Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଫୁଟି ଉଠିବାର ବେଳ
ଫୁଟି ଉଠିବାର ବେଳ
★★★★★

© Rajabala Tripathy

Inspirational Romance

4 Minutes   650    38


Content Ranking

"କଣ ଭାଉଜ ଲାଜ କରୁଛ କି? ଏତେ ଲାଜ କଲେ କଣ ଚଳିବ। ଆଜି ରାତି କଣ ଆଉ ଜୀବନରେ ଆସିବକି ଯେ।ଭାଇ ବେଶି ଡେରି କରିବେନି ମ " ଖିଲି ଖିଲି ହସି ହସି କାମିନୀ ତା ନୂଆ ଭାଉଜକୁ ସୁନ୍ଦର କରି ସଜା ଯାଇଥିବା ଏକ କୋଠରୀରେ ଛାଡି କବାଟ ଆଉଜେଇ ନେଲା। ନଣନ୍ଦ କାମିନୀର ଏପରି ପରିହାସରେ ରେଣୁକୁ ଲଜ୍ୟା କି ଖୁସି କିଛି ଅନୁଭବ ହେଲା ନାହିଁ। ବିବାହ ଓ ବିବାହ ପରର କର୍ମସବୁ ଯନ୍ତ୍ରଟିଏ ପରି କରିଚାଲିଥିବା ରେଣୁର ଦେହକୁ ଏ ଏକୁଟିଆ କୋଠରୀଟିର ନୀରବତାରେ ହଠାତ ଯେମିତି ଜୀବନ ଆସିଲା। କିଛି ସମୟ ଘୁରି ଘୁରି କୋଠରୀଟିକୁ ଦେଖିଲା ସେ। ତା ଦେହରେ ଥିବା ଦାମୀ ବନାରସୀ ପାଟ, ମୋଟା ମୋଟା ଗହଣା, ହାତ ଭର୍ତି ଚୁଡି ତାକୁ ଭାରି ଅସହଜ ଲାଗୁଥିଲା। ଇଛା ହେଉଥାଏ ସବୁ ତକ ବାହାର କରି ନାଇଟିଟେ ପିନ୍ଧି ଲମ୍ବା ହୋଇ ଶୋଇଯାଆନ୍ତା। ବେଶ କିଛି ଦିନହେବ ଯନ୍ତ୍ର ଭଳି ଅଭିନୟ କରି କରି ତାକୁ ଭାରି ଥକ୍କା ଲାଗୁଚି। ଖଟ ଉପରେ ବସିପଡ଼ିଲା ରେଣୁ। ଗୋଟେ ଅପରିଚିତ ଘରେ ଅପରିଚିତ ଲୋକମାନଙ୍କ ମଧ୍ୟରେ କଣ କରୁଛି ସେ। କୁଆଡେ ଗଲା ତା ପ୍ରିୟ ଘର କୁଆଡେ ଗଲେ ବାପା ମାଆ ସାନ ଭଉଣୀ ରୁବି। ଏତେ ବଡ଼ ଦୁନିଆରେ ସେ ଯେ ଏକା ।

କାଲି ପରି ଲାଗୁଛି। ଭଦ୍ରକ କଲେଜର ବିଏସସି ଫିଜିକ୍ସ ଅନର୍ସର ଛାତ୍ରୀ ସେ । ଏଇତ ଲାଷ୍ଟ ସେମିଷ୍ଟର ଏକଜାମ ସରିଥିଲା। ଭାରି ଭଲ ହେଇଥିଲା ଏକଜାମରେ । ପ୍ରତି ସେମିଷ୍ଟରରେ ଅଶି ପ୍ରତିଶତ ମାର୍କ ରଖୁଥିଲା ସେ। ଜଣେ ମେଧାବୀ ଛାତ୍ରୀଭାବେ ବେଶ ଜଣା ଶୁଣା। ଭାରି ଇଚ୍ଛା ଥିଲା ବାଣୀବିହାରରେ ଫିଜିକ୍ସରେ ଏମଏସସି ପରେ ରେଡ଼ିଓଲଜି ନେଇ ବାର୍କରେ ପିଏଚଡି କରିଥାନ୍ତା। ଦିନେ ନିଶ୍ଚୟ ବୈଜ୍ଞାନିକ ଟେ ହେଇଥାନ୍ତା, ଠିକ ତା ପିଲାଦିନର ଆଦର୍ଶ ମ୍ୟାରି କ୍ୟୁରୀଙ୍କ ପରି। ହେଲେ ସବୁ ସ୍ବପ୍ନ ଅଧୁରା ରହିଗଲା। ଏକଜାମ ସରୁ ସରୁ ହିଁ ବାପା ବାହାଘର ପକ୍କା କରିଦେଲେ। ଭଲ ପରିବାର, ଚାଟାର୍ଡ ଆକ୍ୱାଟଣ୍ଟ ବର, ଏତେ ଭଲ ପ୍ରସ୍ତାବ ପୁଣି ଛାଡିବେ କେମିତି । ରେଣୁର ଯେତେ ଅନୁନୟ ବିନୟ କିଛି କାମ ଦେଲାନି। "ଯେତେ ପଢ଼ିବୁ ବାହାଘର ପରେ। ତୋ ବାହାଘର ସରିଲେ ତ ପୁଣି ରୁବି ପାଇଁ ଭାବିବି ନା।' ରୋକ ଠୋକ କହିଦେଲେ ବାପା।ପିଲାଦିନୁ ବାପାଙ୍କର ଏ ଭଳି ରୁକ୍ଷ ବ୍ୟବହାର ସହ ଅଭ୍ୟସ୍ତ ସେ । ଝିଅ ନୁହେଁ ତ ବୋଝଟେ ପରି ଅନୁଭବ କରାନ୍ତି। ସବୁ ବେଳେ ଖାଲି ବାହାଘର ପାଇଁ ଚିନ୍ତା। ଶେଷରେ ମନ ମାରି ବାହାଘର ପାଇଁ ପ୍ରସ୍ତୁତ ହେଇଥିଲା ରେଣୁ। ରାଗରେ ଥରେ ହେଲେ ଦେଖିବାକୁ ବା କଥା ହେବାକୁ ଇଚ୍ଛା କରିନଥିଲା ଭାବି ସ୍ୱାମୀ ବୈଭବଙ୍କ ସହ। ବାହାଘରର ବାଜା ମହୁରୀର ଶବ୍ଦରେ ଲୁଚି ଯାଇଥିଲା ତା ହୃଦୟରେ ଉଠୁଥିବା ବେଦନର ସ୍ଵନ। ବାହାବେଦୀର ହୋମ ନିଆଁଠୁ ବି ବେଶି ଜଳୁଥିଲା ତା କ୍ଷତାକ୍ତ ହୃଦୟ। ପଢ଼ିବା ବଦଳରେ ଆଜି ଆସି ବସିଛି ସେ ତା ବାସର ଶେଯରେ। ପ୍ରକ୍ରୁତିସ୍ଥ ହେଲା ରେଣୁ। କିଛି ସମୟ ପରେ ବୈଭବ ଆସି ପହଞ୍ଚିବେ। ତାର ପତି, ଇହପରକାଳର ଦେବତା। ମଥାରେ ସିନ୍ଦୁର ଗଳାରେ ମଙ୍ଗଳସୁତ୍ର ପିନ୍ଧେଇ ଅଧିକାରଭୁକ୍ତ କରିନେଇଛନ୍ତି ସେ ତାର ମନ ଆତ୍ମା ଶରୀର । କିନ୍ତୁ ତା ପାଇଁ ଯେ ସେ ସମ୍ପୂର୍ଣ୍ଣ ଅପରଚିତ। ଜଣେ ଅପରିଚିତ ବ୍ୟକ୍ତି ସହ ଶାରିରୀକ ସମ୍ପର୍କ କେମିତି ପାରିବ ସେ। ଏ ତ ଆଉ ବୋହୁ ବୋହୁକା ଖେଳ ନୁହେଁ ଯେ ଅଭିନୟ କରିଚାଲିବ। ଭୟରେ ଥରି ଗଲା ତା ସମଗ୍ର ଶରୀର। ଇଛା ହେଲା ଏଇ ମୁହୂର୍ତ୍ତରେ ଫାଟି ଯାଆନ୍ତା କି ପୃଥିବୀ ମାତା ସୀତାଙ୍କ ପରି ପୃଥିବୀ ଗର୍ଭରେ ମିଶିଯାଆନ୍ତା ସେ। ବଡ଼ ପାଟି କରି କାନ୍ଦିବାକୁ ଇଛା ହେଲା।ହେଲେ ଏଇଟା ଯେ ତା ଘର ନୁହେଁ। ଧାଇଁ ପଳେଇ ପାରନ୍ତା କି ତା ଘରକୁ। କିନ୍ତୁ ସେଠି ଆଉ ତାର ସ୍ଥାନ ହିଁ ନାହିଁ। ତେବେ...ରେଣୁର ଅସହାୟ ଅବସ୍ଥାକୁ ଆହୁରି ଅସହାୟ କରି ଧୀରେ କବାଟ ଖୋଲିଲେ ବୈଭବ। ଖଟ ଉପରେ ଆହୁରି ସଙ୍କୁଚି ହେଇ ବସିଲା ରେଣୁ। ସେ ଭୁଲି ଗଲା, ସେ ଭଦ୍ରକ କଲେଜର ଡ୍ରାମା କୁଇନ ମେଧାବୀ ଛାତ୍ରୀ ରେଣୁ। ତାକୁ ଲାଗିଲା ସେ ଏକବିଂଶ ଶତାବ୍ଦୀର ରେଣୁ ନୁହେଁ କାହିଁ ପୁରୁଣା କାଳରେ ମିଞ୍ଜି ମିଞ୍ଜି ଦୀପ ଆଲୁଅରେ ବାସର ରାତିରେ ଜେଜେବାପାକୁ ଦେଖି ଶେଯରେ ସଂକୁଡି ଯାଇଥିବା ତା ଜେଜେମା। ବିଶେଷ କିଛି ବଦଳିନି। ନା ଅନୁଭବ ନା ପରିସ୍ଥିତି। ଛାତି ଭିତରରେ ଧଡ଼କୁ ଥିବା ତା ହୃତପିଣ୍ଡର ଶବ୍ଦ ସେ ସ୍ପଷ୍ଟ ଶୁଣିପାରିଲା। ସତେ ଯେପରି ବାହାରି ଆସିବ ବାହାରକୁ।

ବାଥରୁମରୁ ଫ୍ରେଶ ହେଇ ଆସି ତା ଠୁ କିଛି ଦୂରକୁ ଲାଗି ଖଟ ଉପରେ ବସିଲେ ବୈଭବ। ପିନ୍ଧି ଥିଲେ କଂଫୋରଟେଵଲ ନାଇଟ ୱେର, ଟ୍ରାଉଜର ଆଉ ଗଂଜି। ତାଙ୍କୁ ଦେଖି ଆହୁରି ମନେ ମନେ ଆହୁରି ରାଗିଗଲା ରେଣୁ। ଦେଖ ନିଜେ କେତେ ସହଜରେ ଅଛନ୍ତି କିନ୍ତୁ ସେ ଶାଢ଼ୀ ଗହଣାର ମହଣ ମହଣ ଓଜନରେ ପୋତି ହେଇଯାଉଛି। ହଁ ସେ ପୁରୁଷ ତାଙ୍କର ଏ ନିଜ ଘର, ହେଲେ ସେ ଯେ ଅନ୍ୟ କାହା ଘରେ। ଏ ପ୍ରଥା କିଏ କରିଲା କେଜାଣି। ଲୁହ ଜକେଇ ଆସିଲା ରେଣୁ ଆଖିରେ। ଭଲରେ ଅଛ କି ନାହିଁ। ଘର କେମିତି ଲାଗୁଛି । ବାପମାଆଙ୍କ କଥା ମନେ ପଡୁଚିକି। ଏଭଳି ଅନେକ କିଛି ପଚାରୁଥାଆନ୍ତି ବୈଭବ। କିଛି କଥା କାନକୁ ଶୁଣା ଯାଉଥିଲା କେବଳ ମୁଣ୍ଡ ଯାଏ ଯାଉନଥିଲା। ଅତି ଅସହଜତାରେ ଅନ୍ୟମନସ୍କ ହୋଇ ଖାଲି ମୁଣ୍ଡ ହଲେଇ ଉତ୍ତର ଦେଉଥାଏ ରେଣୁ।ଆଗକୁ କଣ ହେବ ଭାବି ଭାବି ଆହୁରି ସଂକୁଡି ଯାଉଥାଏ। "ମୁଁ ତୁମକୁ ମ୍ୟାରି ଡାକିପାରିବି"

କଥାଟି ଶୁଣି ଚମକି ପଡିଲା ରେଣୁ। ମ୍ୟାରି ...ମ୍ୟାରି କ୍ୟୁରି। ତା ପିଲାଦିନର ଆଦର୍ଶ। ବୈଭବ ଜାଣିଲେ କେମିତି। "ତୁମ ଆଦର୍ଶ ନା ମ୍ୟାରି କ୍ୟୁରି। ତୁମେ ତାଙ୍କ ପରି ବୈଜ୍ଞାନିକ ହେବାକୁ ଚାହଁ।" ଆବାକ ହେଇ ମୁହଁ ଟେକି ଚାହିଁଲା ରେଣୁ। ବୈଭବ ଏତେ ସବୁ କେମିତି କହୁଛନ୍ତି। "ତୁମ ସ୍ବପ୍ନକୁ ମୁଁ ମୋର ସ୍ବପ୍ନ ବୋଲି ଭାବି ଦେଇଛି ଯେବେଠୁ ତୁମକୁ ଦେଖିଛି। ତୁମେ ମୋର, ତୁମର ସବୁ ସ୍ବପ୍ନ, ଇଛା, ଆକାଂକ୍ଷା ସବୁ ବି ମୋର। ଆଉ ତାକୁ ପୂରଣ କରିବା ଦାୟିତ୍ୱ ବି। କଣ ମୋ ସହ ତୁମ ସ୍ବପ୍ନ ସବୁ ବାଣ୍ଟିବ ନି । " ହସି ହସି କହିଲେ ବୈଭବ। ରେଣୁ ନିଜକୁ ଚିମୁଟି ଦେଖୁଥିଲା। ସେ ସ୍ବପ୍ନ ଦେଖୁଛି ନା ଯାହା ଶୁଣୁଛି ସତ। " ରୁବି ମୋତେ ସବୁ କହିଛି। ବ୍ୟସ୍ତ ହୁଅନି। ମୋ ମ୍ୟାରି କ୍ୟୁରି, ତୁମେ ବାଣୀ ବିହାରରେ ପିଜି କରିବ ଆଉ ବାର୍କରେ ପିଏଚଡି ବି । ବଡ଼ ବୈଜ୍ଞାନିକଟେ ହେବ ନିଶ୍ଚିତ, ହେଲେ ଏ ସାମାନ୍ୟ ଚଟାର୍ଡ ଅକାଉଣ୍ଟାଣ୍ଟ ସ୍ୱାମୀକୁ ଭୁଲି ଯିବନିତ " ରସିକତା କରି କହିଲେ ବୈଭବ। ରେଣୁକୁ ଲାଗୁଥିଲା ତା ଛାତି ଭିତରଟା ପୁରା ବତୁରି ଯାଉଛି। ଅପ୍ରତ୍ୟାଶିତ ଖିସି ସବୁ ଉଛୁଳି ଲୁହ ହୋଇ ବୋହି ଯାଉଥିଲା ତା ଆଖିରୁ।

" ଡରନି, ତୁମ ଅନିଚ୍ଛା ବିନା ମୁଁ ତୁମ ଉପରେ ନିଜ ଅଧିକାର ସାବ୍ୟସ୍ତ କରିବିନି। ସେ ପାଇଁ ତ ଜୀବନ ପଡିଛି। ଆଗ ଫ୍ରେଣ୍ଡଶିପ ତ କରିନିଅ ମୋ ସହ। ଲେଟସ ବି ଫ୍ରେଣ୍ଡସ" ହାତ ବଢେଇଲେ ବୈଭବ ରେଣୁ ଆଡକୁ। ସେମିତି ଆବାକ ହେଇ ବସିଥିଲା ରେଣୁ। ଏବେ ବି ବିଶ୍ୱାସ ହେଉ ନଥିଲା ତା ଆଗରେ ଘଟି ଯାଉଥିବା ଘଟଣାଗୁଡିକ ସତ କି ସ୍ବପ୍ନ।

" ବି କମଫରଟେବଲ " ନାଇଟ ୱେରର ପ୍ୟାକେଟଟେ ବଢ଼େଇ ଦେଲେ ବୈଭବ ରେଣୁ ଆଡକୁ। ହାତ ବଢ଼େଇ ପ୍ୟାକଟି ଧରିନେଲା ରେଣୁ।

" ଯାଅ ଜଲ୍ଦି ଫ୍ରେଶ ହେଇ ଆସ। ବହୁତ ନିଦ ଲାଗୁଚି। ଏମିତି ଓଜନିଆ ଶାଢ଼ି ଗହଣା ପିନ୍ଧି କିଏ ଶୁଏ"ହସି ହସି କହିଲେ ବୈଭବ। ସେ ହସରୁ ଫାଳେ ସଂଚରି ଗଲା ରେଣୁର ଓଠରେ।

ହଠାତ ଗୋଟେ ଭାରି ମିଠା ମହକରେ ପୁରି ଉଠିଲା ତା ଆଖପାଖ, ସତେ ଯେମିତି ଦୂର କେଉଁଠି ଏକା ସଂଗେ ଫୁଟି ମହକି ଉଠିଛନ୍ତି ଗୁଛାଏ ମଲ୍ଲିକଢ଼।

ରାଜବାଳା...

ଭାଉଜ ମ୍ୟାରି କ୍ୟୁରି ଟ୍ରାଉଜର

Rate the content


Originality
Flow
Language
Cover design

Comments

Post

Some text some message..