ଜାହାର୍ ଦୁଖ୍ ତାଖେ ଜନା
ଜାହାର୍ ଦୁଖ୍ ତାଖେ ଜନା
କୁକ୍ରା ଡକାନୁ ରମେଶ ବାବୁ ଉଠିକରି ଗାଁର ନୁଏଦ୍ କେ ଗାଧି ଜାଏସନ୍ । ଗାଧିକରି ଆସ୍ଲା ବାଟେ ଗାଁର ମୁଡସାନେ ଥିବାର୍ ପେପଲ୍ ଗଛେ ପାଏନ୍ ଫୁଟେକ୍ ରୁକସନ୍ ଆର୍ ଧରମ୍ କେ ଡାକସନ୍ ମୋର କୁଟୁମ୍ ବାଟୁମ୍ କେ ବନେକରି ରଖିଥା।ରମେଶ ବାବୁ ଖୁବ୍ କହଁଲ୍ ଲୋକ୍ । ମାଛି କେ ମ ଭି ନାଇଁ କହନ୍ ।ସକାଲର୍ ନ ବଜେ ଚା ଫୁଟେକ୍ ଆର୍ ଲିଆ ତିନ୍ ଚାଏର୍ ପସା ଖେଇକରି ଅଫିସ୍ କେ ଜାଏସନ୍ । ରମେଶ ବାବୁ ବଲକ୍ ଅଫିସର୍ କିରାନି । ସବୁ କାମ୍ ସଚ୍ଛୋଟ୍ ନେ କରସନ୍ । ତାକର୍ ଦରମା ମାସକେ ୧୫୦୦୦ ଟଁକା । ସେ ସବୁବେଲେ ନିଜର୍ କାମ୍ କେ ଧ୍ୟାନ ଦେସନ୍ ।ସେ କପଡା ଲତା ଭି ପୁରାନା ଟା ପିନ୍ଧସନ୍, ଫେସନ୍ ହେବାକେ ଆର୍ ସାଙ୍ଗ ସାଥି ସନେ ହୋଟେଲ୍ ,ଭୁଜି ଭାତ୍ ଖାନା ପିନା ଆଦତ୍ ନାଇଁ ଥାଇ ହେତିର୍ ଲାଗି ବଲକ୍ ଅଫିସର୍ ବାକି କିରାନି ମାନେ ରମେଶ ବାବୁକେ ଖୁକି ଖୁକି ବଲି ଚିଡାସନ୍ । ରମେଶ ବାବୁକେ ମଜାକ୍ କରି କହେସନ୍ କେନ୍ତା ହୋ ଆଜ୍ଞା ତମେ ବଲକ୍ ଅଫିସର୍ ବଡବାବୁ ଅ, ଆର୍ ଇ ଫଟା ଟୁଟା ପୁରନା ଜମାନର୍ ଫେସନ୍ ନେ ଅଛ ,ଗେଟ୍ ଅପ୍ ବଦ୍ଲେଇ ଦିଅ ଆର୍ ତରମ୍ ଜୀବନନେ ଇ ପାଏସା କାଏଁ କର୍ ବ ଆଏସ୍ ଆରମ୍ ନେ ମୋଜ୍ ମସ୍ତି କର ।ମାତର୍ ରମେଶ ବାବୁ କାହାର କଥାକେ ନାଇଁ ସୁନନ୍ ଆର୍ କହେସନ୍ ଜାହାର୍ ଦୁଖ୍ ତାଖେ ଜନା । ଦରମା ପଏସା କେବେ ନାଇଁ ପୁରୁଥାଇ ତାକେ । ଅଫିସର୍ ସବୁ କିରାନିମାନେ ଚାହା ଦୋକାନ୍ ନୁ ଚାହା ଅଡର୍ କରିକରି ଦୁଇ ପହର ପିଅନ ମାତର୍ ରମେଶ ବାବୁ ନେଇ ପିଉଥାଇ ସେ ପଏସାକେ ଗୁଟେ କଣି କରିକରି ହେନ ରଖୁଥିଲେ ।
ରମେଶ ବାବୁର ଗୁଟେ ବଲି ପିଲା ଶ୍ରୀକାନ୍ତକେ ଭୁବନେଶ୍ୱରେ ପାଠ ପଢୋଉଥିଲେ । ଭୁବନେଶ୍ୱରେ ପିଲା କେନ୍ତା ବନେ କରି ପାଠ୍ ପଢା ହେତିର୍ ଲାଗି ସବୁ ମାସ୍କେ ମାସ୍ ପୋ ନିକେ ପଏସା ପଠାଉଥିଲେ । ଶ୍ରୀକାନ୍ତକେ କେବେ ପଏସାର୍ ଅଭାବ୍ ନାଇଁ କରୁଥାଇ । ବାକି ପଏସାକେ କେ ରମେଶ ବାବୁ ତାକର୍ କନିଆଁର ଦେହେ ଲାଗି ଓଷୋ ପତର୍ ନେ ସରୋଉଥିଲେ।ହେତିର୍ ଲାଗି ସେ କେଭେଁ ଭି ବାହାରେ ସାଙ୍ଗ ସାଥିମାନଙ୍କର୍ ସନେ ଭୁଜି ଖାନା ପିନା ନାଇଁ କରୁଥାଇ । ଘର୍ ଖୁବ୍ କଷ୍ଟେ ମଷ୍ଟେ ଚଲୁଥିଲା । ରମେଶ ବାବୁର ଗୁଟେ ଚିନ୍ତା ଥିଲା ମୋର ପୋ ବନେ କରି ପାଠ୍ ପଢୁ।ହେତିର୍ ଲାଗି ନିଜେ ପଛେ ନାଇଁ ଖାଇକରି ସବୁ ଟଁକାକେ ଠୁଲ୍ କରି ରଖୁଥିଲେ ।
ଶ୍ରୀକାନ୍ତ ଭୁବନେଶ୍ୱରନୁ ଦିନେ ଗାଁକେ ଆସିଥିଲା । ସେ ଖୁବ୍ ଆଏଜ୍ ଆରମ୍ କରିକରି ରହେସି । ଗାଁର୍ ଚା ଦୁକାନେ ଚାହା ପିଉଥିଲା ଆର୍ ହେନ୍ ତାର୍ ବୁଆର୍ ଅଫିସ୍ ନେ କାମ୍ କରୁଥିବାର କିରାନି ମାନେ ଭି ଥିଲେ । ଜେତେ ବେଲେ ହେ ରାସ୍ତାନେ ରମେଶବାବୁ ଚାଲି ଚାଲି ଜାଉଥିଲେ ସଭେଁ ଖୋକି ଜାଉଛେ କହେଲେ ଆର୍ ମଜାକ୍ କଲେ । ଶ୍ରୀକାନ୍ତ ଜାଣି ପାର୍ଲା ତାର୍ ବୁଆକେ ସଭେଁ ଖୁକି ବଲସନ୍ ବୋଲି ।କେତେ ଦିନ୍ ଗଲା ଉତାରୁ ଫେର୍ ଭୁବନେଶ୍ୱରକେ ଗଲା ପାଠ୍ ଠଢି ।ଭୁବନେଶ୍ୱରେ ଶ୍ରୀକାନ୍ତ ତାର୍ ଜନମ୍ ଦିନ୍ ହୋଟଲ୍ ଆଲିସାନ୍ ନେ ମନାବାକେ ତାର ବୁଆକେ ଫୋନ୍ କଲା ଆର୍ ଟଂକା ୧୫୦୦୦ ପଠାବାକେ କହେଲା । ରମେଶ ବାବୁର୍ ସାହାଁ ନାଇଁ ଖେଟ୍ଲା ତାକର୍ ପାସେ ଗୁଟେ ମାସର୍ ଦରମା ଖାଲି ୧୫୦୦୦ ଟଁକା ଅଛେ । ଶ୍ରୀକାନ୍ତ କେ କେବେ କେନ୍ ଥି ମନା ନାଇଁ କରି ଥାଇ ଇ ଥର ତାର୍ ପାସେ ପଏସା ନାଇଁନା ବୋଲି ଜନମ୍ ଦିନ୍ ହେତେ ଜାକ୍ ଜକମ୍ ନେ ମନାବାର୍ ଲାଗି ମନାକଲା ଆର୍ କହେଲା ବାବୁ ଟଁକା ୫୦୦୦ ଟଁକା ନା ଆର୍ ମନ୍ଦିର୍ ନେ ଭୋଗ୍ ଭୁଗା ଗୁଟେ ଦେଇଦେବୁ ବୋଲି କହେଲେ । ଏ କଥା ସୁନିକରି ଶ୍ରୀକାନ୍ତ ରିସ୍ମି ହେଇଗଲା ଆର୍ କହେଲା ସତେ ବାପା ଲୋକ୍ ମାନେ କହେସନ୍ ପୁରାପୁରି ସତ୍ ଆଏ ତୁମେ ବହୁତ ଖୁକି ଆଏ । ପୁରା ଥାଡ୍ କ୍ଲାସ୍ ବାଗିର କାମ୍ କରସନ୍ ।ମକେ ତମର୍ ବାବୁ ବୋଲି ଲୋକର୍ ସାମ୍ମାନେ କହେବାକେ ଲାଜ୍ ଲାଗ୍ସି । ଇ ସମିଆନେ ରମେଶର୍ ଆଖିନୁ ଲୁହୁ ଗଦେଇ ହେଉଜାଉଥିଲା ଆର୍ ଟୁଣୁଁ ପଦେକ୍ ଭି କଥା ନାଇଁ ବାହାର୍ଲା ।ପଛେ ବେଙ୍କ କେ ଗଲା ଆରୁ ଶ୍ରୀକାନ୍ତ ପାସ୍କେ ୧୫୦୦୦ ଟଁକା ପଠାଇଦେଲା ।ହେନ୍ ଶ୍ରୀକାନ୍ତ ଧୁମ୍ ଧାମ୍ ରେ ଜନମ୍ ଦିନ୍ ମନାଲା ଆର୍ ସବୁ ଟଁକାକେ ମଦ୍ ମଉସେ ସରିକରି ଆରକର୍ ଦିନ ଫେର୍ ଘରକେ ପଲାଇ ଆସ୍ଲା ।
ଦିନେକ୍ ଶ୍ରୀକାନ୍ତର୍ ମାଆ ପେଟ୍ ଦରଦ୍ ନେ ଗର୍ଲୁଛେ । ରମେଶ ବାବୁ ଅଫିସ୍ ନୁ ଆସ୍ଲେ ଆର୍ ଦେଖ୍ଲେ । ହସପତାଲ୍ ନେବାର୍ ବେବସ୍ଥା କରବାକେ ପଏସା ପତର୍ ଖୁଜି ଦେଖ୍ଲେ ଜେ ତାକର୍ ସାର୍ଟ ମୁନାନୁ ୪୦୦ ଟଁକା ଗୁଟେ ବାହାର୍ଲା । ୪୦୦ ଟଁକାନେ ଗାଡିଗୁଟେ ଭଡାକରି ପାସର୍ ହସପତାଲକେ ନେଲେ । ଡାକ୍ଟର୍ ଦେଖ୍ଲା ଆର୍ କହେଲା ବୁଢୀର୍ ପେଟେ ଏପେନଡିସାଇଟ୍ ଅଛେ ଅପରେସନ୍ କବାକେ ପଡବା ଆର୍ ବୁର୍ଲାକେ ନେବାକେ ପଡବା ,ଖରଚା ୧୦୦୦୦ ଟଁକା ଲାଗବା ।ରମେଶ ବାବୁ ଉପେ ନାଇଁ ଦିସ୍ଲା ଫେର୍ ତାକର୍ ସୋର୍ ପଡଲା ସେ ଚା ପିଆ ଖରଚାକେ ବଚତ୍ କରି ରଖୁଥିବାର୍ କଣି । ହେଟାକେ ଶ୍ରୀକାନ୍ତ କେ ଆନବାକେ କହେଲେ ଆର୍ ଦେଖ୍ଲେ ସେନ୍ ୭୦୦୦ ଟଁକା ଅଛେ । ପରେ ବୁଢୀର ଟଁଟିନେ ଥିବାର୍ ସୁନା ଚେନ୍ କେ ଖୁଲିକରି ଶ୍ରୀକାନ୍ତକେ ବିକି ଆନବାକେ କହେଲେ । ଶ୍ରୀକାନ୍ତ ସୁନା ଦୁକାନନୁ ବିକିକରି ୫୦୦୦ ଟଁକା ଆନ୍ଲା ଆର୍ ସବୁ ପାଏସାକେ ଗୁଟେ ଜାଗାନେ କଲେ ଆରୁ ବୁର୍ଲାଗଲେ ।ହେନ ଶ୍ରୀକାନ୍ତ ର ମାଆର ଅପରେସନ୍ କରାହେଲା। କଷ୍ଟେ ମଷ୍ଟେ ସେ ବନେ ହେଲେ ।ଇ ସବୁ କଥାକେ ଦେଖିକରି ଶ୍ରୀକାନ୍ତ ବୁଆର୍ ଦୁଖ୍ ଜାନି ପକାଲା ଆର୍ ବୁଆ ମାଁ ର ପାହାଁ ତଲେ ପରିକରି ଜୁହାର୍ କଲା, ମାଫି ମାଗ୍ଲା । ଫେର୍ କେତେ ଦିନ୍ ଉତାରୁ ଭୁବନେଶ୍ୱର ଗଲା ଆର୍ ହେନ ମନ୍ ଦେଇକରି ପଢାପଢି କଲା ।ବନେ ବଡ ଅଫିସର୍ ଗୁଟେ ହେଲା ।ଶ୍ରୀକାନ୍ତ ତାର୍ ମା ବୁଆ ସନେ ମିଲିଜୁଲି କରି ଖୁସିନେ ରହେଲା ।
ଡିସମ୍ୱର ମେହେର
ଗଣ୍ତାବାହାଲି ,ନୂଆପଡା