Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ପାପର ଭାଗୀ

ପାପର ଭାଗୀ

2 mins
7.3K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ମହେଶପୁରରେ କମଳ କିଶୋର ନାମରେ ଜଣେ ବ୍ରାହ୍ମଣ ରହୁଥିଲେ l ତାଙ୍କର ପତ୍ନୀ ସୁଲଚନା ଖୁବ୍ ସୁନ୍ଦରୀ ଥିଲା l ଥରେ କିଛି ଦିନ ପାଇଁ କମଳକିଶୋର ବିଦେଶକୁ ଚାଲିଗଲା l ସ୍ଵାମୀ ନ ଫେରିବାରୁ ତା’ର ବିରହରେ ସୁଲଚନା ଛଟପଟ ହେଲା l ଏହାପରେ ସେ ଶ୍ୟାମ ସୁନ୍ଦର ନାମରେ ଗୋଟିଏ ଯୁବକକୁ ଦେଖି ତା’ ପ୍ରତି ଆକୃଷ୍ଟ ହୋଇ ପଡ଼ିଲା l ନିଜର ଦାସୀଦ୍ଵାରା ତାକୁ ନିଜର ଘରକୁ ଡକାଇ ପାଖରେ ରଖିଲା l

ଠିକ୍ ସମୟରେ କମଳ କିଶୋର ବିଦେଶରୁ ଫେରି ଆସିଲା l ସେ ଘରେ ପହଞ୍ଚି ସବୁ କଥା ଦାସୀଠାରୁ ଜାଣିପାରିଲା l ତେଣୁ କମଳ କିଶୋର ଘର ଛାଡ଼ି ସାଧୁହୋଇ ଚାଲିଗଲା l ଏହାପରେ ସୁଲୋଚନା ପୁଅଟିଏ ଜନ୍ମ କଲା l ମାତ୍ର ଶ୍ୟାମସୁନ୍ଦର ତାକୁ ନିଜ ପୁଅ ବୋଲି ଗ୍ରହଣ କଲା ନାହିଁ l ସୁଲୋଚନା ସେହି ଶିଶୁ ପୁତ୍ରକୁ ମାରି ନଦୀ କୂଳରେ ଫୋପାଡ଼ି ଦେଲା l

ଯୋଗକୁ କମଳ କିଶୋର ସାଧୁ ହୋଇ ସେହି ନଦୀକୂଳରେ କୁଡ଼ିଆ କରି ରହିଥିଲା l ସକାଳୁ ମଲାପୁଅ ପଡ଼ିଥିବାର ଖବର ରାଜଙ୍କର ଜଗୁଆଳିଙ୍କର କାନକୁ ଗଲା l ସେମାନେ କମଳ କିଶୋରକୁ ଧରି ନେଲେ l ତା’ର ଚେହେରା ସହିତ ପୁଅର ଚେହେରା ମିଶିଯାଉଥିଲା l ତେଣୁ ଶିଶୁ ହତ୍ୟା ଦୋଷରୁ ତାକୁ ଫାଶୀ ଦେବାକୁ ଆଦେଶ ଦେଲେ l କମଳକିଶୋର କିଛି ନ କହି ନୀରବ ରହିଲା l

ପରଦିନ ସକାଳୁ ଜଗୁଆଳିମାନେ କମଳ କିଶୋରକୁ ଫାଶୀ ସୁଲକୁ ନେଇଗଲେ l ଫାଶୀ ଦେବା ଆଗରୁ ତା’ର ଶେଷ ଇଚ୍ଛା କ’ଣ ବୋଲି ତାକୁ ପଚାରିଲେ l ସେ କହିଲା – ଶ୍ୟାମ ସୁନ୍ଦର ପତ୍ନୀ ସୁଲୋଚନାକୁ ମୋର ଫାଶୀ ପାଇବା ସମୟରେ ଉପସ୍ଥିତ କରାଅ l ଜଗୁଆଳି ସୁଲୋଚନାକୁ ସେଟାକୁ ଧରି ଆଣିଲେ l ସେ ସାଧୁରୁପୀ ନିଜର ସ୍ଵାମୀ କମଳକିଶୋରକୁ ଚିହ୍ନି ପାରିଲା l ତାର ସ୍ଵାମିକୁ ଯେ ଏଠାରେ ଫାଶୀ ଦିଆଯାଉଛି ଜାଣି ସେ ଦୁଃଖରେ ଭାଙ୍ଗି ପଡ଼ିଲା l ଆଉ ସେ ଜୋର୍ ରେ କାନ୍ଦିବାରେ ଲାଗିଲା l ତାକୁ ଫାଶୀ ନ ଦେବାକୁ ରାଜାଙ୍କୁ ପ୍ରାର୍ଥନା କଲା ଓ ନିଜର ଅପରାଧ ମାନି ନେଲା l

ବେତାଳ କହିଲା- ରାଜା ! ଏବେ କୁହ କାହାକୁ ଫାଶୀ ଦିଆଯିବ ?

ବିକ୍ରମାଦିତ୍ୟ କହିଲେ –ମୋର ବିଚାରରେ ତିନିଜଣ ଫାଶୀ ପାଇବା ଉଚିତ l ଶିଶୁର ଜନ୍ମ ସେହି ତିନି ଜଣଙ୍କ ଯୋଗୁଁ ହେଲା l ସୁଲୋଚନା ସିନା ହତ୍ୟା କରିଲା , ହେଲେ ତିନିହେଁ ସମାନ ଭାବରେ ପାପର ଭାଗୀଦାର ଅଟନ୍ତି l ଏ ଦୋଷର କାରଣ ମଧ୍ୟ ସେହି ତିନି ଜଣ l ମାଆ ଲୋକଲଜ୍ଜାକୁ ଡରି ପୁଅକୁ ମାରିଲା l ଶ୍ୟାମସୁନ୍ଦର ତାକୁ ତ୍ୟାଗ କରିବାଟା ଠିକ୍ ହେଲା ନାହିଁ l ଆଉ କମଳ କିଶୋର ମଧ୍ୟ ସମାନଭାବେ ଦୋଷୀ ଅଟେ l ତେଣୁ ତିନି ଜଣ ସମାନ ଦଣ୍ଡର ଅଧିକାରୀ ଅଟନ୍ତି l

ଏହା ଶୁଣି ବେତାଳ ରାଜାଙ୍କ କାନ୍ଧରୁ ଖସି ସେହି ଗଛରେ ଯାଇ ପୂର୍ବପରି ଓହଳି ପଡ଼ିଲା l


Rate this content
Log in

Similar oriya story from Children