Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସାହାଯ୍ୟ ଏକ ନୀଡ଼ ପାଇଁ
ସାହାଯ୍ୟ ଏକ ନୀଡ଼ ପାଇଁ
★★★★★

© bibhu parida

Others

4 Minutes   5.8K    14


Content Ranking

ଅସ୍ତଗାମୀ ସୂର୍ଯ୍ୟର ଲୋହିତ କିରଣ ବିଛାଡି ହୋଇ ପଡିଛି ମହାନଦୀ ର ଜଳ ରାଶିରେ ।

ହୁଲି ଡଙ୍ଗା କେତୋଟି ଭାସି ବୁଲୁଛି ଘର ବାହୁଡା ଯାତ୍ରୀଙ୍କୁ ନେଇ। ଅଦୁରେ କାଶତାଣ୍ଡି ଫୁଲର ବନ୍ୟାରେ ଶୋଭିତ ନଦୀପଠା ।

କେଉଁ ଏକ କବି ର କଳ୍ପନା ପରି ପଶ୍ଚିମ ଦିଗ୍ବଳୟ ର ଶୋଭା । ସତେକି ରଙ୍ଗ ତୁଳି ନେଇ ଅଙ୍କିବସିଛି କେ କାନଭାସ ଉପରେ ।

ସେଇ ଅସ୍ତଗାମି ସୂର୍ଯ୍ୟକୁ ଏକ ଲୟରେ ଚାହିଁ ବସିଛନ୍ତି ହୃଦାନନ୍ଦ ବାବୁ । ଅବସର ପରଠାରୁ ଏହା ତାଙ୍କର ନିତିଦିନିଆ ଅଭ୍ୟାସ। ଏମିତି ମହାନଦୀର ଚହଟା ଘାଟରେ ବସି ଅନେକ ସନ୍ଧ୍ୟାର ଆଗମନ ଦେଖିଛନ୍ତି ସେ । ମୁହଁ ଅନ୍ଧାର ହେଲେ ପୁଣି ବହୁଡନ୍ତି river front apartment କୁ। ଆଜି ବି ବିଦାୟ ନେଲେଣି ସୂର୍ଯ୍ୟ ଦେଵ । ଅପସରି ଯାଉଛି ଦିଗ୍ବଳୟ ର ଲୋହିତ ରଙ୍ଗ।ଚହଟା ଚମ୍ପା ଉଦ୍ୟାନ ରେ ଏଯାଏଁ ଜଳିନି ଆଲୋକ। ଧୀରେ ଧୀରେ ଉଦ୍ୟାନ ବାହାରକୁ ଆସୁଛନ୍ତି ହୃଦାନନ୍ଦ ବାବୁ। ଦୃଷ୍ଟିରେ ପଡିଲା ଛଟପଟ ହେଉଥିବା ବଣି ଶାବକଟିଏ।ହୁଏତ କାହାର ଆକ୍ରମଣରେ ଗୋଡଟି ଛୋଟା ହୋଇଯାଇଛି। ବାବୁ ଚିନ୍ତା କଲେ ଏମିତି ରାତିରେ ଏଇଠି ପଡି ରହିଲେ କୋଉ ବିଲେଇ କି କୁକୁର ଖାଇଦେବେ ତାକୁ। ହାତରେ ଉଠାଇ ଆଣିଲେ। ଭୟ ରେ ଚୁଁ ଚୁଁ ହେଉଥାଏ ଛୁଆ ବଣି ଟି। ଘରର କଲିଂବେଲ ମାରୁ ମାରୁ କବାଟ ଖୋଲିଲେ ସୁଧାମଞ୍ଜରୀ ଦେବୀ। ହାତରେ ବଣି ଛୁଆଟି ଦେଖି ଆଶ୍ଚର୍ଯ୍ୟ ହେଲେ।ବଣି ଛୁଆଟି ସେମିତି ଚିଂଚିଂ ହେଉଥାଏ। ସୁଧାଦେବୀ ବଣିର ଗୋଡ଼ରେ ଟିକେ ମଲମ ଲାଗେଇଦେଇଛନ୍ତି । ତା ଆଗରେ କିଛି ଚାଉଳ ରଖିବାରୁ ଖୁଣ୍ଟି ଖୁଣ୍ଟି ଖାଉଛି । ନେତ ଆସି ରୁଟି ତରକାରୀ କରୁଛି । ମା ନେତକୁ ଡାକି କହୁଛନ୍ତି ଆସିଲା ବେଳେ କାଲି କିଛି ଝିଣ୍ଟିକ। ଆଣିବୁ ବଣି ଛୁଆଟା କେତେ ଚାଉଳ ଖାଇବ । ରାତ୍ରୀ ଭୋଜନ ସାରି ଶୋଇବାକୁ ଗଲାବେଳକୁ ସୁଧାଦେବୀ ଆସି ଦେଖିଗଲେ ବଣି ଛୁଆଟିକୁ ।ସେମିତି ଡ୍ରଇଂ ରୁମ ର କପବୋର୍ଡ଼ ଉପରେ ବସିଥାଏ।ଜଖମ ଗୋଡଟି ତଳେ ଲଗେଇ ପାରୁ ନଥାଏ।

ପ୍ରାତ ଭ୍ରମଣରୁ ଫେରିବା ବେଳେ ବାବୂ ସାଙ୍ଗରେ କିଛି ଝିଣ୍ଟିକା ଧରି ଆଣିଛନ୍ତି। ସକାଳୁ ଉଠି ମା ମଧ୍ୟ ବଣିର ଗୋଡ଼ରେ ଆଉ ଥରେ ମଲମ ଲଗେଇ ଦେଇଛନ୍ତି। ନେତକୁ ତାଗିଦ ହେଇଛି ତାର ପଞ୍ଜୁରୀଟିକୁ ଭଲରେ ସଫା କରିବା ପାଇଁ। ପଞ୍ଜୁରୀ ଭିତରେ ନ ରହିଲେ କାଳେ କେତେବେଳେ ବିରାଡ଼ି ଟିଏ ଝାମ୍ପିନେବ । ମା ଶ୍ରଦ୍ଧାରେ ତାକୁ ‘ସାନୁ’ ଡାକୁଛନ୍ତି। ଧୀରେଧୀରେ ସାନୁ ସୁସ୍ଥ ହେଇଗଲାଣି । ବାବୁ,ମା ଏବେ ବହୁତ ବ୍ୟସ୍ତ ରହୁଛନ୍ତି। ସାନୁ କଣ ଖାଇବ, ସାନୁ ର ପଞ୍ଜୁରୀ ସଫା ହେଲାଣି କି ନାହିଁ, ସାନୁ ଠିକରେ ଶୋଇଲା କି ନାହିଁ ଏମିତି ପ୍ରତି ମୁହୂର୍ତ୍ତରେ ରେ ସାନୁ ଚିନ୍ତା ।

ସତେକି ଜୀବନର ସଞ୍ଜରେ ସୂର୍ଯ୍ୟଦୟ ହେଇଛି। ଦୀପକ ବାଙ୍ଗାଲୋର ରେ ଘର କିଣି ରହିବା ପରଠାରୁ ତାର କଟକ ଆସିବା ଏକରକମ ବନ୍ଦ ହେଇଯାଇଛି। ବୋହୁ ମୋନାଲିସା ଆଉ ନାତି ଆୟୁଶକୁ ବି ଦେଖିନାହାନ୍ତି ଦୀର୍ଘ 5 ବର୍ଷ ହେବ। ଏମିତି କଦବା କେତେବେଳେ ଫୋନରେ କଥା ହୁଅନ୍ତି। ପୁଅର ଆନ୍ତର୍ଜାତିକ ସଂସ୍ଥାର କାମଚାପ ଆଉ ନାତିର ପାଠପଢା ଏଥିରେ ସମୟ ବାହାର କରି କଟକ ଆସିବା ବଡକଷ୍ଟ। କେତେଥର ଦୀପକ ଅବଶ୍ୟ କହିଛି ବାପା ବୋଉଙ୍କୁ ବାଙ୍ଗାଲୋର ଆସି ବୁଲିଯିବା ପାଇଁ। ହେଲେ ହୃଦାନନ୍ଦ ବାବୁ କାହିଁକି କେଜାଣି ଯାଇ ପାରି ନାହାନ୍ତି କଟକ ର ଆତ୍ମୀୟତା କୁ ଛାଡି। ଦୀପକ ପାଠପଢା ସମୟରେ ବି ସେ କୁଆଡେ ଯାଇପାରୁ ନଥିଲେ, କାଳେ ତାର ପଢ଼ାପଢ଼ି ରେ ବ୍ୟାଘାତ ହେବ। ସୁଧାଦେବୀ ମଧ୍ୟ ପୁଅ ହେବା ପରେ ନିଜର ବ୍ୟାଙ୍କ ଚାକିରୀ ଛାଡି ଦେଇଥିଲେ ତାର ଲାଳନପାଳନ ପାଇଁ। ପୁଅର ଆଗରେ ଯେ ଚାକିରୀଟି ନିହାତି ଛୋଟ ତାହା ଅନୁମେୟ। ସେହି ତ୍ୟାଗ ଯେ ମୂଲ୍ୟହୀନ ତା ନୁହେଁ ଦୀପକ iit ଖରଗପୁର ରୁ btech ପାସ କରିଛି, iim ବାଙ୍ଗାଲୋର ରୁ masters in business କରି ibm ପରି ସଂସ୍ଥାରେ Program manager ଭାବରେ ଅବସ୍ଥାପିତ। ଏକଥା ଭାବି ବାବୁ ଗର୍ବ କରନ୍ତି ନିଜ ପୁଅ ଉପରେ। ବେଳେବେଳେ ସୁଧାଦେବୀ ଲୁଚେଇ ଲୁଚେଇ କାନ୍ଦନ୍ତି ନାତି ଟୋକାର ବର୍ଷକ ବେଳେର ଫୋଟୋ କୁ ଧରି, କେଡେ ବଡ ହେବଣି ଆୟୁଷ। ତାକୁ ଟିକେ କୋଳରେ ଧରି ଵୋକ ଦିଅନ୍ତେ, ଲୋରୀ ଶୁଣାନ୍ତେ, ଶୁଣାନ୍ତେ କଲୁରିବେଣ୍ଟ, ବୁଢ଼ୀ ଅସୁରୁଣୀ କଥା। ଏମିତି ଭାବନାଯେ ନିରର୍ଥକ କୁହନ୍ତି ହୃଦାନନ୍ଦ ବାବୁ। ନାତି ଯେ ତାଙ୍କର ଓଡ଼ିଆ ବୁଝୁନି, କହୁନି ସେ ଅବା କେମିତି ବୁଝିବ ଜେଜିମାର ଏହି ଗପକୁ?

ଆଜିକାଲି ମା ସୋନୁ ସହ ଘଣ୍ଟା ଘଣ୍ଟା ଧରି କଥା ହୁଅନ୍ତି।ସୋନୁ ବି ମଝିରେ ମଝିରେ ଉତର ଦିଏ। ମା ଜାଣନ୍ତି ସୋନୁ ବୁଝୁଛି ତାଙ୍କ କଥା। ସୋନୁର ଠାର ବି ମା ବୁଝନ୍ତି। ତାକୁ ଭୋକ ହେଲେ ସତେ ଯେମିତି ସେ ମା’ଙ୍କୁ ଡାକେ। ତାର ମନକଥା ଜାଣି ମା ପାଚିଲା ପିଜୁଳି, ଡିମିରି ଫଳ ଆଉ କେତେ କଣ ଥୋଇ ଦିଅନ୍ତି ତା’ର ପଞ୍ଜୁରୀ ଭିତରେ।

ଆଜି ରବିବାର ବୋଲି ମା’ ଗାଧୋଇ ଦେଇଛନ୍ତି ସୋନୁକୁ। ସିଏ ଓଦା ଦେହରେ ପରକୁ ଛାଡି କୁନିକୁନି ପଦ ପକାଇ ବୁଲୁଛି ଘର ସାରା। ନେତ ନେଇଛି ତାର ପଞ୍ଜୁରୀଟିକୁ ଧୋଇବା ପାଇଁ। ମା’ ରୋଷେଇ ଘରେ ତା ପାଇଁ ଖୀର ଥଣ୍ଡା କରୁଛନ୍ତି। ନଖ ଉଷୁମ ଖୀର ପିଇବ, ନହେଲେ ତାକୁ ଥଣ୍ଡା ହେଇଯିବ। ଖୀର ନେଇ ଆସନ୍ତି ତା ଘରେ ସୋନୁ ନାହିଁ। ଘରସାରା ଖୋଜି ବସିଲେ ହେଲେ ସୋନୁକୁ ପାଇଲେ ନାହିଁ। ନେତ ଯେ ବାଲକାନୀ ପଟ କବାଟ ଖୋଲି ରଖିଛି। ସେପଟେ ବଣିଟି ଉଡି ଯାଇଛି ଏହା ଅନୁମାନ କରିବାକୁ ବେଶି ସମୟ ଲାଗିଲା ନାହିଁ ହୃଦାନନ୍ଦ ବାବୁଙ୍କୁ। ହେଲେ ସୁଧାଦେବୀ ସୋନୁକୁ ନ ପାଇ କାନ୍ଦିବାରେ ଲାଗିଛନ୍ତି। ନେତ ସନ୍ଧ୍ୟାବେଳେ ଆସି ଦେଖେତ ସେମିତି ଖରାବେଳର ଖାଇବା ଥୁଅ ହେଇଛି, ଦୁଇଜଣ ଖାଇନାହାନ୍ତି। ବାବୁମଧ୍ୟ ଆଜି ଯାଇନାହାନ୍ତି ଚହଟା ଚମ୍ପାବନ ବୁଲି, ତାଙ୍କ ପ୍ରିୟ ସୂର୍ଯ୍ୟସ୍ତ ଦେଖି। ମା ରାତିରେ କିଛି ଖାଇବେନି ବୋଲି ନେତକୁ କହିଛନ୍ତି। ହୃଦାନନ୍ଦ ବାବୁ ବୁଝାଇଛନ୍ତି ହେଲେ ସୁଧାଦେବୀ ସେଇ ଖାଲି ପଞ୍ଜୁରୀ ଟିକୁ ଦେଖି କାନ୍ଦିବାରେ ଲାଗିଛନ୍ତି। ସତେକି ତାଙ୍କ ଘରଟି ପରି ଏହା ଖାଲିଖାଲି। ଅତୀତର ସ୍ମୃତି ମୁଠାଏ ଛଡା ଆଉ କିଛି ନାହିଁ। ଏମିତି ଅନେକ କଥା ଭାବିଭାବି ସୋଇପଡିଛନ୍ତି ସୁଧାଦେବୀ। ପରଦିନ ବାବୁ ପ୍ରାତ ଭ୍ରମଣରୁ ଫେରିଲେଣି, ନେତ ଆସି ଘର ଝାଡୁ କରୁଛି। ବାଲକୋନୀର କବାଟ ଖୋଲାଅଛି। ବାଲକୋନୀ ର ଚଉକାନ୍ତି ଉପରେ ବସିଛି ସୋନୁ । ଏହା ବାବୁ, ମା ଙ୍କର ସାହାଯ୍ୟ ର ଫଳ ନୁହେଁ ତ ଆଉ କଣ?

ହୃଦାନନ୍ଦ ବାବୁ ବଣି ସାହାଯ୍ୟ

Rate the content


Originality
Flow
Language
Cover design

Comments

Post

Some text some message..