Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭଙ୍ଗାହୃଦୟ Part-2
ଭଙ୍ଗାହୃଦୟ Part-2
★★★★★

© Manoj Kumar Panda

Tragedy

4 Minutes   585    9


Content Ranking

ମିଲି ପାଖକୁ ରାଜୁ ର କଲ ଆସିଲା।

ମିଲି- ହାଲୋ।

ରାଜୁ କାନ୍ଦୁ ଥିବାର ଶୁଣାଗଲା। କଣ ହେଇଛି କାନ୍ଦୁଛ କାହିଁକି। ରାଜୁ ର କାନ୍ଦ ଦେଖି ମିଲି ବି କାନ୍ଦିବାକୁ ଲାଗିଲା।

ରାଜୁ- ସେ କିଛି ନୁହଁ।ତମେ କେମିତି ଅଛ?

ମିଲି- ହଁ ମୁଁ ଭଲ ଅଛି।ଆଉ ତମେ?

ରାଜୁ- (କାନ୍ଦିକି) ସେ ମତେ ଧୋକା ଦେଇଦେଲା।

ମିଲି- କିଏ ଅନୁ। ହୋଉ ତମେ କାନ୍ଦନି ଆଉ ବହୁତ ଝିଅ ମିଳିବେ।

ରାଜୁ- ତମେ ଯାହା କହିଥିଲ ସତ ହେଲା ।ତମ ପ୍ରେମ ସତ୍ୟ ଥିଲା ସେଥିପାଇଁ ପୁଣି ମୁଁ ତୁମ ପାଖକୁ ଫେରିଆସିଛି।ତମେ କଣ ମତେ ଆଉ ଥରେ ଗ୍ରହଣ କରିବନି।

ମିଲି- ନା ମୁଁ ବଞ୍ଚିବା ଶିଖିସାରିଛି ।ତୁମ ବିନା। ମୋର ଆଉ ଭଲପାଇବା ପାଇଁ ଇଛା ନାହିଁ।

ରାଜୁ- ପ୍ଲିଜ଼ ମିଛ କୁହନି।ତମେ ଏବେ ବି ମତେ ଭଲପାଉଛ ନହେଲେ ମୋ ଆଖିରେ ଲୁହ ଦେଖି ତମେ କଣ ପାଇଁ କାନ୍ଦୁଥିଲା।

ପ୍ଲିଜ଼ ମାନିଯାଅନା ପ୍ଲିଜ଼। ଭୁଲ ତ କରିଦେଇଛି ତୁମକୁ ଛାଡି ।ଆଉଥରେ ସୁଯୋଗ ଦିଅ ।ମୁଁ ଆଉ ତମକୁ ଛାଡିବିନି।

ଏମିତି ମିଲି ପାଖକୁ ବାରମ୍ବାର ଫୋନ କରି ମନ ଦୁଃଖରେ କହିଲା । ମିଲି ବି ପୁଣି ଥରେ ରାଜୁ କୁ ଗ୍ରହଣ କଲା। ଧୀରେ ଧୀରେ ପୁଣି ପ୍ରେମ ଆରମ୍ଭ ହେଲା।

ଏମିତି କିଛି ଦିନ ଗଲା ପରେ । ରାଜୁ କୁ ସତରେ ଭଲପାଇବା ହେଇଯାଇଥାଏ। ରାଜୁ ପୁଣି ଥରେ ମନ ଦୁଃଖ ରେ ମିଲି ପାଖକୁ କଲ କଲା।

ରାଜୁ- i love you ।

ମିଲି-3 ବର୍ଷ ପରେ ଏବେ କହିବାକୁ ତୁମର ମାନେ ପଡିଲା ।

ରାଜୁ- ମୁଁ ତୁମକୁ ଛାଡି ବହୁତ ଭୁଲ କରିଥିଲି ।ମୁଁ ତୁମକୁ କେବେ ବି ଖୁସି ଦେଇନି ।

ମିଲି- ସେମିତି କଣ କହୁଛ।

ରାଜୁ- ତମେ କାଲି ମୋ ସହ ବୁଲିବାକୁ ଯିବ ସେ ମନ୍ଦିର କୁ। ତା ପର ଦିନ ଦୁହେଁ ସେ ମନ୍ଦିର କୁ ଗଲେ । ରାଜୁ ମା ଙ୍କ ମନ୍ଦିର ରୁ ସିନ୍ଦୁର ଆଣି - ମୁଁ ତୁମକୁ ମୋ ସବୁଦିନ ପାଇଁ ମୋର କରିବାକୁ ଚାହେଁ। ତମେ ରାଜି ନା? ମିଲି ହସିଦିଏ ଆଉ ପୁଣି ଥରେ ତା କଥା କୁ ବିଶ୍ୱାସ କରିଦିଏ। ଏମିତି ତାଙ୍କର ଭଲପାଇବା 3 ବର୍ଷ ଚାଲିଗଲା। ମିଲି ଓ ରାଲି କଟକ ରେ PG କଲେ ଆଉ ରାଜୁ ଭୁବନେଶ୍ୱର ରେ ଚାକିରୀ କରିଥାଏ। ରାଜୁ ମିଲି ର ପଢା ପଢି ଓ ଯିବା ଆସିବା ରେ ବହୁତ ସାହାଯ୍ୟ କରୁଥାଏ । ମିଲି ବି ରାଜୁ କୁ ବେଳେ ବେଳେ ନିଜ ହାତ ରନ୍ଧା ରୋଷେଇ କରି ଦିଏ।

କିଛି ଦିନ ପରେ....

ରାଜୁ ତାଙ୍କ ଅଫିସ ର ଗୋଟେ ଝିଅ ସହ ମିଳା ମିଶା କରେ ଆଉ ତା ସହ ବି ପ୍ରେମ କରିବାକୁ ଲାଗେ । ଧୀରେ ଧୀରେ ମିଲି ସହ କଥା ହେବା ବି କମେଇ ଦିଏ।

ମିଲି- ତମେ ମୋ ଉପରେ ଏମିତି କାହିଁକି ହେଉଛ ।ପୁଣି ଯଦି କାହାକୁ ଭଲପାଉଛ କହିଦେଉନ ।ମୁ ମନ ଦୁଃଖ କରିବିନି ।

ରାଜୁ- ନା ଅଫିସ ଟେନସନ ପାଇଁ ସମୟ ଦେଇ ପାରୁନି ।ସମୟ ବି ଥିଲେ କଣ କଥା ହେବା ।ବାରମ୍ବାରସେଇ କଥା ଖାଇଲାନି ପିଇଲଣି ତୁ ଆଉ କଣ ଜାଣୁ କି। ଏମିତି ଧୀରେ ଧୀରେ ପ୍ରେମ ରେ ମଳିନ ପଡିଗଲା।

ମିଲି- ଆଉ କଣ କହିବି କହୁନ।

ରାଜୁ- ଥାଉ ,ତୋର ଦେବା କିଛି ଦରକାର ନାହିଁ।

ଏମିତି ରାଜୁ ର ବ୍ୟବହାର ଦେଖି ମିଲି ଜାଣିବାକୁ ପାଇଲା କି ସେ ଅଫିସ ଷ୍ଟାଫ ଝିଅ ସହ ମିଳା ମିଶା କରୁଛି। ମିଲି କୁ ବହୁତ କଷ୍ଟ ହେଉଥାଏ ସେ ରାଜୁ ସହ କଥା ହେବା ପାଇଁ ମନ ବ୍ୟାକୁଳ ହେଉଥାଏ ।ହେଲେ ତା ମନ ଭିତରେ ସେ ଏବେ ଅଛି କି ନାହିଁ ସନ୍ଦେହ। ମିଲି ବହୁତ ଥର ତାକୁ ପଚାରିବାକୁ ଚେଷ୍ଟା କରେ ହେଲେ ରାଜୁ ତା କଥା କୁ ବୁଲେଇବାକୁ ଚେଷ୍ଟା କରେ।

ମିଲି (କାନ୍ଦିକି)- ତମେ ଆଉ କାହାକୁ ଭଲପାଉଛ ଯଦି କୁହ ।ମୁ ତୁମ ଖୁସି ଚାହେଁ।

ରାଜୁ- ନା ସେମିତି କିଛି ନାହିଁ।

ମିଲି- ଯଦି ସେମିତି କିଛି ନାହିଁ ।

ତେବେ ମତେ ଦୁରେଇ ଦେଉଛ କଣ ପାଇଁ।

ରାଜୁ କିନ୍ତୁ ମନା କରୁଥାଏ।

ମିଲି ଭାବିଲା କି ସେ ଆତ୍ମହତ୍ୟା ର ଧମକ ଦେଲେ ରାଜୁ ତା ମନ ଭିତରେ ଯାହା ସବୁ ଅଛି କହିଦେବ। ଶେଷରେ ରାଜୁ ର ମନକଥା ଜାଣିବା ପାଇଁ ରାଜୁ ପାଖକୁ video call କଲା ଓ ପଙ୍ଖା ରେ ଶାଢ଼ୀ ଟାଙ୍ଗି ଆତ୍ମହତ୍ୟା କରିବା ପାଇଁ କହିଲା।ମିଲି- ତମେ କହିଦିଅ ପ୍ଲିଜ଼ ତମେ କଣ ପାଇଁ ଏମିତି କରୁଛ।ତମକୁ ଆଜି ତମ ମନ କଥା କହିବାକୁ ପଡିବ ନହେଲେ ମୁ ଆଜି ମରିବି।

ରାଜୁ- ପ୍ଲିଜ଼ ତୁ ସେମିତି କରନି।ମୁ ତତେ ଏ କଥା କହିବାକୁ ସାହସ ନାହିଁ।

ମୁ ତୁମ ଦୁଇ ଜଣକୁ ଭଲପାଏ।

ମିଲି- ତମେ ଭୁଲ କହୁଛ ।ତାକୁ ହୃଦୟରୁ ଭଲଉଛ ଆଉ ମତେ ଡରି ଡରି ଭଲପାଉଛ ।

ତମକୁ ଜଣକୁ ଛାଡିବାକୁ ହେବ । ମୁ କାଲି ବି କହିଥିଲି ଆଜି ବି କହୁଛି ସବୁବେଳେ ତୁମ ଖୁସି ମୁ ଚାହିଁବି । ତମେ ମୋ ପାଇଁ ବେସ୍ତ ହୁଅନି ।ମୋର କିଛି ହେବନି । ସେହି ଦିନ ରାତିରେ ତିନି ଜଣ ଫୋନ ରେ ￰￰କନଫରେନସ ରେ କଥା ହେଲେ । ଅଫିସ ଷ୍ଟାଫ ଝିଅ ସାଙ୍ଗ ଟି କାନ୍ଦିକରି ମିଲି କୁ କହିଲା ମତେ ପ୍ଲିଜ଼ ତାଙ୍କୁ ଦେଇଦିଅ ।

ମିଲି- (ଉପରେ ହସି ହସି)- ତାଙ୍କ ମନ ଭିତରେ ତ ତମେ ଅଛ ।ତମେ ଦୁଇ ଜଣ ଖୁସି ରେ ରୁହ ।ମୁ ଏମିତି ଠିକ ଅଛି।

ମିଲି ସିନା କହିଦେଲା ମୁ ଠିକ ଅଛି ହେଲେ ସେ ନିଜର ଆଖି ଲୁହ କୁ ଅଟକେଇ ପାରିଲାନି ।ଚିତ୍କାର କରି କାନ୍ଦି ଉଠିଲା ।ଆଉସେ ରାତି ସାରା ପ୍ରେମ ପାଇଁ କରିଥିବା ତ୍ୟାଗ କୁ ମନେ ପକେଇଲା । ପରଦିନ ସକାଳୁ ସକାଳୁ ସେ ସେହି ମନ୍ଦିର କୁ ଗଲା ଯୋଉଠି ରାଜୁ ନେଇକି ଯାଇଥିଲା। ଖାଲି ହାତ ରେ କର୍ପୁର ଜଳେଇ ତା ମନ କଥା ଭଗବାନ ଙ୍କୁ କହିଲା। କି ଭୁଲ କରିଥିଲି ମୁ ସବୁବେଳେ ମତେ କଣ ପାଇଁ କଷ୍ଟ ମିଳୁଛି ।ତା ମନ ରେ ଏତେ କଥା ଥିଲା ଭଗବାନ ଙ୍କୁ କହିବା ପାଇଁ ଶେଷରେ ତା ହାତ ପୋଡି ଗଲା ତଥାପି ମିଲି ଆଖିରୁ ଲୁହ ସରୁନଥାଏ । ତା ସାଙ୍ଗ ରାଲି ଏ ସବୁ ଦେଖି ତାକୁ ଘରକୁ ନେଇଆସିଲା।

ରାଲି- କଣ ପାଇଁ ଏମିତି ହେଉଛୁ । ମିଲି- ମୋ ଖୁସି ମୋ ରାଜୁ ତ ଥିଲା ସେ ଚାଲିଗଲା ତ ମୋ ଖୁସି ଚାଲିଗଲା। ରାଲି ବହୁତ ବୁଝେଇଲା ହେଲେ ପୁଣି ଯେବେ ରାଜୁ କଥା ମାନେ ପଡେ ପୁଣି କାନ୍ଦେ। ମୁଁ ବି ବହୁତ ବୁଝେଇଛି । WR- ଧର୍ଯ୍ୟ ଧର ଆଉ ତମେ ଯୋଉ କାର୍ଯ୍ୟ ରେ ତମକୁ ଭଲ ଲାଗେ ।ସେଥିରେବେସ୍ତ ରୁହ। ମିଲି- ପଢିପାରୁନି ।କୋଉଥିରେ ବି ମନ ଲାଗୁନି। WR- ଚେଷ୍ଟା କର ।ଧୀରେ ଧୀରେ ଭଲ ଲାଗିବ।ସମୟ କୁ ଯିବାକୁ ଦିଅ ।ସମୟ ତୁମ ପାଇଁ ରାସ୍ତା ବାହାର କରିବ। ଏମିତି ସେ କଲେଜ ଯିବା ପାଇଁ ରାଜି ହେଇଗଲା । ତା ପରେ ମିଲି ଜୀବନ ରେ ଏକ ମୋଡ ନେଲା ।

Continue….

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

ହୃଦୟ ପ୍ରେମ ଗ୍ରହଣ

Rate the content


Originality
Flow
Language
Cover design

Comments

Post

Some text some message..