Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Thriller Fantasy

3  

Rasmi Rekha Tripathy

Thriller Fantasy

ଆଇନାର ଆରପାଖ

ଆଇନାର ଆରପାଖ

2 mins
435


: ମୁଁ ଆଜି ଯେଉଁ ପାଦ ତଳେ ମାଟି ଟିକେ ପାଇ ପାରିଛି, ଆଜି ଏଠି ବସି ଆପଣମାନଙ୍କ ପ୍ରଶ୍ନର ଉତ୍ତର ଦେଉଛି, ସଫଳତାର ଯେଉଁ ସୀମାକୁ ସ୍ପର୍ଶ କରିଛି, ତାହାର ସବୁ ଶ୍ରେୟ ଜୀବ ମୋର ସ୍ୱାମୀଙ୍କୁ । ଯଥାର୍ଥ ଭାବରେ ସେ ମୋର ଫ୍ରେଣ୍ଡ୍, ଫିଲୋସଫର୍ ଏଣ୍ଡ୍ ଗାଇଡ୍ । ବାହାଘର ଠାରୁ ଆଜି ଯାଏ ସେ ହିଁ ମୋତେ ପ୍ରେରଣା ଦେଇଛନ୍ତି । ସକାଳୁ ସକାଳୁ ଚାହା ସହିତ ମୋର ସଦ୍ୟ ରଚିତ କବିତାଟିଏ ନ ଦେଖିଲେ ତାଙ୍କର କୁଆଡେ ଦିନ ସାରା ମୁଡ୍ ଭଲ ରହେନା ।

ଆଉ ଶୁଣି ପାରୁ ନ ଥିଲା ରୀତୁ । ଇସ୍... କି ମିଛ କଥା ସବୁ କହି ଯାଉଛି ସନ୍ଦୀପା । ମଣିଷ ଏତେ ମିଛ କେମିତି କହିପାରେ ? ତା’ ସ୍ୱାମୀର ଅତ୍ୟାଚାରରେ ଅତିଷ୍ଠ ହୋଇ ସାତ ଦିନ ହେଲା ଆସି ଅଛି ମୋ ପାଖରେ । ଏବେ ବି ତା’ ଦେହରେ ଅନେକ ଜାଗାରେ ମାଡର ଚିହ୍ନ ସ୍ପଷ୍ଟ । ଆଜି ସକାଳେ ହିଁ ଓକିଲ ପରାମର୍ଶ କରି ଆସିଛି ସେପାରେସନ୍ ପାଇଁ । ରାଗରେ ଟିଭି ବନ୍ଦ କରିଦେଲା ରୀତୁ ।

ମଣିଷ ଏତେ ଛଳନା କେମିତି କରିପାରିବ ? ସେହି ଗୋଟିଏ ମୁହଁରେ ଜଣଙ୍କ ପାଇଁ ହୃଦୟଥରା ଅଭିଶାପ ବର୍ଷି ଯାଉଥିବା ବେଳେ ଅନ୍ୟ କ୍ଷେତ୍ରରେ ତା’କୁ କେମିତି ପ୍ରଶଂସାର ଶ୍ରେୟ କରି ପାରିବ ? ଯେଉଁ ସତ କାଲି ସମସ୍ତଙ୍କ ସାମ୍ନାକୁ ଆସିବ, ଆଜି ସେ ସତକୁ ଘୋଡାଇବାର ଅପପ୍ରୟାସ କାହିଁକି ?

… … …

ଆଜିର ବିଷୟବସ୍ତୁ ଥିଲା ପରା, “ଆଦର୍ଶ ପତି-ପତ୍ନୀ” । କେମିତି ତାଙ୍କ ବିରୁଦ୍ଧରେ କହିଥାନ୍ତି ସେଠି ? ଲୋକେ କ’ଣ କହିଥାନ୍ତେ ? ଏଇ ଟିକକ ମିଛ ପାଇଁ ମୋ ତରଫରୁ ମୋତେ ଆଜି ଦଶହଜାର ଟଙ୍କା ରେମୁନେରେସନ୍ ମିଳିଲା । ସନ୍ଦୀପା ସଫେଇ ଦେଉଥିଲା ।

ଆଉ ବିଶେଷ ଯୁକ୍ତି ନ କରି ରୀତୁ ମନେ ମନେ ପ୍ରସ୍ତୁତ ହେଉଥିଲା ସନ୍ଦୀପାକୁ କହିବା ପାଇଁ ଯେ, ସେ ଏଥର ନିଜର ଅଲଗା ରହିବା ବ୍ୟବସ୍ଥା କରୁ । ଏମିତି ଏକ ମିଛ ସହ ସାଲିସ କରି ରୀତୁ ଅନ୍ତତଃ ରହିପାରିବ ନାହିଁ ।


Rate this content
Log in

Similar oriya story from Thriller