Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

5.0  

Sadananda Sahoo

Inspirational

ଅପରିଚିତ ବାନ୍ଧବୀ

ଅପରିଚିତ ବାନ୍ଧବୀ

4 mins
7.6K


ବନ୍ଧୁ ଓ ବାନ୍ଧବୀ ଶବ୍ଦର ମହତ୍ତ୍ୱ ସତରେ ବଳିଷ୍ଠ ! କହିବାର ବାହୁଲ୍ୟ ଏହିକି ଯେ ବନ୍ଧୁତ୍ୱ ର ପରିଭାଷା ସତରେ ନିଆରା ! ବନ୍ଧୁ କିମ୍ବା ବାନ୍ଧବୀ ଯଦି ଅପରିଚିତ ହୋଇଥାଏ ; ତାହାଲେ ସେ କ'ଣ ପ୍ରକୃତ ବନ୍ଧୁତ୍ୱ କୁ ସୁଚାରୁ ରୂପେ ପ୍ରତିପାଦନ କରିପାରିବ? !! ଏହା ଏକ ଅସମାହିତ ପ୍ରଶ୍ନ ମାତ୍ର !?!

ଏହି ପରିପ୍ରେକ୍ଷୀରେ ମୁଁ ଏକ ସୁନ୍ଦର ଘଟଣାବଳୀକୁ ଗଳ୍ପର ରୂପ ରେଖ ଦେଇ ପ୍ରତିପ୍ରଦାନ କରୁଅଛି !

ଏଇ ଅଳ୍ପ ଦିନର କଥା ମୁଁ କଟକରୁ ଅନଗୁଳ ମଟର ସାଇକେଲ୍ ରେ ଯାଉଥାଏ ! ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ବିବାହ ଭୋଜିରେ ଯୋଗଦାନ ନିମନ୍ତେ !! ଯେହେତୁ ଦୂର ଵାଟ ମୁଁ ପ୍ରାୟ ଦିନ ଏଗାର ଟା ସମୟରେ ଯାତ୍ରା ଆରମ୍ଭ କରିଥିଲି !! ଚାଳିଶ ପଚାଶ କିଲୋମିଟର ଅତିକ୍ରାନ୍ତ କଲାପରେ ହଠାତ୍ ଆକାଶରେ କଳା ହାଣ୍ଡିଆ ମେଘ ଘୋଟିଆସିଲା !! କିଛି ସମୟ ମଧ୍ଯରେ ବର୍ଷା ପଵନ ଘଡ଼ଘଡିରେ ମେଦିନୀ ପ୍ରକମ୍ପିତ ହେଲା ; ବର୍ଷାର ପ୍ରଖର ଏତେ ଅଧିକ ଥିଲା ଯେ ମୁଁ ଦିଗ ହରା ହୋଇଗଲି ; କିଛି ଉପାୟ ନପାଇ ଏକ ଗଛ ମୂଳେ ଆଶ୍ରୟ ନେଲି !! ଗଛ ମୂଳେ ଠିଆ ହୋଇ ଅନୁଧ୍ୟାନ କଲି ଯେ ରସ୍ତା କଡ଼ର ଅନତି ଦୂରରେ ଗୋଟିଏ ଚାଳ ଛପର ଘର ଦୃଶ୍ୟମାନ ହେଉଅଛି !! ମନରେ ସାହସ ବାନ୍ଧି ମଟର ସାଇକେଲ ଗଡ଼େଇ ଗଡ଼େଇ ସେଇ ଘରନିକଟରେ କଷ୍ଟେ ମଷ୍ଟେ ପହଞ୍ଚି ଗଲି !! ଜଣେ ସ୍ତ୍ରୀଲୋକ ମୋତେ ଦେଖି କହିଲେ ଆସ ଏଇଠି କିଛି ସମୟ ରହି ଯାଆ !ବର୍ଷା ଛାଡିଗଲେ ଯିବ ! ସେତେବେଳକୁ ବର୍ଷାରେ ଭିଜି ମୋ ଦେହ ହାତ ଥଣ୍ଡାରେ ଥରି ଲାଣି !! ସେ ଯାହା ହଉ ଆଶ୍ରୟ ଟିକେ ମିଳିଗଲା ;ଏଇଟା ବଡ କଥା ! ମୋ ଅବସ୍ଥା ଦେଖି ସହୃଦୟା ମହିଳା ଜଣକ ଏକ ଶୁଖିଲା ଗାମୁଛା ପୋଛି ହବାକୁ ଦେଲେ !! ବର୍ଷା ଥମିବାର ନାଁଗନ୍ଧ ଧରୁ ନଥାଏ !! ମନେ ମନେ ଚିନ୍ତା କଲି ମୋ ଆସିବାଟା ବୃଥା ହୋଇ ଗଲା !! ଆଉ କଣ ମୁଁ ବିବାହ ଉତ୍ସବରେ ଯୋଗଦେଇ ପାରିବି ?! ସେତେବେଳକୁ ସନ୍ଧ୍ୟା ହୋଇ ଆସିଲାଣି ; ଚାରିଆଡେ ନିର୍ଜନ ଅନ୍ଧକାର !! କଣ କରିବି କିଛି ଚିନ୍ତା କରି ପାରୁ ନଥାଏ !

କିଛି ସମୟ ଚିନ୍ତା କରିବା ପରେ ମହିଳା ଜଣକ କହିଲେ କ'ଣ ଭାବୁଛ ବାବୁ !! ଆଉ କଣ ତୁମେ ଯାଇପାରିବ ;ବର୍ଷାଯଦି ବି ଛାଡ଼ି ଯାଏ ହାତୀ ଭୟ ଅଛି ! ଝାଡଖଣ୍ଡି ହାତୀ ପଲ ବହୁତ ଉପଦ୍ରବ କରୁଛନ୍ତି !! କାଲି ପରା ଆସି ଆମ ଘର ଵାରି ନଷ୍ଟ ଭ୍ରଷ୍ଟ କରି ଯାଇଛନ୍ତି !! ମହିଳାଙ୍କ ମୁହଁରୁ ଏ କଥା ଶୁଣି ମୁଁ ଭୟଭୀତ ହୋଇଗଲି !

ଆଉ ପାଦେ ହଲିବାକୁ ମୋ ମନ ମୋତେ ଵାରଣ କଲା !!

ଭାବିଲି କଷ୍ଟେ ମଷ୍ଟେ ଭୋକ ଉପାସରେ ରାତିଟା ଏଇଠି କଟେଇ ଦେବି ; ସକାଳ ପାହିଲେ ଘରକୁ ଫେରିଯିବି !!

ମହିଳା ଜଣକୁ ପଚାରିଲି ତୁମେ କଣ ଏଠି ଏକା ରହୁଛ ?

ନାଁ ବାବୁ ପୁଅ ଯାଇଛି କାମକୁ ଏବେ ଫେରିବ !! କାରଖାନାକୁ କାମ କରିବାକୁ ଯାଏ ରାତି ଆଠଟା ବେଳକୁ ଫେରେ !! ଆଉ ତୁମ ସ୍ଵାମୀ ? ସେ ଆରବର୍ଷଠୁ ଆରପାରି କୁ ଗଲେଣି ! କେମିତି ଏତେ ଶୀଘ୍ର ଚାଲିଗଲେ ବୋଲି ପ୍ରଶ୍ନକଲି ? ସେ କହିଲେ ହାତୀ ଦଳିଦେଲା ; ଜଙ୍ଗଲକୁ କାଠ ପାଇଁ ଯାଇଥିଲେ !!

ଏସବୁ ଶୁଣି ମୁଁ ଦୁଃଖରେ ମିୟମ୍ରାଣ ହୋଇଗଲି ! ମହିଳାଙ୍କ ପୁଅ କିଛି ସମୟ ପରେ ଫେରିଲେ ! ମୋତେ ଦେଖି କହିଲା କିଏ ଆସିଛନ୍ତି ମାଆ ; ପୁଅଟିର ବୟସ ସତର ଅଠର ବର୍ଷ ପ୍ରାୟ ହବ ! ପୁଅ ମୁହଁରୁ ଏକଥା ଶୁଣି ମହିଳା ଜଣକ କହିଲେ ତୋ ବାପାଙ୍କ ସାଙ୍ଗ ଆସିଛନ୍ତି !ତୋର ମଉସା ହେବେ ! ପ୍ରଣାମକର ! ମୁଁ ଏ ସବୁ ଶୁଣି ବିମୋହିତ ହୋଇଗଲି ! ମହିଳା ଜଣକ କହିଲେ ସଜପଖାଳ ଭାତ ଅଛି ; ମୁଁ ଶୁଖୁଆ ଭାଜି ଦଉଚି ମାଉସା ପୁତୁରା ସାଙ୍ଗ ହୋଇ ଖାଇ ଦବ ! ପୁଅ କହିଲା ନାଇଁମା ମାଉସାଙ୍କ ପାଇଁ ବଡ଼ି ; ଆଳୁଚଟଣି କରିଦେ ! ସେ ଶାନ୍ତିରେଭାତ ଗଣ୍ଡାଏ ଖାଇବେ ! ସେତେ ବେଳକୁ ମୁଁ ଭୋକରେ ଆଉଟ୍ ପାଉଟୁ ହୋଇଗଲିଣି ! ମୁଁ ଭାବୁଥାଏ ଯାହାମିଳୁ ଭାତଗଣ୍ଡାଏ ଖାଇକି ଶୋଇପଡିବି !! ସେ ଯାହା ହଉ ପୁଅର ପ୍ରସ୍ତାବ ଅନୁସାରେ ଖାଦ୍ୟ ପ୍ରସ୍ତୁତ ହେଲା !! ମୁଁ ହସ୍ତ ପ୍ରକ୍ଷାଳନ କରି ତାଙ୍କ ପୁଅଙ୍କ ସହିତ ଖାଇବାକୁ ବସିଲି !! ମନେ ମନେ ଭାବୁଥାଏ ; ଏମାନେ କେତେ ଉଦାର ; କେତେ ସ୍ନେହୀ ମଣିଷ ! ବନ୍ଧୁର ପରିଚୟ ପ୍ରଦାନ କରିବାରେ କେତେ ସିଦ୍ଧହସ୍ତ !! ଆପଣାର ମଣିଷ ପରି ଏମାନେ ହୃଦୟନିଷ୍ଠ !! ମୁଁ କିଏ ଏମାନେ ମୋ ପାଇଁ କଣ ଆଗରୁ ପରିଚିତ? ନାଁ ଏହା ଭଗବାନଙ୍କର ସଂଯୋଗ ମାତ୍ର !! ମୁଁ ଯାଉଥିଲି କୁଆଡେ ? ପହଞ୍ଚିଲି କେଉଁଠି ;? ଏକଣ ମୋ ବାନ୍ଧବୀ? !! ଏମିତି ଅନେକ ଅସମାହିତ ପ୍ରଶ୍ନ ମୋ ମନ ଆକାଶରେ ଉଙ୍କି ମାରୁଥାଏ !!

ମୋ ଅନ୍ୟମନସ୍କତା ଦେଖି ମହିଳା ଜନକ କହିଲେ କଣ ଚିନ୍ତାକରୁଛ ମୈତ୍ର !! କାହିଁକିନା ପୁଅ ଆଗରେ ମୋର୍ ପରିଚୟ ଯେହେତୁ ପ୍ରଦାନ କରିଥିଲେ ;ମୁଁତା'ଙ୍କସ୍ୱାମୀଙ୍କ ସାଙ୍ଗ ବୋଲି ତେଣୁ ବାଧ୍ୟ ହୋଇ ମୋତେ ମୈତ୍ର ବୋଲି ସମ୍ବୋଧନ କଳେ !! ସେଇ ସମୟରେ ମୁଁ ତାଙ୍କ ବନ୍ଧୁ ବୋଲି ମନେ ମନେ ସ୍ଥିର କରି ସାରିଥିଲି !!

ତା'ପରେ ତାଙ୍କ ପୁଅ ଙ୍କ ସହିତ ଅଲଗା ଏକ କକ୍ଷରେ ମୁଁ ଶୟନ କଲି ! ସକାଳ ପହିଲା ; ମୁଁ ନିତ୍ୟ କର୍ମସାରି ଘରକୁ ଆସିବାକୁ ପ୍ରସ୍ତୁତ ହେଉଥାଏ !! ଏହିସମୟରେ ମହିଳା ଙ୍କ ପୁଅ କହିଲେ ଆଉ କେଉଁଦିନ ଆସିବ ମାଉସା ?!!

ମୋପାଇଁ ତାଙ୍କ ବାଡିରୁ ପନିପରିବା ସାଗ ଅମୃତ ଭଣ୍ଡା ତୋଳି ଏକ ବ୍ୟାଗରେ ଭର୍ତ୍ତି କରି ମହିଳା ଜଣକ ମୋ'ଗାଡ଼ିରେ ରଖିଦେଲେ ! ମୁଁ ଏସବୁ ଆନ୍ତରିକତା ଦେଖି ମୋ ଆଖିକୁ ଲୁହରେ ଭିଜେଇ ଦେଲି ! ମୋ ପକେଟରୁ ଗୋଟିଏ ପାଞ୍ଚଶହ ଟଙ୍କିଆ ନୋଟ୍ କାଢ଼ି ପୁଅ ହାତରେ ଧରେଇ ଦେଲି ! ପୁଅ କିନ୍ତୁ ଅମଙ୍ଗ ହେଲା !! ଅତି ବାଧ୍ଯ କରିବାରୁ ବହୁତ କଷ୍ଟରେ ପୁଅ ନୋଟ୍ ଟି ନେଲା !!

ମୁଁ ତାଙ୍କ ପାଇଁ ଅପରିଚିତ ହୋଇପାରେ ;ସେମାନଙ୍କ ଭାବନାରେ ମୁଁ ପରିଚିତ !

ସେଇ ଦିନଠାରୁ ସେ ମହିଳା ମୋପାଇଁ ଜଣେ ପରିଚିତା ବାନ୍ଧବୀ ସାଜିଛନ୍ତି ! ମୁଁ ଭଲ ମନ୍ଦ କାମରେ ତାଙ୍କୁ ନିମନ୍ତ୍ରଣକରୁଛି ;ସେ ମଧ୍ୟ ତାଙ୍କ ଭଳ ମନ୍ଦ କାମ କାର୍ଯ୍ୟରେ ମୋତେ ନିମନ୍ତ୍ରଣ କରନ୍ତି ; ଏବେବିଆମର ତାଙ୍କ ସହିତ ପାରିବାରିକ ସମ୍ପର୍କ ଲାଗିରହିଛି ; ସେ ଆଉ ଅପରିଚିତ ବାନ୍ଧବୀ ନୁହଁନ୍ତି ;

ସେ ସମ୍ପୁର୍ଣ୍ଣ ପରିଚିତ ବନ୍ଧୁ !

ଏହା ଈଶ୍ୱରଙ୍କ ଏକ ବଡ ସଂଯୋଗ ମାତ୍ର !!

ସଦାନନ୍ଦ ସାହୁ ;

ଧୁରୁଷୀଆ ; ଆଠଗଡ଼ ; କଟକ


Rate this content
Log in

Similar oriya story from Inspirational