Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ମନର କୋମଳତା

ମନର କୋମଳତା

2 mins
7.2K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ଏଥର ବେତାଳ ରାଜାକୁ ଆଉ ଏକ କାହାଣୀ ଶୁଣାଇବାକୁ ଯାଇ କହିଲା –

‘’ ସ୍ଵର୍ଣ୍ଣଦେଶର ରାଜା ଖୁବ୍ ପ୍ରତାପଶାଳୀ ଥିଲେ l ତାଙ୍କର ଚାରି ଜଣ ସୁନ୍ଦରୀ ଝିଅ ଥିଲେ l ସେମାନେ ଭାରି ସୁକୁମାରୀ ଓ ନରମ ଥିଲେ l ପ୍ରଥମ ଝିଅଟିର ଶରୀର ଏପରି ହୋଇଥିଲା ଯେ ଚନ୍ଦ୍ରପକ୍ଷ ରାତିରେ ଯଦି ସେ ବାହାରକୁ ବାହାରି ଆସେ, ତେବେ ତା’ର ଦେହରେ ଫୋଟକା ହୋଇଯାଏ l ଦ୍ଵିତୀୟ ଝିଅଟିର ଶରୀର ଏତେ ନରମ ଯେ ଯଦି ତା ଉପରକୁ ଗୋଲାପ ଫୁଲ ଫୋପଡା ଯାଏ , ତେବେ ଯେଉଁ ସ୍ଥାନରେ ଆଘାତ ଦେବ, ସେଠାରୁ ରକ୍ତ ଝରିବାକୁ ଲାଗିବ l ତୃତୀୟ ଝିଅଟି ଏତେ କୋମଳ ଯେ ଯଦି କିଏ କହିଦିଏ , ତେବେ ସେ ଅଚେତ ହୋଇଯାଏ l ଆଉ ଚତୁର୍ଥ ଝିଅଟିର ଶରୀରକୁ ଯେଉଁଠି ଛୁଇଁବ, ସେଠାରେ ବହୁତ ସମୟ ଯାଏ ଦାଗ ରହିଯିବ l

ନିଜର କୋମଳତା ପାଇଁ ରାଜକୁମାରୀମାନେ ବହୁତ ହାଲୁକା ପୋଷାକ ଓ ଅଳଙ୍କାର ପିନ୍ଧୁଥିଲେ l ସେମାନଙ୍କ ପାଇଁ ଭିନ୍ନ ଭିନ୍ନ ସେବିକା ଥିଲେ l ତାଙ୍କ ମଧ୍ୟରୁ ଜଣେ ସେବିକା ଭାରି ଦୟାଳୁଥିଲା l ସେ ଦୁଃଖୀରଙ୍କୀଙ୍କୁ ଦେଖିଲେ ଯାହା ଧରିଥିବ, ତାହା ଦେଇ ପକାଉଥିଲା l

ଦିନେ ସେହି ସେବିକାଟି କିଛି ଅଳଙ୍କାର ଧରି ଗଲାବେଳେ ଜଣେ ଗରିବ ଲୋକର ଦୁଃଖ କଥା ଶୁଣି ତାକୁ ସବୁ ଅଳଙ୍କାର ଦାନ କରିଦେଲା l ତାକୁ ଖାଲି ହାତରେ ଫେରିବାର ଦେଖି ରାଜା ରାଗରେ ନିଜ ଉଆସରୁ ବାହାର କରିଦେଲେ l

ଏହାର କିଛି ଦିନପରେ ଜଣେ ବୈଦ୍ୟ ରାଜାଙ୍କ ପାଖକୁ ଆସିଲା l ହେଲେ ରାଜକୁମାରୀଙ୍କର କୋମଳ କଥା ଶୁଣି ସେ ଚିକିତ୍ସା କରିବାକୁ ଅସମର୍ଥ ବୋଲି କହି ସେଠାରୁ ଚାଲିଗଲା l

ବେତାଳ କହିଲା – ତେବେ ରାଜା ବିକ୍ରମାଦିତ୍ୟ ! ତୁମେ ଏଥର ବିଚାର କର,ବୈଦ୍ୟଟି ଭୁଲ୍ କହିଲା ନା ଠିକ୍ କହିଲା ? ସେ ସବୁ ରାଜକୁମାରୀଙ୍କ ମଧ୍ୟରେ କିଏ ସବୁଠୁ କୋମଳ ଥିଲା ? ତୁମର ବିଚାର ବୁଦ୍ଧି କ’ଣ କହୁଛି ?

ବେତାଳ କଥାଶୁଣି ରାଜା ବିକ୍ରମାଦିତ୍ୟ କହିଲେ – ଏହି ଚାରି ରାଜକୁମାରୀ ମାନଙ୍କ ମଧ୍ୟରେ କେହି କୋମଳ ନ ଥିଲେ l ଏହି କାରଣରୁ ବୈଦ୍ୟଜଣକ ସେମାନଙ୍କର ଚିକିତ୍ସା କରିବାକୁ ମନା କରିଦେଲେ l

ବେତାଳ କହିଲା – ତେବେ ତୁମେ କେଉଁ କଥାକୁ ଆଧାର କରି ଏପରି କହିଲ ?

ରାଜା କହିଲେ – ଶୁଣ, ଶରୀରର କୋମଳତାଠାରୁ ମନର କୋମଳତା ଆହୁରି ଅଧିକ l ତେଣୁ ସବୁଠୁ କୋମଳ ମନବାଲା ସେହି ଦୟାଶୀଳା ଦାସୀ ଥିଲା l ସେହି କାରଣରୁ ମୁଁ ତାକୁ ହିଁ କୋମଳ ବୋଲି ମାନୁଛି l ଏହି କାରଣରୁ ସେହି ବୈଦ୍ୟଜଣକ ଚିକିତ୍ସା କରିବାକୁ ମନା କରିଦେଲା l ଏହା ହିଁ ମୋର ବିଚାର l

ବେତାଳ କିଛି ସମୟ ନୀରବ ରହିଲା l ତା’ପରେ ଅଟ୍ଟହାସ୍ୟ କରି ପୁଣିଥରେ ସେହି ଗଛରେ ଯାଇ ପୂର୍ବପରି ଓହଳି ରହିଲା l


Rate this content
Log in

Similar oriya story from Children