Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଛାଡ଼ଖାଇ
ଛାଡ଼ଖାଇ
★★★★★

© Artatran Mishra

Others

4 Minutes   3.1K    15


Content Ranking

"କାର୍ତ୍ତିକ ମାସଟି ଭାରି ଭଲ ଲୋ ମା' ।  ବହୁ ଲୋକବାକ ସାତ୍ତ୍ବିକ ହୋଇ ଯା'ନ୍ତି ।  ପିଲାପିଲି ମୋର ଅନେକ ପରିମାଣରେ ନରାପଦ ରୁହନ୍ତି ।  ଅନ୍ୟ ମାସ ମାନଙ୍କରେ ତ ଖାଲି କଲବଲ-ହାଣ୍, କାଟ୍, ମାର୍ ।  ଗଜା ଟୋକା ଗୋଡ଼ାକତ ବେଶି କାଟ ଖା'ନ୍ତି ।  ତାଂକର ଭାରି ଡ଼ିମାଣ୍ଡ୍-ଖାସି ନା ସେମାନେ! ସାନ ପିଲାଂକର ଭୟ ନାହିଁ ସେତେ ।  ବଡ଼ ହେଲେ, ବେଶି ଓଜୋନ ହେଲେ, ବେଶି ଭାଉ ମିଳିବନା ।  ଘାସ,ପତ୍ର ଖୁଆଇ ମାଲିକ ତାଙ୍କୁ ଭାରି ଆଦରରେ ବଡ଼ାଏ ।  ମନ ଖୁସିରେ ଡ଼ିଆଁ ମାରୁଥା'ନ୍ତି ସେମାନେ ।  ଆମ ବୁଡ଼ା-ବୁଢି ମାନଙ୍କର ବି ସେତେଟା ଆଉ ଭୟ ନାହିଁ ।  ଗରାଖ ପସନ୍ଦ କରନ୍ତିନି ମୋଟେ ।  ଯାହା ହେଉ, ଏ ମାସଟି ତ ସମସ୍ତଂକ ପାଇଁ ଭଲ ।  ଚ଼ାରିଆଡ଼େ ଭଜନ-କୀର୍ତ୍ତନ, ଚଉଁରା ପୂଜା, ମନ୍ଦିର ମାଂନଂକରେ ଭାରି ଭିଡ଼ ।  ମାଛ-ମାଂସ, ଛି, ଛ, ଛି!, କେତେ ପାପ କଥା ।  ବର୍ଷକ ବାରମାସି ଖାଲି କାର୍ତ୍ତିକ ମାସଟି ଥା'ନ୍ତା କି ।  ଆମେ ଛେଳି, ମେଣ୍ଡା, କୁକୁଡ଼ା ମାନେ ମଣିଷ ମାନଙ୍କ ପରି ନରାପଦରେ, ଖୁସି ମନରେ ପିଲାଝିଲାଂକୁ ନେଇ ସଂସାରରେ ବଞ୍ଚୁ ଥା'ନ୍ତେଇ ।  କିଛି ପାପି କିନ୍ତୁ ଅଛନ୍ତି, କାର୍ତ୍ତିକରେ ବି ହାଡ଼-ଗୋଡ଼ ଖାଇ ଯା'ନ୍ତି ।  ଆଉ କିଛି ଅଛନ୍ତି- ଖାଲି ପଞ୍ଚୁକ ପାଞ୍ଚ ଦିନି ଆମିଷ ଛାଡ଼ି ଥା'ନ୍ତି ।  ପଞ୍ଚୁକ ଆଗ ଦିନ ତ ପେଟ ଫଟେଇ ଖାଇଯା'ନ୍ତି ।  ଛାଡ଼ ଖାଇ କଥା ତ ଛାଡ଼ ।  ମନେ ପଡ଼ିଲେ ତ ଛାତି ଥରି ଯାଏ ।  ଆମ ବଂଶ ନିପାତ ହବା ଅବସ୍ଥା ।  " ଏକା ନିଶ୍ୱାସରେ କହିଗଲା ବୁଡ଼ି ଛେଳିଟି ତା' ସାଂଗ କାଳୀ କୁକୁଡ଼ାକୁ ଟେରେଇ ଟେରେଇ ଦିଲଖୁସ୍ ମିଟ୍ ସପ୍ ଆଡ଼େ ଦେଖୁ ଦେଖୁ ।

କଳା, ମୋଟା ନିଶୁଆ ଙ୍କସେଇ ଦୋକାନ ଆଗରେ ଅନ୍ୟ ମାସ ମାନଙ୍କ ପରି ଛେଳି, ମେଣ୍ଡା କି କୁକୁଡ଼ା ମାନେ କଟା ହବାକୁ ବନ୍ଧା ହୋଇ ହାଉଳି କାଉଳି ହେଉ ନାହାନ୍ତି ।  ତଥାପି ଗୋଟେ ଦି'ଟା ରଖିଚ଼ି ସେ ।  ପାପି ଗରାଖଟିଏ ଆସି ଯିବକି ।  କିଛି କାମ ତ ନାହିଁ, ଟ ଛୁରୀ-କଟୁରୀ ପଜଉଚ଼ି ସେ ବସି ବସି ।  ମନେ ମନେ ଭାବୁଚ଼ି ପୂଜା-ପାର୍ବଣ, ସଂକ୍ରାନ୍ତି, ଗୁରୁବାର, ମଂଗଳ ବାର କି ହବିସ ନଥା'ନ୍ତାକି ।  ସବୁଦିନ ନୂଆ ବର୍ଷର ପ୍ରଥମ ଦିନ ପରି, ବକ୍ରି ଇଦ୍, କ୍ରୂଷମାସ୍ କି ରଜ ପର୍ବ ପର ହେଇ ଥା'ନ୍ତା କି । ଖଡ଼୍ ଖଡ଼୍ ଟଂକା ଗଣୁ ଥା'ନ୍ତା ସେ ।  କାର୍ତ୍ତିକ କେବେ ଯିବ-ଦିନ ଗଣୁଚ଼ି ସେ ।  ଛାଡ଼ ଖାଇ ପାଇଁ ଅର୍ଡ଼ର ଦେଇ ସାରିଲାଣି ପର୍ଯ୍ୟାପ୍ତ ଛେଳି, ମେଣ୍ଡା, କୁକୁଡ଼ା ମାଂନକ ପାଇଁ ।

ଏପଟେ ବାବୁ-ବାବୁଆଣି, ଟୋକା-ଟାକେରା, ବୁଡ଼ା-ବୁଡ଼ି, ବକରା ଟୋକାବି-ସମସ୍ତେ ଅତିଷ୍ଠ ହେଇ ଗଲେଣି କଡ଼କଡ଼ ମାଛ ଭଜାଟଏ ପାଇଁ, କଲିଜାଟେ ପେଇଁ କି କୁକୁଡ଼ା ଠେଂଗଟିଏ ପାଇଁ ।  କେବେ ସରିବ ଏ ଶୁଖିଲା କାର୍ତ୍ତିକ ।

ଗତ ଛାଡ଼ଖାଇ କଥା ମନେ ପଡ଼ିଗଲା ବୁଡ଼ି ଛେଳିର ।  ଦିନ କେଇଟା ପରେ ପୁଣି ସେଇ ମହାକାଳ ଦିନ ।  ସହରର ଗଳି-ମହଲାରେ, ଗାଁ' ମୁଣ୍ଡ ମାନଙ୍କରେ ଓହୋଳିବେ କି ଗଡ଼ିବେ ଗର୍ଦନ କଟା, ଚ଼ମଡ଼ା ଛିଲା, ବେକ ମୋଡ଼ା, ଶହ ଶହ ଛେଳି, ମେଣ୍ଡା, କୁକୁଡ଼ା ଓ ମାଛ ।  ହସିଲା ଖେଳିଲା କୁଟୁମ୍ବ ତା'ର ଶୂନ୍ୟ ହୋଇ ଯିବ ।  ପୁଅ-ବୋହୁ, ନାତି-ନାତୁଣୀ, ଭାଇ-ଭଉଣୀ, ଦିଅର-ଭାଉଜ, ପୁତୁରା-ପୁତୁରୀ, ଝିଅ-ଜୋଇଁ, ମାମୁଁ-ମାଇଁ, ବନ୍ଧୁ-ବାନ୍ଧବ ସବୁ କୁଆଡ଼େ ହଜିଯିବେ କାଳର କରାଳ ବକ୍ଷରେ ।  ଗତ ବର୍ଷ ତା ପୁଅର ଜଷ୍ଟ ବାହାଘର ହୋଇଥିଲା ।  ଛାଡ଼ ଖାଇ ଦିନ ସକାଳୁ ସକାଳୁ ଖାଇ ଗଲା ତାଙ୍କୁ ମାଂସାଶୀ ଦୁନିଆଁ ।  ସବୁ ଛାଡ଼ ଖାଇ ପରି, ଏ ବର୍ଷ ବି ନଇ,ପୋଖରୀରେ ଡ଼ଂଗା ଭସାଇ ଦେଇ "ଆ କା ମା ବୋଇ, ପାନ, ଗୁଆ ଖୋଇ, ତୋ ପାନ, ଗୁଆ ତୋ'ର, ମାସକ ଧରମ ମୋ'ର" ବୋଲି ଡ଼ୁବଟିଏ ପକାଇ, ମନ୍ଦିରର ଘଣ୍ଟା ବଜାଇ, ଖୁବ ଗଳା ଛାଡ଼ି 'ହରେ ରାମ, ହରେ କ୍ରୀଷ୍ନ' କୀର୍ତ୍ତନ ସାରି ସିଧା ଲୋକେ ଦଉଡ଼ିବେ ଆଇଁସ ବେଗ ଧରି ବିକଟାଳିଆ ଗନ୍ଧ କରୁଥିବା ହାଟ-ବଜାରର ସେଇ କଣ ମାନଙ୍କରେ ନାଜି ଟରଚ଼ର୍ କ୍ୟାମ୍ପ ମାନଂକୁ ।  କହୁଥିବେ ପରଷ୍ପରକୁ "ମାସକ ଯାକ ଘାସ-ଫୁସ୍ ଖାଇଖାଇ ଜିଭ ପିତା ହେଇ ଗଲାଣିରେ ଭାଇ ।  ଭାଉଜ ତମର ଚ଼ାହିଁ ବସିଚ଼ି ମାଛ ଖଣ୍ଡେ, ଚ଼ିକେନ ଠେଂଗଟେ କି ମଟନ୍ ଅଧକିଲେ ନେଲେ ଯାଇ ଆଜି ଲଞ୍ଚ ତଣ୍ଟିରେ ଗଳିବଟି । "

ଛାଡ଼ଖାଇରେ ହାଟ-ବଜାର ସରଗରମ ରହିବ ।  ରେସ୍ତୋରାଁ, ଡ଼ାବା, ପବ୍ ମାନଙ୍କରେ ମାଟି ହାଣ୍ଡି-ମଟନ୍, ଚ଼ିକେନ୍-କରୁମା, ଚ଼ିକେନ-ଟିକିଆ, ନାନା ପ୍ରକାରର ମାଛ-ଫ୍ରାଇ, କଇଁଚ଼-ମସଲା, ଚ଼ିଲିକା-କଙ୍କଡ଼ାର ସ୍ପେସିଆଲ୍ କରି, ମଟନ୍ କଲିଜା-ମସଲା, ଚ଼ୁନା ମାଛ-ବେସର, ପୋହଳା ମାଛ-ସୋରିଷ, ଇଲିସି କରି ଇତ୍ୟାଦିର ମନ ଆକର୍ଷଣୀୟ ଗନ୍ଧ ଚ଼ାରିଆଡ଼େ ବ୍ୟାପିଯିବ ।  ଆବାଳ ବୃଦ୍ଧ-ବନିତା, କଲେଜ ପିଲା, ବାବୁ-ବାବୁଆଣି, ରାସ୍ତାର ଦୀଦା ମାନେ ସମସ୍ତେ ଲାଳୁଆ ପାଟିରେ ଆକଣ୍ଠ ଭୋଜନ କରିବେ କାର୍ତ୍ତିକର ନୀରାମିଷ କଷ୍ଟ ଛାଡ଼ି ।  ଛାଡ଼ଖାଇ ଟି!

ଶାରଦୀୟ ସକାଳର ପାହାଡ଼ ନାସୀରୁ ସୂର୍ଯ୍ୟ ଉଇଁ ଆସୁଚ଼ନ୍ତି । କାର୍ତ୍ତିକ ପୁନେଇଁ ଜହ୍ନଟି ଧୀରେଧୀରେ ଡ଼ୁବି ଯାଉଚ଼ନ୍ତି । ହେମନ୍ତର ସୁନ୍ଦର ଥଣ୍ଡା ପବନ ବହୁଚ଼ି ।  ଚ଼ଡ଼େଇ ମାନେ କିଚ଼ି-ମିଚ଼ିରି କରି ମନ ଉମଂଗରେ ଉଡ଼ୁଚ଼ନ୍ତି ।  ସବୂଜ ଘାସର ଗାଲିଚ଼ାରେ ପହ୍ଲ ପଦ୍ଲ ମେଣ୍ଡା, ଛେଳି ମାନେ ଖୁସିରେ ଘାସ ଚ଼ରୁଚ଼ନ୍ତି ପରିବାର-କୁଟୁମ୍ବ ଧରି ମହା ଖୁସିରେ ।  ପାଖ ପୋଖରୀରେ କେତେ କିସମର ମାଛ ମାନେ ସୂର୍ଯ୍ୟଂକ କିରଣରେ ରୂପା ପରି ପାଣିରେ ଖେଳୁଚ଼ନ୍ତି ।  ବୂଡି ଛେଳି ସେମାନଙ୍କ ଆଡ଼କୁ ଚ଼ାହିଲା ।  ଦିନ ଗଣିଲା ।  ଆଉ ଦି' ଦିନ ଛାଡ ଖାଇକୁ ।  ତା' ଆଖିରୁ ଦି ଟୋପା ଲୂହ ଗଳି ପଡ଼ିଲା ।

ଦି'ଦିନ ପରେ ତା'ର ଆଉ କେହି ରହିବେ ନାହିଁ ।

ମଣିଷ ମାଂନକୁ ଏମିତି କିଏ କାଟି ଖାଉ ଥା'ନ୍ତା କି, ବୁଜନ୍ତେ ଜୀବନ କ'ଣ, ପରିବାର କ'ଣ, ବନ୍ଧୁ-ବାନ୍ଧବ କ'ଣ । "ହେ ଭଗବାନ! ଛାଡ଼ ଖାଇ ଦିନ ଲୁଚ଼େଇ ଦିଅ ତୁମ ସିହାଂସନ ତଳେ ମୋ ପରିବାରକୁ, ମୋ' ବନ୍ଧୁ-ବାନ୍ଧବଂକୁ ।  ଦୟାକର ପ୍ରଭୁ ! ଆମେ ନିରିହ ପ୍ରାଣୀ ।  ମଣିଷ ତ ବଡ଼ ଶକ୍ତିଶାଳୀ । "

କାନ୍ଦି ପକାଇଲା ବୁଡ଼ି ଛେଳିଟି ।  ବୁଡ଼ି ରାମ ପକ୍ଷୀ କାଳି କୁକୁଡ଼ାଟି ବି କୋହ ସମ୍ଭାଳି ନପାରି ତା ପଣତ କାନିରେ ଆଖି ପୋଛିଲା ।

ନାଲି ସାଲୁ କନା ପିନ୍ଧା ପବିତ୍ର ଅଏଁଳା ଗଛ ମୁଳ ଚଉଁତରା ଉପରେ ପାଟ ଲୁଗା ଓ ଉତ୍ତରୀ ପିନ୍ଧା, କପାଳ ଓ ନାକରେ ହରି ମନ୍ଦିର ଚ଼ିତା ଲଗା, କାନରେ ତିଳକ ଓ କୁଣ୍ଡଳ ଲଗା ପଣ୍ଡିତ ଗଂଗା ନନା ପ୍ରବଚ଼ନ ଦେଉଥିଲେ, "ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚ଼ନ ଦୟ୍ବୟମ୍, ପରୋପକାରାୟ ସ୍ବର୍ଗାୟ, ପାପାୟ ପର ରୀଡ଼ନମ୍ । "

ମୋଟା ନିଶୁଆ, କଳା ମଚ଼ୁକୁନ୍ଦା ଙ୍କସେଇ ଚ଼ାକୁଟିକୁ ଶାଣ ଦେଉଥାଏ ପଥରରେ ଘସିଘସି ।  ଛାଡ଼ଖାଇ ଆସୁଚ଼ିଟି ।

(To be edited)

କାର୍ତ୍ତିକ ମାସ ଛାଡ଼ଖାଇ କଂସେଇ

Rate the content


Originality
Flow
Language
Cover design

Comments

Post

Some text some message..