Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
★★★★★

© Jaya Krishna Meher

Inspirational

4 Minutes   7.8K    18


Content Ranking

ଗ୍ରୀଷ୍ମ ଋତୁର ସଂଧ୍ୟା ବେଳ । ସୂର୍ଯ୍ୟାସ୍ତ ହେବାର ପ୍ରାୟ ଘଣ୍ଟାଏ କାଳ ହୋଇଥାଏ। କିଟି କିଟି ଅନ୍ଧାର ହେବା ସହ ଆଖିକୁ ଝାପସା ଝାପସା ଦିସୁଥାଏ ପିଚୁ ରାସ୍ତା ର ଦୁଇ କଡରେ ଥିବା ଦୃଶ୍ଯରାଜି ସବୁ । ପ୍ରଶାନ୍ତ ଗୋଟିଏ ପଟେ ଭଙ୍ଗା ପୋଡାଳ ଥିବା ବଡ ସାଇକେଲଟି ରେ ଚଢି ଅଣ୍ଟା କୁ ଏପଟ ସେପଟ କରି ଗୁଣୁଗୁଣୁ ହୋଇ ଆଗକୁ ଆଗକୁ ମାଡି ଚାଲୁଥାଏ ।  

           

ସେଦିନ ତାର ବାପା କୌଣସି ଏକ କାର୍ଯ୍ୟରେ ଭୁବନେଶ୍ବର ଯାଊଥାନ୍ତି । ଘରେ ଖୁଚୁରା ଟଙ୍କା ନ ଥିବାରୁ ପାଞ୍ଚ ଶହ ଟଙ୍କିଆ ନୋଟଟିଏ ଦେଇ ପାଖ ସହର ବଙ୍ଗୋମୁଣ୍ଡାକୁ ଖୁଚୁରା ଅତିଶୀଘ୍ର ଆଣିବା ପାଇଁ ପଠାଇ ଥାନ୍ତି। ତେଣୁ ତରବର ହୋଇ ଖୁଚୁରା ଟଙ୍କାକୁ ହାପ ପ୍ୟାଣ୍ଟ ମୁଣାରେ ପୁରାଇ ଚାଲିଥାଏ। ମଝିରେ ମଝିରେ ପ୍ୟାଣ୍ଟ ମୁଣାରେ ହାତ ମାରୁଥାଏ।

 ଜଣେ ଅଚିହ୍ନା ଲୋକଟିଏ ରାସ୍ତାର ଗୋଟିଏ କଡରେ ଲମ୍ବା ଲମ୍ବା ପାଦ ପକାଇ ଚାଲିଥାଏ। ବ୍ୟକ୍ତି ଟି ଦେଖିବାରେ ପ୍ରାୟ ତିରିଶ ରୁ ଚାଲିଶ ବୟସ ମଧ୍ୟରେ ହେବ । ତାର ମୁଁହ ଟା କଦର୍ଯ୍ୟ ଦେଖା ଯାଉଥିଲା। ତା  ହାତରେ ଥିଲା ସିମେଣ୍ଟ ପ୍ୟାକେଟ ରେ ତିଆରି ମୁଣିଟିଏ । କିଛି ଜିନିଷ ଭର୍ତ୍ତିକରି କରି ହାତରେ ଧରି ଚାଲୁଥିଲା । ସେ ମଧ୍ୟ ତରବରିଆ ଭାବରେ ଯାଉଥିଲା। ମଝିରେ ମଝିରେ ପଛପଟକୁ ଓଲଟି ଦେଖୁଥିଲା । ପ୍ରାୟତଃ ସଂଧ୍ୟା ସମୟରୁ କଣ୍ଟାବାଞ୍ଜି ରୁ ଖରିଆର ଯିବାପାଇଁ ବସ ଚାଲୁ ନ ଥାଏ । ତାକୁ ଲାଗୁଥିଲା ସେ ତାର ଗାଁ କୁ ଯାଉଛି ଏବଂ ଲିଫ୍ଟ ର ଅପେକ୍ଷା ରେ ପଛକୁ ବାରମ୍ବାର ଅନାଉଥିଲା । ସେତେ ବେଳକୁ ତାର ସାଇକେଲ ଟି ଲୋକଟିର ପାଖାପାଖି ହୋଇଥାଏ ।

 ବ୍ୟକ୍ତି ଟି ପ୍ରଶାନ୍ତ ଯିବାର ଦେଖି ଅଟକାଇ ପଚାରିଲା " ବାବୁ ତମେ ଆଗକୁ ଯିବକି ମୋତେ ଏଇନେ ଟିକେ ଆଗରେ ଛାଡିଦେବ । "

 - ନା ' ନା ଆଗକୁ ଯାଉ ନାହି । ଏଇଟା ହିଁ ଆମ ଗାଁ ( ବାମ ପଟକୁ ଦେଖାଇ ) 

- ମୋର ମୁଣ୍ଡ ଟା ଠିକ ନାହିଁ ବାବୁ । ତମର ଧରମ ହେବ ଆଗକୁ ଟିକେ ଛାଡି ଦେବ ।

ତାର ମନରେ ଟିକେ ଦୟା ଭାବ ଆସିଲା । ତଥାପି ଟିକେ ଦ୍ୱନ୍ଦରେ ମଧ୍ୟ ପଡିଗଲା କଣ କରିବି ବୋଲି। କିଛି କହିବା ପୁର୍ବରୁ ଅଚିହ୍ନା ବ୍ୟକ୍ତି ଟି ସାଇକେଲ ଆଗରେ ବସାଇ ଚଲାଇବା ଆରମ୍ଭ କରି ଦେଇଥିଲା । କିଛି ଦୂର ଅତିକ୍ରମ କରିବା ପରେ ପ୍ରଶାନ୍ତ ଅଚିହ୍ନା ବ୍ୟକ୍ତି କୁ କହିଲା  " ଡେରି ହୋଇଯିବ ମୁଁ ଏଠାରୁ ଯାଉଛି କହିଲା। "    ହେଲେ ତାର ପ୍ରତ୍ୟୁତ୍ତର କିଛି ମିଲିଲା ନାହିଁ। କିଛି ଦୂର ଅତିକ୍ରମ କଲାପରେ...

ତୁମର ନାଁ କଣ ପ୍ରଶାନ୍ତ ପଚାରିଲା

- ତେଜରାଜ ସାହୁ 

- ତୁମ ଗାଁ ? 

- ବିରିପାଲି ,ମୋ ମୁଣ୍ଡ ଠିକ ଭାବରେ କାମ କରେ ନାହିଁ ବାବୁ ।

 - କାହିଁକି ? କଣ ହେଇଛି କି ?

- ହଁ ମୋ ସହ ଆମର ପଡୋଶୀ ସହ ଝଗଡ଼ା ହେବାରୁ ମୋତେ ଗୁଣିଗାରେଡି କରି ଦେଇଛନ୍ତି। ଭଳ ହେବା ପାଇଁ ଅନେକ ଟଙ୍କା ପଇସା ଖର୍ଚ୍ଚ ହେଲାପରେ ମଧ୍ୟ ଠିକ ହେଉ ନାହିଁ। 

- ତ .. ତ.. ମ ..କୁ ଏବେ ଭୁତ ସବାର ହୋଇନି ତ ? 

- ନା ଏବେ କିଛି ହୋଇନି ଭଲ ଅଛି ।

- ତମେ ଏଠାରୁ ଯାଇ ପାରିବ ତ ?

  - ହଁ ହେଲେ ଏକାକୀ ନୁହେଁ । କେତେବେଳେ କଣ ହୋଇଯିବ ବୋଲି  ମତେ ଡର ଲାଗୁଛି ।

- ସାଙ୍ଗ ମାନଙ୍କ ଠାରୁ ଶୁଣିଥିଲି ଯେ , ହନୁମାନ ପୂଜା କଲେ  ଗୁଣିଗାରେଡି ର ପ୍ରଭାବ ପଡେନି । 

 - ହଁ ଠିକ ଅଛି ସେୟାବି କରିକି ଦେଖିବି । 

- ଏଠାରୁ ତମେ ଆଉ କାହାକୁ ଲିଫ୍ଟ ନେଇ ଯାଅ । (ଟିକିଏ ଚିନ୍ତା ଗ୍ରସ୍ତ ହୋଇ କହିଲା ) 

- ଆଉ ଟିକିଏ ଦୂର ଯିବା ଏଇନେ ତ ପାଖେଇ ଆସିଲାଣି ।

- ଠିକ ଅଛି । ତମକୁ ଡର ଲାଗୁଛି କି  

- ହଁ 

- ତମେ ଗାୟତ୍ରୀ ମନ୍ତ୍ର ଜପ କରି କରି ଚାଲିଯିବ। ଆମ କ୍ଲାସ ର ରୋହିତ କହୁଥିଲା କୁଆଡେ ଗାୟତ୍ରୀ ମନ୍ତ୍ର ଜପ କଲେ ଭୁତ ତପ୍ରେ ପାଖକୁ ଆସନ୍ତି ନାହିଁ। 

 - ହଁ ଠିକ୍ ଅଛି। ଏଠାରୁ ଆମ ଗାଁ ଅଳ୍ପ ଦୂର । ଏଠାରୁ ଚାଲିଯିବି ।

(ତାପରେ ଦୁହେଁ ସାଇକେଲରୁ ଓଲ୍ଲାଇଲେ । )

- ଏଠାରୁ ଯାଇ ପାରିବ ?

- ହଁ, ହେଲେ ...

- ତମର କିଛି ହେବନି ,ନିଅ ଏହି ହନୁମାନ ଲକେଟ ଟା ( ବେକରୁ କାଢି ତାକୁ ଦେଇ ଦେଇ ) ।

- ଏଟା କଣ କରିବି ?

- ତୁମେ ଜାଣି ନ କି ? ଏହା ପିନ୍ଧିଥିଲେ ଭୁତ ପ୍ରେତ ସହ ଲଢିବାକୁ ସାହସ ମିଲିଥାଏ ।

- ହଁ ଠିକ ଅଛି । 

ତାପରେ ସେ ସାଇକେଲଟିକୁ ଧରାଇଦେଇ ବିଦାୟ ନେଇ ଚାଲିଗଲା । 

ସେ ଅଚିହ୍ନାବ୍ୟକ୍ତିଟି ଚାଲିଯିବା ପରେ ପ୍ରଶାନ୍ତର ଅକଲ ଗୁଡୁମ । ଦେଖିଲା ଚାରିଆଡକୁ କିଛି ଦେଖାଯାଉନି । ସମୟ ଦେଖିଲା ଆଠଟା ପ୍ରାୟ ହେବାକୁ ବସିଲାଣି।ତାକୁ ବି ଭୁତ ପେତଙ୍କୁ ଡର । ନିଜର ହନୁମାନ ଲକେଟଟାକୁ ବି ଦେଇ ଦେଇଛି । ତା ଉପରେ ଘର କଥା ମଧ୍ୟ ମନେପଡିଲା ବେଲକୁ କି କର୍ତ୍ତବ୍ୟ ବି ମୁଢ ପ୍ରାୟ ହୋଇ ଯାଉଥିଲା। ତା ପରେ ସେ ଗାୟତ୍ରୀ ମନ୍ତ୍ର ଜପ କରି କରି ଆଗକୁ ଧୀରେ ଧୀରେ ଅଗ୍ରସର ହେଲା । ପ୍ରଥମ ଥର ପାଇଁ ଅନ୍ୟ କାହାକୁ ସାହାଯ୍ୟ କରିଛି ବୋଲି ମନେ ମନେ ଖୁସି ହେବା ସହ ନିଜ ପ୍ରତି ଗର୍ବ ଅନୁଭବ ମଧ୍ୟ  କରୁଥିଲା । 

 ଯେମିତି ସେମିତି କରି ଘରେ ହାଜର ହେଲା ପରେ ଦେଖିବାକୁ ପାଇଲା ଯେ , ମାଆ ରାଗରେ ପଞ୍ଚମ ହୋଇଯାଇଥାନ୍ତି। ତାକୁ ଖାଇବାକୁ ପଡିଲା ଗାଲି ମିଶା ମାଡ । ହେଲେ ଘରର କାହାକୁ କିଛି କହିଲା ନାହିଁ। ଭାତ ଖାଇଦେଇ ଚୁପଚାପ ସିଧା ଶୋଇପଡିଥିଲା । ସକାଳେ ସ୍କୁଲ ଯିବାବେଲେ ରାସ୍ତା ରେ ଦେଖିବାକୁ ପାଇଲା ସେହି ଅଚିହ୍ନା ବ୍ୟକ୍ତିଟି ଆଜି ଚିହ୍ନା ଚିହ୍ନା ଲାଗୁଥିଲା। ତାକୁ ପୋଲିସ ହାତକଡି ପକାଇ କୁଆଡେ ନେଇ ଯାଉଥିଲା। ପାଖ ପାନ ଦୋକାନ ରେ ବସିଥିବା ଶ୍ୟାମ ଅଜାଙ୍କୁ ପଚାରିଲା " ଅଜା ସେ ଲୋକଟାକୁ ପୋଲିସ କାହିଁକି ବାନ୍ଧି ନେଉଛି ? 

- ଆରେ ତୁ ଏଠି କଣ କରୁଛୁ ? ସେ ଲୋକ ଗୋଟେ ଦୁର୍ଦାନ୍ତ ଚୋର , ବହୁତ ଦିନରୁ ପୋଲିସ ଖୋଜୁଥିଲା । କାଲି ମଧ୍ୟ ଦିନ ବେଲା ରାସ୍ତାରେ ଅଟକାଇ ଜଣକୁ ଛୁରାମାଡ କରି ଟଙ୍କା ଲୁଟି ନେଇଥିଲା । ଆଜି ସେ ନିଜେ ଆସି ପୋଲିସ ପାଖରେ ଆତ୍ମସମର୍ପଣ କରିଛି । 

ଅଜାଠାରୁ ଶୁଣିବା ପରେ  କାଲିର ଘଟଣା ଆଖି ସାମ୍ନାରେ  ଜଳଜଳ ହୋଇ ଦେଖାଯାଉଥିଲା। ତାର ଦେହ ଶୀତେଇ ଉଠୁଥିଲା। ତାର ପାଟି ଅଧା ଖୋଲାହୋଇ ନିର୍ବାକ ଭାବେ ଅନାଇ ରହିଥିଲା ଅଜାଙ୍କର ମୁହଁକୁ । ତା ମନରେ ଉଙ୍କି ମାରୁଥିଲା କେତେକ ପ୍ରଶ୍ନ। ମୋ ପାଞ୍ଚ ଶହ ଟଙ୍କା ଓ ସାଇକେଲ ଲୁଟି ନ ଥିଲା କାହିଁକି? ଆଜି ସକାଳେ ଆତ୍ମସମର୍ପଣ କଲା କାହିଁକି? ଏପରି କେତେ ଗୁଡିଏ ପ୍ରଶ୍ନ ..........

                     ଜୟକୃଷ୍ଣ ମେହେର 

                       ଗୋହିରାପଦର  

                        ବଲାଙ୍ଗୀର     

                    9938822205

ଅଚିହ୍ନା ମଣିଷ ଗାଁ ଭୁତ

Rate the content


Originality
Flow
Language
Cover design

Comments

Post

Some text some message..