Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Drama Tragedy

4.1  

Dipti lekha Mishra

Drama Tragedy

ଧୋକା

ଧୋକା

2 mins
7.4K


ଝିଅଟିର ବୟସ ପାଖାପାଖି ତିରିଶି ବର୍ଷ ।ସୋନାଲି ତାର ସାର୍ଟିଫିକେଟ୍ ନାମ ।ହଠାତ୍ ତାର ବନ୍ଧୁତା ଗଢି ଉଠିଲା ଫେସ୍ ବୁକରେ ଅରୁଣ ସହ ।ଅରୁଣ ପେଷାରେ ଜଣେ ହୋମିଓପ୍ୟାଥିକ୍ ଡାକ୍ତର ।ଅରୁଣ ଓ ସୋନାଲୀର ସଂପର୍କ ଆସ୍ତେ ଆସ୍ତେ ଘନିଷ୍ଠ ହେବାକୁ ଲାଗିଲା ।ବର୍ତ୍ତମାନ ସେମାନେ ହ୍ବାଟ୍ସଆପ୍ ରେ ଭିଡିଓ କଲିଙ୍ଗ୍ କରି କଥା ହେବା ଆରମ୍ଭ କଲେଣି ।ପରେ ପରେ ହୋଟେଲ୍ ,ପାର୍କ,ରାସ୍ତାଘାଟ ରେ ବୁଲିବା ମଧ୍ୟ ଅଭ୍ୟାସ ହୋଇଗଲାଣି ।ଏମିତି ବହୁତ ଖୁଲମ୍ ଖୁଲା ବୁଲାବୁଲି ,ଖିଆପିଆ କରୁଥିଲେ ।

ଅରୁଣ ଭାରି ଚାଲାକ୍ ଚତୁର ।ସୋନାଲୀ କିନ୍ତୁ ବହୁତ ସରଳ ବିଶ୍ବାସୀ ।ବିବାହ ପ୍ରସ୍ତାବ ଆସିଲା ସୋନାଲି ପାଇଁ ।ସୋନାଲୀ ରୋକ୍ ଠୋକ୍ ମନାକଲା ବାବାଙ୍କୁ ,କହିଲା ବାବା ମୋର ବାହାଘର ପାଇଁ ଚିନ୍ତା କରନି ।ମାଆ ମରିଯାଇଥିଲେ ।ବାବା ହିଁ ତାର ବାପା ମାଆ ।ସେ ଭାବିଲେ ଝିଅ ବଡ ହେଲାଣି । କାହାକୁ ପସନ୍ଦ କରିଛି ଯଦି ସେଇଠି ତାର ବିବାହ କରାଇବା ଉଚିତ୍ ହେବ ।ସୋନାଲୀକୁ ଖାଇବା ସମୟରେ ପଚାରିଲେ ବାବା,ଝିଅତୋର ପସନ୍ଦ କଣ କହ ...

ତୁ ଯେଉଁଠି ଈଛା କରିଛୁ ସେ ପିଲା ସହ ବାହା କରିଦେବି

...ଝିଅ ଖୁସିରେ ଟିକେ ହସିଦେଲା ।

...ବାବା କହିଲେ କଣ ହେଲା କହୁନୁ ଯେ..

...ଝିଅ କହିଲା ବାବା ମୁଁ ପସନ୍ଦ କରିବା କଥା ତମକୁ କଷ୍ଟ ହେବନି ତ...

...ବାବା କହିଲେ ଝିଅ ମୁଁ ରାଗିଲେ କଣ ପଚାରନ୍ତି କି ?...

...ଝିଅ ଏବେ ସାହାସରେ କହିଲା ବାବା ମୁଁ ଡାକ୍ତର ଅରୁଣକୁ ଭଲ ପାଉଛି ।

...ବାବା ଟିକେ ରାଗିଗଲେ...କହିଲେ ଝିଅ ସେ ଜଣେ ଡାକ୍ତର...ତୋତେ ସେ କାହିଁକି ବାହା ହେବେ ?

....ହଠାତ୍ ଦେବାତ୍ ଅରୁଣର ଫୋନ୍ କଲ୍ ଆସିଲା...

ସୋନାଲୀ କହିଲା ହେଇଟି ଶୁଣ ମୋ ବାବା ଆଜି କଥା ହେବେ ।

...ଅରୁଣ କହିଲା ଠିକ୍ ଅଛି ।

...ବାବା ଫୋନ୍ ରେ କହିଲେ ଆଛା ବାପା ଅରୁଣ ସୋନାଲିକୁ ତୁମେ ବିବାହ କରିବ ତ ?

..ଅରୁଣ କହିଲେ ବାବା ଆପଣଙ୍କ ଆଶୀର୍ବାଦ ମିଳିବ ଯଦି.... ।

...ବାବା କହିଲେ କିନ୍ତୁ ବାପା ଅରୁଣ ଝିଅକୁ ଯୌତୁକରେ ଦେବା ପାଈଁ କିଛି ନାହିଁ ।....

...ଅରୁଣ ନମ୍ର ଭାବେ କହିଲେ ମୁଁ ସବୁ ଜାଣିଛି ବାବା,ଆପଣ ରାଜି ହେଲେ ହେଲା...

ବାବା କହିଲେ ଏହା ତ ମୋର ସୌଭାଗ୍ୟ ।ଠିକ୍ ଅଛି ଆସନ୍ତା ମାସରେ ବିବାହ ତାରିଖ ବାହାର କର ।

ଅରୁଣ କହିଲେ ମୋର କେହି ନିଜର ବୋଲି ନାହାଁନ୍ତି ...ଏଣୁ ଆପଣ ଯେମିତି ଚାହିଁବେ ସେମିତି କରନ୍ତୁ ।..ହଁ ବାବା କିନ୍ତୁ ବାହାଘର ମନ୍ଦିରରେ ହେଲେ ଭଲ ହେବ ।

...ବାବା ଠିକ୍ ଅଛି କହିଲେ ।

...ସୋନାଲୀର ପାଦ ତଳେ ଲାଗୁନଥାଏ ।

...ବାବା କିନ୍ତୁ ଟିକେ ଚିନ୍ତିତ ଥିଲେ ।

...ତଥାପି ବାହାଘର ପାଈଁ ତାରିଖରୁ ଆରମ୍ଭ କରି ବନ୍ଧୁବାନ୍ଧବ ପର୍ଯ୍ୟନ୍ତ ଚୁଡାନ୍ତ ତାଲିକା ହୋଇଗଲା ।

ଗହଣା କିଣିବାକୁ ସୋନାଲୀ ବଜାରକୁ ବାବା ସହ ଯାଇଥାଏ ।ହଠାତ୍ ସେ ଦୋକାନରେ ତାର ସ୍କୁଲ୍ ବେଳର ବନ୍ଧୁ ନିହାରିକା ସହ ଭେଟ ହେଲା ।

ନିହାରିକା କୁଣ୍ଢେଇ ଧରିନେଲା ସୋନାଲୀକୁ । ବହୁତ ଗପସପ କଲେ ଦୁହେଁ...।

ହଠାତ୍ ସୋନାଲୀ କହିଲା ଆରେ ଏଇ ତୋ ଫେମିଲି ଫୋଟ ମୋ ପାଖକୁ ଛାଡିବୁତ ।

ନିହାରିକା କହିଲା ହଁ ହଁ ତୋ ହ୍ବାଟ୍ସଆପ୍ ନମ୍ବରଟା ଦେଲୁ ...

ସେଦିନ ରାତିରେ ନିହାରୀକାର ଫେମିଲି ଫୋଟ ଦେଖି ଭେଁଭେଁ ହୋଇ କାନ୍ଦିଉଠିଲା ।

ନିହାରିକା ବହୁତ ମେସେଜ୍ ଛାଡିଲାନି ଗପସପ ଭଳି କିନ୍ତୁ ଉତ୍ତର ନପାଇ ବ୍ୟସ୍ତ ହୋଇ ପଡିଲା ।

ଭିଡିଓ କଲ୍ କରି ପଚାରିବ ଭାବିଲା ନିହାରୀକା..ଫୋନ୍ ଉଠାଇ ଉତ୍ତର ଦେଲା ସୋନାଲୀ ନିହାରୀକା ଆଜି ଆମ ବନ୍ଧୁତା ଏଇଠି ଶେଷ କରିଦେବା ...।

ନିହାରିକା କହିଲା ଅନେକ ଦିନ ପରେ ଆମେ ଦେଖା ହେଲେ କିନ୍ତୁ ତୁ ଏମିତି କାହିଁକି କହୁଛୁ ।

ସୋନାଲୀ ଉତ୍ତର ଦେଲା ତୋ ସ୍ବାମୀ ମୋତେ ବହୁତ ବଡ ଧୋକା ଦେଇଛନ୍ତି । ଏଇଟା ହିଁ କାରଣ...ଏତିକି କହି ଫୋଟ ଛପାହୋଇଥିବା ବାହାଘର କାର୍ଡଟି ପଠାଇଦେଲା ନିହାରିକାର ହ୍ବାଟ୍ସଆପ୍ କୁ.....!!

ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର


Rate this content
Log in

Similar oriya story from Drama