Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ଚା' କପେରେ...

ଚା' କପେରେ...

2 mins
7.4K


ଚା' କପେରେ...

ଅମିୟ ବେଜ୍

     {୧} ନିଜେ କରନ୍ତୁ ! ତେବେ ଯାଇ ସିନା ବୁଝାପଡ଼ିବ ସ୍ତ୍ରୀର ମୂଲ୍ୟ !! ବିଛଣାରୁ ଥାଇ ସୌମ୍ୟା ଦେଖୁଥିଲା ପ୍ରିୟଙ୍କ କିଚେନ୍ ଭିତରେ ପଶିବାର । ସେ ବେଶ୍ ଜାଣେ ଚା' ଟିକେ ନହେଲେ ବିଛଣା ଛାଡ଼ିପାରନ୍ତିନି ପ୍ରିୟ । ଯା'କୁ ପାଣି ଟିକେ ପିଇବାକୁ ଗ୍ଲାସ୍ ଖୋଜି ମିଳେନି, ସେ ପୁଣି ଅଣ୍ଟା ଭିଡ଼ିଛି ଚା' ବନାଇ ପିଇବାକୁ ! ନିଜ ରୋଷେଇଶାଳେ ଆଉ କା'ର ଅନଧିକାର ପ୍ରବେଶକୁ ସହିପାରୁ ନଥିଲା ସୌମ୍ୟା ! ତଥାପି ସେ ରାଗିଛି !

     {୨} ରାଗିବନି ? ଯିଏ ତୁମ ପାଇଁ ସକାଳ ହେବା ଆଗରୁ ରାତି ସରିବା ଯାଏଁ ଯନ୍ତ୍ର ବନିଯାଉଛି, ନିଜ ସାଙ୍ଗିଆ ଛାଡ଼ି ତୁମ ନାଁରେ ଚିହ୍ନା ହେଉଛି, ତା'ର ସାମାନ୍ୟ କଥାଟିଏ ନେଇ ଏତେ ଅପମାନ କରୁଛ ? ନିଜ ସ୍ତ୍ରୀକୁ ସମ୍ମାନ ଦେଉନ, ତୁମେ କି ସମ୍ମାନସ୍ପଦ ?

     {୩} ଏଇଥିପାଇଁ ନାଁ ? ମୁଁ ଏବେ ତୁମ ଆୟତ୍ତରେ ? ତୁମେ ଆଙ୍କିଥିବା ବୃତ୍ତର ପରିସରରେ ? ମୁଁ ଅବଳା, ଖାଲି ତୁମ ଭରସାରେ ? ନା ଅଣାୟତ୍ତ ହୋଇପାରିବି, ନା ସୀମା ଲଙ୍ଘିପାରିବି !! ମୁଁ ରାଗିଛି । ହଁ, ତୁମ ଉପରେ ଖୁବ୍ ରାଗିଛି ।

     {୪} ରାତିସାରା ନିଦ ଭାଙ୍ଗୁଥିଲା । ଏବେ ରାଗରେ ନୁହଁ, ଅଭିମାନରେ ! ସତରେ କ'ଣ ପ୍ରିୟ ତୁମେ ଅଜଣା , କେମିତି ମୋତେ ମନାଇବାକୁ ? ମୁଁ ରାଗିଛି ବୋଲି ମୁହଁ ବୁଲାଇ ଶୋଇଛ ଯେ ଶୋଇଛ ? ମୁଁ ରାଗିଛି । ରାଗିବାକୁ ଚାହୁଁଛି ! ଏବେ ଥରେ ତ଼ ମନେପକାଅ କ'ଣ ତୁମ ଦାୟିତ୍ବ !!! ମୁହଁସାରା ଲୁହ ଶୁଖି ନଥିଲା । ପୁଣି ଧାରେ ଉଛୁଳିପଡ଼ିଲା ସୌମ୍ୟା ଗାଲରେ ।

     {୫} ଖଡ଼ଖାଡ୍ ଶୁଭୁଥିଲା । ସତରେ କ'ଣ ପ୍ରିୟ ଚା' ବନାଇପାରିବେ ? ଦରଦ ହେଲା ଭାରି । ନିଜେ ଟିକେ ଉଠିଯାଇ, ବନାଇଦେଇ, ପୁଣି ମୁହଁମାଡ଼ି ଶୋଇଗଲେ ହୁଅନ୍ତା ! ତେବେ ରାତିସାରା ଦୁଃଖ ଜମାଇବାଟା ବେକାରରେ ଯିବ । ଦିନୁଟେ ତ଼ ହେଉ ସ୍ତ୍ରୀର ଅଭାବବୋଧ ! ମଣିଷର ହିସାବ ନରହିଲେ ବେହିସାବୀ ହୋଇଯାଏ । ପ୍ରିୟଙ୍କର ଏବେ ସେଇ ଅବସ୍ଥା ।

     {୬} ମୁଣ୍ଡ ଖୁବ୍ ଜୋର୍ ରେ ବିନ୍ଧୁଥିଲା ଗତରାତିର କଥାନେଇ । - ଏଇଇ ! ଉଠିପଡ଼ । ଦେଖ, ମୁଁ ଚା' ବନେଇ ଆଣିଛି ! ତୁମେ ସାଥ୍ ନଦେଲେ ଏକାଏକା କେମିତି ପିଇବି ଯେ ?? ସୌମ୍ୟା ମୁଣ୍ଡ ଉଠାଇଲା । ସେ ଭାବିପାରୁ ନଥିଲା, କେମିତି ଯେ ଡେଇଁପଡ଼ିବ ପ୍ରିୟଙ୍କ କୋଳକୁ ! ସେ ପରା ରାଗିଛି ??? (ଏଣେ ମୋବାଇଲ୍ ର ମେସେଜ୍ ବକ୍ସ ଫୁଲ୍ , ବିଶ୍ୱ ମହିଳା ଦିବସ ଶୁଭେଚ୍ଛାରେ )

ଘଟଗାଁ, କେନ୍ଦୁଝର

*****


Rate this content
Log in