Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -171
ଜହ୍ନମାମୁଁ -171
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

2 Minutes   7.0K    16


Content Ranking

ପାଞ୍ଚ ପ୍ରଶ୍ନ 2

“ଆପଣମାନେ ଆଉ ଚିନ୍ତା କରନ୍ତୁ ନାହିଁ । ମୁଁ ସେ ଯୁବକର ସନ୍ଧାନ କରିବାକୁ ପ୍ରସ୍ତୁତ ଅଛି ।” ଏହା କହି ଧୀରସିଂହ ତତ୍କ୍ଷଣାତ୍ କୂଅ ଭିତରକୁ ଡେଇଁ ପଡିଲେ । ସେ ତଳକୁ ତଳକୁ ଯାଉଥାନ୍ତି । ସ୍ୱଚ୍ଛ ପାଣିରେ ଗୋଟିଏ ନୀଳ ରଙ୍ଗର ଦ୍ୱାର ଦେଖାଗଲା । ସେ ସେହି ଦ୍ୱାରଟିକୁ ଠେଲି ତହିଁ ଭିତରକୁ ପଶିଗଲେ । ସଙ୍ଗେ ସଙ୍ଗେ ଜଳରାଶି ବାହାରେ ସେ ଗୋଟିଏ ସୁନ୍ଦର ଅଟ୍ଟାଳିକା ଆଗରେ ନିଜେ ଛିଡା ହୋଇଥିବାର ଦେଖିଲେ ।

ସେହି ଅଟ୍ଟାଳିକା ଭିତରୁ ସୁନ୍ଦର ବୀଣା ଧ୍ୱନି ଭାସି ଆସୁଥିଲା । ସେ କିଛି ସମୟ ଲାଗି ସେ ଧ୍ୱନି ଶୁଣିଲେ । ତାହା ଅତ୍ୟନ୍ତ ମଧୁର ସତ, କିନ୍ତୁ ତାହା ଶୁଣି ତାଙ୍କ ମୁଣ୍ଡ ହଠାତ୍ ବୁଲାଇଦେଲା । ଏଥିରୁ ସେ ବୁଝିଲେ ଯେ, ଅବଶ୍ୟ ସେ ଧ୍ୱନିରେ କିଛି ଯାଦୁ ଅଛି । ଅଧିକ ସମୟ ଶୁଣିଲେ କାଳେ ତାଙ୍କର କିଛି ଅନିଷ୍ଟ ହୋଇପାରେ । ଏହା ଭାବି ସେ ସେହି ଅଟ୍ଟାଳିକାର ଦ୍ୱାର ଦେଶରେ ଧକ୍କା ଦେଲେ । ଫଳରେ ସେ ଦ୍ୱାର ଖୋଲିଗଲା ଓ ସଙ୍ଗୀତ ବି ବନ୍ଦ ହୋଇଗଲା । ସେ ଦେଖିଲେ, ଜଣେ ରୂପସୀ ବସି ବୀଣାବାଦନ କରୁଛନ୍ତି । ରୂପସୀଙ୍କ ଆଗରେ ଜଣେ ଯୁବକ ମନ୍ତ୍ରମୁଗ୍ଧ ପ୍ରାୟ ବସି ରହିଛି ।

ସେହି ଯୁବକ ଜଣକହିଁ ଶେଖର ବୋଲି ଧୀରସିଂହଙ୍କର ବିଶ୍ୱାସ ହେଲା । ସୁତରାଂ ସେ ତାଙ୍କ ପାଖକୁ ଯାଇ କହିଲେ, “ଶେଖର! ତୁମେ ତେଣେ ତମ ପରିବାରର ତଥା ତମ ଗ୍ରାମର ଲୋକମାନଙ୍କୁ ଦାଋଣ ଚିନ୍ତାରେ ପକାଇ ଏଠାକୁ ଆସି ସଙ୍ଗୀତ ଶ୍ରବଣ କରୁଛ? ତମକୁ କ’ଣ ଟିକେ ବି ଲଜ୍ଜା ଆସୁ ନାହିଁ?”

ଶେଖର ଚମକିପଡି ଠିଆ ହେଲା । ତା’ପରେ କିଛି ଗୋଟେ ମନେ ପକାଇବାର ଚେଷ୍ଟା କରି ସେ ପଚାରିଲା, “ମୁଁ ଏବେ କେଉଁଠି?”

ଧୀରସିଂହ କହଲେ, “ତୁମେ ନିଶ୍ଚୟ କୌଣସି ଯାଦୁପୁରୀରେ ।”

ଯୁବକଟି କହିଲା “କିନ୍ତୁ ମୁଁ ତ ଗୋଲାପ ସରୋବରର ଅନ୍ୱେଷଣରେ ବାହାରିଥିଲି!”

ହଠାତ୍ ସେ ବୀଣାବାଦିକା ତରୁଣୀ ହସି ଉଠି କହିଲେ, “ଥରେ ଯିଏ ଏ ଯାଦୁ-ସଙ୍ଗୀତରେ ମନ୍ତ୍ରମୁଗ୍ଧ ହୋଇଯାଏ, ସେ ଆଉ ଗୋଲାପ ସରୋବରର ସନ୍ଧାନରେ ଯାଇପାରେ ନାହିଁ । ଯୁବକ! ତୁମର ଭାଗ୍ୟ ଖୁବ୍ ଭଲ, ଏ ସାହସୀ ଯୁବକ ଜଣକ ତୁମକୁ ସନ୍ଧାନ କରିବାକୁ ଏଠାକୁ ଆସିଲେ । ତାଙ୍କର ସେ ସାହସ ଯୋଗୁଁ ତୁମ ଉପରୁ ଆଜି ମୋର ଯାଦୁ ପ୍ରଭାବ କଟିଗଲା । ତୁମେ ବର୍ତ୍ତମାନ ତୁମ ଘରକୁ ନିରାପଦରେ ଫେରି ଯାଇପାର ।”

ଏହାପରେ ସେ ରୂପସୀ ଜଣକ ଧୀରସିଂହଙ୍କ ଆଡେ ଅନାଇ କହିଲେ, “ତୁମେ ଏହାଙ୍କୁ କୂଅ ଉପରକୁ ଉଠାଇ ଦେଇ ଏଠାକୁ ପୁଣି ଆସିପାର – ଅବଶ୍ୟ ତମେ ଯଦି ସେ ଗୋଲାପ ସରୋବରର ସନ୍ଧାନରେ ଯିବାକୁ ଚାହଁ ।”

ଧୀରସିଂହ ଶେଖରର ହାତ ଧରି ସେ ନୀଳ କବାଟ ପାଖକୁ ନେଇଗଲା ଓ କବାଟ ଠେଲିଦେଲା । ଦୁଇଜଣଯାକ ପାଣି ଉପରକୁ ଭାସି ଉଠିଲେ । ସେତେବେଳେ କୂଅ ଭିତରକୁ ଅନାଇଥିବା ଲୋକେ ହର୍ଷଧ୍ୱନି କଲେ । ସେମାନେ ଖଣ୍ଡିଏ ଦଉଡି ତଳକୁ ପକାଇବାରୁ ତାହା ସାହାଯ୍ୟରେ ଶେଖର ଉପରକୁ ଉଠିଗଲେ । ତା’ପରେ ଧୀରସିଂହ ପୁଣି ଡୁବ୍କି ଦେଲେ ଓ ନୀଳ କବାଟ ଠେଲି ସେ ଅଟ୍ଟାଳିକା ଆଗରେ ଯାଇ ପହଁଚିଲେ ।

ସେତେବେଳକୁ ସେ ଅଟ୍ଟାଳିକା ଭିତରୁ ଏପରି ମଧୁର ବୀଣାଧ୍ୱନି ଶୁଭୁଥାଏ ଯେ ଧୀରସିଂହଙ୍କର ଭୟ ହେଲା, ସତରେ ସେ ଅବା ଶେଖର ଭଳି ସମ୍ମୋହିତ ହୋଇ ସେଇଠି ରହିଯିବେ । ଥରେ ଦୁଇଥର ଅଟ୍ଟାଳିକାର ଦ୍ୱାର ଖୋଲି ଭିତରକୁ ପଶିଯାଇ ରୂପସୀ ଆଗରେ ବସିପଡି ପ୍ରାଣଭରି ସଙ୍ଗୀତ ଶୁଣିବା ନିମନ୍ତେ ଆଗ୍ରହୀ ହୋଇ ସେ ଦ୍ୱାରଦେଶ ଠେଲିବାକୁ ଉଦ୍ୟତ ହେଉଥିଲେ । କିନ୍ତୁ ସେ ଆତ୍ମ-ସମ୍ବରଣ କଲେ ଓ ଚିତ୍କାର କରି କହିଲେ, “ନା, ନା, ମୁଁ ଏ ଯାଦୁରେ ଜମାରୁ ଭଳିଯିବି ନାହିଁ । ମୁଁ ଗୋଲାପ ସରୋବରକୁ ପଥର ସନ୍ଧାନ ଚାହେଁ!”

ପ୍ରଶ୍ନ ଚିନ୍ତା ଧୀରସିଂହ

Rate the content


Originality
Flow
Language
Cover design

Comments

Post

Some text some message..