Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଚିତ୍ରକର ଓ ପ୍ରଜାପତି

ଚିତ୍ରକର ଓ ପ୍ରଜାପତି

2 mins
7.3K


ସୂର୍ଯ୍ୟସ୍ନାତା ଦାସ

ଚିତ୍ରକର ଜଣକ ଦନରାତି ପରିଶ୍ରମ କରି ଚିତ୍ରଟିକୁ ସମ୍ପୂର୍ଣ କଲେ । ଚିତ୍ରଟିର ମୁଖ୍ୟ ଆକର୍ଷଣ ଥିଲା ଫଲୁ ଉପରେ ବସିଥିବା ଗୋଟିଏ ପ୍ରଜାପତି ବଲିକ୍‌ଲୁ ଜୀବନ୍ତ ମେନେ ହଉଥିବା ସେ ପ୍ରଜାପତକିୁ ଦେଖିଲେ ଲାଗୁଥିଲା ସତେ ଯେପରି ଯେ କୌଣସି ମୂହୁର୍ତ୍ତରେ ପ୍ରଜାପତଟି କାନଭାସ୍‌ ରୁ ବାହାରି ଆସି ରୁମ୍ ସାରା‌ ଉଡ଼ି ବୁଲିବ । ନିରନ୍ତର ପ୍ରଚେଷ୍ଟା ପରେ ଜନ୍ମିତ ଚିତ୍ରଟି ତାଙ୍କର ଜୀବନସାରାର ପ୍ରତିଭା , କାରିଗରୀ ତଥା ନିରଳସ ସାଧନାର ଶ୍ରେଷ୍ଠତମ ନମୁନା ଥଲା । ହଁ , ବୋଧହଏୁ ଶେଷତମ ବି ! କାହିଁକି ନା ବୟସର ଶେଷ ପାହାଚରେ ପହଞ୍ଚିଥିବା ଚିତ୍ରକରଙ୍କ ପକ୍ଷେ ଥରଥର ହାତ ଓ କ୍ଷୀଣ ଦୃଷ୍ଟି ଶକ୍ତି ନେଇ ଅଧିକ ଚିତ୍ର କରିବା ସମ୍ଭବ ନ ଥିଲା । ତେବେ ଚିତ୍ରକର ଜଣକ ବହୁତ ଖୁସି ଥିଲେ , କାରଣ ତାଙ୍କ ସ୍ୱପ୍ନ ଆଜି ସାର୍ଥକ ହୋଇଛି । ତାଙ୍କର ହାତ , କାନଭାସ୍‌ ‌, ରଙ୍ଗତୂଳୀ ସମସ୍ତେ ଧନ୍ୟ ହୋଇଛନ୍ତି । ଚିତ୍ରଟିର ସନ୍ଦର୍ଶନରେ ଆଖି ତୃପ୍ତ ହୋଇଛି , ମନ ଆନନ୍ଦରେ ନାଚି ଉଠିଛି ।

ମାତ୍ର ଏ କ’ଣ ? ଚିତ୍ରଟିରେ ପ୍ରଜାପତି ଡେଣା ଥରି ଉଠିଛି । ଚାହୁଁ ଚାହୁଁ କାନ୍‌ଭାସ୍‌ରୁ ବାହାରି ଆସି ପ୍ରଜାପତିଟି ରୁମ୍‌ ସାରା ଉଡ଼ି ବୁଲୁଛି ଏ ପେଣ୍ଟିଙ୍ଗ ରୁ ସେ ପେଣ୍ଟିଙ୍ଗ , ଏ କାନ୍ଥରୁ ସେ କାନ୍ଥ , ଏପଟରୁ ସେପଟ ଘୂରି ଘୂରି ଥକିଯାଇ ଚିତ୍ରଶିଳ୍ପୀଙ୍କ କାନ୍ଧ ଉପରେ ବସି ପଡ଼ିଛି । ଏଥର କିଂକର୍ତ୍ତବ୍ୟବିମୂଢ଼ ହୋଇ ଦର୍ଶକ ସାଜିଥିବା ଚିତ୍ରକରଙ୍କ ଆଶ୍ଚର୍ଯ୍ୟ ଭଙ୍ଗ ହେଲା । ସେ ଥରେ ପ୍ରଜାପତି ଓ ଥରେ ପେଣ୍ଟିଙ୍ଗକୁ ଚାହିଁଲେ । ଚିତ୍ରରେ ପ୍ରଜାପତି ଥିବା ସ୍ଥାନରେ ସୃଷ୍ଟି ହୋଇଯାଇଥିଲା ବିରାଟ ଗୋଟିଏ ଶୂନ୍ୟସ୍ଥାନ । ପ୍ରଜାପତି ବିନା ଚିତ୍ରଟି ସତେ ଯେପରି ତାଙ୍କର ସମଗ୍ର ସାଧନାକୁ ଉପହାସ କରୁଥିଲା । ପ୍ରଜାପତିଟି ମୁଣ୍ଡ ହଲାଇ କାନ୍‌ଭାସ୍‌ ଭିତରକୁ ଯିବା ପାଇଁ ମନା କଲା । ମୁକ୍ତିର ସ୍ୱାଦ ପାଇ ସାରିବା ପରେ ପୁନର୍ବାର ବନ୍ଧନ ମଧ୍ୟକୁ ପ୍ରବେଶ ତା’ ପାଇଁ ନିଶ୍ଚିତ ରୂପେ କଷ୍ଟସାଧ୍ୟ ; ବୋଧହୁଏ ସମସ୍ତଙ୍କ ପାଇଁ ।

ଚିତ୍ରକର ପୁଣି ଥରେ ପେଣ୍ଟିଙ୍ଗକୁ ଓ ପ୍ରଜାପତିକୁ ଚାହିଁଲେ । କାନ୍ଧରେ ବସିଥିବା ପ୍ରଜାପତିକୁ ଥରେ ଆଉଁଶି ଦେଇ ସେ ଯାଇ ଝରକା ଖୋଲି ଦେଲେ । ଘର ଭିତରକୁ ପଶି ଆସିଲା ଦଲକାଏ ପବନ । ଏଥର ଅଳ୍ପ ହସି ଚିତ୍ରକର ଜଣକ ପ୍ରଜାପତିକୁ କହିଲେ , ‘‘ଯା ’ ଉଡ଼ିଯା ’ । ଏ ରାସ୍ତା ତୋ ପାଇଁ ଖୋଲା । ଦେଖ ବାହାରର ଖରା , କାକର , ପବନ ସବୁ ତୋର ଆମନ୍ତ୍ରଣ ଲାଗି ପ୍ରସ୍ତୁତ । ଯା ’ ବିଳମ୍ବ କରନି । ନ ହେଲେ ହୁଏତ କାନ୍‌ଭାସ୍‌ର ଫୁଲ ପୁନର୍ବାର ତତେ ତା’ ପାଖକୁ ଟାଣି ନେବ ।’’

ସଜଳ ଆଖିରେ ଚାହିଁଲା ପ୍ରଜାପତି । କହିଲା , ‘‘ମୁଁ ଚାଲି ଗଲେ ତମ ଚିତ୍ରଟିର ମୂଲ୍ୟ ଅନେକ କମିଯିବ । ତମ ଦୀର୍ଘ ବର୍ଷର ପ୍ରୟାସ ବ୍ୟର୍ଥ ଯିବ । ତୁମ ସ୍ୱପ୍ନ ଅଧୁରା ରହିଯିବ । ଦୁନିଆ ଜଣେ ଅନନ୍ୟ ଶିଳ୍ପୀଙ୍କର ସୁନ୍ଦର ଚିତ୍ର ଦେଖିବାରୁ ବଞ୍ଚିତ ହେବ । ମୋତେ କିପରି ଚାଲିଯିବାକୁ କହୁଛ ? ’’

ଚିତ୍ରକର ଟିକେ ହସି ପ୍ରଜାପତିଟିକୁ ପୁଣି ଆଉଁଶି ଦେଇ କହିଲେ , ‘‘ ଚିନ୍ତା କରନି , ତୁ ପରା ମୋ ସନ୍ତାନ ।’’ ବାସ୍‌ ଏହି ପଦଟି ପରେ ଆଉ ଅଧିକ କିଛି ପଚାରିବାର ଆବଶ୍ୟକତା ନ ଥିଲା ।


Rate this content
Log in

Similar oriya story from Classics