Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପିତୃ ଋଣ
ପିତୃ ଋଣ
★★★★★

© Prasant Kumar Nath

Tragedy

4 Minutes   14.2K    12


Content Ranking

ବିବେକର ବାପା ମୋହନ ଥିଲେ ଜଣେ ଚାଷୀ । ତାଙ୍କ ରାତି ପାହୁଥିଲା ବିଲରେ ପୁଣି ରାତି ହେଉଥିଲା ବିଲରେ । ସକାଳରୁ ସଞ୍ଜ ଯାଏ ଖଟି ଖଟି ଯାହା ଯେତିକି ଅମଳ କରୁଥିଲେ । ସବୁ କିଛି ପୁଅ ଲାଗି ଖର୍ଚ୍ଚ କରୁଥିଲେ । କାହିଁକିନା ଆଗପରି ଆଉ ଚାଷବାସ ହେଉନି । କେତେବେଳେ ଧୋଇ ହେଲାଣିତ କେତେବେଳେ ମରୁଡି । ଚାଷକୁ ଭରଷା କରି ଆଉ ଚାଲି ହେବନି । ତାପରେ ଏଥିରେ ବହୁତ ଖାତିନି । ତେଣୁ ବାପା ଚାହୁଥିଲେ ପୁଅ ତାଙ୍କର ତାଙ୍କ ପରି ଏତେ ହଇରାଣ ନହୋଇ ଗୋଟେ ଭଲ ଚାକିରୀ କରୁ । ଭଲ ଚାକିରୀ କରିବାକୁ ହେଲେ ଭଲ ପାଠ ପଢିବାକୁ ପଡେ । ଭଲ ପାଠ ପଢିବାକୁ ହେଲେ ସ୍କୁଲ ଟିଉସନ ଯିବାକୁ ପଡେ । ସମସ୍ତେ ଭଲ ଭଲ ପୋଷାକ ପିନ୍ଧି ସ୍କୁଲ ଆସୁଥିଲା ବେଳେ ବିବେକ ବ କେମିତି ଛିଣ୍ଡାପଟା ପିନ୍ଧି ଯିବ । ସେଥିପାଇଁ ନିଜେ ଖାନ୍ତୁକି ନାହିଁ ପିନ୍ଧନ୍ତୁକି ନାହିଁ ପୁଅ ପାଇଁ ସବୁ ସୁବିଧା ସୁଯୋଗ ଯୋଗେଇ ଦେଉଥିଲେ । ତାଙ୍କର ଗୋଟାଏ ଲଖ୍ୟ ଥିଲା ପୁଅକୁ ଜଣେ ଭଲ ଆଉ ବଡ଼ ମଣିଷ କରିବା ।

ବିବେକ ମଧ୍ୟ ବାପାଙ୍କ ସ୍ୱପ୍ନକୁ ସାକାର କରିବାକୁ ଶପଥ କରିଥିଲା । ମନ ଦେଇ ପାଠ ପଢୁଥିଲା । ଭଗବାନଙ୍କ ଦୟାରୁ ଗୋଟେ ଭଲ ଚାକିରୀ ମିଳିଗଲା । ଚାକିରୀ କରିବାକୁ ତାକୁ ଘୋସ ଦେବାକୁ ପଡିଲା । ତାଙ୍କ ପାଖରେ ପଇସା ବ କେଉଁଠୁ ଆସିବ । ସେଥିପାଇଁ ବାପା ନିଜର ଘର ଖଣ୍ଡିକି ବନ୍ଧା ଦେଇ ଜମିଦାର ପାଖରୁ ପଇସା ଆଣି ପୁଅର ଚାକିରୀ ପାଇଁ ଦେଇଦେଲେ । ଭାବିଥିଲେ ପୁଅ ଚାକିରୀ କଲେ କେତେ ପଇସା ରୋଜଗାର କରିବ । ଦିନ କେଇଟାରେ ଘରଟିକୁ ମୁକୁଳେଇ ଦେଵ ।

ପୁଅ ଚାକିରୀ ପାଇଲା ପରେ ବହୁତ ଜାଗାରୁ ପ୍ରସ୍ତାବ ଆସିଲା । ବାପା ପୁଅର ବାହାଘର ମଧ୍ୟ କରିଦେଲେ । ବୋହୁ ଘରେ ରହିବ ପୁଅ ଯାଇ ବାହାରେ ରହିବ ଏକଥା କାହିଁକି ତାଙ୍କୁ ଭଲ ଲାଗିଲାନି । ସେଥିପାଇଁ ପୁଅକୁ କହିଲେ ବୋହୂକୁ ସାଙ୍ଗରେ ନେଇଯିବ ପାଇଁ । ପୁଅ ପ୍ରଥମେ ରାଜି ହେଉନଥିଲେ ବି ଶେଷରେ ବାପାଙ୍କ କଥା ରଖି ସ୍ତ୍ରୀକୁ ସାଙ୍ଗରେ ନେଇ ଚାକିରୀକୁ ଚାଲିଗଲା । ତାପରେ କଣ ହେଲା କେଜାଣି ବାପଙ୍କୁ ଫୋନ କରି ଆଉ ଭଲ ମନ୍ଦ ବୁଝିଲାନି । ବେଳେ ବେଳେ ବାପା ଫୋନ କରନ୍ତି । ପଇସା ଦେବାକୁ କହିଲେ ନନା ବହନ କରି ଫୋନ ରଖିଦିଏ । ଏପଟେ ଜମିଦାର ମଧ୍ୟ ତାଗିଦ କରେ ପଇସା ନଦେଲେ ଘର ନିଲାମ କରିଦେବ ବୋଲି । କିନ୍ତୁ ସିଏବା କଣ କରିବେ ଉପାୟ ଶୁନ୍ୟ ହୋଇ ଚାହିଁ ରହିଥାନ୍ତି ପୁଅର ପଇସାକୁ ।

କିଛିଦିନ ପରେ ପୁଅ ନମ୍ବର ବଦଳାଇଦେଲେ । ବାପା ଯେତେ ଫୋନ୍ କଲେବି ଆଉ ଲାଗିଲାନି । କଣ କରିବେ ସେମିତି ନିଜ ଭାଗ୍ୟକୁ ନିନ୍ଦି ପଡି ରହିଥାନ୍ତି ।

ଗତ ମାସ ପଇସା ନଶୁଝି ପରିବାରୁ ଜମିଦାର ତାଙ୍କ ଘରଟିକୁ ନିଲାମ କରିଦେଲେ । ସେହି ଦିନରରୁ ବାପା ଏଠି ସେଠି ମୁଣ୍ଡ ଗୁଞ୍ଜିବାକୁ ଜଗା ଖୋଜୁଛନ୍ତି । ତାଙ୍କର ବା ବଳ ବୟସ କାହିଁ । ୟା ତା ର କିଛି ଛୋଟ ମୋଟ କାମ କରି ଯେଉଁ ୧୦/୫୦ ଅଣୁଛନ୍ତି ସେଇଥିରେ ଖାଇ ପିଇ ଗଛ ତଳେ ଦିନ କାଟୁଛନ୍ତି । ଏତେ ଶୀତରେ ମଧ୍ୟ ମନ୍ଦିର ବେଢାରେ ଗୋଟେ ମଫ୍ଲେର ଆଉ ଛିଣ୍ଡା କମଳରେ ରାତି କାଟୁଛନ୍ତି । ଆଉ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ।

ସେଦିନ ସକାଳ ଵିବେକ ମର୍ଣ୍ଣିୱାକ୍ ଯାଇଥିଲେ । ସେଇଠି ଦେଖା ହୋଇଥିଲା ତା'ର ବାପାଙ୍କ ସହ । ବିବେକ ମୁଣ୍ଡରେ ଥିଲା ହେଦ୍ଵଫୋନ ଆଉ ମୁହଁରେ ମାସ୍କ । ବାପା ମଧ୍ୟ ପିନ୍ଧିଥିଲେ ମଫ୍ଲେର ଆଉ ମଫ୍ଲେର ଟିକୁ ଏମିତି ପିନ୍ଧିଥିଲ ଯେ ମୁହଁ ମଧ୍ୟ ଠିକ୍ ରେ ଦେଖା ଯାଉ ନଥିଲା । ସେଥିପାଇଁ କେହି କାହାରିକୁ ଚିହ୍ନି ପରିଲେ ନାହିଁ । ତାଙ୍କ ବାପା ବିବେକ ପାଖକୁ ଆସି କହିଲେ ବାବୁ ଆପଣଙ୍କର କିଛି କାମ ଅଛି କି କୁହନ୍ତୁ ମୁଁ ଆପଣଙ୍କର କାମ କରିଦେବି । ପଇସା ପତ୍ର ନଦେଲେ ନାହିଁ ମୋତେ ଖାଲି ଗଣ୍ଡେ ଖାଇବାକୁ ଦେବେ । ବିବେକ ମନା କରି ବିଦା କରି ଦେଉ ଦେଉ ତାର ମନେ ପଡ଼ିଲା ଆଜି ପ୍ରଧାନ ବାବୁଙ୍କ ଝିଅର ବାହାଘର ଭୋଜି ଖାଇବାକୁ ଯିବାକୁ ପଡ଼ିବ । ଗାଡ଼ି ଟା ସେମିତି ବହୁତ ଦିନ ହେଲାଣି ଦୁଆରେ ଥୁଆ ହୋଇଛି । ଅଳିଆ ବସି ଗଲାଣି । ତେଣୁ ପଛରୁ ଡାକି ପଚାରିଲା ତୋତେ ଗାଡି ଧୋଇ ଆସିବ । ବ୍ୟକ୍ତିଟି ହଁ ଭରି ବିବେକର ପଛେ ପଛେ ଆସିଲା । ବିବେକ ଘରୁ ବାଲତି ମଗ ଆଉ ଗୋଟେ କପଡା ଆଣି ଦେଲା ଗାଡି ପୋଛିବା ପାଇଁ । ଆଉ ନିଜେ ଗାଧୋଇବାକୁ ଚାଲିଗଲା ।

ଏହି ସମୟରେ ବିବେକର ସ୍ତ୍ରୀ ଆସି ପହଁଚିଲା ।ବୃଦ୍ଧ ଲୋକ ଜଣଙ୍କୁ ଦେଖି ପଚାରିଲା ଆପଣଙ୍କ ଘର କୋଉଠି । ଆପଣ ଏ ବୟସରେ କାମ କରୁଛନ୍ତି ଆପଣଙ୍କର କଣ କେହି ନାହାନ୍ତି । ବ୍ୟକ୍ତି ଜଣଙ୍କ ସବୁ କଥା କହିଥିଲେ ବିବେକର ସ୍ତ୍ରୀକୁ । ବିବେକର ସ୍ତ୍ରୀ କହିଥିଲେ । ଆପଣ ପୁଅକୁ ମଣିଷ କରିବାକୁ ଏତେ ବଡ଼ ତ୍ୟାଗ କରିଦେଲ କିନ୍ତୁ ମଣିଷ କରିପାରିଲେନି ।ସେ ନିହାତି ଜଣେ ଅମଣିଷଟେ । ନହେଲେ ପିତୃ ଋଣ ନଶୁଝି ଆପଣଙ୍କୁ କଣ ଏ ବୟସରେ ଏମିତି ବାରଘର ଶୁଣ୍ଢି ପିଣ୍ଢା କରିଥାନ୍ତା । ବୃଦ୍ଧ ବ୍ୟକ୍ତିଙ୍କ ଓଠରେ ଗୋଟିଏ କଥା ଥିଲା ଜୀବନରେ କେହି କଣ କେବେ ପିତୃ ଋଣ ସୁଝିଛି ନା ସୁଝି ପାରିବ ? ସେତେବେଳକୁ ଖରା ଆସିଗଲାଣି । ବ୍ୟକ୍ତି ଜଣଙ୍କ ମୁହଁରେ ବାନ୍ଧିଥିବା ମଫ୍ଲେର କାଢି ସେଠାରେ ଥିବା ଏକ ଗଛ ଉପରେ ରଖି ଗାଡି ଧୋଉଥିଲେ । ଏତିକିବେଳେ ଘର ଭିତରୁ ବାହାରି ଆସିଲା ବିବେକ । ଆଉ ଯାହା ଦେଖିଲା ତାର ପଦ ତଳୁ ଯେମିତି ମାଟି ଖସିଗଲା । ନିଜର ଗାଡି ଧୋଇବାକୁ ଡାକି ଥିବା ସେହି ବ୍ୟକ୍ତି ଜଣଙ୍କ ଆଉ କେହି ନଥିଲେ ; ଥିଲେ ତାର ବାପା ।

ନିଜକୁ ସମ୍ଭାଳି ପାରିଲାନି ଧାଇଁ ଗଲା ବାପାଙ୍କ ପାଖକୁ । ଆଉ ବାପାଙ୍କ ଗୋଡ଼ ଧରି ଭୋ ଭୋ ହୋଇ କାନ୍ଦି ଉଠିଲା । ବିବେକକୁ ଦେଖି ତାର ବାପା ମଧ୍ୟ ଚମକି ପଡିଲେ । ମନ ଭରି ଟିକେ ଦେଖିନେଲେ ପୁଅକୁ । ତାର ହାତ ଠାରୁ ଆରମ୍ଭ କରି ସାରା ଶରୀରରେ ସେହି ସ୍ନେହ ବୋଳା ହାତକୁ ଥରେ ବୁଲେଇ ଆଣିଲେ । କହିଲେ ବାବୁରେ ମୁଁ ଆଜି ବହୁତ ଖୁସି । ଯାହା ହେଉ ମୁଁ ନହେଲି ନାହିଁ ମୋ ପୁଅ ଆଜି ବହୁତ ଖୁସିରେ ଅଛି । ବିବେକ ଆଖିରୁ ଲୁହ ଗଡାଇବା ଛଡା ଆଉ କିଛି ବି ନଥିଲା ।

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର ଉତ୍ତରକୂଳ ହାଟ୍, ପ୍ରୀତିପୁର,ଯାଜପୁର ।

ବିବେକ ପଇସା ବାପା

Rate the content


Originality
Flow
Language
Cover design

Comments

Post

Some text some message..