Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଉପର ଦୁନିଆ, ତଳ ଦୁନିଆ
ଉପର ଦୁନିଆ, ତଳ ଦୁନିଆ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

5 Minutes   7.5K    24


Content Ranking

ଫତିମା କୁ ରବିବାରଦିନ ମଧ୍ୟାହ୍ନ ବହୁତ ଭଲ ଲାଗେ। ରାଜମା ଏବଂ କୋଫ୍ତା ସଙ୍ଗେ ଭୋଜନ କଲା ପରେ ମା ସୋଫା ଉପରେ ବସି ଖବରକାଗଜ ପଢ଼ିବାକୁ ଲାଗନ୍ତି ଏବଂ ବାପା ନିଦଟିଏ ନେବାକୁ ଧୀରେ ଚାଲିଯାନ୍ତି। ଫତିମା ସୁଯୋଗ ମିଳିଲା କ୍ଷଣି ନିକଟ ଘନ ସବୁଜ ଜଙ୍ଗଲକୁ ଚାଲିଯାଏ ଏବଂ ସେଠାରେ ବସି ବହି ସଙ୍ଗେ କଥାବାର୍ତ୍ତା କରେ। ସେସମୟରେ ଜଙ୍ଗଲର ଜୀବ ଶୋଇଥାନ୍ତି, ତେଣୁ ସେ ଏକଲା କୌଣସି ଗଛକୁ ଆଉଜି ବସି ପଢ଼େ। ଫତିମା ଅର୍ଜୁନ ଗଛ ଛାଇ ରେ ବସି ଗଛ ଉପରର ଘନ ପତ୍ର ଦୁନିଆ କୁ ଚାହିଁ ବାରେ ଲାଗେ। ମା ସାବଧାନ କରିଦେଇଥିଲେ ଯେ ସେ ଗଛ ଉପରେ ଚଢ଼ିବ ନାହିଁ, ଗଛ ତଳେ ରହିବା ହିଁ ତା’ପାଇଁ ସୁରକ୍ଷିତ ଅଟେ। ଫତିମା ଜାଣେ ନାହିଁ ଉପର ଦୁନିଆରେ କଣ ବିପଦ ଅଛି।

କିନ୍ତୁ ସେଦିନ ଫତିମା ପାଇଁ ଗୋଟିଏ ଆଶ୍ଚର୍ଯ୍ୟ କଥା ଥିଲା। ଯେମିତି ସେ ନିଜ ବହିର ପୃଷ୍ଠା ଓଲଟାଇଲା, ହଠାତ ତା’ମୁଣ୍ଡ ଉପରେ କିଛି

ପଡ଼ିଲା.......ଠକ୍!

‘ଓହୋ!’ ପାଟି କରିଉଠି ମୁଣ୍ଡ ଘସିବାକୁ ଲାଗିଲା। ତାହା ବହୁତ୍ ଛୋଟ ବହିଟିଏ ଥିଲା, ଏତେ ଛୋଟ ଥିଲା ଯେ ଏକ ମଟରମଞି ଯେତିକି ଥିଲା! ଫତିମା ମୁଣ୍ଡ ଟେକି ଦେଖିଲା, ଗୋଟେ ଲୋମଶ ଜନ୍ତୁ ପତ୍ର ଭରା ଡାଳ ପଛରେ ଲୁଚିବାକୁ ଚେଷ୍ଟା କରୁଛି।

“ଶୁଣ! ଏହା କଣ ତୁମର ବହି ଅଟେ?” ଉପର ଦୁନିଆକୁ ସାବଧାନତା ସହକାରେ ଦେଖୁ ଦେଖୁ ସେ ପଚାରିଲା, କିନ୍ତୁ ତା’କୁ କୌଣସି ଉତ୍ତର ମିଳିଲା ନାହିଁ| ମଟରମଞ୍ଜି ଭଳି ଏହି ଛୋଟ ବହି ଗୋପା ନାମକ ଏକ ଛୋଟ ଡରମାଉସ୍ ର ଥିଲା, ଯିଏ ଉପର ଦୁନିଆ ରେ ରହୁଥିଲା।

ଗୋପାର ଛୋଟ ଘର ଅର୍ଜୁନ ଗଛ ଉପରେ ଶୁଖିଲା ନରମ ପତ୍ର ଏବଂ ଛୋଟିଆ କୋମଳ ଡାଳଗୁଡ଼ିକ ସହାଯ୍ୟ ରେ ତିଆରି ହୋଇଥିଲା। ଗୋପା ବହୁଥର ଫତିମା କୁ ଗଛ ତଳେ ପଢ଼ିବା ଦେଖି ଥିଲା ଏବଂ ତା’ମୁଣ୍ଡରେ ଲାଗିଥିବା ହଳଦିଆ ଫିତା ମଧ୍ୟ ତାକୁ ବହୁତ ଭଲଲାଗେ। ଗୋପା ର ମା ତା’କୁ ତଳ ଦୁନିଆର ଉପଦ୍ରବ ବିଷୟରେ ସାବଧାନ କରିଥିଲା। ସମସ୍ତ ଜନ୍ତୁ ଫତିମା ଏବଂ ଅନ୍ୟ ମନୁଷ୍ୟଙ୍କୁ ଡରିକି ରହୁଥିଲେ ଏବଂ ତଳ ଦୁନିଆ ଠାରୁ ଲୁଚିକି ରହିବାକୁ ଚେଷ୍ଟା କରୁଥିଲେ। ସେହି ରବିବାରଦିନ ଗୋପା ତା’ପତ୍ର ଭରା ଦୋଳିରେ ଝୁଲୁ ଝୁଲୁ ପଢ଼ୁଥିଲା। ସେ ଅନ୍ତିମ ପୃଷ୍ଠା ଓଲଟାଇବାକୁ ଯାଉଥିଲା ଠିକ୍ ସେତିକିବେଳେ ଯୋରରେ ପବନ ବୋହିଆସି ତା’ଛୋଟ ଲୋମଶ ହାତରୁ ବହିଟିକୁ ଉଡାଇ ନେଇଗଲା। ବହି ତଳକୁ ଗଡି ଗଛ ଡାଳ ରେ ଅଟକି ପବନରେ ଭାସି ତଳକୁ ଖସି ଫତିମା ର ମୁଣ୍ଡ ଉପରେ ପଡ଼ିଲା ଠକ୍!

ଏହା ଦେଖି ଭୟରେ ଗୋପା ର ଲାଞ୍ଜ ହଲିବାକୁ ଲାଗିଲା ଏବଂ କାନ ଠିଆ ହୋଇଗଲା। “ଉପର ଏବଂ ତଳ ଦୁନିଆକୁ କେବେବି ମିଳିବା କଥା ନୁହେଁ!” ସେ ଭାବିଲା ଏବଂ ଝଟ୍ କରି କବାଟ ବନ୍ଦ କରିଦେଲା। ଫତିମା ଗଛ ଉପରେ ଚଢ଼ିଲା ନାହିଁ, କିନ୍ତୁ ଆଖି ପାଖରେ ରଖି ବହିଟିକୁ ପଢ଼ିବାକୁ ଚେଷ୍ଟା କଲା। ବହିର ଅକ୍ଷର ବହୁତ ଛୋଟ ଥିଲା। ଶେଷରେ ସେ ନିଶ୍ଚୟ କଲା ଅନ୍ଧାରରେ ଯେଉଁ ଛୋଟିଆ ପ୍ରାଣୀ ଦେଖାଯାଇଥିଲା ତା’କୁ ସେ ବହି ଫେରାଇ ଦେବ।

ଫତିମା ସତରେ ବହୁତ ଚାଲାକ୍ ଥିଲା – ଦ୍ୱିତୀୟ ରବିବାର, ସେ ପାଞ୍ଚଟି ଲାଲ୍ ବେଲୁନ୍ ନେଇ ନିଜ ଅଣ୍ଟା ର ଚାରିପଟେ ବାନ୍ଧିଦେଲା ଏବଂ ହଠାତ୍ ପବନରେ ଉଡ଼ିବାକୁ ଲାଗିଲା ଉପର ଦୁନିଆ ରେ!

ଉପର, ଉପର ଆହୁରି ଉପର ଯେତେବେଳ ଯାଏଁ ସେ ଗଛ ଉପରେ ପହଞ୍ଚି ନ ଗଲା। ଗୋପା ତା’ଲୋମଶ ଲାଞ୍ଜ କୁ ଝାଡି ସଫା କରୁଥିଲା, ଠିକ ସେତିକିବେଳେ ସେ ଦେଖିଲା ପାଞ୍ଚଟି ଲାଲ୍ ବେଲୁନ୍ ଚମକୁଥିଲା!

"ଓହୋ, ବେଲୁନ୍! କାହାରି ଜନ୍ମଦିନ ଅଛି ବୋଧେ!" ସେ ଉତ୍ସାହିତ ହୋଇ ଦେଖୁଥିଲା। କିନ୍ତୁ ଇୟେ କଣ?

ସେଠି ତ ସେ ହଳଦିଆ ଫିତା ବନ୍ଧା ଝିଅ ଥିଲା ଯାହା ଚାରିପଟେ ଏହି ଲାଲ୍ ବେଲୁନ୍ ବନ୍ଧା ଥିଲା।

"ଦୌଡ଼! ଏଠାରୁ ଦୌଡ଼ି ଯାଅ!" ଗୋପା ପାଟିକଲା,"ତଳ ଦୁନିଆ ର ମନୁଷ୍ୟ ଏଠାକୁ ପହଞ୍ଚିଗଲେଣି।" କିନ୍ତୁ ଫତିମା ଶୀଘ୍ର ପହଞ୍ଚି ଗଲା। ସେ ଗୋପା କୁ ବହି ଦେଖାଇ ପଚାରିଲା, “ଏଇଟା ତୁମର?”

ଗୋପା ଝଟ୍ ବହି ଧରିନେଲା ଏବଂ ହସିଲା। ଫତିମା ଖିଲି ଖିଲି ହସିଲା। ସେ ଦେଖିଲା ଗୋପା ତା’ଫିତା କୁ ହିଁ ଦେଖୁଛି। ଫତିମା ଗୋଟେ ଫିତା କାଢି ସୁନ୍ଦର ଗୋଟେ ବୋ ବନେଇ ଗୋପାର ଲାଞ୍ଜ ରେ ବାନ୍ଧିଦେଲା। ଗୋପା ଏବଂ ଫତିମା ହାତ ଧରାଧରି ହୋଇ ବୁଲିବାକୁ ବାହାରିଗଲେ! ଫତିମା ଏବଂ ଗୋପା ଦୌଡ଼ିଲେ ଏବଂ ଘନ ଜଙ୍ଗଲର ଗଛ ରୁ ଗଛ କୁ ଡାଳ ରୁ ଡାଳ କୁ ଡେଇଁ ଚାଲିଲେ।

ସେମାନେ ଡାଳ ରେ ମୁଣ୍ଡ ତଳକୁ କରି ଓହଳି ଶୋଉଥିବା ବାଙ୍କେ ବାଦୁଡି (ଫ୍ରୁଟ୍ ବ୍ୟାଟ୍ )କୁ ହାତ ଲଗାଇ ହଇରାଣ କଲେ। ବାଙ୍କେ ବାଦୁଡି କୁ ସେମାନେ ସେଭଳି ହଇରାଣ କରିବା ଭଲ ଲାଗିଲା ନାହିଁ। ବିରକ୍ତ ହୋଇ ସେ ଆଉଗୋଟେ ଡାଳ କୁ ଉଡ଼ିଗଲା।

“ଏହି ପିଲାମାନେ ମୋତେ ବିଶ୍ରାମ କରିବାକୁ ଦେବେନାହିଁ,” ସେ ଭାବିଲା। ସଙ୍ଗେ ସଙ୍ଗେ ସେ ସ୍ୱପ୍ନଲୋକ କୁ ଚାଲିଗଲା। ଯେଉଁଠି ସେ ଗୋଟେ ଡିମିରି ଫଳ ଗଛ ରେ ଓହଳୁ ଥିଲା ଏବଂ ରସ ଭରା ମିଠା ଫଳ ଖାଉଥିଲା। ଫତିମା, ଗୋପା ସାହାଯ୍ୟରେ ବୁଣାଳି ପିମ୍ପୁଡି ଉପରୁ ଡ଼େଇଁବା ଶିଖିଲା। ପିମ୍ପୁଡି ନିଜ କାମରେ ଏତେ ବ୍ୟସ୍ତ ଥିଲେ ଯେ ସେମାନଙ୍କୁ “ହେ’ଲୋ” ମଧ୍ୟ କହିବାକୁ ତାଙ୍କର ସମୟ ନ ଥିଲା। ନିଜ ଲମ୍ବା ଲମ୍ବା ଗୋଡ ଏବଂ ପାଣି ଟୋପା ଭଳିଆ ଶରୀର ନେଇ ଗଛ ସାରା ଭରି ଯାଇଥିଲେ।

ଏହି ବୁଣାଳି ପିମ୍ପୁଡି ଦଳଗତ ହୋଇ ରହିବାକୁ ପସନ୍ଦ କରନ୍ତି। ସେମାନେ ମିଳି ମିଶି ବଡ଼ ବଡ଼ ପତ୍ର କୁ ସିଲେଇ କରି ଆରାମଦାୟକ ବସା ତିଆରି କରିଥାନ୍ତି। ତା’ପରେ ତାଙ୍କର ଗଛ ର ବେଙ୍ଗ ଫିର୍କୀ ସାଥେ ଭେଟ ହୋଇଗଲା।

“ଏହା ଇନ୍ଦ୍ରଧନୁଷ ଭଳି ଦେଖା ଯାଉଛି। ”ଫତିମା ଭାବିଲା। ଗୋଡ ହଳଦିଆ, ଆଖି ଲାଲ୍ ଏବଂ ଶରୀର ନେଳିଆ!” ଫିର୍କୀ ତା ଘନ ଜଙ୍ଗଲରେ ମନୁଷ୍ୟ କୁ ଦେଖି ଏତେ ଆଶ୍ଚର୍ଯ୍ୟ ହୋଇଗଲା ଯେ ଡାଳ କୁ ଜାବୁଡ଼ି ଧରିଥିବା ତାର ଗୋଡ଼ ଢ଼ିଲା ହେବାକୁ ଲାଗିଲା। ନିଜ କର୍କଶ ସ୍ଵର ରେ ସେ ଧୀରେ “ହେ’ଲୋ” କହିଲା ଏବଂ ଏକ ଝିଣ୍ଟିକା ଉପରେ ଝପଟା ମାରିଲା ଖାଇବାକୁ!

“ମୁଁ ଭାବୁଥିଲି କି ବେଙ୍ଗ କେବଳ ତଳ ଦୁନିଆରେ ରହନ୍ତି,” ଫତିମା କହିଲା। ତାକୁ’ତା ଘର ପୋଖରୀ ଚାରିପଟେ ବେଙ୍ଗ ପଛରେ ଦୌଡ଼ିବା ଭାରି ଭଲଲାଗୁଥିଲା। ହରି ହର୍ନାବିଲ୍ (କୋଚିଲା ଖାଇ ପକ୍ଷୀ) କିଛି ଦୂରରୁ ତାଙ୍କୁ ଦେଖୁଥିଲା। ସତରେ ସେ ତାଙ୍କ ସଙ୍ଗେ ମିତ୍ରତା କରିବାକୁ ଚାହୁଁଥିଲା। ସେ ବହୁ ମିଳାମିଶା ପ୍ରକୃତିର ପକ୍ଷୀ ଥିଲା କିନ୍ତୁ ଅତ୍ୟାଧିକ ଜୋରରେ ରାବୁ ଥିବାରୁ କିଛି ପକ୍ଷୀ ତା’ଠାରୁ ଦୂରରେ ରହୁଥିଲେ, କିନ୍ତୁ ଗୋପା ଏବଂ ଫତିମା ଏହି କଥାକୁ ଖରାପ ନ ମାନି ତା’ସଙ୍ଗେ ମିତ୍ରତା କଲେ। "ଉପର ଦୁନିଆ ତ ଏତେ ଭୟଙ୍କର ନୁହେଁ। " ଫତିମା ଭାବିଲା, "ମୁଁ କେତେ ବଡ଼ ମୂର୍ଖ ଥିଲି। "

"ତଳ ଦୁନିଆର ଲୋକ କେତେ ମଜାକିଆ ଅଟନ୍ତି। " ଗୋପା ଭାବିଲା, "ବର୍ତ୍ତମାନ ତ ମୋତେ ଆଉ ଟିକେ ବି ଡର ଲାଗୁ ନାହିଁ। " "ହୁଁ.. ହୁଁ...ଉଁଉଁ!" କାନ୍ଦ ଶୁଣା ଗଲା।

"ଓହୋ! ମୋତେ ଲାଗୁଛି, ବୌଦ୍ୟ କାନ୍ଦୁଛି," ଗୋପା କହିଲା।

ତା’ତୀକ୍ଷ୍ଣ କାନ ଶବ୍ଦ କୁ ସୁବିଧାରେ ଚିହ୍ନି ନେଉଥିଲା। ଦୁଇ ସାଙ୍ଗ ବୈଦ୍ୟ, ଗଛ ଉପରେ ରହୁଥିବା ସବୁଜ ଲାଜକୁରା ସାପ ପାଖକୁ ଗଲେ। "କଣ ହେଲା ବୈଦ୍ୟ?" ବୈଦ୍ୟ କାନ୍ଦିଲା। ଆଜି ସେ ଅନ୍ୟ ଦିନ ଅପେକ୍ଷା ଆହୁରି ଅଧିକ ସବୁଜ ଲାଗୁଥିଲା।

"ସେମାନେ ସେ ଗଛ କୁ କାଟିଦେଲେ ଯେଉଁଠି ମୋ ଘର ଥିଲା। ବର୍ତ୍ତମାନ ମୁଁ ବୁଝିପାରୁ ନାହିଁ ମୁଁ କୁଆଡ଼େ ଯିବି?" ସେ କାନ୍ଦିବାକୁ ଲାଗିଲା। ବାଙ୍କେ, ଦୀପୁ ଏବଂ ଅନ୍ୟ ପଶୁ ମଧ୍ୟ ନିଜ-ନିଜ ଘରୁ ବାହାରି ଆସିଲେ। ବୈଦ୍ୟ ଯେ ଘରହୀନ ଥିଲା।

"ଗୋଟେ ନୁଆ ରାସ୍ତା ତିଆରି ହେବ ତେଣୁ ମନୁଷ୍ୟ ମୋର ଗଛ କାଟିଦେଲେ। " ବୈଦ୍ୟ କାନ୍ଦିଲା।

ତାଙ୍କ ଘର କାଟି ଦେଉଛନ୍ତି! ଉପର ଦୁନିଆ ବିପଦରେ ପଡ଼ିଛି ଏବଂ ହଇରାଣ ମଧ୍ୟ ହେଉଛି। ଆମେ ବୈଦ୍ୟ ର ସହାଯ୍ୟ କରିବା ଉଚିତ୍," ଗୋପା କହିଲା।

ଫତିମା, ଗୋପା ଏବଂ ତାଙ୍କ ନୁଆ ସାଙ୍ଗମାନେ ମିଳି ଏକ ଅନୁସନ୍ଧାନ ଦଳ ବନେଇଲେ। ସେମାନେ ଖୋଜିଲେ ଏବଂ ଖୋଜିଲେ ଏବଂ ଖୋଜିଲେ ଏବଂ ଶେଷରେ ଖୋଜିନେଲେ ଗୋଟେ ବଡ଼ ସୁନ୍ଦର ଶକ୍ତ ଗଛର କୋଟର - ବୈଦ୍ୟ ପାଇଁ ଏକ ନୁଆ ଘର! ଫତିମା ତା’ଘର ନରମ ପତ୍ର ଏବଂ ବୈଦ୍ୟ ର ମନମୁତାବକ ନାରଙ୍ଗି ରଙ୍ଗର ଫୁଲରେ ଭରିଦେଲା!

ବୈଦ୍ୟ କୁ ତା’ନୁଆ ଘର ବହୁତ ଭଲ ଲାଗିଲା। "ମୋତେ ବିଶ୍ୱାସ ହେଉନାହି କି ମୋର ଏତେ ଗୁଡ଼ାଏ ସାଙ୍ଗ ଅଛନ୍ତି। ଆମେ ଗୋଟେ ପାର୍ଟି କରିବା କଥା," ସେ କହିଲା। କଣ ପାର୍ଟି ଥିଲା ସେ! ପ୍ରତ୍ୟେକେ ତାଙ୍କର ମନମୁତାବକ ଖାଦ୍ୟ ଆଣିଲେ। ଗୋପା ବାଦାମ୍ ଆଣିଲା, ହରି ଫଳ ଆଣିଲା, ବାଙ୍କେ ଏତେ ନିଦୁଆ ଥିଲା ଯେ କିଛି ଆଣିଲା ନାହିଁ। ପିମ୍ପୁଡି ଘର ସିଲାଇ ନରମ ପତ୍ରର ଗଦି ବସିବାକୁ ଆଣିଲେ। ଫିର୍କୀ ର ଝିଣ୍ଟିକା କେହି ନେଲେ ନାହିଁ। ବର୍ତ୍ତମାନ ଫତିମ ର ପାଳି ଥିଲା, ସେ ବେଲୁନ୍ ଆଣିଲା!

ଏଭଳି ପ୍ରଥମ ଥର ହୋଇଥିଲା, ଉପର ଦୁନିଆ ଏବଂ ତଳ ଦୁନିଆ ମିଶି ଏକ ହୋଇଯାଇଥିଲେ।

ଫତିମା ଗୋପା ଅନୁସନ୍ଧାନ

Rate the content


Originality
Flow
Language
Cover design

Comments

Post

Some text some message..