Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

4.9  

Writer Roja Panda

Inspirational

କିଡନାପର

କିଡନାପର

3 mins
731


ରୋଜା ପଣ୍ଡା

ଥରେ ସୋନିଆ ସ୍କୁଟି ନେଇ କୌଣସି ଏକ ଜରୁରୀ କାମରେ ବାହାରକୁ ଯାଉଥିଲା । ସେତେବେଳକୁ ଦିନ ପ୍ରାୟ ଦୁଇଟା ହେବ । ଖରାଦିନ ହେଇଥାଏ । ବାହାରେ ମୁଣ୍ଡଫଟା ଖରା । ହଟାତ ଚାରି ପାଞ୍ଚ ଜଣ ଲୋକ ମୁହଁରେ କଳା କପଡା ବାନ୍ଧି ସୋନିଆର ସ୍କୁଟି ସାମ୍ନାରେ ଅଟକିଗଲେ । ସେମାନଙ୍କ ଭିତରୁ ଜଣେ ଦୁର୍ବୁତ୍ତ ସୋନିଆର ସ୍କୁଟି ପଛପଟେ ବସି ସୋନିଆ ପିଠିରେ ଏକ ଲମ୍ବା ଛୁରୀ ଲଗାଇ ଗାଡି ଆଗକୁ ନେବାକୁ ଇଙ୍ଗିତ କଲା । ସୋନିଆ ହଟାତ ଏପରି ଏକ ଡରାବନା ପରିସ୍ଥିତିରେ କଣ କରିବ କିଛି ଚିନ୍ତା କରିପାରିଲାନାହିଁ । ଏପଟେ ଛୁରୀର ଧାରୁଆ ମୁନ ତା ପିଠିକୁ ଜୋରରେ ଆଘାତ କରୁଥାଏ । ସେ ବାଧ୍ୟ ହୋଇ ସେଇ ଦୁର୍ବୁତ୍ତ ମାନଙ୍କ କଥା ମାନି ତାଙ୍କ ଦ୍ୱାରା ପରିଚାଳିତ ହୋଇ ଗାଡି ଏକ୍ସିଲେଟର ଆଗକୁ ମୋଡ଼ିଲା । କିଛି ବାଟ ଗଲାପରେ ସେମାନେ ଏକ ଭଙ୍ଗା ଘର ସାମ୍ନାରେ ଗାଡି ରଖିବାକୁ ଇଙ୍ଗିତ ଦେଲେ । ଏବଂ ସୋନିଆ ପିଠିରେ ଛୁରୀ ଲଗେଇ ତାକୁ ସେଇ ଭଙ୍ଗା ଘର ଭିତରକୁ ନେଇଗଲେ । ସେଠାରେ ସେଇ ଦୁର୍ବୁତ୍ତମାନେ ସୋନିଆ ଆଖିରେ କଳାପଟି ବାନ୍ଧି ଏକ ଭଙ୍ଗା ଚେୟାରରେ ବସାଇଦେଲେ ।

କିଛି ମୁହୂର୍ତ୍ତରେ ଏମିତି ଏକ ଅଘଟଣ ଘଟିଯିବ ତାହା ସୋନିଆ କଳ୍ପନାରେ ବି ଭାବିନଥିଲା । ଘରେ ତାକୁ ସମସ୍ତେ ଖୋଜୁଥିବେ । ବହୁତ ବ୍ୟସ୍ତ ହେଉଥିବେ । ଏମିତି ଭାବୁ ଭାବୁ ହଟାତ କାହାର କଣ୍ଠସ୍ୱର ଶୁଭିଲା,"ଏ ତୋ ଘରକୁ ଫୋନ କର ଆଉ ତତେ ଏଠୁ ନେବାକୁ ହେଲେ ୫୦,୦୦୦ ଟଙ୍କା ନେଇ ଆସିବାକୁ କହ" ।

ସୋନିଆ ସେଇ ସ୍ୱର ଶୁଣି ଚକିତ ହେଇଗଲା । ସେ କଣ୍ଠସ୍ୱର ଜଣେ ଝିଅର ସ୍ୱର ଥିଲା । ଆଉ ମାତ୍ର ୫୦୦୦୦ ଟଙ୍କା ପାଇଁ କିଡନାପ ! ଓଃ କି ଅକଥନୀୟ ଘଟଣା ।

ସୋନିଆର ଫୋନରୁ ସେମାନେ ସୋନିଆ ଘରକୁ ଫୋନ ଡାଏଲ କଲେ । ଫୋନ ରିଙ୍ଗ ହେଲା । ସୋନିଆକୁ ଫୋନରେ ଟଙ୍କା ମାଗିବାକୁ କହିଲେ ।

ସୋନିଆ ତା ସ୍ୱାମୀଙ୍କୁ ଫୋନରେ କହିଲା ," ମୋ ବ୍ଲୁ ବ୍ୟାଗରେ ଗୋଟେ ବହି ଅଛି । ବହିର ଅଣଚାଶ ପୃଷ୍ଠାକୁ ଭଲରେ ଦେଖିବ, ସେଇ ପୃଷ୍ଠାରେ ୫୦୦୦୦ ଟଙ୍କା ଅଛି । ଠିକ ଭାବରେ ଦେଖି,ପରଖି ସେଇ ଟଙ୍କାକୁ ଆଣି ମତେ ମୁକୁଳାଇନେବ ।

ଚାବି ତୁମ ପଢା ଘର ଟେବୁଲରେ ପ୍ରଥମ ବହିର ପ୍ରଥମ ପୃଷ୍ଠାରେ ଅଛି । ଯୋଉଟା ମୁଁ କାଲି ତୁମକୁ ଦେଖାଉଥିଲି । ଆଉ ହଁ ଟିକେ ଶେଷ ବହିଟିକୁ ନଜର କରିବ । ଆସିଲାବେଳେ ସାଙ୍ଗରେ ମୋର ଶେଷ ଉପନ୍ୟାସଟା ନେଇଆସିବ" ।

କିଡନାପରମାନେ ଖୁସିରେ ନାଚିବାକୁ ଲାଗିଲେ । ଟଙ୍କା ମିଳିଯିବ ଖୁବ ସହଜରେ ଆଉ ଏ ଝିଅ ଫୋନରେ କଥାହେବା ସମୟରେ କିଛି ଚାଲାକି ବି କରିନି । ତେଣୁ ଧରା ପଡିବାର କିଛି ଚାନ୍ସ ବି ନାହିଁ ।

କିଛି ସମୟ ଅପେକ୍ଷାର ଅନ୍ତରେ ସେଇ ଭଙ୍ଗା ଘର କବାଟ ଠକ ଠକ ହେଲା । କିଡନାପରମାନେ ଆନନ୍ଦରେ କବାଟ ଖୋଲିଲେ । ସାମ୍ନାରେ ସୋନିଆର ସ୍ୱାମୀ ଡାକ୍ତର ସୌମ୍ୟ । ଗୋଟେ ହାତରେ ବ୍ଲୁ ରଙ୍ଗର ବ୍ୟାଗ । ଟଙ୍କା ବ୍ୟାଗ ବୋଧେ । ଆର ହାତରେ ଗୋଟେ ବ୍ଲାଙ୍କେଟ । କିଡନାପରମାନେ ବ୍ୟାଗଟି ଛଡେଇନେଇ ଖୋଲିପକାଇଲେ । ବ୍ୟାଗ ଖୋଲିବା କ୍ଷଣି ସଙ୍ଗେ ସଙ୍ଗେ ଶହଶହ ମହୁମାଛି ସେଇ କିଡନାପରମାନଙ୍କୁ ଗୋଡେଇ କାମୁଡିବାରେ ଲାଗିଲେ । ସେତେବେଳକୁ ଡାକ୍ତର ସୌମ୍ୟ ଓ ସୋନିଆ ସେଇ ବ୍ଲାଙ୍କେଟ ସାହାଯ୍ୟରେ ନିଜକୁ ସୁରକ୍ଷା ଦେଇସାରିଥିଲେ ।

ମହୁମାଛିଙ୍କ ଭୟରେ କିଡନାପରମାନେ ଘର ବାହାରକୁ ଦୌଡ଼ି ପଳାଇଲେ । ଘର ବାହାରେ ପୋଲିସ ଜଗିଥିଲେ । ସେଇ କିଡନାପରମାନଙ୍କୁ ପଳେଇଯାଉଥିବାର ଦେଖି ସମସ୍ତଙ୍କୁ ଆରେଷ୍ଟ କଲେ ଏବଂ ମୁହଁରେ ଥିବା କଳା କପଡାମାନ ଖୋଲିଦେଲେ ।

ସେମାନଙ୍କୁ ଦେଖି ସୋନିଆ ଆଶ୍ଚର୍ଯ୍ୟ ହେଇଗଲା । କିଡନାପରମାନେ ସମସ୍ତେ ଝିଅ ଥିଲେ ଓ ସୋନିଆର ଖୁବ ପାଖାପାଖି ସାଙ୍ଗ ଥିଲେ ।

ଟଙ୍କା ଲୋଭରେ ସୋନିଆକୁ କିଡନାପ କରିଥିଲେ ।

ଆରେଷ୍ଟ ହେଲାପରେ ସେମାନେ ସୋନିଆକୁ ପ୍ରଶ୍ନକଲେ ଯେ ପୋଲିସ ଏସବୁ କେମିତି ଜାଣିଲେ ଆଉ ଏ ମହୁମାଛି ଡ୍ରାମା ।

ସୋନିଆର ସ୍ୱାମୀ ଏହା ଶୁଣି ଉତ୍ତର ଦେଲେ , ସୋନିଆ ଫୋନରେ କହିଲା "ମୋ ବ୍ଲୁ ବ୍ୟାଗରେ ଗୋଟେ ବହି ଅଛି । ବହିର ଅଣଚାଶ ପୃଷ୍ଠାକୁ ଭଲରେ ଦେଖିବ, ସେଇ ପୃଷ୍ଠାରେ ୫୦୦୦୦ ଟଙ୍କା ଅଛି । ଠିକ ଭାବରେ ଦେଖି,ପରଖି ସେଇ ଟଙ୍କାକୁ ଆଣି ମତେ ମୁକୁଳାଇନେବ" । ମୁଁ ତା କଥା ଅନୁସାରେ ବ୍ୟାଗ ଖୋଲି ଗୋଟେ ବହି ପାଇଲି,ବହିର ଅଣଚାଶ ପୃଷ୍ଠାରେ କିଛି ଟଙ୍କା ନଥିଲା ,ଗୋଟେ ଗପ ଥିଲା ,ଯାହାର ନାଁ ଥିଲା "ଲେଡି କିଡନାପର" । ମୁଁ ଜାଣିଲି ଯେ ସୋନିଆକୁ ଲେଡି କିଡନାପରମାନେ କିଡନାପ କରିଛନ୍ତି ।

ତାପରେ ସୋନିଆ କହିଲା ଯେ ," ଚାବି ତୁମ ପଢା ଘର ଟେବୁଲରେ ପ୍ରଥମ ବହିର ପ୍ରଥମ ପୃଷ୍ଠାରେ ଅଛି । ଯୋଉଟା ମୁଁ କାଲି ତୁମକୁ ଦେଖାଉଥିଲି" । ମୁଁ ଯାଇ ପଢା ଘର ଖୋଜି ସେ ଇଙ୍ଗିତ କରିଥିବା ବହିର ପ୍ରଥମ ପୃଷ୍ଠା ଦେଖିଲି ସେଥିରେ କିଛି ଚାବି ନଥିଲା ,ଥିଲା ଏକ ଗଳ୍ପ ଯାହାର ନାମ ଥିଲା " ପ୍ରପର ୱେ ଟୁ କ୍ୟାଚ ଦ କିଡନାପର" । ସେ ଗଳ୍ପଟି ପଢି ମୁଁ ସମ୍ପୂର୍ଣ୍ଣ ଭାବେ ତୟାର ହେଇ ଏଠିକୁ ଆସିଲି ।

ସୋନିଆ ଫୋନରେ କହିଥିଲା ଯେ ," ଆଉ ହଁ ଟିକେ ଶେଷ ବହିଟିକୁ ନଜର କରିବ " ଶେଷ ବହିଟିର ନାମ ହେଉଛି ,"ଆଇ ଆମ ଏ ବ୍ରେଭ ଗାର୍ଲ"। ଏଥିରୁ ଜାଣିଲି ଯେ ସୋନିଆ ସାହସର ସହିତ କିଡନାପରମାନଙ୍କୁ ଭୟ ନକରି ଠିକ ଅଛି ।

ଶେଷରେ ସୋନିଆ କହିଥିଲା ," ଆସିଲାବେଳେ ସାଙ୍ଗରେ ମୋର ଶେଷ ଉପନ୍ୟାସଟା ନେଇଆସିବ" । ସୋନିଆର ଶେଷ ଉପନ୍ୟାସର ନାମ ହେଉଛି " ପୋଲିସ" । ସେଥିପାଇଁ ମୁଁ ସାଙ୍ଗରେ ପୋଲିସ ନେଇ ଆସିଲି ।

କିଡନାପରମାନେ ସୋନିଆ ଆଉ ତା ସ୍ବାମୀଙ୍କ ଉପସ୍ଥିତ ବୁଦ୍ଧି ଓ ଚାଲାକ ପଣିଆ ସାମ୍ନାରେ ମୁଣ୍ଡ ନୂଆଇଁଲେ । ଏତିକି ସାଧାରଣ କଥାରେ ଏତେ ଲଜିକ ଦେଖି ସେମାନେ ଆଶ୍ଚର୍ଯ୍ୟ ହେଇ ଚାହିଁରହିଥିଲେ ସେ ଦୁହିଁଙ୍କୁ ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟନା

କଟକ


Rate this content
Log in

Similar oriya story from Inspirational