Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Children

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ନୂଆ ବିଦ୍ୟାଳୟରେ ମୀନା

ନୂଆ ବିଦ୍ୟାଳୟରେ ମୀନା

2 mins
7.1K



ଶୁଭନାରାୟଣ ଶତପଥୀ


ମୀନାର ବାପାଙ୍କ ବଦଳି ହେବାପରେ ପରିବାର ସହିତ ନୂଆ ସ୍ଥାନକୁ ଆସିଲେ । ମୀନାର ଏକ ନୂଆ ବିଦ୍ୟାଳୟରେ ନାମ ଲେଖାଇଲେ ତା’ର ବାପା । ମୀନାର ଚତୁର୍ଥ ଶ୍ରେଣୀ ହୋଇଥିବାରୁ ପ୍ରଥମେ ତା’ର ସାଙ୍ଗ , ଶିକ୍ଷକ , ଶିକ୍ଷୟତ୍ରୀମାନଙ୍କ ସହିତ ପରିଚୟ କରାଇଦିଆଗଲା । ମୀନାର ବାପାଙ୍କର ସମୟ ଅଭାବ ଯୋଗୁଁ ମୀନାକୁ ବିଦ୍ୟାଳୟକୁ ନେବା ଓ ଆଣିବା ନିମନ୍ତେ ରାଧୁ ମଉସାଙ୍କୁ ଦାୟିତ୍ୱ ଦିଆଗଲା । ରାଧୁ ମଉସା ହେଉଛନ୍ତି ସେହି ବିଦ୍ୟାଳୟର ସଫେଇ କର୍ମଚାରୀ । ରାଧୁ ମଉସା ମୀନାକୁ ସ୍ନେହ , ଆଦର ମଧ୍ୟ କରନ୍ତି । ସମୟେ ସମୟେ ଚକ୍‌ଲେଟ୍‌ ବି ଦିଅନ୍ତି ।

ଦିନକର କଥା । ମୀନା ଓ ତା’ର ସାଙ୍ଗମାନେ ବିଦ୍ୟାଳୟ ପଡ଼ିଆରେ ଖେଳୁଥାନ୍ତି । ଖେଳସାରି ସମସ୍ତେ ଶ୍ରେଣୀ ଗୃହକୁ ଆସିଲେ । ମୀନା ଶ୍ରେଣୀ ଗୃହକୁ ଆସିବା ସମୟରେ ସେହି ରାଧୁ ମଉସା ମୀନାକୁ ଚକଲେଟ୍‌ଟିଏ ଦେଲେ ଓ ସାଙ୍ଗରେ ଖେଳ ପଡ଼ିଆର ଶେଷ ଆଡକୁ ଡାକିଦେଲେ । ଶ୍ରେଣୀ ଗୃହକୁ ଆସିବା ପରିବର୍ତ୍ତେ ମୀନା , ରାଧୁ ମଉସା ସହିତ କୁଆଡ଼େ ଯାଉଥିବାର ଦେଖିଲା ସୀତା । ପଛେ ପଛେ ଯାଇ ଦେଖେତ ରାଧୁ ମଉସା ମୀନାକୁ ପଡ଼ିଆର ପ୍ରାନ୍ତରେ ଥିବା ଅନ୍ଧାରୁଆ ସ୍ଥାନ ପାଖକୁ ନେଇ ଯାଉଛନ୍ତି । ସୀତା ଦୂରରେ ରହି ଦେଖିଲା ରାଧୁ ମଉସା ମୀନାକୁ ଆଲିଙ୍ଗନ କରୁଛନ୍ତି । ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ବିଷୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ସଚେତନ କରାଯାଇଥିଲା । ଏଣୁ ସୀତା ଜାଣିପାରିଲା ଯେ , ରାଧୁ ମଉସା ଖରାପ ଉଦ୍ଦେଶ୍ୟରେ ମୀନାକୁ ଆଲିଙ୍ଗନ କରୁଛନ୍ତି । ଡେରି ନ କରି ସଙ୍ଗେସଙ୍ଗେ ଦୈଡିଯାଇ ଶ୍ରେଣୀ ଶିକ୍ଷୟତ୍ରୀଙ୍କୁ ଏ ବିଷୟରେ ଜଣାଇଲା ସୀତା । ଶିକ୍ଷୟତ୍ରୀଙ୍କ ସମେତ ବିଦ୍ୟାଳୟର ଅନ୍ୟ କର୍ମଚାରୀ ସେଠାରେ ଆସି ପହଞ୍ଚିଗଲେ । ଦେଖିଲେ ରାଧୁମଉସା ମୀନାର ପାଟିରେ ହାତ ଦେଇ ତାକୁ ଜାବୁଡି ଧରିଛନ୍ତି । ମୀନା ଯେତେ ଛାଟିପିଟି ହେଲେ ମଧ୍ୟ ତାଙ୍କ କବଳରୁ ମୁକୁଳି ପାରୁନାହିଁ । ସମସ୍ତଙ୍କୁ ଦେଖି ରାଧୁ ମଉସା ମୀନାକୁ ଛାଡିଦେଲେ । ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ କରାଗଲା ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଗଲା । ରାଧୁ ମଉସା ପତ୍ର ପାଇଲେ । ମୀନା ବୁଝି ପାରିଲା କୌଣସି ନିକାଞ୍ଚନ ବା ଅନ୍ଧାରୁଆ ସ୍ଥାନକୁ କେହି ଡାକିଲେ ଯିବା ଠିକ୍‌ ନୁହେଁ । ମୀନାର ବାପା ମଧ୍ୟ ବିଦ୍ୟାଳୟ ପର୍ଯ୍ୟନ୍ତ ଯିବା ଆସିବା ଦାୟିତ୍ୱ ଜଣେ ମହିଳା ସହକର୍ମୀଙ୍କୁ ଦେଲେ ଏବଂ ବିଦ୍ୟାଳୟକୁ ଯିବାଠାରୁ ଆସିବା ପର୍ଯ୍ୟନ୍ତ ସବୁ ଘଟଣା ବିଷୟରେ ମୀନା ସହିତ କଥାବାର୍ତ୍ତା ହୋଇ ବୁଝିଲେ । ମୀନା ଏବେ ଖରାପ ଓ ଭଲସ୍ପର୍ଶ ବିଷୟରେ ସଚେତନ ହୋଇ ନୂଆ କରି ନାମ ଲେଖାଉଥିବା ଛାତ୍ରାଛାତ୍ରୀଙ୍କୁ ସଚେତନ କରାଉଛି । ବିପଦରୁ ରକ୍ଷା କରିଥିବାରୁ ଓ ନଜିର ସୁରକ୍ଷା ବିଷୟରେ ବୁଝାଇଥିବାରୁ ସୀତାକୁ ଧନ୍ୟବାଦ ଦେଲା ମୀନା ।


Rate this content
Log in

Similar oriya story from Children