Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଓ ଜଞ୍ଜିର-:
ଜୀବନ ଓ ଜଞ୍ଜିର-:
★★★★★

© Prasant Kumar Senapati

Others

3 Minutes   14.0K    11


Content Ranking

 

ଏକ ପୁର୍ଣ୍ଣିମା ରାତିରେ ଗୋଟିଏ ଗାଁରେ ଏକ ଅଦ୍ଭୁତ ଘଟଣା ଘଟିଗଲା । କିଛି ଯୁବକ ମଦଭାଟିକୁ ଯାଇ ପେଟ ଭରି ମଦ ପିଇଲେ । କିଛି ସମୟ ପରେ ସେମାନେ ମଦନିଶାରେ ମାତାଲ ହୋଇ ମଦଭାଟିରୁ ବାହାରକୁ ଆସିଲେ । ପୁର୍ଣ୍ଣିମା ରାତିର ଧୋବ ଫରଫର ଚନ୍ଦ୍ରକିରଣକୁ ଦେଖି ସେମାନେ ମଦନିଶାରେ ଚିନ୍ତା କଲେ ନଦୀକୁ ଯାଇ ନୌକା ବିହାର କରିବା । ରାତିଟି ସେମାନଙ୍କୁ ବହୁତ ସୁନ୍ଦର ଦେଖା ଯାଉଥିଲା ଓ ସେମାନଙ୍କ ମନ ଓ ଶରୀର ମଦର ଅଧୀନରେ ନିଶାଶକ୍ତ ଅବସ୍ଥାରେ ଥିଲା । ସେମାନେ ଗୀତ ଗାଇ ଗାଇ ନଦୀ କୂଳରେ ପହଞ୍ଚିଲେ । ନାଆ ସେଠାରେ ବନ୍ଧା ହୋଇଥିଲା । ନାଉରୀ ନାଆକୁ ବାନ୍ଧି ନିଜ ଘରକୁ ଯାଇ ସାରିଥିଲା । ସେମାନେ ସମସ୍ତେ ଗୋଟିଏ ନାଆରେ ଚଢିଗଲେ ଓ କାତ ଧରି ନାଆ ବାହିବାକୁ ଲାଗିଲେ । ରାତ୍ରିର ଶେଷ ପ୍ରହର ପର୍ଯ୍ୟନ୍ତ ସେମାନେ କାତ ଧରି ନାଆ ବାହୁଥିଲେ । କିନ୍ତୁ ଶେଷ ପ୍ରହରର ଥଣ୍ଡା ପବନ ସେମାନଙ୍କୁ ନିଜ କବଳକୁ ନେଇଗଲା ଓ ସେମାନେ ଶୋଇଗଲେ ।

ସକାଳର ସୂର୍ଯ୍ୟ କିରଣରେ ସେମାନଙ୍କ ନିଦ୍ରାଭଙ୍ଗ ହେଲା । ଏପର୍ଯ୍ୟନ୍ତ ବି ମଦନିଶା ସେମାନଙ୍କୁ ସମ୍ପୁର୍ଣ୍ଣ ଛାଡିନଥିଲା । ସେମାନଙ୍କ ମଧ୍ୟରୁ ଜଣେ ପଚାରିଲା ""ଏବେ ଆମେ କେଉଁ ଜାଗାରେ ପହଞ୍ଚିଲେଣି'' ? ରାତି ସାରା ଆମେ ନାଆ ବାହିଥିଲେ । ବୋଧହୁଏ ଆମ ଗାଁ ଠାରୁ ବହୁତ ଦୂରକୁ ଆସି ସାରିଛନ୍ତି । କେହିଜଣେ ଶୋଇବା ସ୍ଥାନରୁ ଉଠି ଦେଖ ଆମେ ଏବେ କେଉଁ ଦିଗକୁ ଯାଉଛନ୍ତି ? ସେମାନଙ୍କ ମଧ୍ୟରୁ ଜଣେ ନାଆରୁ ତଳକୁ ଓହ୍ଲାଇ, ହସିବାକୁ ଲାଗିଲା । ସେ ସମସ୍ତଙ୍କୁ ଡାକି କହିଲା ତୁମେମାନେ ବି ନାଆରୁ ଓହ୍ଲାଇ ଆସ । ଆମେ କେଉଁଠି ପହଞ୍ଚି ନାହାନ୍ତି । ଗତ ରାତିରେ ଆମେ ଯେଉଁଠି ଥିଲେ, ଏବେ ବି ସେଇଠି ଅଛନ୍ତି । ସମସ୍ତେ ବ୍ୟସ୍ତ ବିବ୍ରତ ହୋଇଗଲେ । ରାତି ତମାମ୍ କାତ ଧରି ନାଆ ବାହିଲୁ, ହେଲେ କେଉଁଠି ପହଞ୍ଚିଲୁ ନାହିଁ କିପରି ? ସମସ୍ତେ ତଳକୁ ଆସି ଦେଖିଲେ ଯେ ନାଆକୁ କୂଳରେ ଏକ ଜଞ୍ଜିର ମାଧ୍ୟମରେ ବନ୍ଧାଯାଇଛି ଓ ସେମାନେ ଏହାକୁ ଖୋଲିବାକୁ ଭୁଲି ଯାଇଛନ୍ତି ।

ଜୀବନ ବି ଏହିପରି । ନାଆ ସଦୃଶ, କାତ ବାହି ବାହି କେଉଁଠି ପହଞ୍ଚିବା କି ପହଞ୍ଚୁଛନ୍ତି ନିଜେ ଜାଣି ପାରନ୍ତି ନାହିଁ । ମୃତ୍ୟୁ ସମୟରେ ଆମେ ନିଜକୁ ସେହି ସ୍ଥାନରେ ପାଇଥାନ୍ତି, ଯେଉଁଠି ଆମେ ଜନ୍ମ ହୋଇଥିଲେ । ଠିକ୍ ସେହି କୂଳରେ ଯେଉଁଠି ପ୍ରଥମ ଥର ଆଖି ଖୋଲିଥିଲେ ଓ ଆଖି ବନ୍ଦ କରିବା ସମୟରେ ପୁନଶ୍ଚ ଆମେ ସେହି ସ୍ଥାନରେ ଠିଆ ହୋଇଥାନ୍ତି । ସେତେବେଳେ ଆମେ ଚିନ୍ତାରେ ପଡନ୍ତି, ମୁଁ ଜୀବନ ସାରା ଖାଇବା ପିଇବା ଭୁଲି ଦିନରାତି ପରିଶ୍ରମ କଲି ଓ ଏତେ ସବୁ ଦୌଡା ଦୋଡି ପରେ ବି ଯେଉଁଠି କି ସେଇଠି । ତେବେ ସେ ସବୁର ମୂଲ୍ୟ କଣ ? ଆମେ ଯାହା ଜୀବନରେ ଲକ୍ଷ୍ୟ ରଖିଥିଲେ, ଯେଉଁ ଜୀବନରୁପକ ଏତେ ବର୍ଷର ଯାତ୍ରା କରିଥିଲେ, କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ, ସେସବୁ କଣ ନିଷ୍ଫଳ ? ମୃତ୍ୟୁ କ୍ଷଣରେ ଆମେ ନିଜକୁ ସେହି ମାଟି ଉପରେ ପାଉ, ଯେଉଁଠି ଜନ୍ମ କ୍ଷଣରେ ଥିଲେ । ସେତେବେଳେ ସାରା ଜୀବନ ଏକ ସ୍ବପ୍ନ ଲାଗେ । ଆମେ ଭୁଲି ଯାଇଥାନ୍ତି ଜୀବନରୁପକ ନାଆରୁ ଜଞ୍ଜିର ଖୋଲିବା ପାଇଁ । ନିଜ ସ୍ବାର୍ଥର ଖୁସି ପାଇଁ ନିଶାରେ ମାତାଲ ହୋଇ ଭୁଲି ଯାଆନ୍ତି ପରମ ପିତା ପରମତ୍ମାଙ୍କୁ । ଜଞ୍ଜୀର ତାଙ୍କରି ହାତରେ । ସେ ଜଞ୍ଜୀର ଖୋଲିବାକୁ ହେଲେ, ପରମତ୍ମା ଦ୍ବାରା ସୃଷ୍ଟି ହୋଇଥିବା ସଂସାରର ମଙ୍ଗଳ ପାଇଁ ଆମେ ନିଜକୁ ହଜାଇ ଦେବା ଉଚିତ୍ । ନିଜ ସ୍ବାର୍ଥକୁ ଭୁଲି ଦୁଃଖୀ ରଙ୍କିଙ୍କ ସେବା କରିବା ଉଚିତ୍ । ଏ ମାଟି ପିଣ୍ଡ ମାଟିରେ ମିଶିବ କିନ୍ତୁ ଏମିତି କିଛି କରିବା ପରମତ୍ମା ବି ଆମକୁ ମନେ ପକାଇ ଜୀବନରୁପକ ଜଞ୍ଜୀରକୁ ଖୋଲିଦେବେ । ଆମେ ସେ ପରମତ୍ମାରେ ନିଜକୁ ହଜାଇ ଦେବା । ମିଶିଯିବା, ଏକାକାର ହୋଇଯିବା ଓ ମିଳେଇଯିବା ତାଙ୍କ ଆତ୍ମାରେ ।

ଜୟ ଜଗନ୍ନାଥ , ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।।

ଜୀବନ ଓ ଜଞ୍ଜିର-:

Rate the content


Originality
Flow
Language
Cover design

Comments

Post

Some text some message..