Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational

1.8  

Rasmi Rekha Tripathy

Inspirational

ଜାତି

ଜାତି

1 min
14.1K



       : ତୁମେ ତା ଜାତିରୁ କଣ ପାଇବ ମୋତେ କହିଲ ? ଜାତି ଏହି ମଣିଷ ହିଁ ସୃଷ୍ଟି କରିଛି l ରୋଷେଇ ଘରକୁ ଯିବନି କି ଠାକୁର ଘରକୁ ଯିବନି l ଅନ୍ୟ ସବୁ କାମ କରିବାରେ କିଛି ଅସୁବିଧା

ନାହିଁ l

       ନାନୀ ! ତୁମର ଏହି କଥା ପଦକ ମୋତେ ସାହସ ଦେଇଥିଲା ଚମ୍ପିକୁ କାମରେ ରଖିବା

ପାଇଁ l ସତ କଥା କହିଥିଲ ନାନୀ ତୁମେ l ତା ଜାତିରୁ ମୋତେ କଣ ମିଳିବ ? ମୋ ଦୁର୍ଦ୍ଦିନରେ ସିଏ ଭଗବାନ ହୋଇ ଠିଆ ହୋଇଛି ମୋ ପାଖରେ l ତା ଦରମା ବାଦେ ଶହେ ଟଙ୍କା ଅଧିକା ନେଉଛି l ସବୁ କାମ କରିଦେଉଛି ନାନୀ l କୋଉ ଦିନ ବି ଛୁଟିରେ ରହୁ ନାହିଁ l କହୁଛି, ‘ତୁ ଛୋଟିଟା l ମୁଁ ନ ଆସିଲେ ହଇରାଣ ହେବୁ l ଭଗବାନ୍ ମୋତେ ଦଣ୍ଡ ଦେବେ, ତୋ ପାଖକୁ ନ ଆସିଲେ’ l ଖାଇବା ପାଇଁ ଲାଳସା ଅଛି l ଖାଇ ଖାଇ କେତେ ଖାଇବ ? ଭୋକର ରୂପଟା କେତେ ଭୟଙ୍କର ଏଇଠି ଦେଖି ପାରିଲି ନାନୀ l ସବୁଠାରୁ ବଡ କଥା ହେଲା ବିଶ୍ୱସ୍ତ ସେ l ସରକାର ସେମାନଙ୍କ ପାଇଁ କଣ କଣ ଯୋଜନା କରିଛି ସେ ଜାଣିନି କି ଜାଣିବାକୁ ଚାହୁଁନି l ହକ୍ କାମ କରିବ, ପଇସା ନେବ l ଆଉ ସବୁଠୁ ମଜା କଥା କଣ ଜାଣିଛ ନାନୀ ? ଯେଉଁମାନେ ମୋତେ ବାରଣ କରୁଥିଲେ ତାକୁ କାମରେ ରଖିବା ପାଇଁ (କେବଳ ତା ଜାତି ପାଇଁ), ଆଜି ସେମାନେ ବି ତାକୁ ଡାକିଲେଣି ସେମାନଙ୍କ ଘରେ କାମ କରିବାକୁ l ହା ହା ହାl

       ଫୋନରେ ହସିଲା ସୀମା l ମୁଁ ବି ହସିଲି ସେହି ରୂପ ବଦଳାଉଥିବା ଲୋକମାନଙ୍କର କଥାକୁ ଶୁଣି l


Rate this content
Log in

Similar oriya story from Inspirational