Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanjit Sahoo

Tragedy

2  

Prasanjit Sahoo

Tragedy

ପଲିଥିନ ତଳର ଜୀବନ

ପଲିଥିନ ତଳର ଜୀବନ

2 mins
7.2K


 
        ବେଳେବେଳେ ସମାଜରେ ଚଳିବା ବଡ କଷ୍ଟ ହୋଇଯାଏ । କେତେବେଳେ ସମାଜ ସହ ଏଇ ସାମାଜିକ ପ୍ରାଣୀ ଗୁଡିକ କାହାକୁ ସାଥ ଦିଅନ୍ତି କିଛି କହି ହୁଏନା । ବେଳେବେଳେ ସଂସାରର ସବୁତକ ବୋଝ ଅଜାଡ଼ି ହୋଇପଡେ କାଁ ଭାଁ କେତେ ଲୋକଙ୍କ ଜୀବନରେ ।ସତେ ଯେମିତି ଏସବୁ ସହିବାକୁ ସେମାନଙ୍କ ଜନ୍ମ । ଯେମିତି ସେମାନେ ଅଲୋଡା ।

            ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ଛଟପଟ ହେଉଥିବା ସେମିତି ଲୋକ ଟିଏ ସାର ମାଉସୀ । ପାଖରେ ଦୁଇପୁଅ ସନିଆ ଆଉ ଭଗିଆ । ଜଣେ ବିକଳାଙ୍ଗ ଆଉଜଣେ ମାନସିକ ଅନଗ୍ରସର । ଘର କହିଲେ ଦୁଇ ଚାରି ଖଣ୍ଡ ବାଉଁଶ ଆଉ ତା ଉପରେ କଳା କିଚିମିଚି ଛିଣ୍ଡା ପାଲ । ତା'ରି ଭିତରେ ମା'ପୁଅ ତିନି ଜଣଙ୍କ ଜୀବନ କଟେ।25 କିଲୋ ବିପିଏଲ ଚାଉଳ ଆଉ ସନିଆ ଭଗିଆଙ୍କ ମୂଲଲଗା ଅର୍ଥରେ ଚଳେ ଦୁଃଖି ସଂସାର । ବୋଝ ଉପରେ ନଳିତା ବିଡା ଥୁଆହେଲା ପରି ସାର ମାଉସୀର ଦୁଃଖ । ରୋଗଶଯ୍ୟାରେ ଛଟପଟ ହୁଏ ପ୍ରତି ମୁହୂର୍ତ୍ତରେ । ଆଉ କୋରଡିଆ ଆଖି କଣରେ ଜକେଇ ଥାଏ ଲୁହ କେଇ ବୁନ୍ଦା । କେବେ କାହାସହ କଥାହେଲେ ଆଖିରୁ ବର୍ଷିଯାଏ ଦୁଇ ତିନି ଧାର ତତଲା ଲୁହର ବର୍ଷା ଦୁଃଖୀ ସାର ମାଉସୀର । ପଲିଥିନ ତଳର ଅନ୍ଧାରକୁ ପ୍ରଶମିତ କରେ ଜୁକୁଜୁକୁ ହେଇ ଜଳୁଥିବା ମଦ ବୋତଲରେ ତିଆରି ଡିବିରି ଆଲୁଅ ।

        ଘର ବିଷୟରେ ସାର ମାଉସୀ ବହୁତ କିଛି କହେ ବୈପ୍ଳବିକ ଢଙ୍ଗରେ । ସେ କହେ "ବାପରେ !!ଏମିତି କେତେଥର ଭୋଅଟ ଗଲାଣି ।କେତେ ଲୋକ ଆସନ୍ତି ଆଉ କେତେ କଥା କହି ଯାଆନ୍ତି । ହେଲେ ....ସେସବୁ ମୋ ପାଇଁ ଆକାଶ କଇଁଆ ଚିଲିକା ମାଛ।ସବୁବେଳେ ସ୍ବପ୍ନ ଦେଖେ ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା, ରସନକାର୍ଡ ଆଉ ଦୁଇ ପୁଅଙ୍କ ବିକଳାଙ୍ଗ ଭତ୍ତାର ସ୍ବପ୍ନ ଭୋଟ ପିପାସୁ ଧୋବ ଧାଉଳିଆ ବାବୁ ମାନଙ୍କ ସହାୟତାରେ ।

          ସମୟାନ୍ତରରେ ନାଗରା ବାଜେ ହେଲେ ଘର ତାଲିକାରେ ନାଆଁ ନଥାଏ ସାର ମାଉସୀର । ସେତିକିବେଳେ ମନେପଡେ ଭୋଅଟ ବେଳର ଆଉଅଁସାଘଷା କେତେ ଜୁହାର ଆଉ ମିଠା କଥା । ଏସବୁ ସାର ମାଉସୀର ଦେହସୁହା ହୋଇଗଲାଣି । 

           ଶେଯରେ ପଡିରହି କଇଁ କଇଁ ହୋଇ କାନ୍ଦେ ଆଉ ଭାଗ୍ୟକୁ ନିନ୍ଦା କରି ମନେପକାଏ ସନିଆ ବାପ କଥା ଯିଏ ପ୍ରାୟ 12 ବର୍ଷର ଅତୀତ । ଆଉ ସେମିତି ପଡିରହିଥାଏ ପଲିଥିନ କୁଡିଆ ଭିତରେ ।

ପ୍ରସନଜିତ ସାହୁ, ନାଉଗାଁ ହାଟ , ଜଗତସିଂହପୁର


Rate this content
Log in

Similar oriya story from Tragedy