Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Susmita Dash

Abstract Inspirational Others

3  

Dr Susmita Dash

Abstract Inspirational Others

ଦୁର୍ଲ୍ଲଭ ସନ୍ତୁଷ୍ଟି

ଦୁର୍ଲ୍ଲଭ ସନ୍ତୁଷ୍ଟି

1 min
7.3K


ହଠାତ୍ ଏକ ମୁହୂର୍ତ୍ତରେ ଆତ୍ମା ......

ତୁମର ଓ ମୋର ବାନ୍ଧି ହୋଇ, ପାଇ ଯାଇଛି ଅସୀମ ଶକ୍ତି।

ଭାବନା ପହଞ୍ଚି ଯାଇଛି ଏତେ ଦୂରେ,

ଯେ ପର୍ଯ୍ୟନ୍ତ ସାହସ ବି ନାହିଁ....

ଯିବାକୁ କାହା ପାଖରେ।

ଆଶାର ପ୍ରବାହ ମାଡି ଆସେ....

ନ ମାନି ବାଡ଼ ବତା,

ବିଶ୍ୱାସ ର ସାଗରରେ ଜଳି ଉଠେ

ବହ୍ନି ଆମ ପ୍ରଣୟର,

ଅଦ୍ଭୁତ ମିଳନର ଅନୁଭୂତି ହୁଏ

ଆନନ୍ଦ ଓ ପୂର୍ଣ୍ଣତାର ।

ରାସ୍ତା ଦୃଶ୍ୟମାନ, କିନ୍ତୁ ଲକ୍ଷ୍ୟହୀନ...

କିଛି ଦୂର ତ ଚାଲି ପାରିବା ସାଥିରେ,

ହାତ ନ ଧରି ପରସ୍ପରର...

ଅପୂର୍ବ ସଙ୍ଗମ, ଉଲ୍ଲାସ, ଆବେଗ...

ସ୍ଥାନ ନାହିଁ,ପ୍ରତ୍ୟାଶାର।

ଫେରିବା ନିଶ୍ଚିତ.....

ଏକ ନିର୍ଦ୍ଦିଷ୍ଟ ସୀମାରୁ,

ନେଇ ଖୁସି ସାରାଜୀବନର...

ହେଲେ ରହିଯିବ ଅପ୍ରାପ୍ୟ ସେ ,

ଦୁର୍ଲ୍ଲଭ ସନ୍ତୁଷ୍ଟିର।


Rate this content
Log in

Similar oriya story from Abstract