Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଵଳରାମ ତରାଈ

Children Stories Others

1.0  

ଵଳରାମ ତରାଈ

Children Stories Others

ପିଲା ଦିନ ଗଳ୍ପ

ପିଲା ଦିନ ଗଳ୍ପ

1 min
359


ଆମେ ତିନିଜଣ ବନ୍ଧୁ ଭାରି ଉତ୍ତମ ବନ୍ଧୁ ଥିଲୁ । ସତରେ ମନେପଡୁଛି ସେ ପିଲାଦିନ । ବହୁତ ମିସ୍ କରୁଛୁ । ସବୁଦିନ ଆମେ ନଦୀକୂଳକୁ ଯାଉ ଗାଧୋଇବାକୁ । ସୁନ୍ଦର କଳା ଘୁମର ପାଣିରେ ଗାଧୋଇବା । ନଦୀ ଧାରେ ଧାରେ ଥିବା ବୃକ୍ଷ ମାନଙ୍କର ମଳୟ ପବନ ମନକୁ ଆନ୍ଦୋଳିତ କରୁଥିଲା । ତିନିଜଣ ସାଙ୍ଗ ପାଣି ଫୋପାଡ଼ି ହୋଇକି ବହୁତ ମଜାରେ ଗାଧୋଇ ଥିଲୁ । ପାଣି ଫୋପଡ଼ା ଫୋପାଡ଼ିରେ ମୋ ଆଖି ବୁଜି ହୋଇଯାଇଥିଲା । ପୋଖରୀରେ ମଧ୍ୟ ସେମିତି ଖେଳୁ ପାଣି ସହିତ । ମୁଁ ସବୁବେଳେ ଭାବେ ଆମେ ସମସ୍ତ ବନ୍ଧୁ ଏମିତି ରହୁ । ବୋହୁ ଚୋରି ଖେଳ, ଚକା ଚକା ଭଣୟୁରୀ । ଆମ୍ବ ତୋଟାର ରଜଦୋଳି, ନଦୀ ପଠାର ଭଇଁଚ କୋଳି । କୁସ୍ତି ଖେଳ, ମା’ର ଦହି ପଖାଳ, ମା’ର ହାତରନ୍ଧା ମାଣବସା ପିଠା ମନେ ପଡିଲେ ପାଟିରୁ ଲାଲ ଗଡି ଆସେ ସେ ପିଲା ଦିନର ସ୍ମୃତି ।


ହୋଲିରେ ସାଙ୍ଗ ମାନଙ୍କ ସହ ରଙ୍ଗ ଖେଳ । ଦଣ୍ଡ ନାଚର ମଜା । ମୋର ବିଳମ୍ବ ହେଲେ ବୋଉର ଗାଳି ଆଉ ଜେଜେ ମା’ର ବାଙ୍କୁଳି ବାଡ଼ିର ଡର ମନେପଡେ । ସ୍କୁଲ ଯିବାକୁ କାନ୍ଦିଲେ ବାପା ସ୍କୁଲରେ ଛାଡିକି ଆସନ୍ତି । ମାଷ୍ଟରଙ୍କ ବେତ ମାଡ । ସାଙ୍ଗ ସାଥୀ ସ୍କୁଲ ଖେଳ ବହୁତ ମନେପଡେ ସତରେ । ସେ ମୁହୂର୍ତ୍ତ ଆଉ ଫେରିବନି ।

ସେ ପିଲାଦିନ ସତରେ ଫେରି ଆସନ୍ତା କି ? ଆଜି କିଏ ଚାକିରୀ କଲାଣି ତ ଆଉ ସମସ୍ତେ ଅଲଗା ଅଲଗା ବାହାରେ ରହୁଚୁ ସତ କିନ୍ତୁ ଆମର ସେ ପିଲାଦିନ ଏବେ ବି ମନେରଖିଚି କେହି ବି ଭୁଲିନୁ । ସମସ୍ତେ ଅଲଗା ହୋଇପାରନ୍ତି ଆମେ ସମସ୍ତେ ଆଜି ବନ୍ଧୁ ହୋଇ ଅଛୁ ସେଦିନର କୁନି ପିଲା ଭଳି ।


Rate this content
Log in