Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶଙ୍କରା ମୋ ଭାଇ
ଶଙ୍କରା ମୋ ଭାଇ
★★★★★

© Pallabi Das

Inspirational Others

4 Minutes   281    8


Content Ranking

ଆଜିକୁ ପ୍ରାୟ କୋଡିଏ ବର୍ଷ ତଳର କଥା , ସହର ଭିତରେ ନୁଆ କରି ଘର ତିଆରି କରି ରହିଥାଉ ଏକ ନିର୍ଜନ ଗଳିରେ । ହାତ ଗଣତିରେ ତିନି ଚାରୋଟି ଘର ଥିଲା ସେ ଗଳି ଭିତରେ ବାକି ସବୁ ପାଣି ପାଟ ଆଉ ବିଲ ଥିଲା । ଏବେ କିନ୍ତୁ ସେ ଗଳି କୋଡ଼ିଏ ବର୍ଷ ତଳର ଗଳି ହୋଇ ରହିନାହିଁ , ଏବେ ସେଠି ମାଳ ମାଳ ହୋଇ କୋଠାମାନ ମୁଣ୍ଡ ଟେକି ଠିଆ ହୋଇଛନ୍ତି । ସେତେବେଳେ ପୁରା ଗଳିରେ ଗୋଟିଏ ବୋଲି କୁକୁର ଥିଲା , ଗୋଟେ ବୁଢ଼ା ଆଣି ରଖିଥିଲା ତାକୁ, ଆଉ ସ୍ନେହରେ ଶଙ୍କରା ଡାକୁଥିଲା । ବୁଢ଼ା ମରିଯିବା ପରେ , କୁକୁରଟି ବାପ ଛେଉଣ୍ଡ ହେଇଗଲା, ଆଉ ସବୁ ଦିନ ପାଇଁ ସେଇ ଗଳିରେ ରହିଗଲା । ଆମେ ଘର କରି ରହିବା ପରେ ମୋ ମାଆ ନୀତି ତାକୁ ଖାଇବାକୁ ଦିଏ । ମନେ ପଡ଼ିଲେ ହସ ଲାଗେ ମାଆ ମୋର ଯେମିତି କବାଟ ଖୋଲିଥିବ, ଆଖି ପିଛୁଳାକେ ଶଙ୍କରା ଯୋଉଠି ବି ଥିବ ଦୌଡ଼ି ଆସିବ ତା ପାଖକୁ । ମୁଁ ତାକୁ ଦେଖି ଘର ଭିତରକୁ ଦୌଡ଼ି ପଳାଇ ଯାଉଥିଲି ଭୟରେ । ଗଳିରେ ଧୀରେ ଧୀରେ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ସହ ବାହାର ବୁଲା କୁକୁରମାନଙ୍କ ସଂଖ୍ୟା ବି ବୃଦ୍ଧି ପାଇବାକୁ ଲାଗିଥିଲା ଆଉ ତା ସହ ମୋ ମାଆ ଘରେ ଟିକେ ଅଧିକା ରୋଷେଇ କରିବାକୁ ଲାଗିଲା । ଯେମିତି କି ସମସ୍ତଙ୍କୁ ଖାଇବାକୁ ଦେଇ ପାରିବ । ମାଆ ଯେବେ ଘରେ ନଥାଏ ମତେ ବାର ବାର ଫୋନ କରି କହି ଚାଲେ କୁକୁରମାନଙ୍କୁ ଖାଇବା ଦବାକୁ । ବେଳେ ବେଳେ ବିରକ୍ତ ଲାଗେ, କାହିଁକି ମାଆ ଏତେ ଯତ୍ନ ନଉଚି ବୁଲା କୁକୁରମାନଙ୍କର, ମାଆ ବୁଝେଇ ଦେଇ କୁହେ-" ସେମାନଙ୍କର କହିବା ଶକ୍ତି ନାହିଁ, ନହେଲେ ସେମାନେ କହି ପାରନ୍ତେ ସେମାନଙ୍କୁ କେତେ ଭୋକ ଲାଗୁଚି, ଆମକୁ ଚେଷ୍ଟା କରିବା ଦରକାର ସେମାନଙ୍କୁ ବୁଝିବାକୁ " । କୋଡ଼ିଏ ବର୍ଷରୁ ଅଧିକ ହେଇଯିବ ଆଜି ଯାଏ ବି ନୀତି ବୁଲା କୁକୁର, ବିଲେଇ, ଗାଈମାନଙ୍କୁ ଖାଇବାକୁ ଦିଆଯାଏ, ଆଉ ସେମାନେ ବି ଠିକ୍ ଆମ ଘର ସାମ୍ନାରେ ନିଜ ନିଜ ସମୟ ରେ ଆସି ପହଞ୍ଚିଯାନ୍ତି ।

ଶଙ୍କରା ଠାରୁ ଆରମ୍ଭ ହୋଇଥିବା ପରମ୍ପରା ଏବେ ଅଭ୍ୟାସ ରେ ପରିଣତ ହୋଇଛି । ଆଜି ବି ମନେ ଅଛି ମୋର, ସେଦିନ ର ଅନ୍ଧକାର ଆଉ ଶଙ୍କରାର ବାଟ ଓଗାଳିବା ।

ଅଷ୍ଟମ କି ନବନ ଶ୍ରେଣୀରେ ପଢୁଥିବି, ସେଦିନ ପଢିବାକୁ ସନ୍ଧ୍ୟା ରେ ଯିବାକୁ ପଡ଼ିଥିଲା, କାରଣ ଇଂଲିସ୍ ସାର୍ ସପ୍ତାହରେ ତିନି ଦିନ ଆସନ୍ତି ଆଉ ତାଙ୍କ ଆସିବା ସମୟ କେବେ କେବେ ସନ୍ଧ୍ୟା ନହଲେ ସକାଳ ଧାର୍ଯ୍ୟ ହୁଏ ଆଉ ଆମେ ସବୁ ଏକାଠି ହଉ ଗଣିତ ସାରଙ୍କ ଘରେ । ମତେ ପ୍ରାୟ ଅଧ ମାଇଲ୍ ବାଟ ଯିବାକୁ ପଡ଼େ, ଆଉ ଆସିଲା ବେଳେ ସାର୍ ଆସନ୍ତି ଛାଡ଼ିବାକୁ ଘର ପର୍ଯ୍ୟନ୍ତ । ମୋ ଗଳି ପାଖକୁ ଲାଗି ମୋ ସହର ର ସବୁଠାରୁ ଦୁର୍ଦ୍ଦାନ୍ତ ସାହି ଥିଲା । ଯେହେତୁ ମୋ ଗଳି ବୋହୁତ୍ ନିଛାଟିଆ ଥିଲା ବେଳେ ବେଳେ ସେ ସାହି ର ଲୋକ ଆସି ମୋ ଗଳି ରେ ମଦ ପିଇ କରି ଉତ୍ପାତ ହୁଅନ୍ତି । ସେଥିପାଇଁ ସନ୍ଧ୍ୟା ପରେ ବାହାରକୁ ଯିବାକୁ ନିରାପଦ ଅନୁଭୂତ ହୁଏନି । ସେଦିନ ମୋ ଗଳି ର ଆଲୁଅ ବତୀ ସବୁ ବନ୍ଦ ଥିଲା କାରଣ ସେହି ଦୁର୍ଦ୍ଦାନ୍ତ ସାହି ର ଛୁଆ ମାନେ ପଥର ମାରି ଭାଙ୍ଗି ଦେଇଥିଲେ । ଠିକ୍ ଘରୁ ବାହାରିବା ବେଳେ ଶଙ୍କରା ପ୍ରଥମ ଥର ପାଇଁ ମୋ ବାଟ ଓଗାଳି ଥିଲା କିନ୍ତୁ ମୁଁ ବୁଝି ପାରି ନଥିଲି । କିଛି ବାଟ ଗଲା ପରେ ଅନ୍ଧାର ରାସ୍ତା କଡ଼ରୁ ଶୁଣିବାକୁ ପାଇଥିଲି କିଛି ଲୋକଙ୍କ ପାଟିତୁଣ୍ଡ, ଯେତେ ଯେତେ ପାଖ ହଉଥିଲି ସେଇ ରାସ୍ତା ଆଡକୁ ସେତେ ମାତ୍ର ରେ ଡର ଆକ୍ରାନ୍ତ କରି ଚାଲିଥିଲା । ମୁଁ ସେଥିରେ ସାଇକେଲର ବେଗ ବଢ଼େଇ ଗଳି ପାର ହବାକୁ ଚେଷ୍ଟା କରୁଥିଲି, ଠିକ୍ ଏତିକି ବେଳେ ଅନ୍ଧାର ଭିତରୁ କିଏ ଗୋଟେ ରାସ୍ତା ଆଡକୁ ବୋତଲ ଫୋପାଡ଼ିଲା, କାଚ ଭାଙ୍ଗିବା ପରି ଅନୁଭୂତ ହେଲା ଆଉ ମୋ ଡର ତୀବ୍ରତର ହବା ଆରମ୍ଭ ହେଇଯାଇଥିଲା । ଠିକ୍ ଏତିକି ବେଳେ ପଛରୁ ଶଙ୍କରାର "ଭୋ ଭୋ" ଆୱାଜ୍ ରେ ମୁଁ ଟିକେ ଶାନ୍ତି ର ନିଶ୍ଵାସ ମାରିକି ପୁଣି ସାଇକେଲ ର ବେଗ ବଢ଼େଇ ଗଳି ପାର ହୋଇ ଚାଲି ଯାଇଥିଲି । ଶଙ୍କରା ସେଦିନ ମୋ ସାଇକେଲ ପଛେ ପଛେ ଗଳି ମୁଣ୍ଡ ଆତେ ଆସିଥିଲା ଆଉ ମୁଁ ସେଦିନ ଭଲ ରେ କ୍ଲାସ ସାରି ଫେରିଥିଲି, ମୋ ସାଇକେଲ ପଛରେ ସାର୍ ତାଙ୍କ ଗାଡି ରେ ଆସିଥିଲେ ଛାଡିବାକୁ ।

ଆସିଲା ବେଳେ ଶଙ୍କରା ଠିକ୍ ଗଳି ମୁହଁ ରେ ଯଗି ବସିଥିଲା ଆଉ ପୁଣି ଥରେ ମୋ ସାଇକେଲ ପଛରେ ଘର ଆତେ ଆସିଥିଲା । ମୁଁ ଭାବୁଥିଲି ଦୁଇ ଘଣ୍ଟା କାଳ କ୍ଲାସ ରେ ବସିବା ମୋ ପାଇଁ ବୋହୁତ୍ ବିରକ୍ତିକର ଥିଲା, ଶଙ୍କରା କେମିତି ଏକା ବସିଥିବ ଏତେ ସମୟ । ଯେତେ ଦିନ ଯାଏ ସେ ବଞ୍ଚିଥିଲା, ରାତି ହଉ ଅବା ଦିନ ଯେବେ ଯେବେ ମୁଁ ଘର ବାହାରକୁ ବାହାରେ ସେ ସବୁବେଳେ ଗଳି ମୁଣ୍ଡ ଆତେ ନହେଲେ ଅଧା ରାସ୍ତା ଆତେ ମୋ ସାଇକେଲ ପଛରେ ଯାଏ । ଯୋଉ ଆତେ ତାକୁ ନିରାପଦ ଅନୁଭବ ହଉନଥିଲା ସେଇ ଆତେ ସେ ମୋ ପଛରେ ଥାଏ ।

କହିବା ଶକ୍ତି ନଥିଲା ସତ କିନ୍ତୁ ତା'ର ବୁଝିବା ଶକ୍ତି ଥିଲା ।

ମନୁଷ୍ୟକୁ ଯେତେ ଦେଲେ ବି ମନୁଷ୍ୟ ସବୁ ବେଳେ ଅସନ୍ତୁଷ୍ଟ ରହିବ ଆଉ ଅଧିକା ଆଶା ରେ ସବୁ ସମ୍ପର୍କ ଭୁଲିଯିବ, କିନ୍ତୁ କୁକୁର କୁ ଟିକେ କ'ଣ ଦେଇଥିଲେ ସେ ସବୁ ଦିନ ପାଇଁ ମନେ ରଖିଥିବ ଆଉ ବିଶ୍ୱସ୍ତ ରହିବ । ଆଜି ବି ମନେ ଅଛି ମୋର, ଶଙ୍କରା ର ବଳିଷ୍ଠ ଚେହେରା ଆଉ ତା ବୃଦ୍ଧ ଅବସ୍ତା ।

ଭାଇ ପରି ସବୁ ବେଳେ ମୋ ପାଖେ ରହି ରହି କେତେ ବେଳେ ହଠାତ୍ ଚାଲି ଗଲା ଜାଣି ହେଲାନି । କିନ୍ତୁ ତା ଚାଲି ଯିବା ବେଳକୁ ମୋ ଗଳି ଆଉ ନିର୍ଜନ ଇଲାକା ହୋଇ ରହି ନଥିଲା ପ୍ରାୟ ସବୁ ବିଲ, ପାଟ ରେ ବଡ ବଡ କୋଠା ମାନ ଠିଆ ହୋଇଯାଇଥିଲା । ଆଉ ସେଠି ମୋ ପରି କେହି ଡରି ଡରି ବଞ୍ଚୁ ନାହାଁନ୍ତି । ଝିଅମାନେ ରାତି ଅଧ ଯାଏ ବି ଏକା ଯିବା ଆସିବା କରିବାକୁ ନିରାପଦ ଅନୁଭବ କରୁଛନ୍ତି । ଏବେ ସେ ଗଳି ରେ ବୋହୁତ୍ କୁକୁର ଅଛନ୍ତି । ନୀତି ମୋ ମାଆ ସେମାନଙ୍କୁ ଖାଇବାକୁ ଦେବା ବେଳେ ମୁଁ ମୋ ଶଙ୍କରାକୁ ସେମାଙ୍କ ଭିତରେ ଦେଖିବାକୁ ଚେଷ୍ଟା କରେ । ଏଇ ତ ମାୟା ମମତାରେ ବନ୍ଧା ସମ୍ପର୍କର ଡୋରି ଯାହା ସେ ଚାଲି ଯିବା ପରେ ବି ବାନ୍ଧି ରଖିଛି କିଛି ସ୍ମୃତି ଆଉ ଅନୁଭୂତି ର ବନ୍ଧନରେ । ଖାଲି ମଣିଷ ଯ ମଣିଷକୁ ବୁଝିବ ଆଉ କେବଳ ମଣିଷ ସହ ସମ୍ପର୍କ ଯୋଡ଼ିବ ଏଟା ଜରୁରୀ ନୁହେଁ ବେଳେ ବେଳେ ପଶୁ ପକ୍ଷୀ ଆଉ ନିର୍ଜୀବ ପଦାର୍ଥ ସହ ବି ଆମ ସମ୍ପର୍କ ନିବିଡ଼ ହେଇଯାଏ ।

ମଣିଷ ଶଙ୍କରା ଦରକାର

Rate the content


Originality
Flow
Language
Cover design

Comments

Post

Some text some message..