Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭୈରବର ଅମୋକ୍ଷ ଆତ୍ମା
ଭୈରବର ଅମୋକ୍ଷ ଆତ୍ମା
★★★★★

© Deepak Sarangi

Inspirational

10 Minutes   7.0K    15


Content Ranking

ମହିତୋଷ ବାବୁ ଥିଲେ ଜଣେ ପୁଲିସ ଅଫିସର୍ ତାଙ୍କର ପୁଲିସ ଜୀବନର ଘଟଣା ଗୁଡିକ ଶୁଣିବା ପାଇଁ ତାଙ୍କ ବନ୍ଧୁ ଦୁର୍ଜନ ବାବୁଙ୍କର ଖୁବ୍ ଆଗ୍ରହ । କିନ୍ତୁ ସେ କାହିଁକି ଯେ ପୁଲିସ ଚାକିରିଟା ଦୁଇ ବର୍ଷ ଆଗରୁ ଛାଡି ଦେଲେ ସେ କଥା ତାଙ୍କ ପରିବାର ଲୋକଙ୍କ ଛଡା ଆଉ କେହି ଜାଣନ୍ତି ନାହିଁ । ସେ କେବଳ ଚାକିରି ଛାଡି ଥିଲେ ତା ନୁହେଁ , ସେ ଯେଉଁ ଠାରେ ଆଗରୁ ଚାକିରି କରୁଥିଲେ ମାନେ କଟକ ଜିଲ୍ଲା ଭଳି ଜାଗାକୁ ଛାଡି କରି ଆସି ବହୁତ ଦୂର ଏ ପାହାଡ ଜଙ୍ଗଲ ଘେରା କନ୍ଧମାଳରେ ଆସି ରହୁଥିଲେ । ତାଙ୍କ ଘର ଆଗରେ ଆଉ ଗୋଟେ ଛୋଟ ଘର ଥିଲା ସେଇ ଘରେ ଏକା ରହୁଥିଲେ ଦୁର୍ଜନ ବାବୁ । ପ୍ରଥମେ ଯେତେ ବେଳେ ମହିତୋଷ ବାବୁ ଆସି ରହିଲେ ସେତେବେଳେ ସେ ମଧ୍ୟ କଟକ ଲୋକ ବୋଲି ଜାଣିବା ଠାରୁ ତାଙ୍କ ଘରକୁ ଯିବା ଆସିବା କରି କରି ଦୁର୍ଜନ ବାବୁ ମଧ୍ୟ ଜଣେ ଅନ୍ତରଙ୍ଗ ବନ୍ଧୁ ହୋଇ ପାରିଥିଲେ ମହିତୋଷ ବାବୁଙ୍କର । ମହିତୋଷ ବାବୁ ଓ ତାଙ୍କ ସ୍ତ୍ରୀ ଅନିତା କୁ ଛାଡି ତାଙ୍କ ଘରେ ଆଉ ଜଣେ ସଦସ୍ୟର ଯିବା ଆସିବା ମଧ୍ୟ ଥିଲା ତାଙ୍କ ଚାକର ରାଜୁ, ଦେଖିବାକୁ ବିଶଳ କାୟ ଚେହେରା ,ଆଦିବାସୀ ସମ୍ପ୍ରଦାୟର । ସକାଳ ବେଳା ଆସେ ସବୁ କାମ ସାରି ପୁଣି ସନ୍ଧ୍ୟା ବେଳକୁ ଫେରି ଯାଏ ପାହାଡ ଆର ପଟେ ଥିବା ତା ନିଜ ଗାଁ କୁ । ତାକୁ ଦେଖି ଦୁର୍ଜନ ବାବୁ ମହିତୋଷ ବାବୁ ଙ୍କୁ ଥରେ କହିଥିଲେ “ଆଜ୍ଞା ! ଏ ଆଦିବାସୀ ମାନଙ୍କ ଠାରୁ ଟିକେ ଦୂରରେ ରହିବେ , କେତେବେଳେ ଏମାନେ କିଛି ବି କରି ଦେଇ ପାରନ୍ତି” । ଏକଥା ଶୁଣି ଅନିତା ଦେବୀ ଟିକେ ଭୟ ପାଇଯାଇ ଥିଲେ କିନ୍ତୁ ଲୋକଟିକୁ ହାତ ଛଡା କଲେ ଯେ ଏ ଜାଗାରେ ଆଉ ଗୋଟେ କାମଦାମ କରୁଥିବା ଲୋକ ମିଳିବା ଯେ ବହୁତ ମୁସ୍କିଲ ତାହା ମହିତୋଷ ବାବୁ ଠିକ ଜାଣିଥିଲେ । ପୁଲିସିଆ ଲୋକ ତାଙ୍କୁ ପୁଣି ଭୟ କଣ । ,

ଏମିତି ସବୁ ଦିନ ଦୁର୍ଜନ ବାବୁ ମହିତୋଷ ବାବୁଙ୍କ ଘର କୁ ଆସନ୍ତି ଆଉ ତାଙ୍କ ଠାରୁ ତାଙ୍କ ପୁଲିସିଆ ଜୀବନର କାହାଣୀ ମାନ ଶୁଣନ୍ତି ।  ପସନ୍ଦ ନ ଆସିଲେ ମୁହଁକୁ ଗୋଟେ ଏପରି କଦାକାର କରନ୍ତି ଯେ ବୁଝାଯାଏ ଯେ ଏ ଗପଟି ତାଙ୍କୁ ଜମା ପସନ୍ଦ ଆସିଲାନି । ମହିତୋଷ ବାବୁ ବେଳେ ବେଳେ ଭାବନ୍ତି ଏ ଦୁର୍ଜନ ବାବୁ ବୋଧେ ଜଣେ ଲେଖକ , ଲେଖିବା ପାଇଁ କାହାଣୀର ଅନୁସନ୍ଧାନ ରେ ଏଠିକି ଆସନ୍ତି । ଏମିତି ଦିନେ ସନ୍ଧ୍ୟା ବେଳେ କଥା ହଉ ହଉ ମହିତୋଷ ବାବୁ ତାଙ୍କର ଜୀବନର ସବୁ ଠାରୁ ଗୋପନୀୟ କଥା କହିବାକୁ ଲାଗିଲେ ସେ କଥାଟି ଏହିପରି ଥିଲା ।

କଥାଟି ଥିଲା ମହିତୋଷ ବାବୁଙ୍କର ପିଲା ଦିନର ସାଙ୍ଗ ଭୈରବ ଓ ତାଙ୍କ ସମ୍ବନ୍ଧରେ ସ୍କୁଲ ବେଳର ଗୋଟେ ସତ୍ୟ କାହାଣୀ । କଥା ଟା ଆରମ୍ଭ କରୁକରୁ ହିଁ ବହୁତ ଗୁଡିଏ ଅଶୁଭ ଲକ୍ଷଣ ଦେଖା ଗଲା । ଯେପରି କାନ୍ଥରେ ଟଙ୍ଗା ହୋଇଥିବା ଗୋଟେ ସିନେରି ଫୋଟୋ ପଡି କି ଭାଙ୍ଗି ଗଲା , ବାହାରେ ଥିବା କୁକୁର ମାନେ କିପରି ଗୋଟେ ଅଦ୍ଭୁତ ଶବ୍ଦ କରି ଭୁକି ବାକୁ ଲାଗିଲେ ଆଉ ହଠାତ୍ ଯେମିତି ଲାଗିଲା କଳା ହାଣ୍ଡିଆ ମେଘ ଆସିଲା ଭଳି ଝଡ ତୋଫାନର ପୂର୍ବ ଅନୁମାନ। ମହିତୋଷ ବାବୁ ଝରକା ପାଖକୁ ଗଲେ ଆଉ ଦେଖିଲେ ଯେ ଖୁବ ଜୋରରେ ଝରକା କବାଟ ଟା ପିଟି ହଉଛି ତାକୁ ବନ୍ଦ କରି ଦେଲେ । ମନେ ମନେ ସେ ଭାବିଲେ ଏ ସବୁ କଣ ହଉଛି କିନ୍ତୁ ବାହାରେ ପ୍ରକାଶ କଲେ ନାହିଁ । ତାପରେ ନିଜକୁ ଟିକେ ପ୍ରସ୍ତୁତ କରି ନେଇ ବସି ପଡିଲେ ପାଖରେ ଥିବା ଚେୟାର ଉପରେ ଆଉ ତା ପରେ ଆରମ୍ଭ କଲେ , ଭୈରବ ଥିଲା ମୋ ସ୍କୁଲ ବେଳର ଜଣେ ଘନିଷ୍ଠ ବନ୍ଧୁ ,ସେତେବେଳେ ଆମକୁ ପ୍ରାୟ ୧୪/୧୫ ବର୍ଷ ବୟସ । ଭୈରବ ଥିଲା ସ୍କୁଲରେ ସବୁ ପିଲା ମାନଙ୍କ ଠାରୁ ଏକଦମ ଅଲଗା ତାର ସ୍ଵଭାବ ସ୍କୁଲ ରେ ସବୁ ଠାରୁ ଅଲଗା ଥିଲା । ତେବେ ଭୈରବ ଯେ କାହିଁକି ମୋତେ ସବୁ ଠାରୁ ବେଶି ଭଲ ପାଏ ସେ କଥା ମୁ ଜାଣେନା । ପାଠ ପଢାରେ ତାର ଆଦୌ ଇଚ୍ଛା ନଥିଲା , କିନ୍ତୁ ସେଇ ବୟସ ରେ ସେ ଝଡାଫୁଙ୍କା,ଭୂତ, ପ୍ରେତ ଆଦି ମାନଙ୍କ ବିଷୟରେ ଜାଣିବା ପାଇଁ ଖୁବ ଆଗ୍ରହୀ ଥିଲା , ସେଥି ପାଇଁ ସେ ସ୍କୁଲରେ କ୍ଲାସ ଛାଡି ଗୁଣିଆ ମାନଙ୍କ ପାଖରେ ସେହି ବିଦ୍ୟା ଗୁଡିକ କରାୟତ କରି ବାକୁ ଚେଷ୍ଟା କରୁଥାଏ । ଆଉ ତାର ଚେହରା ବି ସେମିତି ଥିଲା ଭୟଙ୍କର କୁଞ୍ଚ କୁଞ୍ଚିଆ ଚୁଟି ଆଉ ଗାଲର ଡାହାଣ ପାଖେ ଗୋଟେ କଟା ଦାଗ , ତା ପାଖକୁ ଯିବାକୁ ପିଲା ମାନେ କଣ ସ୍କୁଲର ଶିକ୍ଷକ ମାନେ ବି ଭୟ କରୁଥିଲେ । ତାର ଏପରି ଚେହେରାକୁ ଦେଖି ତାକୁ କେହି ବି ଭଲ ପାଉ ନଥିଲେ, କିନ୍ତୁ ସେ ସ୍କୁଲ ଛୁଟି ହେବା ପରେ ମୋତେ ଟାଣି କରି ନେଇ ଯାଏ ଆମ ଗାଁ ରେ ଥିବା କିଛି ଶୁନ୍ ଶାନ୍ ଜାଗା କି ଗାଁ ଶେଷରେ ଥିବା ମସାଣି କୁ । ସେ ସେଠାକୁ ମତେ ନେଇ ବହୁତ ଗୁଡାଏ ଡର ଲାଗିଲା ଭଳିଆ କଥା ସବୁ କହେ । ଯେମିତିକି “ହାଜିପୁର ଗାଁ ର ତାରକନାଥ ବାବା ହଉଛନ୍ତି ମୋ ଗୁରୁ ସେ ମୋତେ ସବୁ ଭୂତ ପ୍ରେତ ମାନଙ୍କୁ ଆୟତ କରିବା ଶିଖେଇ ଦେଲେଣି , ସେ କହୁଥିଲେ ନେପାଳରେ ଗୋଟେ କାମାକ୍ଷା ଦେବୀଙ୍କ ମନ୍ଦିର ଅଛି, ସେଠିକି ଯାଇ ଯଦି ମୁଁ ଯଇଁ ସିଦ୍ଧି କରି ଆସେ ତେବେ ମୁଁ ହେବି ବିଶ୍ଵ ବିଜୟୀ, ତୁ ବି ଚାଲ୍ ମୋ ସହିତ ତତେ ନେପାଳ ବୁଲେଇ କି ଦେଖେଇ ଦେବି, ଆମେ ଯିବା ମୋ ଗୁରୁ ତାରକନାଥ ବାବଙ୍କ ସହ” ।

ମୋର କିନ୍ତୁ ଇଚ୍ଛା ହଉଥାଏ ମୁଁ କିପରି ୟା ହାବୁଡରୁ ଖସି କି ପଳେଇବି , ଏମିତି ସବୁବେଳେ ମୋତେ ସେ ହଇରାଣ କରୁଥାଏ । ସେଥିପାଇଁ ସ୍କୁଲ ଛୁଟି ହେବା ମାତ୍ରେ ହିଁ ମୁଁ ତା ଠାରୁ ଲୁଚିକି ଦୌଡି ଘରକୁ ପଳାଏ । ଏମିତି ଦିନେ ସେ ମୋତେ ଆମ ଗାଁ ମସାଣି କି ଜୋର କରି ଟାଣି ନେଇଗଲା , ଆଉ ଛୁରୀରେ ମୋ ବାମ ହାତର ବୁଢା ଆଙ୍ଗୁଠି ଟାକୁ କାଟି ଦେଲା ,ମୁଁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହଉଥାଏ । ତାପରେ ସେ ସେଠି ସଦ୍ୟ ଜଳା ହୋଇଥିବା ଗୋଟେ ଶବର ପାଉଁଶ ଉପରେ ନେଇ ମୋ କଟି ଯାଇଥିବା ଆଙ୍ଗୁଠିର ରକ୍ତ ଦୁଇ ଟୋପା ପକେଇ ଦେଇ କହିଲା “ତୁ ମୋତେ ଛାଡି ଆଉ କୁଆଡେ ଯାଇ ପାରିବୁନି , ତୁ ଯଦିଓ ମୋ ଠାରୁ ଦୂରେଇ ଯାଉ ତଥାପି ମୁଁ ତୋ ପିଛା କେବେ ବି ଛାଡିବିନି”। ଏମିତି ଭୟଙ୍କର ଭାବେ ସେ କହି ଉଠିଲା । ସେତେବେଳେ ଦେଖା ଯାଉ ଥାଏ ତା ଆଖି ଦୁଇଟି ରକ୍ତ ପରି ଲାଲ୍ ହୋଇଯାଇଛି , ଆଉ କହି ସାରି ଜୋରରେ ହସି ଉଠିଲା । ପୁଣି କହିଲା “ମୋ ଗୁରୁ ମୋତେ କହିଛନ୍ତି ପ୍ରେତାତ୍ମା ମାନେ ଯାହାକୁ ବେଶି ଭଲ ଲାଗନ୍ତି ସେମାନେ କାହାର ଗୋଟେ ଶରୀର ଭିତରେ ପ୍ରବେଶ କରି ତାକୁ ଦେଖା କରି ପାରନ୍ତି ; କିନ୍ତୁ ଏପରି କରିବା ଦ୍ଵାରା ସେ ଆତ୍ମାକୁ ବହୁତ କଷ୍ଟ ହୁଏ ଏବଂ ତା’ର ମୁକ୍ତି ମଧ୍ୟ ହୋଇ ପାରେନା । ସେ ଅମୋକ୍ଷ ହୋଇ ଘୁରି ବୁଲେ । ସେ ଯାହା ବି ହଉ ତୁ ଯୁଆଡେ ଥାଆ ପଛେ ମୁଁ କିନ୍ତୁ ତତେ ଦେଖା କରିବାକୁ ନିଶ୍ଚେ ଆସିବି । କିନ୍ତୁ ମୁଁ ଯେତେବେଳେ ତତେ ଦେଖା କରିବାକୁ ଆସିବି ଯଦି ତୁ ମତେ ଚିହ୍ନି ନପାରି ତଡି ଦଉ ତେବେ ମୁଁ ତତେ କିନ୍ତୁ ଆଉ ଛାଡିବି ନାହିଁ । ଆଉ ଏକଥା ତୁ ମତେ ଏଇ ମସାଣିରେ ମତେ ଶପଥ କରି କହ” ।

ସେତେବଳକୁ ମୋ ଅବସ୍ଥା ଯାହା ହଉଥାଏ ମୁଁ ଚଟ୍ କରି କହିଲି “ହଁ ରେ ଭୈରବ ତୁ ଆସିଲେ ତତେ କାହିଁକି ମୁଁ ତଡି ଦେବି ତୁ ତ ମୋର ସବୁ ଠାରୁ ଭଲ ବନ୍ଧୁ । ମୁଁ ଶପଥ କରୁଛି ତତେ ମୁଁ ଚିହ୍ନି ପାରିବି ଆଉ ତୁ ମୋ ଘରକୁ ଆସିଲେ ମୁଁ ତୋର ଖୁବ୍ ଆଦର ଯତ୍ନ କରିବି” । ତା’ପରେ ସେ ମତେ ଛାଡି ଦେଲା ମୁଁ ଏକ ମୁହାଁ ହେଇ ଘରକୁ ଦୌଡି ପଳେଇ ଆସିଲି । ୩/୪ ଦିନ ମୁଁ ଆଉ ସ୍କୁଲକୁ ଗଲିନି । ଯେତେବେଳେ ସ୍କୁଲକୁ ଗଲି ଜାଣିବାକୁ ପାଇଲି ଯେ ଭୈରବ ସେହିଦିନ ଠାରୁ ଆଉ ସ୍କୁଲ କୁ ଆସିନି । ସେ ଘର ଛାଡି କୁଆଡେ ପଳେଇଛି ବୋଲି ।

ତାପରେ ଗୋଟେ ଦୀର୍ଘ ନିଶ୍ଵାସ ନେଇ ମହିତୋଷ ବାବୁ ଟିକେ ପାଣି ଜଗ୍ ରୁ ଆଣି ପିଇଲେ, ଏହି ସମୟ ରେ ତାଙ୍କ ପତ୍ନୀ ଅନିତା ଘର ଭିତରକୁ ପଶି ଆସିଲେ , ମୁହଁରେ ତାଙ୍କର ଭୟର ଛାପ ସ୍ପଷ୍ଟ ବୁଝା ପଡୁଥାଏ । ଆଉ କହିଲେ “ହେଇଟି ଶୁଣୁଚ ଆମ ଛାତ ଉପରେ କିଏ ଗୋଟେ ଦୁମ୍ ଦୁମ୍ କରୁଛି, ଟିକେ ଯାଇ ଦେଖ ତ” ? ମହିତୋଷ ବାବୁ ବି ଟିକେ ଡରି ଯାଇଥାନ୍ତି, ଯଦିଓ ଶବ୍ଦଟା ଟିକେ କମି ଆସିଥିଲା ତଥାପି ରହିରହି ମଝିରେ ମଝିରେ ହଉଥାଏ । ଛାତ ଉପରକୁ ଯାଇ ଦେଖିଲେ କେହି କୁଆଡେ ନାହାନ୍ତି , ରାଜୁ କହିଲା “ଆଜ୍ଞା ! ଛାତ ଉପରେ କିଛି ସମୟ ପୂର୍ବରୁ ଗୋଟେ ଡାମେରା କାଉ ଆସି ବହୁତ ସମୟ ହେଲା ବସିଥିଲା ମୁଁ ଯେତେ ହୁରାଡିଲେ ବି ଜମା ଗଲାନି, ଅପଣଙ୍କୁ ଦେଖି ବୋଧେ ଉଡି ଗଲା” । ମହିତୋଷ ବାବୁ ଘଡି ଦେଖିଲେ ରାତି ଆସି ୯ ଟା ବାଜିଲାଣି ରାତିରେ ପୁଣି କାଉ , ଟିକେ ଭୀତତ୍ରସ୍ତ ହୋଇ ପଡିଲେ । ଛାତ ଉପରୁ ତଳକୁ ଓଲହାଇ ଆସି ସେ ଦେଖିଲେ ଦୁର୍ଜନ ବାବୁ କିନ୍ତୁ ସେମିତି ନିର୍ବିକାର ହୋଇ ବସି ଥାନ୍ତି ତାଙ୍କ ଜାଗାରେ , ଲାଗୁ ଥାଏ ଯେମିତି ସେ ହିଁ ହଉଛନ୍ତି ତାଙ୍କ କାହାଣୀର ଗୋଟେ ଚରିତ୍ର । 

ତାପରେ ମହିତୋଷ ବାବୁ ପୁଣି ଚେୟାର ଉପରେ ବସି ଗପି ବାକୁ ଆରମ୍ଭ କଲେ । ସ୍କୁଲ ପଢା ସାରିଲା ପରେ ମୁଁ ଗାଁ ଛାଡି ଭୁବନେଶ୍ବର ଚାଲି ଆସିଲି ଉଚଶିକ୍ଷା ପାଇଁ ,ତାପରେ ମୋ ସହ ଆଉ ଭୈରବର କିଛି ବି ସମ୍ପର୍କ ନ ଥାଏ । ଏ ଭିତରେ କଟି ଯାଇଥାଏ ଦୀର୍ଘ ୩୦ ବର୍ଷ , ମୁଁ ପୋଲିସ ଚାକିରି ରେ ନିଯୁକ୍ତି ପାଇଥାଏ । ମୋର ପୋଷ୍ଟିଂ ହୋଇ ଥାଏ ବଡମ୍ବାର ଝରିଖୋଲ ଗ୍ରାମରେ । ଦିନେ ଗୋଟେ ହତ୍ୟାକାଣ୍ଡର ଖବର ମତେ ମିଳିଲା । ଦୁଇ ଜଣ କନେଷ୍ଟବଳଙ୍କୁ ଧରି ଯାଇ ପହଞ୍ଚିଲି ଘଟଣା ସ୍ଥଳରେ , ଦେଖିଲି ଏକ କ୍ଷତ ବିକ୍ଷତ ଶବ, ତା’ର ଗଳା କାଟି କିଏ ହତ୍ୟା କରିଥାଏ । ଲୋକଟିର ବୟସ ଅନୁମାନ ୫୦ ପାଖ ପାଖି ହେବ, ଲୋକଟିକୁ ଦେଖିଲା ପରେ ମୋତେ କାହିଁ ଚିହ୍ନାଚିହ୍ନା ଲାଗିଲା ଓ ଦେହଟା କିପରି ଏକ ଭୟରେ ଶିହରି ଉଠିଲା । ଯଦିଓ ୟା ଠାରୁ ଆହୁରି ଭୟଙ୍କର ଶବ ମୁଁ ମୋ ପୋଲିସ ଜୀବନର ୨୫ବର୍ଷ ଚାକିରୀ ଭିତରେ ଦେଖି ସାରିଥିଲି ତଥାପି ମୋ ଭିତରେ କିପରି ଗୋଟେ ଅଦ୍ଭୁତ ପ୍ରକାର ଭୟ ମାଡି ବସିଲା ପରି ଲାଗିଲା । ଗୋଟେ କନେଷ୍ଟବଳ ବଳକୁ କହିଲି ମୁହଁ ଉପରୁ ରକ୍ତ ଛିଟା ଗୁଡାକ ପୋଛି ଦବା ପାଇଁ । ତା’ପରେ ମୁଁ ଯାହା ଦେଖିଲି , ତାକୁ ଦେଖି ମୁଁ ପୂରା ଅବାକ୍ ହୋଇ ପଡିଲି ସେଇ କୁଞ୍ଚ କୁଞ୍ଚିଆ ଚୁଟି ଆଉ ଗାଲର ଡାହାଣ ପାଖେ ଗୋଟେ କଟା ଦାଗ , ମୋତେ ଆଉ ବୁଝି ବାକୁ ବାକି ରହିଲା ନାହିଁ ଯେ ଏଇ ମୃତଦେହଟା ଭୈରବର ବୋଲି । ବେଶୀ କିଛି ଆଉ କାହା ସହ କଥାବାର୍ତା ନ କରି ଶବଟିକୁ ପୋଷ୍ଟମୋର୍ଟମ କରିବାକୁ ପଠେଇଦେଲି । ତା’ପରେ ମୋର ଦୁର୍ଭାଗ୍ୟ କୁ ସେ କେସ୍ ର ତଦନ୍ତ ଦାଇତ୍ଵ ମୋ ଉପରେ ହିଁ ରହିଲା । ମୁଁ ସବୁ ଜାଗାକୁ ଯାଇ ଖୋଳତାଡ୍ ଆରମ୍ଭ କଲି , ସେ କୋଉଠି ରୁହେ, ତା ସଙ୍ଗେ ଅନ୍ୟ ମାନେ କିଏ ସବୁଥିଲେ, ଇତ୍ୟାଦି ଇତ୍ୟାଦି । ତଦନ୍ତର ପ୍ରଥମ ପର୍ଜାୟରୁ ଜଣା ଗଲା ଯେ ସେ ଏଇ ଗାଁରେ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ ଦିନ ଧରି ରହି ଆସୁଥିଲା , ଆଉ ସମସ୍ତେ ତାକୁ ଗୋଟେ ତାନ୍ତ୍ରିକ ବୋଲି ମଧ୍ୟ ଜାଣିଥିଲେ । କିନ୍ତୁ ତା’ପରେ ତଦନ୍ତରେ ସେମିତି କିଛି ଆଖି ଦୃଶିଆ ପ୍ରମାଣ ମୋତେ ଆଉ କିଛି ମିଳି ନଥିଲା । ଯେହେତୁ ତାନ୍ତ୍ରିକ , ଗୁଣିଆ ପରି ଲୋକ ଥିଲା ଆଉ ତାର ସମ୍ପର୍କୀୟ ବି କେହି ନଥିଲେ ଖୋଜ୍ ଖବର ନବା ପାଇଁ ସେଥିପାଇଁ କେସଟା ଧୀରେ ଧୀରେ ବନ୍ଦ ହେବାକୁ ବସିଲା । 

ଆଉ ଠିକ୍ ସେଇ ସମୟରେ ଦିନେ ରାତିରେ ଆମେ ସ୍ଵାମୀ ସ୍ତ୍ରୀ ଓ ପୁଅକୁ ନେଇ ପୁଲିସ କ୍ଵାଟରରେ ରାତିରେ ଶୋଇଥାଉ । ରାତି ପ୍ରାୟ ୨ଟା ପାଖପାଖି ହେବ ମନେ ହେଲା ଯେପରି ଆମ କ୍ଵାଟରର କବାଟକୁ କିଏ ଜଣେ ଠକ୍ ଠକ୍ କରୁଛି । ମୋର ନିଦଟା ଭାଙ୍ଗିଗଲା ଭାବିଲି ବୋଧେ ସ୍ଵପ୍ନ ଦେଖୁଛି ଆଉ କିଛି ନ ଭାବି ପୁଣି ଶୋଇଲି, ପାଞ୍ଚ ମିନିଟ୍ ପରେ ପୁଣି ସେଇ କବାଟ ବାଡେଇବା ଶବ୍ଦ, ଏଥର ଶବ୍ଦଟା କିନ୍ତୁ ଆଗ ଅପେକ୍ଷା ଟିକେ ଜୋର୍ ଥିଲା , ଏଥର ମୁଁ ଶେଜରୁ ଉଠି ବସିଲି । କବାଟ ଖୋଲି ବାକୁ ଯାଆନ୍ତେ ମୋ ସ୍ତ୍ରୀ ଅନିତା ମୋତେ ବାଧା ଦେଲା । ପୁଅ ପାଖରେ ଗଭୀର ନିଦ୍ରା ରେ ସୋଇ ଥାଏ । ତଥାପି ମୁଁ ଉଠିକି ଆଲମୀରା ଭିତରୁ ମୋ ସର୍ଭିସ୍ ରିବୋଲ୍ଭରଟା ବାହାର କଲି । କବାଟ ଖୋଲିବା ପୂର୍ବରୁ ଭିତରୁ ଥାଇ ପଚାରିଲି “କିଏ ସେଠି” ? କିନ୍ତୁ ସେପଟୁ କିଛି ଉତ୍ତର ନାହିଁ । ମୁଁ ପୁଣି ଆଉ ଥରେ ଏଥର ଟିକେ ଚଢା ଗଳା ରେ ପଚାରିଲି “କିଏ ସେଠି କବାଟ ବାଡଉଛି ? ଲାଗିଲା କିଏ ଜଣେ ୧୪/୧୫ ବର୍ଷର ପିଲାଟେ ମୋତେ କହୁଛି “ଆରେ ମହୀ! କବାଟଟା ଟିକେ ଖୋଲ ମୁଁ ତୋ ସାଙ୍ଗ ଭୈରବ ପରା”। କବାଟ ସେପଟୁ ଏମିତିଆ କଥା ଶୁଣି ମୁଁ ପୁରା ଅବାକ୍ ହୋଇ ଠିଆ ହୋଇ ଥାଏ । ଦେହରୁ ଝାଳ ଗମଗମ ହୋଇ ବାହାରି ଯାଉଥାଏ କବାଟଟା ଖୋଲି ଦେଖେ ତ ସେଠି କେହି ବି ନାହାନ୍ତି । ଘର ଭିତରକୁ ଯାଇ ଟର୍ଚଟା ଆଣି ବାହାରକୁ ମାରିଲି , ଦେଖିଲି କିଛି ଦୂର ରେ ଗୋଟାଏ ଲୋକ ଛିଡା ହୋଇଛି , ଅଣ୍ଟାରେ ଗୋଟେ ନୀଳ ଲୁଙ୍ଗୀ ପିନ୍ଧିଥାଏ ମୁଣ୍ଡରେ ଗାମୁଛା ପକେଇଥାଏ ଆଉ ମୁହଁ ସାରା ପୁରା ରକ୍ତରେ ଜୁଡୁବୁଡୁ ଲୋକଟାକୁ ଦେଖି ମୁଁ ପୁରା ସ୍ଥାଣୁ ହୋଇଗଲି । ମୋତେ ଲାଗୁ ଥାଏ ମୋ ଦେହରେ ଆଉ ଯେମିତି ଜୀବନ ନାହିଁ । ମୁଁ ତାକୁ ପୁଣି ଥରେ ନିରିଖେଇ କି ଚାହିଁଲା ବେଳକୁ  ଲାଗିଲା ସେ ଯେମିତି ମୋତେ ହାତ ଠାରି ଡାକୁଛି । ମୁଁ ତାର ଯେତେ ନିକଟକୁ ଯାଉଥାଏ ସେ ମୋ ଠାରୁ ସେତେ ଦୂରେଇ ଯାଉ ଥାଏ । ସେ ମୋ ଆଗେ ଆଗେ ଚାଲିଲା ଆଉ ମୁଁ ତା ପଛେପଛେ ଚାଲି ଥାଏ । ଯେମିତି ଲାଗୁଥାଏ ମୋତେ କିଏ ଜଣେ ସମୋହନ କରି ତା ପଛେ ପଛେ ଚାଲି ବାକୁ ବାଧ୍ୟ କରୁଛି । ମୋତେ ଲାଗିଲା ଏ କଣ ଭୈରବ ମୋତେ ନେଇ କି ତା ହତ୍ୟାକାରୀ ପାଖକୁ ଯାଉଛି । ଇଛା ହଉଥାଏ ମୁଁ ଫେରିଯିବି ବୋଲି କିନ୍ତୁ ଏତେ ଅନ୍ଧକାରରେ ମୁଁ ଯେ କୋଉଠି ଆସି ପହଞ୍ଚିଲିଣି ସେ କଥା ମୋତେ ଆଦୌ ଜଣା ପଡୁ ନ ଥାଏ । ମୋ ପାଦରେ ଆଉ ଶକ୍ତି ନ ଥାଏ । ଚାଲିବା ମୋ ପାଇଁ ସମ୍ଭବ ହୋଇ ପାରୁ ନ ଥାଏ । ମୁଁ ଅବଶ ହୋଇ ରାସ୍ତାର ଗୋଟେ ପଟେ ପଡି ଗଲି । ସକାଳ ହେଲାରୁ କିଛି ଗାଁ ଲୋକ ଆଣି ମତେ ଘରେ ଛାଡି ଦେଇ ଗଲେ । ପରଦିନ ସେଇ ଶବଟିର ପୋଷ୍ଟମୋର୍ଟମ ରିପୋର୍ଟ ଆସିଲା । ରିପୋର୍ଟରେ ଉଲ୍ଲେଖ ଥିଲା ଯେ ଲୋକଟିର ମୃତ୍ୟୁ ଅସ୍ବାଭାବିକ ଥିଲା । ତା’ର ମୁଣ୍ଡଟିକୁ ଏମିତି କିଏ ଜଣେ ମୋଡି ଦେଇ ଥିଲା ଯେ ଶରୀରଭିତରୁ ଚାପ ପାଇ ଜିଭଟା ଏକ ଦମ୍ ବାହରକୁ ଚାଲି ଆସିଥିଲା । ଏମିତି ନୃଶଂସ ଭାବରେ ମୁଣ୍ଡକୁ ଜୋରରେ ମୋଡିବା କୌଣସି ମନୁଷ୍ୟ ପକ୍ଷେ ସମ୍ଭବ ନ ଥିଲା । ଯେହେତୁ ଶବଟିର କେହି ଦାବିଦାର ନ ଥିଲେ ତେଣୁ କେସଟି ଆପେ ବନ୍ଦ ହୋଇଗଲା ।

 ଏତିକି କହି ମହିତୋଷ ବାବୁ ଚୁପ ହୋଇ ଗଲେ ଦୁର୍ଜନ ବାବୁ ସେମିତି ଜାକିଜୁକି ହୋଇ ବସିଥାଆନ୍ତି । ଅପଲକ ନୟନରେ ସେ ଅନେଇ ଥାନ୍ତି ମହିତୋଷ ବାବୁଙ୍କୁ । ଘର ଭିତରଟା କିପରି ଏକ ଅସ୍ଵସ୍ତିକର ପରିବେଶ ଭଳି ଜଣା ପଡୁଥାଏ । କୁକୁର ଗୁଡାକ ହଠାତ୍ ଜୋର୍ କରି ଭୁକିବାକୁ ଆରମ୍ଭ କଲେ । ଘର ଭିତରେ ତ ଆଉ କେହି ନାହାଁନ୍ତି ମହିତୋଷ ବାବୁ ଆଉ ଦୁର୍ଜନ ବାବୁଙ୍କ ଛଡା , କିନ୍ତୁ ମହିତୋଷ ବାବୁଙ୍କ ମନେ ହେଲା ଯେ ଆଉ ଜଣେ କିଏ ସେମାନଙ୍କ କଥା ଶୁଣୁଛି ସେ ଦୁଆର ମୁହଁ ପାଖକୁ ଗଲେ ଏ କଣ ରାଜୁ ସେମାନଙ୍କ କଥା ଶୁଣୁଛି । ବେଶୀ କିଛି ପ୍ରତିକ୍ରିୟା ପ୍ରକାଶ ନ କରି ମହିତୋଷ ବାବୁ ପୁଣି ଆସି ଚେୟାର ଆସି ବସି ପଡିଲେ ଓ ପୁଣି ଆରମ୍ଭ କଲେ।

ଏମିତିଆ କାଣ୍ଡ ପ୍ରାୟ ସବୁ ଦିନେ ମୋ ସଙ୍ଗେ ଘଟିବାକୁ ଲାଗିଲା ସ୍ତ୍ରୀ ଓ ପୁଅକୁ ନେଇ ମୋ ଶଶୁର ଘରେ ଛାଡି ଦେଇ ଆସିଲି । କ୍ଵାଟର ବି ଛାଡି କି ଅଲଗା କ୍ଵାଟର ନେଲି ତଥାପି ସେହି ପ୍ରକାର ସମସ୍ୟା ଲାଗି ରହିଲା । ଧୀରେ ଧୀରେ ମୁଁ ଅନ୍ୟ ମନସ୍କ ହେବାକୁ ଲାଗିଲି । ଶେଷରେ ଚିନ୍ତା କଲି ଚାକିରି ଛାଡି ଏ ଜାଗା ରୁ ସବୁ ଦିନ ପାଇଁ ଚାଲି ଯିବି ବୋଲି । ଆଉ ତା ପରେ ମୁଁ ଏ କନ୍ଧମାଳକୁ ଚାଲି ଆସିଲି । ପୁଅକୁ ନେଇ ଭୁବନେଶ୍ବରରେ ଛାଡି ଦେଇ ଆସିଛି ସେ ସେଠି ହସ୍ଟେଲରେ ରହି ପଢୁଛି । ଏଇ ହେଲା ମୋ କାହାଣୀ ।

 ଚୁପ୍ ହୋଇ ରହିଗଲେ ମହିତୋଷ ବାବୁ କିଛି ସମୟ ପାଇଁ । ନିଜ ପାଖରେ ଥିବା ସିଗାରେଟଟା ଆଣି ଲଗେଇଲେ । ତାଙ୍କୁ ଜଣାଗଲା ହଠାତ୍ ଯେମିତି ଘର ଭିତର ସାରା ଧୂଆଁମୟ ହେଲା ପରି । ସେ ଦେଖିଲେ ଯେ ତାଙ୍କ ପାଖରେ ବସି ଥିବା ଦୁର୍ଜନ ବାବୁ ସେଠି ନାହାଁନ୍ତି ଆଉ ସେ ବସିଥିବା ଚେୟାର ଉପରେ ଆସି ବସିଛି ଭୈରବ । ସେଇ ରକ୍ତ ଜୁଡୁବୁଡୁ ମୁହଁରେ ତାଙ୍କ ଆଡକୁ ଅନେଇ ବିକଟାଳ ହସ ହସୁଛି । ଆତଙ୍କିତ ହୋଇ ପଡିଲେ ମହିତୋଷ ବାବୁ । ଭୟରେ ନିଜର ଚେତା ହରେଇ ବସିଲେ । ପ୍ରାୟ ୧୦ ଦିନ ଅଚେତ ହୋଇ ପଡି ରହିବା ପରେ ସେ ନିଜକୁ ଭୁବନେଶ୍ବରର କାପିଟାଲ ହସ୍ପିଟାଲର ବେଡ୍ ଉପରେ ପାଇଲେ । ଚେତା ଫେରିବା ପରେ ସ୍ତ୍ରୀ ଅନିତାଙ୍କ ଠାରୁ ଶୁଣିବାକୁ ପାଇଲେ ଯେ ଦୁର୍ଜନ ବାବୁଙ୍କର ଅସ୍ବାଭାବିକ ମୃତ୍ୟୁ ତାଙ୍କ ନିଜ ଘର ଭିତରେ ହିଁ ହୋଇଛି । 

ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦

ସନ୍ଧ୍ୟା ପୁଲିସ ଜୀବନ

Rate the content


Originality
Flow
Language
Cover design

Comments

Post

Some text some message..