Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Others

3  

Deepak Sarangi

Others

ଦିବାସ୍ଵପ୍ନ

ଦିବାସ୍ଵପ୍ନ

2 mins
7.1K


ଦୁଇଟି ଅଣୁ ଗଳ୍ପ

ଟ୍ରିଙ୍ଗ୍ ଟ୍ରିଙ୍ଗ୍ ଟ୍ରିଙ୍ଗ୍......

ମୋବାଇଲ୍ ଆଲାରାମଟା ଜୋରରେ ବାଜି ଉଠିଲା ଠିକ୍ ସକାଳ ୬ଟା ବେଳକୁ । ରାଜୀବ ବାବୁ ଉଠିପଡିଲେ ମୋବାଇଲ୍ ଆଲାରାମ୍ ଶୁଣି । ଟ୍ରାଉଜର,ଟି-ସାର୍ଟ ଓ ଜୋତା ପିନ୍ଧି ବାହାରି ଗଲେ ମର୍ନିଂୱାକ୍ କୁ । ଠିକ୍ ସକାଳ ୭ଟାରେ ଫେରି ଆସି ପେପର ପଢିବାକୁ ବସି ପଡିଲେ । ତା’ପରେ ପତ୍ନୀ ରୋମି ଆଣି ଚା’ ବିସ୍କୁଟ ପରଷି ଦେଇଗଲେ । ଠିକ୍ ୯ଟା ବେଳକୁ ସ୍ନାନ କାର୍ଯ୍ୟ ଶେଷ କରି ଟିଫିନ୍ ଖାଇ ଲଞ୍ଚ୍ ବକ୍ସ ଧରି ବର୍ତ୍ତମାନ ରାଜୀବ ବାବୁ ପ୍ରସ୍ତୁତ ଅଫିସ ଯିବା ପାଇଁ । ପତ୍ନୀ ରୋମି ଆଣି କୋଟ୍ ପିନ୍ଧେଇ ଦେଲେ ଓ ବ୍ରିଫକେସ୍ ଆଣି ଧରେଇ ଦେଲେ । ରାଜୀବ ବାବୁ ଡ୍ରାଇଭରକୁ ଅର୍ଡର ଦେଲେ ଆଜି ଅଫିସରେ ବିଦେଶରୁ ଆସିଥିବା ଲୋକଙ୍କ ସହ ମିଟିଂ ଅଛି ତେଣୁ ଆଜି ତାଙ୍କର ପ୍ରିୟ ବ୍ଲାକ୍ ବିଏମଡବ୍ଲୁ ଗାଡି ବାହାର କରିବାକୁ । ଠିକ ବାହାରିଲା ବେଳକୁ ଜର୍ମାନ ସେଫୋର୍ଡ କୁକୁର ଟମି ଆସି ପାଖରେ ନେସି ହେଲା ।

ଭାଉ ଭାଉ ଭାଉ .......

ଚାଉଁକିନା ନିଦ ଭାଙ୍ଗି ଗଲା ରାଜୁଆ ଦିନ ମଜୁରିଆର । ସେପଟେ ବନ। ମିସ୍ତ୍ରୀ ଡାକ ପକେଇଲାଣି “ଆବେ ଏ ରାଜୁଆ !! ଶଳା କାମ କରିବାକୁ ଆସିଛୁ ନା ଏଠି ଦିନ ଦି ପ୍ରହରରେ ହେଣ୍ଡିମାରି ଶୋଇବାକୁ ଆସିଛୁ , ଦିନ ଆସି ୩ଟା ବାଜିଲାଣି ଖାଇଦେଇ ଶୋଇଛୁ ଯେ ଶୋଇଛୁ । ଜଲିଦି ଆଣ ସିମେଣ୍ଟ ଗୋଳେଇ କି... ଆଜି ଯାହା ହେଲେ ଆମକୁ ଏ କାନ୍ଥଟା ଉଠେଇ ଦବାକୁ ପଡିବ” । ନହେଲେ ବାବୁ ଆଜି ତୋର ମୂଲ କାଟି କି ରଖିବେ । ବନା ମିସ୍ତ୍ରୀର ତାଗିଦ ଶୁଣି ରାଜୁଆ କାନ ମୁଣ୍ଡା ଆଉଁଷି ଚାଲିଲା ସିମେଣ୍ଟ ଆଉ ବାଲି ଗୋଳେଇବା ପାଇଁ । ଆଉ ଭାବି ଚାଲିଥିଲା ଆଉ ଟିକେ ହେଲେ ଦେଖିଥାନ୍ତା ସ୍ଵପ୍ନଟା ....

ପିଣ୍ଟୁ ଉପରେ ପ୍ରବଳ ମାଡ ଆଉ ଗାଳି ହଉଛି । ବାପା ରାଗ ତମତମ ହେଇ କହୁଛନ୍ତି “ପଳା ଏ ଘରୁ ତୋ ଭଳି ପୁଅ ମୋର ଆଉ ଦରକାର ନାହିଁ । ହଜାର ହଜାର ଟଙ୍କା ପାଣି ଭଳି ଉଡେଇ ସାରିଲିଣି ତୋ ପଛରେ କିନ୍ତୁ ଫଳ ଦୁଇ ଦୁଇଟା ବିଷୟରେ ୩୦ ତଳକୁ ନମ୍ବର ରଖି +୨ ପରୀକ୍ଷାରେ ଫେଲ୍ ହେଇଚୁ । ତୋରି ସାଙ୍ଗର ମହେଶ ବାବୁଙ୍କ ପୁଅ ମାନସ କିଛି କୁଆଡୁ ଟିଉସନ୍ ନଯାଇ କି ବି ଫାଷ୍ଟ ଡିଭିଜନରେ ପାସ୍ କରିଛି ଆଉ ତୁ”? ସେପଟୁ ରୋଷେଇ ଘରୁ ପିଣ୍ଟୁର ମା’ କହୁଥାନ୍ତି “ହଉ ଛାଡ!! ପିଲା ଏମିତି କେତେ ଫେଲ୍ ହଉଛନ୍ତି ନା ଆଉ , ତୁମେ ତାକୁ ମାରିଲେ ସେ କଣ ଏବେ ପାସ୍ ହେଇଯିବ । ମୋ ପୁଅ ଆର ଥରକୁ ପୁଣି ପରୀକ୍ଷା ଦବ ଆଉ ଦେଖିବ ସେ ଫାଷ୍ଟ ଡିଭିଜନରେ ପାସ୍ କରିବ” । ପିଣ୍ଟୁର ମା’ଙ୍କ କଥା ସରିଛି କି ନାଇଁ ତା ବାପା ଦଉଡି ଆସି ପୁଣି ଦୁଇଟା ବିଧା ଦୁମଦୁମ କରି ଥୋଇଦେଲେ ପିଣ୍ଟୁ ପିଠିରେ । ଚାଉଁକିନା ନିଦ ଭାଙ୍ଗିଗଲା ପିଣ୍ଟୁର ଘଡିରେ ଦେଖିଲା ଦିନ ୩ଟା ବାଜିଛି । ଧଡପଡ ହେଇ ଉଠି ମୁହଁ ଧୋଇ କି ସାଇକେଲ ନେଇ ବାହାରି ଚାଲିଲା କେମେଷ୍ଟ୍ରି ଟିଉସନକୁ । ଆଉ ଭାବି ଚାଲି ଥିଲା ଏମିତି ସ୍ଵପ୍ନ ଯେମିତି ତା’ର ଆଉ କେବେ ନ ଆସୁ ...

ଦୀପକ ଷଡଙ୍ଗୀ

ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦


Rate this content
Log in