Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

3  

Prasant Kumar Nath

Inspirational

ବୁଢା ବରଗଛ

ବୁଢା ବରଗଛ

3 mins
674


କାହିଁ କେତେ କାଳରୁ ଗାଁର ମୁଣ୍ଡରେ ଠିଆ ହୋଇଥିଲା ଏକ ବୁଢ଼ା ବରଗଛ । ବିଶାଳ ଚେର ଆଉ ଓହଳ ବିଶିଷ୍ଟ ଏହି ବରଗଛଟି କେତେ କାହିଁ ପଶୁ ପକ୍ଷୀଙ୍କ ବାସଗୃହ ସାଜିଥିଲା । ଗଛର କୋରଡରେ ପଶୁମାନେ ଯେମିତି ନିଜ ପାଇଁ ଏକ ସୁରକ୍ଷିତ ଘର ତିଆରି କରି ଦେଇଥିଲେ । ଗଛରେ ପ୍ରତି ଡାଳରେ ପକ୍ଷୀ ମନେ ବସା ବାନ୍ଧି ରହିଥିଲେ । ସକାଳ ଆଉ ସଞ୍ଜରେ ପକ୍ଷୀ ମାନଙ୍କ ସୁମଧୁର ସ୍ୱରରେ କମ୍ପି ଉଠୁଥିଲା ଆଖ ପାଖର ଏରିଆ । ବର୍ଷା ହେଲେ କଲେଜ ଛୁଆ ମାନେ ସେହି ଗଛ ତଳେ ବର୍ଷା ଦାଉରୁ ରକ୍ଷା ପାଇବା ସହିତ ପ୍ରେମଳାପ କରୁଥିଲେ । ଖରାଦିନେ ବାଟୋଇ ମାନଙ୍କୁ ଅଂଶୁଘାତରୁ ରକ୍ଷା କରୁଥିଲା ଏହି ବରଗଛ ।। କୃଷକ ଭାଇଟି ନିଜର ଚାଷ କାମ ସାରି ଏହି ଗଛ ମୂଳରେ ନିଜର ଥକ୍କା ମେଣ୍ଟାଇଥିଲା । ଅନେଶତ ମସିହାର ବାତ୍ୟା କି ୨୦୧୪ର ହୁଡ଼ ହୁଡ଼ କିଛି ବି ପ୍ରଭାବ ପକେଇ ପରି ନଥିଲା ତା ଉପରେ । ସେମିତି ଠିଆ ହୋଇ ରହିଥିଲା ଏକ ଶକ୍ତ ପ୍ରାଚୀର ଭଳି । ବନ୍ୟା ଆସିଲେ ପଶୁ ପକ୍ଷୀ ଙ୍କ ବସା ଭଳି ମଣିଷ ମାନେ ମଧ୍ୟ ସେହି ଗଛ ଉପରେ ମଞ୍ଚା ବାନ୍ଧି ରୁହନ୍ତି । ଖରାଦିନେ ଗାଈ ଗୋରୁ ମନେ ମଧ୍ୟ ସେଇଠି ବିଶ୍ରାମ ନିଅନ୍ତି ।ମୋଟ ଉପରେ କହିବାକୁ ଗଲେ ସମସ୍ତଙ୍କ ସୁଖ ଦୁଃଖର ସାଥି ଥିଲା ଏହି ବୁଢ଼ା ବରଗଛଟି।

ସବୁ ଗାଁକୁ ପକ୍କା ସଡକ ନିର୍ମାଣ କରାଯାଉଥିଲା । ରାସ୍ତା ଗୁଡିକୁ ସମ୍ପ୍ରସାରଣ କରି ଚଉଡା କରାଯାଉଥିଲା । ରାସ୍ତା କଡରୁ ଗଛ ଗୁଡିକ କଟା ଯାଉଥିଲା । ରାସ୍ତା କଡରେ ଥିବା ଘର ଗୁଡିକୁ ମଧ୍ୟ ଭାଙ୍ଗି ଦିଆ ଯାଉଥିଲା । ସେହି ଗାଁରେ ପଦନା ସାହୁର ଘର । ପଦନା ସାହୁ ବହୁତ ଗରିବ । ୟା ତା ଘରେ ମୁଲ ଲାଗି ଚଳେ । ଚାଳ ଛପର ବିଶିଷ୍ଟ ମାଟି କାନ୍ଥରେ ତିଆରି ତାର ଘରଟି କାହିଁ କେତେ ବର୍ଷରୁ ରାସ୍ତାକୁ ଲାଗି ଠିଆ ହୋଇଥିଲା । ଘରଟି ଭାଙ୍ଗିଗଲେ ସେ ରହିବ କେଉଁଠି । ଯେହେତୁ ସରକାରଙ୍କ ନିୟମ ତାକୁ ଭାଙ୍ଗିବାକୁତ ପଡିବ । କିନ୍ତୁ ସମସ୍ତେ ମନା କରୁଥିଲେ ସେହି ବୁଢା ବରଗଛଟି ଭାଙ୍ଗିବା ପାଇଁ । ସେଥିପାଇଁ ଗାଁରେ ବହୁତ ଥର ଏ ନେଇ ଆଲୋଚନା ମଧ୍ୟ କରା ଯାଇଛି । ସମସ୍ତଙ୍କର ଗୋଟିଏ କଥା ଗଛଟି କଟା ଯିବ ନାହିଁ । ବହୁତ ଥର ଠିକାଦାର ଡୋଜର ଆଣି ଫେରେଇ ନେଲାଣି । ଗାଁ ଲୋକମାନେ ଜଗି ରହୁଛନ୍ତି । ସମସ୍ତଙ୍କର ଏକା ଜିଦ ଆମ ଗାଁକୁ ରାସ୍ତା ନହେବ ନାହିଁ ହେଲେ ଗଛଟି କଟା ଯିବ ନାହିଁ । ଏମିତିକି ପଦନା ସାହୁ ନିଜ ଘର ଭାଙ୍ଗିବାକୁ କୁଣ୍ଠାବୋଧ କରୁନଥିବା ବେଳେ ସେହି ଗଛ ମୂଳେ ଜଗି ରହୁଥିଲା ଗଛ ନକଟିବା ପାଇଁ । ନିଜ ଘର ଠାରୁ ଯେମିତି ସେହି ଗଛଟିରେ ଅଧିକ ମାୟା ଲାଗିଥିଲା ତା ପାଇଁ । ଆଉ ଠିକାଦାରଙ୍କୁ କହୁଥିଲା ମୋ ଘର ଭାଙ୍ଗି ଦିଅ ମୁ ଏହି ଗଛ ମୂଳେ ରହିଯିବି କିନ୍ତୁ ଏ ଘରଟି ଭାଙ୍ଗିଦେଲେ ମୁଁ କେଉଁଠି ରହିବି ।

ସେଦିନ ରାତି ପହିଲା ବେଳକୁ ପକ୍ଷୀ ମନେ କିଚିରି ମିଚିରି ଶବ୍ଦ କରି ଏଣେ ତେଣେ ଉଡି ବୁଲୁଥିଲେ । ସତେ ଯେମିତି ସମସ୍ତେ କାନ୍ଦି ଦୁଃଖରେ ଆଖିରୁ ଲୁହ ଝରାଇ ବହୁନି ହେଉଛନ୍ତି । ଗାଁ ଲୋକ ମାନେ ଖବର ପାଇ ଧାଇଁ ଗଲେ ଗାଁ ମୁଣ୍ଡ ସେହି ବରଗଛ ପାଖକୁ । ସେଠାରେ ପଡି ରହିଥିଲା କାହିଁ କେତେ ପଶୁ ପକ୍ଷୀଙ୍କ ମର ଶରୀର । ଯେଉଁମାନେ ସେହି ଗଛରେ ନିଜର ଆଶ୍ରୟସ୍ଥଳୀ ବନେଇଥିଲେ । ଆଉ ଯେତେକ ବଞ୍ଚି ରହିଥିଲେ । ନିଜର ପରିବାର ବର୍ଗଙ୍କ ପାଇଁ ଯେମିତି ଆଖିରୁ ଲୁହ ଝରାଉ ଥିଲେ । ଖାଲି ସେମାନେ କାହିଁକି ସବୁ ଗ୍ରାମବାସୀଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସୁଥିଲା । ସମସ୍ତେ ରାଗରେ ଗର ଗର ହେଉଥିଲେ କିନ୍ତୁ ସେତେବେଳକୁ ଠିକାଦାର ନିଜର କାମ ସାରି ଚାଲି ଯାଇଥିଲେ କେଉଁଆଡ଼େ । ଗ୍ରାମ ବାସୀ ମାନେ ରାଗରେ ଯେମିତି ନିଆଁ ହୋଇ ଯାଇଥିଲେ । ସେହି ଦିନ ଠୁଁ ଠିକାଦାର ଆଉ କେବେ ସେଠାକୁ ଆସିବାକୁ ସାହସ କରିନି । ଆଜିବି ସେହି ବୁଢା ବର ଗଛଟି ସେମିତି ଭଙ୍ଗା ହୋଇ ପଡି ରହିଛି ସେଇଠି । ଆଉ ରାସ୍ତା କାମ ଯେମିତି ଥିଲା ସେତିକିରେ ସେମିତି ଅଛି । ଆଉ ସେହି ବୁଢା ବରଗଛଟି ଆଜି ମୃତ ଅବସ୍ଥାରେ ମଧ୍ୟ ପୁଣି ଅନେକ ପକ୍ଷୀଙ୍କ ପାଇଁ ବାସସ୍ଥାନ ହୋଇ ପଡି ରହିଛି ।

*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର, ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର


Rate this content
Log in

Similar oriya story from Inspirational