Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆନନ୍ଦ ମଠ - 2
ଆନନ୍ଦ ମଠ - 2
★★★★★

© Deepak Sarangi

Classics

5 Minutes   7.4K    9


Content Ranking

ଭାଗ - ୨

ଏମିତି କଥାବାର୍ତା ହେଇ ଚାଲୁଚାଲୁ ସକାଳ ହୋଇ ଗଲାଣି । ସେମାନେ ଆସି ଆନନ୍ଦ ମଠରେ ପହଞ୍ଚିଗଲେ । ମହେନ୍ଦ୍ର ଆନନ୍ଦ ମଠରେ ପହଞ୍ଚି ଦେଖନ୍ତି ଯେ ଜଣେ ବୃଦ୍ଧ ସନ୍ନ୍ୟାସୀ ସତ୍ୟାନନ୍ଦ ମୃଗଛାଲ ଆସନରେ ବସି ଧ୍ୟାନରେ ନିମଗ୍ନ ଅଛନ୍ତି । ପାଖରେ ବସିଛନ୍ତି ଯୁବ ସନ୍ନ୍ୟାସୀ ଜୀବାନନ୍ଦ । କିଛି ସମୟପରେ ସତ୍ୟାନନ୍ଦ ଆଖି ଖୋଲି ମହେନ୍ଦ୍ରଙ୍କ ଆଡକୁ ଦ୍ରୁଷ୍ଟି ନିକ୍ଷେପ କଲେ ଏବଂ କହିଲେ “ମୁଁ ତୁମ ବିଷୟରେ ସବୁ ଜାଣିଛି , ତୁମର ସ୍ତ୍ରୀ ଓ କନ୍ୟା ଏହି ଆନନ୍ଦ ମଠରେ ହିଁ ଅଛନ୍ତି କିନ୍ତୁ ତୁମେ ତୁମ ପତ୍ନୀ ଓ ଝିଅକୁ ଦେଖା କରିବା ପୂର୍ବରୁ ମୁଁ ତୁମକୁ କିଛି ଦେଖାଇ ବାକୁ ଚାହୁଁଛି, ଆସ ମୋ ସହିତ । ଏହା କହି ସତ୍ୟାନନ୍ଦ ଆଗକୁ ଚାଲିଲେ ପଛେପଛେ ଚାଲି ଥାଆନ୍ତି ମହେନ୍ଦ୍ର । ସତ୍ୟାନନ୍ଦ ମଠର ଗୋଟେ ପାର୍ଶ୍ଵରେ ଥିବା ଏକ ବଡ ମନ୍ଦିର ଭିତରକୁ ମହେନ୍ଦ୍ରଙ୍କୁ ନେଇଗଲେ । ମହେନ୍ଦ୍ର ସେଠାରେ ଦେଖିଲେ ଏକ ବିରାଟ ଶୁଭ୍ର ବସନ ପରିହିତା ଦେବୀ ମା’ ଙ୍କ ମୂର୍ତ୍ତୀ ଦଣ୍ଡାୟମାନ ଅଛି ,କିନ୍ତୁ ଏ କଣ ମୂର୍ତ୍ତିର ଗୋଡ ଓ ହାତ ସବୁ ଝଞ୍ଜିରରେ ବନ୍ଧା ହୋଇଛି । ମହେନ୍ଦ୍ର ଆଶ୍ଚର୍ଯ୍ୟ ହେଇ ସନ୍ନ୍ୟାସୀ ସତ୍ୟାନନ୍ଦଙ୍କ ଆଡକୁ ଚାହିଁ ପଚାରିଲେ “ଏ ଦେବୀ ମା’ ଙ୍କ ହାତ ଓ ଗୋଡ ଝଞ୍ଜିରରେ କାହିଁକି ବନ୍ଧା ହୋଇଛି” ? ସନ୍ନ୍ୟାସୀ ସତ୍ୟାନନ୍ଦ ଲୋତକ ପୂର୍ଣ ଚକ୍ଷୁରେ ଉତ୍ତର ଦେଲେ “ଇଏ ହେଉଛନ୍ତି ଆମ ମା ଓ ଆମେ ସମସ୍ତେ ଏହି ଭାରତ ମାତାର ସନ୍ତାନ । ଯେ ପର୍ଯ୍ୟନ୍ତ ଆମେ ଆମ ମା’ କୁ ମୋଗଲ ଓ ଇଂରେଜମାନଙ୍କ କବଳରୁ ମୁକ୍ତ ନ କରିବା ସେ ପର୍ଯ୍ୟନ୍ତ ଆମ ମା ଏହି ଭଳି ଝଞ୍ଜିରରେ ବନ୍ଧା ହୋଇ ରହିଥିବ, ଆଉ ଆମ ମା ସେତେବେଳେ ମୁକ୍ତ ହେବ ଯେତେବେଳେ ଆମେ ସମସ୍ତ ସନ୍ତାନମାନେ ମିଳିମିଶି ଏହି କ୍ରୂର ଇଂରେଜ ଓ ମୋଗଲ ମାନଙ୍କ ବିରୁଦ୍ଧରେ ଲଢେଇ କରିବା” । ଭାବପୂର୍ଣ କଣ୍ଠରେ ଗାଇ ଉଠିଲେ ସନ୍ନ୍ୟାସୀ ସତ୍ୟାନନ୍ଦ ସେଇ ଗୀତ “ବନ୍ଦେ ମାତରମ” ।

ଗୀତ ଗାଇ ସାରି କିଛି ସମୟ ଭାବ ବିହ୍ଵଳ ହୋଇ ସନ୍ନ୍ୟାସୀ ସତ୍ୟାନନ୍ଦ ମୂର୍ତ୍ତୀ ଆଗରେ ଚୁପ ହୋଇ କିଛି ସମୟ ଛିଡା ହୋଇ ରହିଲେ ଓ ତାପରେ କହିଲେ “ମହେନ୍ଦ୍ର ଏବେ ତୁମ ନିଷ୍ପତି କଣ?” ମହେନ୍ଦ୍ରଙ୍କ ଆଖି ମଧ୍ୟ ଲୁହରେ ଭିଜିଗଲା ଓ ସେ କହିଲେ “ମୁଁ ମଧ୍ୟ ମାତାର ସନ୍ତାନ ହେବି ଓ ମା କୁ ବନ୍ଧନରୁ ମୁକ୍ତ କରିବି । କିନ୍ତୁ ମୋ ସ୍ତ୍ରୀ ଓ କନ୍ୟାର କଣ ହେବ?”

ସନ୍ନ୍ୟାସୀ ସତ୍ୟାନନ୍ଦ କହିଲେ “ତୁମେ ସେମାନଙ୍କ ପାଇଁ ଚିନ୍ତା କର ନାହିଁ । ଏବେ ଯାଅ ତୁମ ପତ୍ନୀ କଲ୍ୟାଣୀ ତୁମକୁ ଦେଖି ନାହିଁ ବୋଲି ଅନ୍ନ ଜଳ ଏ ପର୍ଯ୍ୟନ୍ତ କିଛି ସ୍ପର୍ଶ କରିନାହିଁ” । ସତ୍ୟାନନ୍ଦ କଲ୍ୟାଣୀ ଯେଉଁଠି ଥିଲେ ସେଠାକୁ ଯିବାର ବାଟ ବତେଇ ଦେଲେ । ମହେନ୍ଦ୍ର ପତ୍ନୀ ଓ କନ୍ୟାକୁ ପାଖରେ ପାଇ ଆନନ୍ଦରେ ଗଦ୍ ଗଦ ହୋଇ ଉଠିଲେ ।

ତା’ପରେ ସତ୍ୟାନନ୍ଦ ସେଠାରୁ ଯାଇ ଜୀବାନନ୍ଦ ଓ ଭବାନନ୍ଦଙ୍କୁ କହିଲେ “ଯେ ମହେନ୍ଦ୍ର ମଧ୍ୟ ଆମମାନଙ୍କ ସହ ମିଶିବାକୁ ରାଜି ଅଛି କିନ୍ତୁ ତା ଉପରେ ଟିକେ ନଜର ରଖିଥିବ । ସେ ଯେଉଁ ପର୍ଯ୍ୟନ୍ତ କାୟ ମନୋବାକ୍ୟରେ ସନ୍ତାନ ହୋଇନି ଆମକୁ ତା ଉପରେ ନଜର ଟିକେ ରଖିବାକୁ ପଡିବ”।

ଏପଟେ ସ୍ଵାମୀ ସ୍ତ୍ରୀ ଦୁଇ ଜଣ ନିଜ ଭିତରେ କଥାବାର୍ତା ହେବାକୁ ଲାଗିଲେ । ଯେ ଏବେ କଣ କରିବା ? ମହେନ୍ଦ୍ରଙ୍କର ଇଚ୍ଛା ଥିଲା ଯେ କଲ୍ୟାଣୀ ଓ ଝିଅକୁ ଗାଁରେ ଜଣେ ବିଶ୍ଵାସୀ ଲୋକ ପାଖରେ ଛାଡିଦେଇ ସେ ନିଜେ ସନ୍ନ୍ୟାସୀ ବ୍ରତ ଧାରଣ କରିବେ । କଲ୍ୟାଣୀ ମଧ୍ୟ ମହେନ୍ଦ୍ରଙ୍କ କଥାରେ ରାଜି ହୋଇଗଲେ ଏବଂ ବିଚାର ବିମର୍ଶ କରି ମନସ୍ଥ କଲେ ଯେ ତାଙ୍କ ଗାଁ ପଦଚିହ୍ନକୁ ସେମାନେ ପୁଣି ଫେରିଯିବାକୁ । ତେଣୁ ମଠରୁ ବାହାରି ସେମାନେ ଜଙ୍ଗଲ ଭିତରେ କିଛି ବାଟ ଗଲା ପରେ ସେମାନେ ଜଙ୍ଗଲରେ ଆଉ ବାଟ ପାଇଲେ ନାହିଁ, ଯେତେ ଚେଷ୍ଟା କଲେ ବି ବୁଲିବୁଲି ଆସି ସେଇ ଗୋଟିଏ ଜାଗାରେ ପହଞ୍ଚି ଯାଉ ଥାଆନ୍ତି ଯେଉଁଠୁ ସେମାନେ ଆରମ୍ଭ କରିଥିଲେ । କିଛି ସମୟ ପରେ ଜଣେ ସନ୍ନ୍ୟାସୀ ଆସି ତାଙ୍କୁ ବୁଲୁଥିବାର ଦେଖି କି ଆସି କହିଲେ “ଆସ! ମୁଁ ତୁମ ମାନଙ୍କୁ ଏ ଜଙ୍ଗଲ ଭିତରୁ ରାସ୍ତା କଢେଇ ନେବି” । ମହେନ୍ଦ୍ର ପଚାରିଲେ “ତୁମେ କିଏ”? ସନ୍ୟାସୀ ଜଣକ କହିଲେ “ମୁଁ ଧୀରାନନ୍ଦ ଏବଂ ମୁଁ ବି ଜଣେ ସନ୍ତାନ । ସନ୍ନ୍ୟାସୀ ଜଣକ ସେ ଦୁହିଁଙ୍କୁ ବାଟ ବତାଇ ଦେଇ ଜଙ୍ଗଲ ମଧ୍ୟରେ କେଉଁ ଆଡେ ଅନ୍ତରଧ୍ୟାନ ହେଇଗଲେ ।

ସ୍ଵାମୀ ସ୍ତ୍ରୀ ଦୁହେଁ ଯାଇ ଏକ ନଦୀ କୁଳରେ ବସିଲେ । ଝିଅକୁ ପାଖରେ ବସାଇ ଦେଇ ଦୁହେଁ ନିଜ ଭିତରେ କଥାବାର୍ତାରେ ନିମଗ୍ନ ହୋଇଗଲେ । କଲ୍ୟାଣୀ ନିଜପାଖରେ ରଖିଥିବା ବିଷ ବୋତଲଟିକୁ କାଢି ଅଜାଣତରେ ତଳେ ରଖିଦେଲେ । କେତେବେଳ କେଜାଣି ପାଖରେ ଖେଳୁଥିବା ଝିଅ ସେହି ବିଷ ବୋତଲଟିକୁ ଖୋଲି ତା ଭିତରୁ ଗୋଟେ ଛୋଟ ବଟିକାଟିକୁ ନେଇ ତା ପାଟିରେ ପକେଇ ଦେଲା । ସ୍ଵାମୀ ସ୍ତ୍ରୀ ଦୁଇଜଣ “ଆରେ କଣ ଖାଇଲା?” ବୋଲି ପାଟି କରୁକରୁ ଝିଅ ବଟିକା ଟିକୁ ପୁରା ଗିଳି ସାରିଲାଣି । ଧୀରେଧୀରେ ଝିଅର ଶରୀର ଅବଶ ହେବାକୁ ଲାଗିଲା ଏବଂ ସେ ଚେତା ହରାଇ ପଡି ରହିଲା । ଝିଅର ଏ ଅବସ୍ଥା ଦେଖି କଲ୍ୟାଣୀ ମଧ୍ୟ ସମ୍ଭାଳି ନ ପାରି ସେ ବୋତଲରୁ ଦୁଇ ଚାରିଟା ବଟିକା ନିଜେ ଖାଇ ଦେଲେ । ମହେନ୍ଦ୍ର ଚିତ୍କାର କରି ଉଠିଲେ "କଲ୍ୟାଣୀ ତୁମେ ଏ କଣ କଲ ? ତୁମେ ମୋତେ ଏକା କରି ଛାଡି ଚାଲି ଯାଇ ପାରିବ ନାହିଁ । କଲ୍ୟାଣୀ କହିଲେ “ଆମ ମା ଓ ଝିଅଙ୍କ ପାଇଁ ତୁମେ ମାତୃଭୂମିର ସେବାରୁ ବଞ୍ଚିତ ହୁଅ ଏ କଥା ମୁଁ କେବେ ବି ସହି ପାରିବି ନାହିଁ , ତୁମେ ଏବେ ଯାଅ ଦୃଢମନା ଓ ନିର୍ବିକାର ହୋଇ ଦେଶ ମାତୃକାର ସେବା କର ଓ ଆମ ମାତୃଭୂମି କୁ ଏ ମୋଗଲ ଓ ଇଂରେଜ ମାନଙ୍କ ଠାରୁ ଉଦ୍ଧାର କର, ସେଥିରେ ହିଁ ମୋ ଆତ୍ମା କୁ ଶାନ୍ତି ମିଳିବ"। ଏତିକି କହି କଲ୍ୟାଣୀ ମହେନ୍ଦ୍ରଙ୍କ ବାହୁରେ ପ୍ରାଣ ତ୍ୟାଗ କଲେ । କଲ୍ୟାଣୀଙ୍କ ଶରୀର ଶିଥିଳ ପଡିବା ଦେଖି ମହେନ୍ଦ୍ର ତାଙ୍କୁ ବାହୁରେ ଧରି ଜୋରରେ କାନ୍ଦିବାକୁ ଲାଗିଲେ । ପାଖରେ ଅବଶ ହୋଇ ପଡି ରହିଥିବା ଝିଅ ଯେ କେତେବେଳରୁ ଉଠି ବାନ୍ତି କରି କାନ୍ଦିବାକୁ ଲାଗି ଲାଣି ତାହା ମହେନ୍ଦ୍ରଙ୍କୁ ବି ଜଣା ନାହିଁ । ଏହି ସମୟରେ ସନ୍ନ୍ୟାସୀ ସତ୍ୟାନନ୍ଦ ଆସି ମହେନ୍ଦ୍ରଙ୍କୁ ସମ୍ଭାଳି ବୁଝେଇବାକୁ ଚେଷ୍ଟା କଲେ ଓ ପାଖରେ କାନ୍ଦୁଥିବା ଝିଅକୁ ସାଷ୍ଟାଙ୍ଗ କଲେ ।

ଏପଟେ ଇଂରେଜ ସିପାହୀ ମାନଙ୍କର ହତ୍ୟା ଓ ଲୂଟ ତରାଜ ଘଟଣା ଶୁଣିକି ଇଂରେଜ ସରକାର ହୁକୁମ ଦେଇ ଥାଆନ୍ତି , ଯେତେ ଶୀଘ୍ର ସମ୍ଭବ ସେହି ହତ୍ୟାକାରି ମାନଙ୍କୁ ଧରି ଆଣି ମୃତ୍ୟୁଦଣ୍ଡ ଦେବାକୁ । ତେଣୁ ଇଂରେଜ ସରକାରଙ୍କ ଆଦେଶରେ ଇଂରେଜ ସିପାହୀ ମାନଙ୍କର ଗୋଟେ ଟୁକୁଡା ଜଙ୍ଗଲ ସାରା ସନ୍ନ୍ୟାସୀ ମାନଙ୍କୁ ଖୋଜି ବୁଲୁଥାଆନ୍ତି।

ଇଂରେଜ ସିପାହୀ ମାନଙ୍କ ସେହି ଟୁକୁଡାର ହାବୁଡରେ ପଡି ଯାଆନ୍ତି ମହେନ୍ଦ୍ର ଓ ସନ୍ନ୍ୟାସୀ ସତ୍ୟାନନ୍ଦ । ସିପାହୀମାନେ ମହେନ୍ଦ୍ର ଓ ସନ୍ନ୍ୟାସୀ ସତ୍ୟାନନ୍ଦଙ୍କୁ ସାଙ୍ଗରେ ବାନ୍ଧି କରି ନେଇ ଯାଆନ୍ତି ଏବଂ ମୃତ କଲ୍ୟାଣୀ ଓ ତା ଝିଅକୁ ସେଇଠି ସେହିପରି ଅବସ୍ଥାରେ ନଦୀକୁଳରେ ଛାଡି ଚାଲି ଯାଆନ୍ତି । ସିପାହୀମାନେ ସେମାନଙ୍କୁ ନେଇ ନବାବଙ୍କ ପାଖରେ ହାଜର କରାନ୍ତି । ନବାବ ସେମାନଙ୍କୁ କରାଗରରେ ବନ୍ଦୀ କରି ରଖିବା ପାଇଁ ଆଦେଶ ଦିଅନ୍ତି ।

କାରାଗାରରେ ମହେନ୍ଦ୍ର ସତ୍ୟାନନ୍ଦଙ୍କୁ ପଚାରିଇଲେ “ବାବା ! ଏ ସବୁ ମୋ ସଙ୍ଗେ କଣ ସବୁ ଘଟିଗଲା ? ମୁଁ ମୋ ଆଖି ଆଗରେ ମୋ ସ୍ତ୍ରୀ ଓ ଝିଅ ଙ୍କୁ ହରେଇଲି” । ସନ୍ନ୍ୟାସୀ ସତ୍ୟାନନ୍ଦ କହିଲେ “ତୁମେ ତ ସନ୍ନ୍ୟାସୀ ହୋଇ ଥିଲେ ତୁମର ସ୍ତ୍ରୀ ଓ ଝିଅକୁ ତ୍ୟାଗ କରି ବାକୁ ପଡି ଥାଆନ୍ତା , ତୁମେ ଇଶ୍ଵରଙ୍କ ଉପରେ ଭରସା ରଖ ସବୁ କିଛି ଠିକ ହେବ ଏବଂ ତୁମେ ଆଜି ହିଁ ଏହି କାରାଗାରରୁ ମୁକ୍ତ ହେବ”। ସନ୍ନ୍ୟାସୀ ସତ୍ୟାନନ୍ଦଙ୍କ କଥା ସରିଛି କି ନାହିଁ ଜଣେ ସିପାହୀ ଆସି ଡାକିଲା “ଏଠି ମହେନ୍ଦ୍ର ସିଂହ କିଏ ? ତାଙ୍କର ମୁକ୍ତିର ଆଦେଶ ଆସି ଯାଇଛି , ମହେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ପରୀକ୍ଷା କରିବା ପାଇଁ କାରାଗାରରୁ ବାହାରି ଆସିଲେ । ସତ୍ୟାନନ୍ଦ ସେ ସିପାହୀ କୁ ପଚାରିଲେ “ତୁମେ କିଏ” ? ସିପାହୀ କହିଲା “ମୁଁ ହେଉଛି ଧୀରାନନ୍ଦ । ସନ୍ନ୍ୟାସୀ ଭବାନନ୍ଦଙ୍କ ଆଦେଶରେ ମୁଁ ଆପଣମାନଙ୍କୁ ଏଠାରୁ ମୁକ୍ତ କରି ବାକୁ ଆସିଛି” । ଏହି ସମୟ ମଧ୍ୟରେ ମହେନ୍ଦ୍ର କାରାଗାର ଭିତରକୁ ପୁଣି ଫେରି ଆସିଲେ ଏବଂ ସତ୍ୟାନନ୍ଦଙ୍କ ପାଦ ତଳେ ପଡି କାନ୍ଦିକାନ୍ଦି କହିଲେ “ବାବା ମୁଁ ଆପଣଙ୍କୁ ଛାଡି ଏକୁଟିଆ କେବେ ବି ଯାଇ ପାରିବି ନାହିଁ । ସତ୍ୟାନନ୍ଦ ତାଙ୍କୁ ଆଲିଙ୍ଗନ କରି କହିଲେ “ମହେନ୍ଦ୍ର ତୁମେ ବ୍ୟସ୍ତ ହୁଅ ନାହିଁ , ଆମେ ଅଲଗା ଉପାୟରେ ଏହି କରାଗାରରୁ ନିଶ୍ଚୟ ମୁକ୍ତି ପାଇବା” ।

ସେପଟେ ସନ୍ନ୍ୟାସୀ ଜୀବାନନ୍ଦ ଜଙ୍ଗଲ ବାଟରେ ଯାଉ ଯାଉ ତାଙ୍କର ନଜର ପଡେ ମହେନ୍ଦ୍ରଙ୍କ ମୃତ ପତ୍ନୀ କଲ୍ୟାଣୀ ଓ ବିଷ କ୍ରିୟା ଯୋଗୁଁ ଅସୁସ୍ଥ ହୋଇ ପଡି ଥିବା ଝିଅ ଉପରେ । ମୃତ କଲ୍ୟାଣୀର ଶବ ସଂସ୍କାର କରିବା ପରେ ସନ୍ୟାସୀ ଜୀବାନନ୍ଦ ଶିଶୁ କନ୍ୟାଟିକୁ ସାଙ୍ଗରେ ଧରି ଚାଲିଲେ ଭୈରବୀପୁର ଗ୍ରାମକୁ । ( କ୍ରମଶଃ...)

ମହେନ୍ଦ୍ର କ’ଣ ସତରେ ସନ୍ନ୍ୟାସୀ ବ୍ରତ ଧାରଣ କରିବେ?

ସନ୍ନ୍ୟାସୀ ସତ୍ୟାନନ୍ଦ କେଉଁ ଉପାୟରେ କାରାଗାରରୁ ମୁକ୍ତ ହେବେ?

ସନ୍ନ୍ୟାସୀ ଜୀବାନନ୍ଦ ମହେନ୍ଦ୍ରଙ୍କ ଝିଅକୁ ଧରି ଭୈରବୀପୁର ଗ୍ରାମକୁ କ’ଣ ପାଇଁ ଗଲେ?

କ’ଣ ଏଇ ସନ୍ନ୍ୟାସୀ ମାନେ ମିଶି ଭାରତ ମାତାଙ୍କୁ ବନ୍ଧନ ମୁକ୍ତ କରି ପାରିବେ?

ଆନନ୍ଦ ମଠ ସତ୍ୟାନନ୍ଦ ମହେନ୍ଦ୍ର

Rate the content


Originality
Flow
Language
Cover design

Comments

Post

Some text some message..