Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ପ୍ରଶ୍ନବାଚୀ

ପ୍ରଶ୍ନବାଚୀ

1 min
7.4K



       ମୋ ବୋହୁ ଦେଖିବାକୁ ସୁନ୍ଦର l ଭଲ ପାଠ ପଢୁଥିଲା ଓ ଭାରତ ସରକାରଙ୍କ ଅଧୀନରେ ଭଲ ଚାକିରି ମଧ୍ୟ କରିଛି l ଆମକୁ ଭଲ ଝିଅଟିଏ ଦରକାର ଥିଲା l ତେଣୁ ଆମେ ଦବା ନବା ଉପରେ ଗୁରୁତ୍ୱ ଦେଇ ନ ଥିଲୁ l ଅନେକ ବନ୍ଧୁବାନ୍ଧବ ସେଥିପାଇଁ ଆମକୁ ସମାଲୋଚନା କଲେ ମଧ୍ୟ ଆମେ କର୍ଣ୍ଣପାତ କରି ନ ଥିଲୁ l ହଠାତ୍ ଗୋଟାଏ ପ୍ରୋଜେକ୍ଟ୍ ପାଇ ପୁଅ ଆମେରିକା ଚାଲିଗଲା l ବୋହୁର ବି ବଦଳି ହେଲା ତାମିଲନାଡୁର ଗୋଟାଏ ଛୋଟ ଗାଁଆକୁ l ବୋହୁ ସହ ଆମେ ଦୁଇ ପ୍ରାଣୀ ଆସି ରହିଲୁ l

       ଦିନେ ବୋହୁ ଅଫିସରେ ଥାଏ, ତା ବାବାଙ୍କର ହଠାତ୍ ବାନ୍ତି ହେଲା l କଣ କରିବି ମୋତେ ବୁଦ୍ଧି ଦିଶିଲା ନାହିଁ l ଖବର ପାଇ ବୋହୁ ଆସି ତାଙ୍କୁ ଡାକ୍ତରଖାନା ନେଲା l ଡାକ୍ତର କହିଲେ ଉଚ୍ଚ ରକ୍ତଚାପ l ସେ ଜାଗାରେ କିଛି ମିଳୁ ନ ଥାଏ l ଆପଲ୍ ଗୋଟାଏ 45 ଟଙ୍କା l ମେଡିସିନ୍ ମିଳୁ ନ ଥିଲା l ଏଣେ ଭାଷା ବି ଠିକ୍ ଭାବେ ବୁଝି ହେଉ ନ ଥିଲା l କିନ୍ତୁ ଧୈର୍ଯ୍ୟ ହରେଇ ନ ଥିଲା ବୋହୁ ମୋର l ଚେନ୍ନାଇରୁ କାହା ହାତରେ ମଗେଇଥିଲା ଆବଶ୍ୟକୀୟ ଔଷଧ l ସପ୍ତାହକ ପାଇଁ ଫଳ ବି ଅଣେଇ ଦେଉଥିଲା ବହୁତ ଆଗରୁ l ପୁଅ କିଛି ବି ଜାଣି ନ ଥିଲା ଏ ସବୁ l

       ପରେ ପୁଅ ଠାରୁ ଜାଣିବାକୁ ପାଇଲି ଯେ ମୋ ବୋହୁ ଯୋଗୁ ତା ବାବା ଆଜି ଜୀବିତ ଅଛନ୍ତି l ଆଖିକୁ ଲୁହ ଆସିଗଲା l ଆଜି ସେହି ବନ୍ଧୁବାନ୍ଧବଙ୍କୁ ପ୍ରଶ୍ନ ପଚାରିବାକୁ ଇଛା ହେଉଛି ଯେ, ଯୌତୁକ କଣ ମୋ ସ୍ୱାମୀଙ୍କୁ ସୁସ୍ଥ କରି ପାରିଥାନ୍ତା କି?


Rate this content
Log in

Similar oriya story from Inspirational