Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନାରୀ ବି ହୋଇପାରେ ପୁରୁଷ
ନାରୀ ବି ହୋଇପାରେ ପୁରୁଷ
★★★★★

© Arun Kumar Mohanty

Inspirational

5 Minutes   804    72


Content Ranking


ପ୍ରିୟଙ୍କା ଘରେ ପସୁ ପସୁ ପଚାରିଲା । ଆଛା ୟେ ହଉଛି ସେହି ପୁଅ ଯିଏ ମୋତେ ଦେଖିବାକୁ ଆସିଛି । ଠିକ୍ ଅଛି କୁହ କେତେ ପାଠ ପଢ଼ିଛ..?କେତେ ଟଙ୍କା ରୋଜଗାର କରୁଛ..?ଛାଡ ସେ ସବୁ କୁହ କି କି କାମ ଜାଣିଛ.? ଘର କାମ କଣ କଣ ଜାଣିଛ. ? ରୋଷେଇ କରି ଜାଣିଛ..? କପଡା ଧୋଇବା ଇସ୍ତ୍ରୀ କରିବା ଜାଣିଛ ତ..? ଛୁଆଙ୍କୁ ସ୍କୁଲ୍ ରେ ନବା ଆଣିବା କରି ପାରିବ ତ?


ପୁଅଘର ବାଲା ପ୍ରିୟାକୁ ଗାଡ଼େଇ ଗାଡ଼େଇ ଦେଖୁଥିଲେ ।

ପୁଣି ପ୍ରିୟଙ୍କା ପୁଅର ମାଆ କୁ ପଚାରିଲା । ମାଉସୀ ଏମିତି ଦେଖିବାର କଣ ଅଛି । ମୁଁ ସେହି କଥା ପଚାରୁଛି ଯାହା ଆଜିର ସମାଜ ପାଇଁ ନିହାତି ଆବଶ୍ୟକ । ଆଛା କୁହ ତୁମ ପୁଅ ମାସକୁ କୋଡ଼ିଏ ହଜାର ଟଙ୍କା ରୋଜଗାର କରୁଛି ଆଉ ମୁଁ ମାସକୁ ଦୁଇ ଲକ୍ଷ ତେଣୁ ଘରର ସବୁ କାମ ତମ ପୁଅକୁ ହିଁ କରିବାକୁ ହେବ ନା...?


ପୁଅର ବାପ ଧଡ ଧଡ ହୋଇ ଉଠି କହିଲା ତୁମ ଝିଅ ପାଗିଳୀ ହୋଇ ଯାଇଛି ମିଶ୍ର ବାବୁ କଣ କହୁଛୁ ସେ ନିଜେ ଜାଣି ପାରୁନି...!!କିଏ ଦେଖିଛ କେବେ ପୁଅ ମାନେ ଗୃହସ୍ଥି ସମ୍ଭାଳିବାର । ପ୍ରିୟଙ୍କା କଥା କାଟି କହିଲା ଶୁଣନ୍ତୁ ମଉସା କଣ ପାଇଁ ପୁଅ ଘରର କାମ କରି ପାରିବେନି । ଯେତେବେଳେ ଗୋଟେ ଝିଅ ବାହାରେ କାମ କରି ଅର୍ଥ ଉପାର୍ଜନ କରି ପାରୁଛି ତ ପୁଅ କୁ ତ ଘର କାମ କରିବାରେ ଅସୁବିଧା କଣ...?


ପୁଅର ମାଆ କହିଲା ଭଲ ସଂସ୍କାର ଦେଇଛ ତୁମ ଝିଅକୁ ମିଶ୍ର ବାବୁ । କଥା କହିବାର ଢଙ୍ଗ ଜଣା ନାହିଁ। କେତେ ନିର୍ଲଜ ବେହିୟାଣି ଭଳିଆ କଥା କହି ଚାଲିଛି ।

ମିଶ୍ର ବାବୁ ଜଣେ ପଙ୍ଗୁ ଲୋକ । ଗୋଟେ ପଟ ପାରାଲିସ୍ କାରଣରୁ ଅଚଳ । ଥଙ୍ଗ ଥଙ୍ଗ ହୋଇ କିଛି କହିବାକୁ ଚାଂହୁଥିଲେ । ପ୍ରିୟଙ୍କା ତାଙ୍କ ପାଖକୁ ଯାଇ କହିଲେ ରୁହନ୍ତୁ ବାପା ମୁଁ କଥା ହେଉଛି । ମାଉସି ସଂସ୍କାର ବାପା ନୁହେଁ ପୁରା ନାରୀ ଜାତିଠୁ ପାଇଛି । ଯିଏ ସବୁ ସହେ ମାର ପିଟ୍, ଗାଳି ଗଲୋଜ, ଆଉ ଅତ୍ୟାଚାର ସହେ ବାସ୍ ଆଉ ନୁହେଁ ।


ପ୍ରିୟଙ୍କା କଥାକୁ ଆଗକୁ ନେଇ କହିଲା ମାଉସୀ ଏହି ପ୍ରଶ୍ନ ଆପଣ ମୋତେ ପଚାରି ଥାନ୍ତେନା । ଘର କାମ ଜାଣିଛୁ କି ନାହିଁ, କେତେ ପାଠ ପଢ଼ିଛୁ । ରୋଷେଇ କରି ଜାଣିଛୁ କି ନାହିଁ । ତୋତେ ଘରେ ରହିବାକୁ ହେବ । ଚାକିରି କରି ପାରିବୁନି । ଏମିତି କେତେ କଣ । ସେ ପ୍ରଶ୍ନ ମୁଁ ପଚାରିଲି ତ ଅସୁବିଧା କଣ ହେଲା..????

ଝିଅ ମାନଙ୍କୁ ଏ ସବୁ କରିବାକୁ ହୁଏ । ଆମ ପରମ୍ପରା ରେ ଝିଅ ମାନେ ଏଇଥିପାଇଁ ଥାନ୍ତି ପୁଅର ମାଆ ତାଗିଦ୍ କରି କହିଲା ।


ପ୍ରିୟଙ୍କା ପୁଣି କହିବା ଆରମ୍ଭ କଲା । କି ପରମ୍ପରା ପୁରୁଷ ମାନଙ୍କ ଅତ୍ୟାଚାର ସହିବା , ତାଙ୍କ ହଁ ରେ ହଁ ମିଶେଇବା, ନାରୀକୁ ମାଡ଼ ମାରିବା, ସେ ଉଠ୍ କହିଲେ ଉଠିବା, ବସ୍ କହିଲେ ବସିବା ଏଇ ଆମ ପରମ୍ପରା । ସିଏ ଯାହା କହିବେ ସବୁ ଠିକ୍ । ନିଜ ଇଚ୍ଛା କୁ ମାରି ତାଙ୍କ ପାଇଁ ବଞ୍ଚିବା ଏହି ଆମ ପରମ୍ପରା....??

ମୋ ବାପାଙ୍କର ଇଏ ଯୋଉ ଅବସ୍ଥା ଦେଖୁଛ ଗୋଟେ ବର୍ଷ ପୂର୍ବେ ସେ ସେମିତି ନ ଥିଲେ । ସିଏ ବି ସବୁ ବାପାଙ୍କ ପରି ଝିଅର ବାହାଘର ପାଇଁ ନତ ମସ୍ତକ ହୋଇ ହାତ ଯୋଡ଼ି ସବୁ ଅପମାନ ସହି ଯାଉଥିଲେ କାରଣ ତାଙ୍କୁ ଝିଅ ବାହାଘର କରିବାରେ ଥିଲା ।

ସବୁ ଦିନେ କେହି ନା କେହି ଆସନ୍ତି ଆଉ କିଛି ନା କିଛି ବାରଣ କରି ଚାଲିଯାଆନ୍ତି । କାହାକୁ ମୁହଁ ପସନ୍ଦ ଆସେ ନି ତ କାହାକୁ ଗୁଣ । କାହାକୁ ଅଧିକ ପାଠପଢ଼ା ଝିଅ ଦରକାର ତ କାହାକୁ ଚାକରାଣୀ ଦରକାର।

କିଏ କହେ ଏମିତି ଝିଅ ଅପେକ୍ଷା ପୁଅ ଜନ୍ମ କରିବ ଭଲ । ସବୁ ଭଦ୍ର ଅପମାନ ହାତ ଯୋଡ଼ି ସହି ଯାଉଥିଲେ କାରଣ ତାଙ୍କର ତିନି ତିନିଟା ଝିଅ ବାହାଘର କରିବାରେ ଥିଲା ।


ଗୋଟେ ଯାଗାରେ ବାହାଘର ବି ଠିକ୍ ହୋଇଗଲା । ଆଉ ବରଯାତ୍ରୀ ଘରକୁ ଆସିଗଲେ । ବର ବେଦିଉପରୁ ଉଠିଯାଇ କହିଲା ଯୌତୁକ ବାବଦକୁ ୫୦୦୦୦/- ଟଙ୍କା କମ୍ ପଡୁଛି । ଆପଣ ଭାବି ପରୁଛ ମୋ ଉପରେ କି ପ୍ରଭାବ ପଡିଥିବ ଯେତେବେଳେ ମୋ ବାପା ନିଜ ପିନ୍ଧିଥିବା ପଗଡ଼ି ଖୋଲି ତାଙ୍କ ପାଦ ତଳେ ରଖିଦେଲେ ଆଉ ତାଙ୍କ ଗୋଡ଼ ଧରି ନେହୁରା ହେଲେ କିଛି ଦିନ ପରେ ସବୁ ଟଙ୍କା ଦେଇଦେବେ। କିନ୍ତୁ ଯୌତୁକ ଲୋଭୀ କୁକୁର ଗୁଡା ତାଙ୍କ କଥା ଶୁଣିଲେନି । ଆଉ ବରଯାତ୍ରୀ ଫେରିଗଲେ । ବରଯାତ୍ରୀ ଯିବା ପରେ ମଣ୍ଡପ, ଟେଣ୍ଡ, ଖାଇବା ଆଉ ଅନ୍ୟାନ୍ୟ ଖର୍ଚ୍ଚକୁ ନେଇ ପୁରା ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବାପା ଚିନ୍ତାରେ ତଳେ ପଡିଗଲେ ଆଉ ତାଙ୍କୁ ପାରାଲିଶ୍ ଧରିନେଲା । ମୁଁ ଆଉ ମୋ ଦୁଇ ଭଉଣୀ କେମିତି ଅବସ୍ଥାରେ ଥିବୁ ଆପଣ ଭାବି ପାରୁଛନ୍ତି ।


ପୁଣି ମୁଁ ଗୋଟେ ଫଳ ଦୋକାନ ଖୋଲିଲି । ଦିନ ରାତି ନିମଗ୍ନ ରହି କଠିନ ପରିଶ୍ରମ କଲି । ଆଉ ଆପଣ ତ ଜାଣିଥିଲେ କେତେ ଖରାପ ନଜର ଆଜିର ଏ ସମାଜ। ସବୁ ସହି ନିଜକୁ ମଜବୁତ୍ କରି ସବୁ ସହିଲି । ଆପଣ ତ ଜଣେ ନାରୀ ବୁଝୁଥିବେ କଥାକୁ । ସମସ୍ତଙ୍କ କରଜ ସୁଝିଲି । ଦୁଇ ଭଉଣୀଙ୍କୁ ପାଠ ପଢେଇଲି । ବାପାଙ୍କ ସେବା କଲି ଆଉ ଆଜି ଭଗବାନ ଙ୍କ କୃପାରୁ ମୋ ପାଖରେ ୩୦ ଜଣ କର୍ମଚାରୀ ରଖି ବ୍ୟବସାୟ କରୁଛି । ସହରରେ ପାଞ୍ଚ ପାଞ୍ଚଟା ଯାଗାରେ ଅଲଗା ଅଲଗା ଦୋକାନ ଅଛି । ମାସକୁ ମୋର ୨ ଲକ୍ଷ ରୁ ଅଧିକ ରୋଜଗାର ଅଛି । କୁହନ୍ତୁ ମୁଁ କଣ ପାଇଁ ଯୌତୁକ ଦେବି ।


ଯଦି ତୁମେ ମୋତେ ତୁମ ଘରର ବୋହୂ କରିବାକୁ ଚାହୁଁଛ । ତ ମୋର ୩ ଟି ସର୍ତ୍ତ ମାନିବାକୁ ପଡ଼ିବ । 

ପ୍ରଥମ ମୁଁ ବାହାଘର ପରେ ମୋ ବ୍ୟବସାୟ ଜାରି ରଖିବି...!! ଦ୍ଵିତୀୟ ରେ ମୋ ଆୟର ଅଧା ଅର୍ଥ ମୋ ବାପାଙ୍କୁ ଦେବି କାରଣ ମୋ ଛଡା ତାଙ୍କର ଆଉ କେହି ନାହାଁନ୍ତି । ଆଉ ତୃତୀୟ ସବୁଠୁ ଜରୁରୀ ତୁମ ପୁଅକୁ ଘର କାମରେ ମୋତେ ସାହାଯ୍ୟ କରିବାକୁ ହେବ । ନାହିଁ କି ମୁଁ ପୁରୁଷ ଏଇଟା କରିବିନି ସେଇଟା କରିବିନି ସିଏ ସବୁ ଚଳିବନି । ଯଦି ରାଜି ତା ହେଲେ କୁହନ୍ତୁ ନ ହେଲେ ଦୁଆର ସେ ପଟେ ଅଛି । ନମସ୍କାର ।


ପୁଅର ମା ରାଗି କହିଲା ଚାଲ ହେ.... ବହୁତ ଦେଖିଛି ତୋ ପରି ଝିଅ ଆମେ ଆଉ କୋଉ ଝିଅ ଖୋଜି ନେବୁ ଆମ ପୁଅ ପାଇଁ। କହି ସେମାନେ ଚାଲିଗଲେ ।


ପ୍ରିୟଙ୍କାର ବାପା wheel chair  କୁ ଟାଣି କିଛି କହିବାକୁ ଚାହୁଁଥିଲେ । ପ୍ରିୟଙ୍କା ପାଖକୁ ଯାଇଁ କହିଲା ବାପା ତୁମେ କଣ କହିବାକୁ ଚାହୁଁଛ ମୁଁ ବୁଝିଗଲି । ଏହି ନା ଏମିତି କରିବୁ ତ ତୋତେ କୋଉ ପୁଅ ବାହା ହେବ ..?? ବାପା ଆଗେ ମୁଁ ପୁଅଙ୍କୁ ବାହା ହେବାକୁ ଚାହୁଁ ଥିଲି କିନ୍ତୁ ଏବେ ମୁଁ ଏମିତି ଦିନ ଆଣିବି କି ପୁଅ ମାନେ ମୋତେ ବାହା ହେବା ପାଇଁ ଚାହିଁବେ। ତୁମେ ଔଷଧ ଖାଓ ଆଉ ଶୋଇପଡ଼ ଆଉ ମୁଁ ଦୋକାନ ଯାଇକି ଆସୁଛି କହି ସାନ ଭଉଣୀ ଦୁଇ ଜଣଙ୍କୁ ଡାକିଲା ଆଉ କହିଲା ଜଲ୍ଦୀ ଆସ ମୁଁ ତୁମକୁ ସ୍କୁଲ୍ ରେ ଛାଡି ଦେଇ ଦୋକାନ ଯିବି। 


ପ୍ରିୟଙ୍କା ନିଜ କାରରେ ଦୁଇ ଭଉଣୀକୁ ବସାଇ ଚାଲିଲା । ବାଟରେ ଭଉଣୀ ଉତ୍ସୁକତାର ସହ ପଚାରିଲେ ଦିଦି ଏ ପୁଅ ବି ଚାଲିଗଲା । ପ୍ରିୟା କହିଲା ନାହିଁ ଲୋ ମୋ ଗେହ୍ଲି ପରୀ ସେ ଗଲାନି ମୁଁ ତାକୁ ବାହାର କରି ଦେଲି , କାରଣ ତାକୁ ୟେ ଜଣା ନ ଥିଲା କି ଆଜି କାଲି ଝିଅ କିଛି ବି କରିପାରିବେ, ଦୁର୍ବଳ ନୁହଁନ୍ତି, ନିଜ ଗୋଡ଼ରେ ଛିଡ଼ା ହୋଇ ପାରିବେ । ପୁରୁଣା ପରମ୍ପରା ନୀତି ନିୟମ ର ବେଡିରେ ବାନ୍ଧି ହୋଇ କେବଳ ଗୃହସ୍ଥି ସମ୍ଭାଳିବା ଆଉ ଅତ୍ୟାଚାର ସହିବା ପାଇଁ ସେ ଜନ୍ମ ହୋଇ ନାହାନ୍ତି । ମୋ ବାହାଘର ହେଉ କି ନ ହେଉ କିନ୍ତୁ ମୁଁ ତୁମକୁ ଏତେ ଯୋଗ୍ୟ କରିଦେବି କି ପୁଅମାନେ ତୁମକୁ ଯୌତୁକ ଦେଇ ବାହାହେବା ପାଇଁ ଆଗେଇ ଆସିବେ । ଯୌତୁକ ପାଇଁ କେବେ ତୋ ବାହାଘର ଭାଙ୍ଗିବନି । ଏଥି ସହିତ ସ୍କୁଲ୍ ଆସିଯାଇଥିଲା ଆଉ ପ୍ରିୟା ତାଙ୍କୁ ସ୍କୁଲ ରେ ଛାଡି ମନ ଲେଗେଇ ପାଠ ପଢ଼ିବାକୁ କହି ନିଜ ଦୋକାନ ଅଭିମୁଖେ ଚାଲିଗଲା.....!!

     


ବାପା ଯୌତୁକ ଲୋଭୀ ପ୍ରିୟଙ୍କା

Rate the content


Originality
Flow
Language
Cover design

Comments

Post

Some text some message..