Kamal Kumar Dash

Others


3  

Kamal Kumar Dash

Others


ଜୁଲି

ଜୁଲି

2 mins 408 2 mins 408

ଜୁଲି

ବହୁତ ଦିନ ପରେ ମୁଁ ଘର କୁ ଫେରୁଥାଏ କମ୍ଲୁର ରୁ |ଟ୍ରେନ ରୁ ଓହ୍ଲାଇ ବସ ଧରିଲି ଖୋର୍ଦ୍ଧା ଆସିବା ପାଇଁ | ପ୍ରାୟ ଦିନ 9ଟା ହେବ | ସେତେବେଳେ ନୂଆ ବସ ଷ୍ଟାଣ୍ଡ ହୋଇ ନଥିଲା | ସବୁ ବସ ମୁକୁନ୍ଦ ପ୍ରସାଦ ହୋଇ ଗୋଟିଏ ବାଟରେ ଭୁବନେଶ୍ୱର ଓ ଜଟଣୀ ଯାଉଥିଲା |ସେଥିପାଇଁ ସକାଳେ ଓ ସନ୍ଧ୍ୟାରେ ସେ ରାସ୍ତା ବହୁତ ଗହଳି ହେଉଥିଲା |ଆମ ବସ ଖୋର୍ଦ୍ଧା ରେ ପଶିବା ବେଳେ ଖୋର୍ଦ୍ଧା ରୁ ଗୋଟିଏ ବସ ଭୁବନେଶ୍ୱର ଯାଉଥିଲା | ସେ ବସଟା ଆମ ବସ ପାଖକୁ ଲାଗି ଆସିଲା |ଦି ବସ ମଝିରେ ବହୁତ କମ ଜାଗା ଥିଲା ଓ କିଛି ସମୟ ପାଇଁ ଅଟକି ଗଲା | ପାଖ ବସ ଭିତରୁ ଜଣେ ଝିଅ ମତେ କହିଲା ସାର ନମସ୍କାର ମୁଁ ନମସ୍କାର କହି କିଏ ଚିହ୍ନିବାକୁ ଚେଷ୍ଟା କରୁ ଥିଲି | ମୁଁ ତାକୁ ପଚାରିଲି ଏବେ କେଉଁଠି ପଢ଼ୁଛୁ ? ସେ କହିଲା ବାଣୀବିହାର ରେ ପିଜି କରୁଛି | ମୋର ମନେ ପଡିଗଲା ତା ନାଁ ଜୁଲି ସେ 5 ବର୍ଷ ତଳେ ମୋ ପାଖରେ ପଢୁଥିଲା ଗୋଟେ କୋଚିଙ୍ଗ କ୍ଲାସ ରେ |ସେ ଚଷମା ଲଗାଇଥିଲା ଓ ଟିକେ ଡେଙ୍ଗା ହୋଇଯାଇଥିଲା ,ତେଣୁ ତାକୁ ଚିହ୍ନିବାକୁ ଡେରି ହେଉଥିଲା | ତା ଭାଇ ମୋର ସାଙ୍ଗ ଥିଲା | ତାକୁ ପଚାରିଲି ଆରେ ଜୁଲି ତୋ ଭାଇ ଏବେ କେଉଁଠି ଅଛି ? ସେ କହିଲା କଲକତାରେ ଅଛି ହେଲେ ଏବେ ଘର କୁ ଆସିଛି | ମୁଁ କହିଲି ତାକୁ କହିବୁ , ମୁଁ ଆସିଛି ବୋଲି | ସେ ହଉ ସାର କହିଲା | ଆମ ଗାଡି ଦୁଇଟି ବିପରୀତ ଦିଗରେ ବାହାରି ଗଲା |

ମତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା ଯେ ଜୁଲି ଏତେ ଅଳ୍ପ ସମୟ ମଧ୍ୟ ରେ ମତେ ଚିହ୍ନି ପାରିଲା ଆଉ ଖୁସି ବି ଲାଗିଲା ଯେ ମୋର ଛାତ୍ରୀ ମାନେ ବଡ଼ ହୋଇ ଆଗକୁ ବଢିଲେଣି |ଏଇଟା ଶିକ୍ଷକ ଜୀବନର ସାର୍ଥକତା |


Rate this content
Originality
Flow
Language
Cover Design