Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Drama Inspirational Abstract

2  

Dambarudhar Bag

Drama Inspirational Abstract

ଦୁର୍ଗା ପୂଜା

ଦୁର୍ଗା ପୂଜା

2 mins
7.4K


                                                

ବାପା ବାପା ଆଜିଠାରୁ ଆମ ଗାଆଁରେ ଦୁର୍ଗା ପୂଜା ହେବ । ପୁଣି ତିନି ଦିନ ଧରି ହେବ । ହେଲେ ମୋ ପାଖରେ ନୂଆ ପେଣ୍ଟ ସାର୍ଟ ନାହିଁ । ସାଙ୍ଗ ପିଲାମାନେ ସମସ୍ତେ ନୂଆ ଜାମା ପିନ୍ଧିବେ, ଖୁସିରେ ମନଭରି ପୂଜା ଦେଖିବେ,ମିଠେଇ କିଣି ଖାଇବେ ।ଓଃ କି ଆନନ୍ଦ ! ହେଲେ ମୁଁ ପୁରୁଣା....ବାପା । ସକାଳୁ ସକାଳୁ ଏମିତି ଭାବରେ ସାନୁ କହିଲା ତାର ବାପାକୁ । ବାପା ଶୁଣିଲେ ହେଲେ କିଛି ନକହି ଚୁପ୍ ଚାପ୍ ରହିଲେ । ଗଲା ମାସର ଦରମା ସବୁ ମେଡିସିନ୍, ପନିପରିବା, ଚାଉଳ ଆଦି ବିଭିନ୍ନ ଖର୍ଚ୍ଚରେ ସରିଯାଇଛି । ଯାହା ଦୁଇଶହ ବଳିଥିଲା ଗତକାଲି କ୍ଷୀର ବାଲାକୁ ଦେଇଦେଲି । କ୍ଷୀରବାଲାର ପୁଅକୁ ଜ୍ୱର ହେଉଥିଲା ତ ! ନହେଲେ ଆର ମାସକୁ ଦେଇଥିଲେ ବି ଚଳିଥାନ୍ତା । ମନେ ମନେ ହିସାବକରି ସାନୁର ବାପା ପଥର ମୂର୍ତ୍ତିଟେ ପରି ସ୍ଥାଣୁ ପାଲଟି ଗଲେ । ହେଲେ ପୁଅ ସାନୁ କ'ଣ ଚୁପ୍ ହୋଇ ରହି ପାରୁଛି । ଆଗକୁ ଦଶହରା ପର୍ବ । ନୂଆ ଜାମା ପିନ୍ଧି କେତେ ମଜା କରିବ ସାନୁ। ସାନୁ ପୁଣିଥରେ ସେହି ଏକା କଥାକୁ ଦୋହରାଇଲା ବାପାଙ୍କ ଠାରେ । କହିଲା ଚୁପ୍ କାହିଁକି ବାପା ? ମୋ ପାଇଁ କ'ଣ ନୂଆ ଜାମା ଆସିବ ନାହିଁ ? ବାପାପୁଣି ଥରେ ନିସ୍ତବ୍ଧ ହୋଇଗଲେ । ଏଥର ନ କହି ରହି ପାରିଲେ ନାହିଁ । କହିଲେ -"ମୋ ଧନରେ, ତୁ ପରା ମୋର ଅନ୍ଧର ଲଉଡି ଏକୋଇରବଳା ବିଶି କେଶନ "ମୋର ପାଖରେ ପଇସା ଥିଲେ ତୋ ପାଇଁ କେବେଠୁ ନୁଆ ଜାମା ଆସିସାରନ୍ତାଣି । ପଇସା ନାହିଁ  ବୋଲି ତୋ ପାଇଁ ଆଣି ପାରିଲି ନାହିଁ  । ଗଲା ବରଷର ନୂଆ ପୋଷାକ ତୋ ମା ବାକ୍ସରେ ଥୋଇଦେଇଛି । ପୁରା ନୂଆ ଅଛି । ଦୁଇ କି ତିନିଥର ପିନ୍ଧିଥିବୁ । ଆଉଥରେ ପିନ୍ଧି ଦେ । ମୋ ସୁନାଟା ପରା । ମୋର ଦରମା ମିଳିଲେ ଏଇ ଲକ୍ଷ୍ମୀ ପୂଜାରେ ତାପାଇଁ ସୁନ୍ଦର ପୋଷାକ ଏବଂ ତୋ ମା ପାଇଁ ଭଲ ଶାଢୀଟିଏ କିଣି ଆଣିଦେବି । ଆଉ ତୁମ ପାଇଁ,ସାନୁ ବାପାଙ୍କୁ ପଚାରିଲା । ବାପା ମୁରୁକି ହସି ଦେଇ କହିଲେ, ମୋର ଅଛି ସେହି ପୁରୁଣା ଜାମା ଏବେବି ନୂଆ ଦେଖା ଯାଉଛି । ଚଳିଯିବ । ସାନୁ ଓ ସାନୁର ମା ହସିଲେ । ହେଲେ ବାପା ଆର ପୂଜାରେ ନିଶ୍ଚୟ ଆଣିଦେବ । ସାନୁ ବାପାଙ୍କୁ କହି ଖେଳିବାକୁ ବାହାରକୁ ଚାଲିଗଲା । ହେଲେ ସାନୁ ଗଲାପରେ ସାନୁର ବାପା ଟିକିଏ ଅନ୍ୟମନସ୍କ ହୋଇଗଲେ । କାହାକୁ କିଛି ନକହି ଚୁପ୍ ଚାପ୍ ବସିପଡିଲେ । ଆଖିରୁ କେତେ ଟୋପା ଲୁହ ଛଳଛଳ ବୋହିପଡିଲା । ସାନୁର ମା ଏଦୃଶ୍ୟକୁ ଭଲ କରି ଦେଖିପାରିଲେ । ସାନୁର ମା ପରିବାରର କଥାକୁ ଭଲ ଭାବରେ ଜାଣିଥାନ୍ତି । କମ୍ ଦରମା ଥିବାରୁ କେବେ ବି କୌଣସି କଥା ପାଇଁ ଜିଦ୍ କରନ୍ତି ନାହିଁ । ତେଣୁ ଦୁଃଖରେ କଥାଟିକୁ ଟିକିଏ ଏଡାଇବା ଉଦ୍ଦେଶ୍ୟରେ କହିଲେ -ଏ କ'ଣ ହେଲା ଚୁପ୍ ହୋଇଗଲ ଯେ । ଆରେ ତୁମେ ହସିଲେ ବହୁତ ସୁନ୍ଦର ଦେଖାଯାଅ । ଅନ୍ୟମନସ୍କ କ'ଣ ପାଇଁ ? ଆସ ...ଭିତରକୁ ଆସ । ସାନୁ......।      

ଶ୍ରୀ ଡମ୍ବରୁଧର ବାଗ


Rate this content
Log in

Similar oriya story from Drama