେ ତା ପାଖକୁ କାମ ପାଇଁ ଆସୁଥିବା ଶିକ୍ଷକମାନଙ୍କୁ କହେ- “ଟଙ୍କା ପାଞ୍ଚହଜାର ନଦେଲେ ତୁମର ଟ୍ରାନ୍ସଫର ହବନି । ହଜାରେ ଟଙ୍କା ଦେଲେ ତୁମର ଗ୍ରେଡ଼ପେ ହବ । ପାଞ୍ଚଶହ ଟଙ୍କା ଦେଲେ ତୁମର ଇନକ୍ରିମେଣ୍ଟ ହବ ।“ ଯେଉଁ ଶିକ୍ଷକ ଟଙ୍କା ଦେଇଦିଏ, ତା କାମ ସୁରୁଖୁରୁରେ ହୋଇଯାଏ । ଯିଏ ଟଙ୍କା ଦିଏନାହିଁ, ତାକୁ ଖରାପ ଶିକ୍ଷକ ରୂପେ ସଜେଇ ଅଫିସର କାନରେ ଭର୍ତ୍ତି କରିଦିଅନ୍ତି । ଏତେ ଲଣ୍ଡରଭଣ୍ଡର କରି ଆପଣାଇଥିବା ଅମୂଲ୍ୟ ଟଙ୍କାଗୁଡିକ ଯେ ମୂଲ୍ୟହୀନ ହୋଇଯିବ, ସେ କେବେ ବି ଭାବିପାରି ନଥିଲା  ।

          କଥାରେ ଅଛି- “ଛୋଟ ହେଉକି ବଡ ହେଉ, ଯିଏ ଉଚିତ କଥା କହିଥାଏ, ତା କଥା ମାନିବା ଉଚିତ ।“ ପ୍ରଥମରୁ ରିୟାର କଥା ମାନିଥିଲେ ତାକୁ ଏତେ ହନ୍ତସନ୍ତ ହବାକୁ ପଡ଼ିନଥାନ୍ତା । ସଚ୍ଚିକାନ୍ତ ରିୟାକୁ କଳାଟଙ୍କାଗୁଡିକ ନେଇ କ'ଣ କଲେ ଭଲ ହେବ ବୋଲି ପଚାରିଲା ।

          ରିୟା କହିଲା- “ଯାହାକୁ ଦିଅ, ଯାହା କର, ବିଶ୍ୱନିୟନ୍ତା ଆଖିରୁ କିଏ ପାର କରିପାରିବ ? ଯଦି ମାନ୍ୟବର ପ୍ରଧାନମନ୍ତ୍ରୀ ବିନା ଦଣ୍ଡ, ବିନା କର ଆଦାୟ କରି ଏମିତି କଳାଟଙ୍କାଗୁଡିକୁ ଦେଶର ସୁରକ୍ଷା ବିଭାଗରେ ବିନିଯୋଗ କରନ୍ତେ, ତା’ହେଲେ ସବୁ କଳାଟଙ୍କା ଧଳା ହୋଇ ଦେଶ ବିକାଶପଥରେ ଅଗ୍ରସର ହୋଇପାରନ୍ତା ।

***************


Rate this content
Log in

Similar oriya story from Inspirational