Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଟିକିଏ ଫାଙ୍କ
ଟିକିଏ ଫାଙ୍କ
★★★★★

© Naresh Kumar Behera

Others

3 Minutes   7.4K    20


Content Ranking

ଘରର ପରିସ୍ଥିତି ଏପରି ଯେ, ସେ କୌଣସି ପ୍ରକାରେ କାହାକୁ ବି କିଛି କହିପାରୁନଥାଏ । ମନରେ ଗୁଡାଏ କ’ଣ ଚିନ୍ତା ସବୁ ସମ୍ବାଳୁଆ ଭଳି ଧାଉଁଥାଏ । କିଛି ବି ନିଷ୍ଫତ୍ତି ନେଇ ପାରୁନଥାଏ । ବିଚରା କରିବ ବା କ’ଣ ? ମୋତେ କିନ୍ତୁ ଏ ବିଷୟରେ ଆଗରୁ କେବେ ବି କହିନଥାଏ; କି ମୁଁ ବି କେବେ ଏତେ ସହଜରେ ଏ ବିଷୟରେ କାହାକୁ ପଚାରିପାରେନି । କୌଣସି ବିଷୟକୁ ପୂର୍ବରୁ ଅନୁମାନ କରିବା ବି ମୋ ପାଇଁ ଏକ ଖରାପ ଚେଷ୍ଟା ସଦୃଶ୍ୟ । ସେ ଯାହା ବି ହେଉ, ଆଜି କିନ୍ତୁ ତା’ ଚେହେରାରୁ କିଛି ଗୋଟେ ଅଲଗା ପ୍ରତୀତ ହେଉଅଛି; ଆଉ ତା’ର କଥାବାର୍ତ୍ତା ଓ ଭାବଭଙ୍ଗୀରେ ବି ଖୁବ୍ ମଳିନତା ଦୃଶ୍ୟ ହେଉଛି । ମୁଁ କିନ୍ତୁ କିଛି ପଚାରୁନଥାଏ । ଆପଣମାନେ ତ’ ଜାଣିଥିବେ, ଆଜିକାଲିର ପିଲାମାନେ ଖୁବ ଶାନ୍ତ, ସ୍ଥିର ଓ ଚତୁର... ମନରେ କିଛି... ବାହାରେ କିଛି... ଖାଲି ଖାଲିରେ ପଚାରି କିଏ ବା’ ଖାଲରେ ପଡ଼ିବ? ଯାହାର ଯେତେବେଳେ ଯାହା ଦରକାର ହେବ, ସେ ସମୟ ହିଁ କହିବ ।

ଏମିତି ଅପେକ୍ଷା କରୁ କରୁ ... ଭାବୁ ଭାବୁ ଦେଢଘଣ୍ଟା ହେଇଗଲାଣି । ଆଉ ପୁଅଘର ବି ଆସି ପହଞ୍ଚିଲେଣି । ଥଣ୍ଡା ପାନୀୟ, ଚାହା ପାଣି, ଆଦି ଚାଲିଲା । ତା’ର ବଡ ଭଉଣୀ ଲିଜା ବି ଶାଶୁଘରୁ ଆସିଥାଏ, ସେ ସମସ୍ତଙ୍କ ପାଇଁ ମିଠା, ମିକଶ୍ଚର ପ୍ଳେଟ ଆଦି ଆଣି ଟି-ପୟରେ ରଖିଦେଇ ଚାଲିଗଲା । ପୁଅର ମାଇଁ କହିଲେ ଆଉ ଡେରି କାହିଁକି, ଝିଅକୁ ଡାକ... ଏମିତିରେ ତ ବହୁତ ଡେରି ହେଲାଣି । କଥାବାର୍ତ୍ତା ତ’ ଚାଲିବ, ଯୋଉ କାମ ପାଇଁ ଆସିଛେ ତାହା ଆଗେ ସାରିଦେବା । ନାନି ସେପଟୁ ମୋତେ ଠାରଉଥାନ୍ତି, ପୁଅକୁ କିଛି ପଚାରିବା ପାଇଁ, କ’ଣ ପଢିଛି, ଚାକିରି କ’ଣ ଇତ୍ୟାଦି ... ଯାହାସବୁ ଆଗରୁ ମୋ ଭାଇ ପଚାରି ବୁଝିସାରିଥାଏ ... ବାରମ୍ବାର ପଚାରିବାଟା ବି ଶୋଭନୀୟ ନୁହଁ । ତଥାପି ଅନ୍ୟ କିଛି ବିଷୟ ପଚାରିବାକୁ ଆରମ୍ଭ କଲାବେଳେ ଲୁସି ଆସି ଠିକ ମୋ ପାଖ ଚୌକିରେ ବସିଗଲା, ସମସ୍ତଙ୍କୁ ପ୍ରଣାମ କରି ମୁଣ୍ଡ ପୋତି ବସିଥାଏ। ସମସ୍ତେ କଣେଇ କଣେଇ ତା’କୁ ଦେଖୁଥାନ୍ତି; ଖାସ କରି ସେ ପୁଅଟା ତିନିଥର ତା’କୁ ଉପର ତଳ ଦେଖିବାଟା ମୁଁ ଜାଣିପାରିଲି। ଠିକ୍ ପାଞ୍ଚ ମିନଟର ନୀରବତାକୁ ଭଙ୍ଗକରି ମୁଁ କହିଲି, ପୁଅ ତମେ କିଛି ପଚାରିପାର ୟାଙ୍କୁ ... ... ବାସ୍ ଏତିକି କହିବାଟା ହିଁ ବାକିଥିଲା ବୋଧେ... ସମସ୍ତେ ଏୟାଡୁ ସେୟାଡୁ ତାକୁ ଗୁଡାଏ ପ୍ରଶ୍ନ କରିଚାଲିଲେ । ଇଏ ବି କମ୍ ଚାଲାକ ନୁହଁ, ଗୁଡାଏ ମିଛ ସତ କହି ପ୍ରଶ୍ନର ଜବାବ ଦେଇଚାଲିଥାଏ । ସେପଟେ ସମସ୍ତଙ୍କର ପ୍ଲେଟ ଖାଲି ହେଇଯାଇଥିଲା । ଲୁସି ମୋତେ ପଚାରୁଥାଏ, ମାମୁଁ ମୁଁ ଯିବିକି ଏବେ? ସେପଟେ ତା’ ବଡ ଭଉଣୀ ଆସି ମୋ କାନେ କହିଲା, ମାମୁଁ ଖୀର କମ୍ ଅଛି, ଆପଣ ଚା’ ପିଇବେନି ବୋଲି କହିବେ । ସମସ୍ତଙ୍କର ଅନ୍ୟମନସ୍କତା ଦେଖି ମୁଁ ଲୁସିକୁ ଯିବା ପାଇଁ କହିଲି ଓ ସେ ଚୁପ୍-ଚାପ୍ ଚାଲିଗଲା ସେଠୁ । ମୁଁ ସେଇଠି ବସିଥାଏ ତ’ ସତ, କିନ୍ତୁ ମନଟା ପୁରା ତା’ ଆଡ଼େ ଥାଏ । କାରଣ, ଯେତେ ଭଲ ପୁଅ ବା’ ଝିଅ ହେଉନା କାହିଁକି, ବିବାହଟା ଏତେ ସହଜ କାର୍ଯ୍ୟ ନୁହଁ । ଦୁଇଜଣଙ୍କ ଜୀବନର ପରିବର୍ତ୍ତନ ସହ ଦୁଇଟି ପରିବାରର ବି ପରିବର୍ତ୍ତନ ଆସିଥାଏ । ତା’ ସହ ଆଜିର ଏ ଆଧୁନିକ ଯୁଗର ପିଲାମାନଙ୍କୁ ବି ବୁଝିବା ଭାରି କଷ୍ଟକର । କାହା ମନରେ କ’ଣ ଚାଲିଥିବ କିଏ ବା’ ଜାଣେ? ଝିଅଟା ବୋଲି ତାକୁ କିଛି ନ ପଚାରି ଏମିତି ବିବାହ କରିବାଟା ମୋ ମତରେ ଠିକ ନୁହଁ କି ଆଧୁନିକ ଯୁଗ ବୋଲି ପୂରାପୂରି ଲଗାମଛଡା କରିବା ବି ଉପଯୁକ୍ତ ନୁହଁ । ମୁଁ କିନ୍ତୁ ବୁଝି ପାରୁନଥାଏ ମୋର ପାତ୍ରତା କେତେ ପ୍ରତିଶତ ଯଥାର୍ଥ ଏହି ଉଦ୍ଦେଶ୍ୟପାଇଁ? ଘରର ବଡ ମାମୁଁ ବୋଲି ସେ ବି ମୋତେ କିଛି କହିପାରୁନଥାଏ ଡ଼ରରେ, ଆଉ ମୁଁ ବି ପଚାରିପାରୁନଥାଏ... କିନ୍ତୁ ଖୋଜୁଥଟିକିଏ ...।

ସେମାନେ ସମସ୍ତେ ଚାଲିଗଲେ, ଖୁସିରେ… ଝିଅର ଜାତକ ଟିପ୍ପଣୀ ନେଇ, ଖୁବ ଶୀଘ୍ର ଜଣେଇବେ ବୋଲି କହି । ଆମେସବୁ ବସି କଥାବାର୍ତ୍ତା ହେଉଥାଉ... ଲିଜା ଆଉ ଲୁସିକୁ ମୁଁ ପଚାରିଲି, କେମିତି ଲାଗିଲା ପିଲାଟା? ସେଣ୍ଟ୍ରାଲ ଗଭର୍ନମେଣ୍ଟରେ ଚାକିରି କରୁଛି, ୪୨ହଜାର ଦରମା ପାଉଛି, ପିଲାର ହାଇଟ ବି ଅଛି, ଯୋଡି ଖୁବ୍ ଜମିବ ... ଇତ୍ୟାଦି ଇତ୍ୟାଦି... ହଠାତ୍ ଲୁସି ମୋତେ କହିଲା, ହେଲେ ମାମୁଁ ତାଙ୍କର ତ ପୁରା ନିରାମିଷ, ସୁଦ୍ଧ ଶାକାହାରୀ… ପିଆଜ ରସୁଣ ବି ଖାଉ ନାହାନ୍ତି... ମୁଁ ତ ରହି ପାରିବିନି... ଇଟ୍ସ ନଟ ଫେୟାର !! ମୁଁ କହିଲି, ହଊ ଦେଖିବା ... ଖାଦ୍ୟଟା କ’ଣ ଏତେ ଇମ୍ପୋର୍ଟାଂଟ ଯେ! ଯୋଡି ଯଦି ଭଲ ହେବ, ସେ ହୁଏତ ତୋ ପାଇଁ ଆମିଷ ଖାଇପାରେ... ତୁ ବି ହୁଏତ ଆମିଷ ଛାଡିପାରୁ ... କ’ଣ କହୁଛୁ?

କିଛି ସମୟ ପରେ ସେଇ ପୁଅର ମାମୁଁ ଫୋନ କରି କହିଲେ, ଆଉ ଖରାପ ଭାବିବେନି... ପୁଅ ସ୍ଵସ୍ତୟନୀ ବ୍ରତଧାରୀ (ଠାକୁର ଅନୁକୂଳଚନ୍ଦ୍ରଙ୍କ) । ଝିଅ ପାଇଁ ଆମିଷ ଗ୍ରହଣ କରିପାରିବନି । ତେଣୁ ମନାକଲା ...

ଏତିକି ଶୁଣି ଲୁସିର ଖୁସି କହିଲେ ନ’ସରେ ... ଦୀର୍ଘ ପାଞ୍ଚ ଘଣ୍ଟା ହେଲା ସେ ଯେଉଁ ରୁଦ୍ଧଦ୍ଵାରରୁ ଟିକିଏ ଫାଙ୍କ ଖୋଜୁଥିଲା ଏବେ ତାହା ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇଗଲା... ସତରେ ତା’ର ଖୁସିରେ ମୁଁ ବି ଖୁବ ଖୁସି...॥

ମାମୁଁ ପୁଅଘର ଲୁସି

Rate the content


Originality
Flow
Language
Cover design

Comments

Post

Some text some message..