Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sasmita Acharya

Inspirational Others

2  

Sasmita Acharya

Inspirational Others

କଳ୍ପନା ହେଲେ ବି ବାସ୍ତବ

କଳ୍ପନା ହେଲେ ବି ବାସ୍ତବ

1 min
1.6K


ମିତାଲି ଦାସ (ମୁନି)କୁ ତାର ବାପା ମାଆ (ତାପସ ବାବୁ ଓ ମୀନା) ଯେତେବେଳେ ପାଠ ପଢଉଥିଲେ, ସାହୀ ପଡିଶା ଲୋକ ଖୁବ୍ ହସୁଥିଲେ |

ପୁଅ ହେଇଥିଲେ ପାଠର ମୂଲ୍ୟ ରହନ୍ତା ବାପା ମାଆର ନାଁ ରଖନ୍ତା , ଝିଅଟା ପର ଘରେ ହାଣ୍ଡି ଧୋଇବ ଏସବୁ କ'ଣ ଦରକାର ଏତେ ପାଠ | ଘରକରଣା ଶିଖିଲେ ସୁଖ ଶାନ୍ତିରେ ସଂସାର କରି ଭଲ ବୋହୂ, ବାପା ମାଆର ଭଲ ଝିଅ ବୋଲି ନାଁ କରିବ | ହେଲେ ଦୃଢମନା ମୁନି କେବେ ପଛକୁ ଚାହିଁ ନ ଥିଲା |

ଆଜି ସକାଳୁ ଖବର ଆସିଲା ସୀମା ବିଦ୍ରୋହରେ ଓଡିଆ ଝିଅ ମିତାଲି ଦାସ(ମୁନି) ଶହୀଦ ଓ ଚାରିଜଣ ଆତଙ୍କୀଙ୍କ ମୃତ୍ୟୁ | ବାପା ମାଆଙ୍କ ଆଖିରେ ଲୁହ | ସେ ଲୁହ ଦୁଃଖର ନୁହେଁ | ଜଣେ ବୀରା ନାରୀର ଜନ୍ମଦାତା ଭାବରେ ସେ ଖୁବ୍ ଗର୍ବିତ ଥିଲେ | ହେଲେ ହୃଦୟର ସନ୍ତାନ ସ୍ନେହ ସେମାନଙ୍କୁ ଖୁବ୍ ବିଦାରିତ କରି ଦେଉଥିଲା ||

ମୃତ ଶରୀର ଆସି ଯେବେ ପହଞ୍ଚିଲା ଜାତୀୟ ସମ୍ମାନରେ, ଗାଁ ଦାଣ୍ଡ ଫାଟି ପଡୁଥିଲା ଜୟ ଜବାନ୍ ଧ୍ଵନିରେ | ସାହୀ ପଡିଶାଙ୍କ ଆଖିରେ ଲୁହ ସୁନା ଝିଅଟା ସମସ୍ତଙ୍କୁ ଛାଡି ଅମର ହୋଇଗଲା |

ସମସ୍ତେ କହୁଥିଲେ ଏଭଳି ଝିଅ ସବୁ ବାପା ମାଆଙ୍କୁ ମିଳୁ ||


Rate this content
Log in

Similar oriya story from Inspirational