Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭଉଣୀ,ଭାଇ-ମୁଁ ତୋ ସାଥିରେ ଅଛି
ଭଉଣୀ,ଭାଇ-ମୁଁ ତୋ ସାଥିରେ ଅଛି
★★★★★

© Manoj Kumar Panda

Others

5 Minutes   261    10


Content Ranking

ସେହି ମାନଙ୍କ ପାଇଁ ଏ ଗଳ୍ପ ଯେଉଁ ମାନେ ନିଜ ଭାଇ ଭଉଣୀ ପାଇଁ ସମୟ ଦେଇ ଏଡ଼େ ବଡ ଗଳ୍ପ କୁ ପଢି ଭାଈ/ଭଉଣୀ ଙ୍କୁ ସେୟାର କରିପାରିବେ । ଆଉ କହିପାରିବେ ମୁଁ ତୋ ସୁଖ ଦୁଃଖରେ ଅଛି । କେବଳ ଭାଇ ଓ ଭଉଣୀ ର ଗଳ୍ପ ନୁହେଁ  । ଏକ ଝିଅ ର ମହତ୍ୱ ଲୁଚି ରହିଛି ।

ବାହାଘର ର 4 ବର୍ଷ ପରେ ଶାଶୂଘରେ ଭଉଣୀ ଚାହିଁ ରହିଥାଏ ଭାଇ ର ଆସିବା ବାଟକୁ ହେଲେ ଭାଇ ଆସିଲା ନାହିଁ । କଣ ପାଇଁ ଆସିଲାନି ଭାଇ ?

ଚାଲ, କାହାଣୀ ର 10 ବର୍ଷ ପୂର୍ବକୁ ଯିବା । ସୁରେଶ ଆଉ ସୀତା ଭାଇ ଭଉଣୀ ଥିଲେ । ଘରକୁ କିଛି ଖାଇବା ଜିନିଷ ଆସିଥାଏ ବୋଉ ସମସ୍ତଙ୍କୁ ଭାଗ କରି ଜିନିଷ ରଖିଥାଏ ଆଉ ସୁରେଶ ପାଇଁ କିଛି ଅଧିକା ରଖିଥାଏ  ।

ସୀତା- ବୋଉ ତାକୁ ଅଧିକ ଦେଇଦେଲୁ ।

ସୁରେଶ - ତୁ ଦିନ କୁ ଦିନ ପୋଟଳ ହେଇଗଲୁଣି  ।

ସୀତା - ତୋର କଣ ଗଲା ବେ  ।

ସୁରେଶ- ମୋ ଇଛା  । ମୋ ପାଟି ମୁଁ କହିବି । ସୀତା ତା ପିଠି ଗୋଟେ ଦୁମ କରି ବସେଇ ଦେଲା  । ସୁରେଶ ସୀତା ର ହାତ କୁ ମୋଡି ପଛ କୁ ହାତ ଜୋର ସେ ଧରି ଥାଏ । ମୋଟୀ ମାରିଲୁ କଣ ଵେ ମତେ ।

ସୀତା - ମୋ ଇଛା ମୋ ହାତ  ।ମୁଁ ଯୋଉଠି ବି ବସେଇ ପାରିବି  ।

ସୁରେଶ - ଏଥର ବଜା ।

ସୀତା- ବୋଉ ଦେଖୁଛୁଣା ତୋ ପୁଅ ମୋ ହାତକୁ ପଛରେ ଭାଙ୍ଗି ମତେ ପୋଟଳ କହି ଚିଡ଼ଉଛି  ।

ବୋଉ - କଣ ପାଇଁ ଝଗଡା ଲାଗିଛ ? ଏତେ ଝଗଡା ହେଲା ପରେ ବି ସୁରେଶ ସୀତା ପାଇଁ ତା ଭାଗରୁ କିଛି ରଖିଦେଇଘାଏ  । ଏ କଥା ବି ଜାଣିଥାଏ ତା ଭାଇ ତାକୁ ବହୁତ ଭଲପାଏ  । କିଛି ସମୟ ପରେ ପୁଣି ଥରେ ଝଗଡା

ସୁରେଶ - ବେ ଏଟା ମୋ ଘର  ।ମୁଁ ଯାହା କହିବି ସେଇଆ ହେବ  ।

ସୀତା - ଘର କରିଥିଲୁ ବହୁତ ଫୁଟାଣି ମାରୁଛୁ । ଶୁଣୁ ତତେ ବୋଉ ବେଶୀ ଭଲପାଏ ବୋଉ ତୋର  । ମତେ ବାପା ବେଶୀ ଭଲପାନ୍ତି  । ବାପା ମୋର

ଏ ଘର ମୋ ବାପା କରିଛନ୍ତି ସେଥିପାଇଁ ମୋର  ।

ସୁରେଶ - ଚୁପ ବେ  । ତୋ ବାହାଘର ସାରିଲେ ସେଇଟା ହେବ ତୋ ଘର ।

ସୀତା -ମୁଁ ଏ ଘରୁ ଭାଗ ନେବି  ।

ସୁରେଶ - ମୁଁ ଦେଲେ ତ  । ହା ହା ହା  । ଏମିତି ଥିଲା ତାଙ୍କର ଝଗଡା ଆଉ ଭଲପାଇବା । ତୁ ମୋର ଗୋଟେ କାମ କରିଦେବୁ  ।ମୁଁ ଗୋଟେ ଝିଅ କୁ ଭଲପାଉଛି ତାକୁ ବିବାହ କରିବାକୁ ଘରେ ବାପା ବୋଉ ରାଜି ହେବେନି ସେ ଅନ୍ୟ ଜାତି ର  । ତୁ ଟିକେ ବାସ ବୁଝେଇଦେବୁ ବାପାବୋଉ ଙ୍କୁ  ।

ସୀତା- ତୁ ଏମିତି ଭୁଲ କରନି  ।

ସୁରେଶ-ମୁଁ ତା ବିନା ବଂଚି ପାରିବିନି  ।

ତା ପର ଦିନ

ସୁରେଶ ମନ୍ଦିର ରରେ ବିବାହ କରି ଘରକୁ ବୋହୁ କୁ ନେଇକି ଆସିଲା  ।

ବାପା - ତୁ ଏ କଣ କଲୁ  । ଆମ କଥା ଟିକେ ବି ଭାବିଲୁନି  । ଏମିତି ବହୁତ କିଛି ବାପା ଆଉ ବୋଉ ସୁରେଶ କୁ ଗଳି ଦେଲେ  । ଭଉଣୀ ସୀତା ବାପା ବୋଉଙ୍କ ରାଗ ଶାନ୍ତ କରିବାରେ ଲାଗିଲା ଆଉ ସେଥିରେ ସଫଳ ବି ହେଲା  ।

କିଛି ଦିନ ପରେ

ବାପା ବୋଉ ରାଗ କୁ ଭୁଲି ବୋହୁ କୁ ନିଜର କଲେ  । ହେଲେ ଭାଉଜ ସବୁବେଳେ ସୀତା ଉପରକୁ ହିଂସା କରେ ଆଉ ତାକୁ କାମ ବହୁତ ବରାତ କରେ  । ଆଉ ମାନେ ମାନେ ଗଳି ବି ସୀତା କୁ ଦେଉଥାଏ  ।

କିଛି ଦିନ ପରେ

ବାପା ବୋଉ ଏକ ଦୁର୍ଘଟଣାରେ ଦୁନିୟା ଛାଡିଯାନ୍ତି  । ଭାଇ ର ଏତିକି ରୋଜକାର ଘର ଚାଲିବ କଷ୍ଟ କର ହେଇପଡୁଥାଏ  । ଭାଉଜ ସବୁ ରାଗ ନଣଦ ସୀତା ଉପରେ ସୂଜାନ୍ତି  । ଆଉ ଛୋଟ ବଡ କଥା ବି କୁହନ୍ତି  । ସୀତା ବି କଣ ବା କରିପାରିବ ବାପା ମା ତ ଛାଡି ଚାଲିଗଲେ  । ଭାଇ କୁ ଯଦି ନିଜ ଦୁଃଖ ବିଷୟରେ କହିବ ତ ଭାଉଜ ଭାଇ ଭିତରେ ଝଗଡା ହେବ  । ସେଥିପାଇଁ ସୀତା ସବୁକିଛି ସାହିଯାଏ

କିଛି ବର୍ଷ ପରେ....

ଭଉଣୀ ର ବାହାଘର ଠିକ ହେଇଯାଇଥାଏ  । ଭାଇ ଓ ଭଉଣୀ ଭିତରେ ଝଗଡା ଆଉ ହେଉନଥାଏ  ।

ସୁରେଶ - ଓଃ ହୋ ଗୋଟେ ଟେନସନ ଯିବ । ହେଲେ ଏଥର ସୀତା ତା ସହ ଝଗଡା ନକରି ଆଖି ରୁ ଲୁହ ଝରାଇ  ।

ସୀତା - ହଁ ମୁଁ ତ ତୋର ଶତ୍ରୁ  । କୋଉ ଭାଇ ଆଵା ଭଉଣୀ ର ଲୁହ କୁ ଦେଖି ପାରିବ  ।

ସୁରେଶ- ଛୋଟ ପିଲାଙ୍କ ଭଳି କାନ୍ଦୁଛୁ କଣ  । ପାଗିଳି ଟା ଶୁଣ ଗୋଟେ ପ୍ଲାନ ତୋ ସ୍ଵାମୀ ଘର ଜୋଇଁୟାଁ କରିଦେବା  । ଆଉ ତୋର ଦିନ ସାରା ଝଗଡା ଲାଗିବ  । ହେଲେ ଏମିତି ମନ ଗଢା କଥାରେ କଣ ଭଉଣୀ ବୁଝିପାରିବ  ।

ଭାଉଜ- ନିଜ କୁ ନିଅଣ୍ଟ ପର କୁ ବାଣ୍ଟ । ତମେ ଶୀଘ୍ର ସୀତା ର ବାହାଘର କରିଦେଲା  ।

ସୁରେଶ- ହଁ କରିଦେବା  । କିଛି ଦିନ ପରେ ସୀତା ର ବାହାଘର ହେଇଗଲା  ।

ସୁରଭି (ଭାଉଜ)-ରମୁଁଣ୍ଡ ରୁ ଯେମିତି ଗୋଟେ ବଡ ବୋଝ ହଟିଗଲା  ।

କିଛି ଦିନ ପରେ ସୁରଭି ର ପିଲା ପିଲି ହେବାର ଥିଲା  ।

ସୁରେଶ - ତମେ ଘର କାମ କରିପାରିବା ପରିସ୍ଥିତିରେ ନାହଁ  । ତୁମ ।  ବାପ ଘରୁ କାହାକୁ ଡାକୁନା  ।

ସୁରଭି- କିଏ ଆସିବ  । ମୋ ଭଉଣୀ ପରା ଏ ବର୍ଷ ବାହା ହେଇଯାଇଛି । ତୁମ ଭଉଣୀ କୁ ଡାକୁନା ।

ସୁରେଶ- ମୋ ଭଉଣୀ କଣ ବାହା ହେଇନି  ।

ସୁରଭି-ମୁଁ ସେ ହୁନି । ଭାଇ ସୁରେଶ ସୀତା କୁ ତା ଶାଶୁ ଘରୁ କିଛି ମାସ ପାଇଁ ଆଣିଲା ଆଉ ସୀତା ଭାଉଜଙ୍କ ପରିସ୍ଥିତି ଦେଖି ସବୁ କାମ କରିଲା  ।

କିଛି ଦିନ ପରେ ଭାଉଜ କନ୍ୟା ସନ୍ତାନ ଜନ୍ମ ଦେଲେ  । ଭାଇ ର ଇଛା ଆଉ ସ୍ୱପ୍ନ ଥିଲା ପୁଅ ଟେ ହେଉ ସେହି ଟେନସନରେ ସବୁବେଳେ ରହିଲେ  ।

ଭଉଣୀ ବୁଝେଇବାକୁ ଗଲା ହେଲେ ଭାଇ ରାଗରେ କଣ କହିଦେଲା  । ଭଉଣୀ କାନ୍ଦି କାନ୍ଦି ଶାଶଘର ଚାଲିଗଲା ।

କିଛି ଦିନ ପରେ

ଭଉଣୀ ଅପେକ୍ଷା କରି ରହିଥାଏ ରଜ ସଂକ୍ରାନ୍ତିରେ ଭାଇ ର ଆସିବା ବାଟ କୁ ହେଲେ ତା ଭାଇ ଆଉ ନିଜର ହେଇକି ନାହିଁ ଭାଉଜ ର କଥାରେ ଏବେ ଭାଇ  । ସୁରଭି ଭାଇ ମନରେ ହିଂସା ଆଉ ଧନ ସରିଯିବା ର ଭୟଅଛି  ।

ରାତି ହେଇଗଲା ହେଲେ ଭାଇ ଆସିଲା ନାହିଁ ସୀତା ତା ଶାଶୂଘର ଲୋକ କୁ କିଛି ପଇସା ଦେଇ କହିଲା ମୋ ଭାଇ ପଠେଇଛି  ।

କିଛି ଦିନ ପରେ

ରାଖୀ ପୁର୍ଣିମାରେ ଭଉଣୀ ଭାଇ ପାଖକୁ ଗଲା

ସୀତା (କାନ୍ଦିକି)- ଭାଇମୁଁ କଣ ଏ ଘର ର ଭାଗ ନେଇଯାଉଥିଲି ତୁ ଟିକେ ଭାବିଲୁନି ଏ ଭଉଣୀ କଥା  ।ମୁଁ କଣ ତୋ ରଜ ଭାର କୁ ଅପେକ୍ଷା କରିଥିଲି ଜେ ତୁ ଆସିଲୁନି  ।

ସୁରେଶ- ଝିଅ ହେବା ରାଗରେ ତତେ କଣ କହିଦେଲି ବୋଲି ତୁ କାହାକୁ କିଛି ନଜଣେଇ ପଳେଇଲୁ  । ଝିଅ ହେଲା ବୋଲି ତୋ ମନ ଦୁଃଖ  ।

ମୁ ଯଦି ଝିଅ ନହେଇ ପୁଅ ହେଇ ଥାନ୍ତି  । କଣ ତୁ ଭାଉଜ ଙ୍କୁ ବାହା ହେଇ ପାରିଥାନ୍ତୁ  । କଣ ଭାଉଜ ଙ୍କୁ କାମ ନକରେଇ କଣ ତୁ ଘର ର ସବୁ କାମ କରିପାରଥାନ୍ତୁ  । ଭାଉଜ ସୁରଭି ତା ଭୁଲ ବୁଝି ପାରିଲା ଯୋଉଠି ନିଜ ଭଉଣୀ ତା ଶାଶୂଘର ଛାଡି ଆସିପାରିଲାଣି ସେଠି ନଣନ୍ଦ ତା କୁ ସାହାଯ୍ୟ କରିବାକୁ ଆସିଲା  ।

ସୁରଭି-ମୁଁ ତୁମ ପ୍ରତି ବହୁତ ଅନ୍ୟାୟ କରିଛି  । ମତେ କ୍ଷମା କରିଦେବ ସୀତା  ।ମୁଁ ତୁମ ଭାଇ ଭଉଣୀଙ୍କ ଭିତରେ ଫାଟ ସୃଷ୍ଟି କରିଛି  । ଶେଷରେ ଭାଇ ବି ଭଉଣୀ କୁ ବୁଝିପାରିଲା  । ଆଉ ଗୋଟେ ଝିଅ ର ମହତ୍ୱ କଣ ଜାଣିପାରିଲା । ଭାଇ ତୁ ମତେ ନଖୋଜିଲେ ବିମୁଁ ତୋ ସାଥିରେ ଅଛି ।

ବାର୍ତା ଟିଏ - ଗୋଟେ ଭଉଣୀ ବିନା ଏ ରକ୍ଷା ବନ୍ଧନ ଖାଲି ଅଧୁରା ନୁହଁ  ।

ଜୀବନରେ ସବୁ ସାଥ ଛାଡ଼ିଦେବେ ଭାଇ ବି ଛାଡ଼ିଦେଇ ପରେ ହେଲେ ଭଉଣୀ ତୁମକୁ ଅସୁବିଧାରେ ଛାଡି କେବେ ବି ଯିବନି  । ଆଉ ଯେଉଁ ଲୋକ ମାନେ କନ୍ୟା ଭ୍ରୁଣୟ ହତ୍ୟା କରିଥିଲେ ଏବେ ତାର ଫଳ  । ସେମାନେ ନିଜ ପୁଅ ପାଇଁ ଝିଅ ଖୋଜୁଛନ୍ତି ହେଲେ ଝିଅ ସଂଖ୍ୟା କମିଆସିଲାଣି । ତମେ ଯଦି ତମ ଭାଇ ଓ ଭଉଣୀଙ୍କ ସୁଖ ଦୁଃଖରେ ସାଥିରେ ଅଛ  । ତେବେସେମାନଙ୍କୁ ଏ ଗଳ୍ପରେ tag ସହ ସେୟାର କରି କୁହ ଭାଇ/ଭଉଣୀମୁଁ ତୋ ସାଥିରେ ଅଛି ।

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

ଭଉଣୀ ଭାଇ ଝଗଡା

Rate the content


Originality
Flow
Language
Cover design

Comments

Post

Some text some message..