Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କ୍ଷୁଦ୍ର ଗଳ୍ପ-ହସ
କ୍ଷୁଦ୍ର ଗଳ୍ପ-ହସ
★★★★★

© Jena Dil Lip Kumar

Inspirational

3 Minutes   7.2K    14


Content Ranking

ହସ । ସମସ୍ତେ ପ୍ରାୟ ଜୀବନରେ ଯେବେ ଖୁସି ହୁଅନ୍ତି ପ୍ରାୟତଃ ହସନ୍ତି।ଅନେକ ତ ଅତି ଖୁସିରେ କାନ୍ଦି ପକାନ୍ତି ମୁଁ କିନ୍ତୁ କାଇଁ କେଜାଣି ହସି ପାରେନି , କି କାନ୍ଦି ପାରେନି ଯେତେ ଖୁସି ହଉ କି ଦୁଃଖ ,ହସ ମୋର ଅଧାରୁ ଅଟକି ଯାଏ ।ଅନେକ ମୁହଁରୁ ହସ ଦେଖେ ଇର୍ଷା ହୁଏ । ଆରେ ମୁଁ କାହିଁକି ହସି ପାରୁନି ? ଏ କଥା ଯେବେ ଭାବେ ,ସତ କହୁଛି ଆଜ୍ଞା ମନେ ମନେ ବହୁତ ହସେ । କିନ୍ତୁ ମୋ ହସ କେହି ଦେଖି ନାହାନ୍ତି। ମୋତେ ସାଙ୍ଗ ମନେ କହନ୍ତି ଫେନ୍ଦ୍ରା ମୁଁହ ତୋର କିଏ ଯେମିତି ତୋର ଶହେ ଷାଠିଏ ଖାଇ ଯାଇଛି । ଏମିତି କିଏ କେତେ କହନ୍ତି । ସବୁ ଶୁଣେ ହସିବାକୁ ସତ ଚେଷ୍ଟା କରି ବିଫଳ । କଲେଜ ପଢିଲା ବେଳେ ମେସରେ ମୋ ଉପର ବେଞ୍ଚର ବାପୁ ଭାଇ ସାଥେ ରହୁଥିଲି । ସିଏ ବି ବେଳେବେଳେ ରାଗରେ କେତେ ଥର ମୋର ମୁଁହର ଭାବିଭାଙ୍ଗିକୁ ନେଇ ମୋତେ ଥଟା କରିଛନ୍ତି । ତଥାବି ମୁଁ ପାରିନି । ମିନୁ ଅପା ବି କେତେ ଥର କୁହନ୍ତି ଦିପୁ , ତୁ କଣ ହସି ଜାଣିନୁ ? ମିନୁ ଅପା କିଏ ? ,କହିନି ,ଓଃ ! ଦୁଃଖିତ । ମିନୁ ଅପା ହଉଛନ୍ତି ବାପୀ ଭାଇଙ୍କ ସାଙ୍ଗ । ବେଳେବେଳେ ମେସକୁ ଆସନ୍ତି । କେତେ ଭଲ କଥା କୁହନ୍ତି । ଉପଦେଶ ମୋତେ ବି ଦିଅନ୍ତି । ଆଉ ତାଗିଦା ବି କରନ୍ତି । କିନ୍ତୁ ସବୁ କଥାର ମୁହଁରେ ହସ ଥାଏ । ରାଗିକି ବି ସେ ହସ ହସ ମୁହଁରେ କହିଯାନ୍ତି । ମନେ ମନେ ରାତିରେ ଶୋଇଲା ବେଳେ ମିନୁ ଅପା କଥା ମନେ ପଡେ । କଣ ମିନୁ ଅପାର କଣ କିଛି ଦୁଃଖ ନାହିଁ ? ଯଦି ବି ଥିବ ସେ କେମିତି ସବୁବେଳେ ହସ ହସ ମୁଁହରେ କଥା କହି ଯାଆନ୍ତି। ତାଙ୍କ ଗାଳିରେ ବି କି ମଧୁରତା ! ମୁଁ ବି ସ୍ବପ୍ନ ଦେଖେ ,ପଣ ବି କରେ କାଲି ଠୁଁ ମୁଁ ବି ହସିବି । ସମସ୍ତଙ୍କ ସାଥେ ହସି ହସି କଥା ହେବି କିନ୍ତୁ ,ହାୟ ରାତି ପାହିଲେ ଯେଉଁ କଥାକୁ ସେୟା ହସି ପାରେନି । ଡ୍ରେସିଂ ଟେବଲୁ ଆଇନାରେ ମୋ ମୁହଁକୁ ନିରିଖେଇ ଦେଖୀ ହସେ ସାମୟିକ ଭାବେ । ବାହାରେ କାହିଁକି ଅନ୍ୟ ମାନଙ୍କ ସାଥେ ହସି ପାରେନା ? ଆଇନା ଆଗରେ ମୁଁ ନିଜକୁ ନିଜେ ପ୍ରଶ୍ନ ପଚାରେ ,ଉତ୍ତର ପାଏନା । ଉଦାସ ହୁଏ । ମିନୁ ଅପାଙ୍କ ଉପରେ ବି ଇର୍ଷା ହୁଏ । ତାଙ୍କ ସହ ସହିତ ମିଶି ବାକୁ ଅନେକ ଥର ଚାହିଁଛି । ତାଙ୍କ ହସର ରହସ୍ୟ କଥା ଜାଣିବାକୁ ଇଚ୍ଛା କରି ,ଦିନେ ଡାକ ନାହିଁ ବୋଲା ନାହିଁ ତାଙ୍କ ଘରେ ହାଜର । ମୋତେ ଦେଖୁ ଦେଖୁ ତାଙ୍କର ଖୁସି କହିଲେ ନ ସରେ । ଆରେ ଦିପୁ ଆସ ଆସ । ସତେ ଯେମିତି ସେ କାହିଁ କେଉଁ କାଳୁ ଅପେକ୍ଷାରେ ଥିଲେ । ମୁଁ ଭାବିଥିଲି ବିନା ଡାକରାରେ ଘରକୁ ଗଲେ ଅପା ମୁଁହ ମୋଡ଼ିବେ । ଆଉ ହସି ପାରିବେନି କିନ୍ତୁ ସବୁ ଓଲଟା,ପୁଣି ସେଇ ହସ । କେତେ ବେଳେ ମୋ ହାତ ଧରି ଖଟ ଉପରେ ବସେଇ ଲେମ୍ବୁ ପାଣି ଗିଲାସେ ଧରେଇ ଦେଇ କେତେ କଥା ହସି ହସି ପଚାରୁ ଥିଲେ । ମୋ ପାଟିରେ ଭାଷା ନଥିଲା । ମୋ ନୀରବତା ଭାଙ୍ଗିଲା ଯେତେବେଳେ ମୋତେ ହଲାଇ କହିଲେ ଆରେ ଦିପୁ କଣ ଭାବୁଛୁ ? ,ମୁଁ ପ୍ରକୃସ୍ତିତ ହେଲି । ଅପା ସତ କୁହ ତମ ହସର ରହସ୍ୟ କଣ । ଖାସ ସେଇଥି ପାଇଁ ତମକୁ ନ ଜଣେଇ ଆସିଛି । ଅପା ଜୋରରେ ହସିଲେ ମନ ଖୋଲା ହସ ,ମୁଁ ଆହୁରି ଅବାକ । ଆର ଘରକୁ ଟାଣି ନେଲେ ଦେଖିଲି, ତାଙ୍କ ବାବା ସ୍ଥିର ନିର୍ବାକ ଭାବେ ଶୋଇଛନ୍ତି । ମା ଗୋଡ ପାଖେ ବସି ଔଷଧ ମାଲିସ କରୁଛନ୍ତି । ତାଙ୍କ ମୁଁହରେ ବି ଦୁଃଖର ଚିହ୍ନ ବର୍ଣ ନଥିଲା ।ମୁଁ କିନ୍ତୁ ଏସବୁ ଦେଖି ମନେ ମନେ ଦୁଃଖ କରୁଥିଲି ।ଅପା ମୁଁହ ଖୋଲିଲେ । ଜାଣିଛୁ ଦିପୁ ବାବା 5 ବର୍ଷ ହେଲା ଖଟରେ ପଡିଛନ୍ତି ,ପକ୍ଷାଘାତ ରୋଗୀ । ବାବାଙ୍କର ମାସିକ ଅବସର ଟଙ୍କା ତକ ଔଷଧ ଖର୍ଚ୍ଚକୁ ନିଅଣ୍ଟ । ମୁଁ ଟିଉସନ କଲେ ଘରେ ଚୁଳି ଜଳେ । ବେଳେବେଳେ ପା ମୁଁ ଖାଲି ପାଣି ପିଇ କଲେଜ ଯାଏ ।ମାଙ୍କ ଅବସ୍ଥା ତ ଦେଖୁଚୁ ବିଚାରିର ଖାଲି ଯାହା ହାଡ଼ ଦି ଖଣ୍ଡ ଅଛି । ତଥାବି ମୁଁ କେବେ ଦୁଃଖରେ ଭାଙ୍ଗିନୀ କି କାହାକୁ ଭାଙ୍ଗିବାକୁ ଦେଇନି । ଜୀବନ ଯାତ୍ରାରେ ଅନେକ ଦୁଃଖ କଷ୍ଟ ଯନ୍ତ୍ରଣା ଆସେ । ସେ ସବୁ ସହିବା ଲୋକ ହିଁ ଖୁସିରେ ଆପଣାର କରିପାରେ । ସମାଜରେ ଅନେକ ଲୋକ ତ ମୋ ଠାରୁ ବି ଦୁଃଖ କଷ୍ଟରେ ଅଛନ୍ତି । ତାଙ୍କ ଠାରୁ ମୁଁ ବହୁତ ଖୁସିରେ ତ ଅଛି । ଦୁଃଖ କରିବି କଣ ପାଇଁ? ଯିଏ ଜୀବନ ଯୁଦ୍ଧରେ ସଂଗ୍ରାମ ନ କରିପାରିବ ସେ ହିଁ ହସି ପାରେନି । ଅପାଙ୍କ କଥା ମୋ କାନରେ ଯେମିତି ଗୁଳି ଭଳି ପସିଯାଉଥିଲା । ସତରେ ମୁଁ କେଡେ ନିର୍ବୋଧ , ଅଜ୍ଞାନ ! ହସିବାରେ କଣ କିଛି କାରଣ ଥାଏ ? ହସିବାକୁ ହେଲେ ଜଣେ ଦାମ୍ଭିକ ମଣିଷର ଦୃଢ ହୃଦୟଟେ ଲୋଡ଼ା ତାହା ଅପାଙ୍କ ଠୁ ଜାଣିଲି ।

ଜୟ ଜଗନ୍ନାଥ

ଦିଲ୍ଲୀପ କୁମାର ଦିଲ ଲିପି ଜେନା

ହସ ମିନୁ ଅପା ସଂଗ୍ରାମ

Rate the content


Originality
Flow
Language
Cover design

Comments

Post

Some text some message..