Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -220
ଜହ୍ନମାମୁଁ -220
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

3 Minutes   7.6K    12


Content Ranking

ବୀର ହନୁମାନ -୨


ସାରଥି ରାବଣର କଟୁ ବଚନ ଶୁଣି ଖୁବ୍ ବ୍ୟସ୍ତ ହୋଇ କହିଲା, “ପ୍ରଭୂ, ମୁଁ ଆପଣଙ୍କର କୁଶଳ ଚାହେଁ । ସେଥିପାଇଁ ମୁଁ ରଥକୁ ଯୁଦ୍ଧଭୂମିରୁ ଫେରାଇ ନେଲି । ରାମଙ୍କର ତୀବ୍ର ବାଣ ସବୁ ଏକପରେ ଏକ ଆସି ରଥ ଉପରେ ପଡୁଥାଏ ଓ ଆପଣ ଥକି ଯାଇଥିଲେ । ରଥର ଘୋଡାମାନେ ମଧ୍ୟ ଥକି ଯାଇଥିଲେ । ମୋର ମନେ ହେଲା ଅଳ୍ପସମୟ ଆରାମ କରି, ବିଶ୍ରାମ ନେଇ ପୁଣି ଯୁଦ୍ଧ କ୍ଷେତ୍ରକୁ ଯିବେ, ଏହା ଛଡା ମୋର ଆଉ ଅନ୍ୟ କୌଣସି ଉଦ୍ଧେଶ୍ୟ ନଥିଲା । ଆପଣ ମୋ ଉପରେ ବିଶ୍ୱାସ ରଖନ୍ତୁ । ଯାହା ତ ହେବାର ଥିଲା ହେଲା । ଏବେ ଯୁଦ୍ଧଭୂମିକୁହିଁ ମୁଁ ରଥ ନେଉଛି ।” ମୁଁ ଏତେ କୌଶଳରେ ରଥ ହଟାଇ ଆପଣଙ୍କୁ ଓ ରଥକୁ ସୁରକ୍ଷିତ ରଖିଥିଲି ଯେ ଏହି ଭୟଙ୍କର ଯୁଦ୍ଧ କ୍ଷେତ୍ରରେ ସେକଥା କେହିବି ମଧ୍ୟ ଲକ୍ଷ୍ୟ କରିନାହାଁନ୍ତି । ଆପଣ ଶାନ୍ତ ହୁଅନ୍ତୁ; ଏବେ ମଧ୍ୟ ସମୟ ଅଛି ଆପଣ ସେ ରାମକୁ ମାରିପାରିବେ ।

ସାରଥିର ଏଭଳି କଥା ଶୁଣି ରାବଣ ତା’ର ରାଜଭକ୍ତି ଦେଖି ଖୁବ୍ ଖୁସି ହେଲା । ତାକୁ ପ୍ରଶଂସା କରି ସେ ତା’ ହାତରୁ ଅମୁଲ୍ୟ ରତ୍ନ କଙ୍କଣ ଦେଇ କହିଲା, “ଏଇଟି ତୋର ରାଜଭକ୍ତି ପାଇଁ ପୁରସ୍କାର । ମୁଁ ଏବେ ଗୋଟିଏ ବାଣରେ ରାମକୁ ସଂହାର କରିବି । କେବେ ମଧ୍ୟ ଭାବିବୁ ନାହିଁ ଯେ ମୁଁ କେବେ ଥକି ଯାଉଛି ଏବେ ରଥ ଆଗକୁ ନେଇଚାଲ ।”

ସେତେବେଳେ ଶ୍ରୀରାମ ଯୁଦ୍ଧ କରି କରି ଥକି ପଡିଥିଲେ । ଆଉ ଅଧିକ ଯୁଦ୍ଧ ପାଇଁ ଇଚ୍ଛା ନଥିଲା । ରାମରାବଣ ଯୁଦ୍ଧ ଦେଖିବାକୁ ଦେବତାମାନେ ଓ ମହର୍ଷି ଅଗସ୍ତ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେହି ତ୍ରିକାଳଦର୍ଶୀ ମହର୍ଷି ଅଗସ୍ତ୍ୟ ଅବସ୍ଥାର ଗୁରୁତ୍ୱ ବୁଝିବା ପରେ ଶ୍ରୀରାମଙ୍କୁ କହିଲେ, “ହେ ରାମ, ତୁମର ଏପରି କ୍ଳାନ୍ତି ଇତ୍ୟାଦି ପାଇଁ ମୁଁ ତୁମକୁ ଆଦିତ୍ୟ ହୃଦୟ ସ୍ରୋତ ଦେବି । ତୁମେ ତାହା ଉଚ୍ଚାରଣ କରିବ । ସେହି ମନ୍ତ୍ର ଜପ କଲେ ତୁମେ ଉତ୍ସାହ ଓ ବଳରେ ଭରିଯିବ ଓ ଭଲଭାବରେ ଯୁଦ୍ଧ କରି ପାରିବ । ତା’ପରେ ସେ ସେହି ମନ୍ତ୍ରକୁ ଶ୍ରୀରାମଙ୍କୁ ଦେଇ ସେଠାରୁ ଚାଲିଗଲେ ।”

ଶ୍ରୀରାମ ମନ୍ତ୍ରଟିକୁ ତିନିଥର ଭକ୍ତିଭାବରେ ଜପକଲେ, ସେ ଶରୀରରେ ବଳ ଓ ମନରେ ଉତ୍ସାହ ପାଇଲେ । ସେ ନିଜର ଧନୁର୍ବାଣ ଧରି ଯାଇ ଇନ୍ଦ୍ରଙ୍କ ରଥ ଉପରେ ବସିଲେ । ସେ ସାରଥି ମାତଳୀକୁ କହିଲେ, “ମାତଳୀ, ଅବଶ୍ୟ ମୁଁ ଏବେ ରାବଣକୁ ବିନାଶ କରିବି । ତୁମେ ଭଲ ଭାବରେ ରଥ ଚଳାଅ । ସର୍ବଦା ସତର୍କ ରହିବ । କାରଣ ସେମାନେ ହେଲେ ମାୟାବୀ । କିଛି ନାକିଛି ହଠାତ୍ କରି ପକାଇବେ ।”

ମାତଳୀ ଅଳ୍ପ ହସି କହିଲେ “ଆପଣ ଆଶ୍ୱସ୍ଥ ରହନ୍ତୁ ।” ତା’ପରେ ମାତଳୀ ରଥ ଚଳାଇବାକୁ ଆରମ୍ଭ କଲେ । ଏହା ଏତେ ବେଗରେ ଯାଉଥାଏ ଯେ କୁଆଡେ ଯାଉଛି ତାହା ଜାଣିବା ବଡ କଷ୍ଟ । ଧୂଳି ସବୁ ଉଡି ଚତୁର୍ଦ୍ଦିଗ ଛାଇ ଯାଇଥାଏ । ଏହା ଦେଖି ରାବଣର ବହୁତ କ୍ରୋଧ ହେଲା । ସେ ଅସଂଖ୍ୟ ବାଣ ବର୍ଷଣ କରିବାକୁ ଲାଗିଲା । ଶ୍ରୀରାମ ମଧ୍ୟ ଇନ୍ଦ୍ରଙ୍କ ବାଣ ସବୁ ଛାଡିଲେ । ବିଶେଷତଃ ଯେଉଁ ଗୁଡିକ ରଥରେ ସଜା ହୋଇ ରଖା ହୋଇଥିଲା । କ୍ରମେ ଯୁଦ୍ଧ ଭୟାନକ ରୂପ ଧାରଣ କଲା । ଦୁଇପକ୍ଷର ଯୋଦ୍ଧା ଏସବୁ ବଡ ଆଶ୍ଚର୍ଯ୍ୟର ସହିତ ଦେଖୁଥା’ନ୍ତି । ଏପରି ଭାବରେ ଦୁଇ ମହାନ୍ ଯୋଦ୍ଧାଙ୍କ ମଧ୍ୟରେ ବହୁସମୟ ଧରି ଯୁଦ୍ଧ ଚାଲିଲା । ତା’ପରେ ଶ୍ରୀରାମଙ୍କର ଏକ ବାଣରେ ରାବଣର ମୁଣ୍ଡଟିଏ ଛିଡିଗଲା । ସେଠାରେ ତତ୍କ୍ଷଣାତ୍ ନୂଆ ମୁଣ୍ଡଟିଏ ଗଜୁରି ଉଠିଲା । ଫେର୍ ମୁଣ୍ଡଟିଏ କଟି ଗଲା ପୁଣି ନୂଆ ମୁଣ୍ଡଟିଏ ଆସିଗଲା ଏହି ନୂତନ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥା’ନ୍ତି । ରାବଣ ତ ଅଟ୍ଟହାସ୍ୟ କରୁଥାଏ । ଅଟ୍ଟହାସ୍ୟ କରୁକରୁ ରାବଣ କହିଲା, “ରାମ, ମୋତେ ମାରି ବିଭୀଷଣକୁ ସିଂହାସନ ଦେବାର ଯେଉଁ ଆଶା ପୋଷଣ କରିଛୁ ସେ କଥା ବୃଥା । ଦେଖ, ମୋ ଶକ୍ତିର ଚମତ୍କାରିତା । ତୋର କୌଣସି ଅସ୍ତ୍ର ମୋତେ ମାରିପାରିବ ନାହିଁ । ତୋର ଯାହା ଖାଲି ବଳକ୍ଷୟ ଓ ଅସ୍ତ୍ରକ୍ଷୟହିଁ ସାର ହେବ । ମୁଁ ରାବଣ, ଏକମାତ୍ର ମୁଁ ଅଦ୍ୱିତୀୟ, ମୋର ହତ୍ୟାକାରୀ ଏ ଜଗତରେ କେହିବି ଜନ୍ମ ହୋଇ ନଥିଲେ, ହୋଇ ନାହାଁନ୍ତି, କି ହେବେବିନାହିଁ ମଧ୍ୟ । ତୁ କଣ ମାରି ଚାଲିଥିବୁ । ମୋର ମୁଣ୍ଡସବୁ କଟିଯାଉଥିବ ଓ ପୁଣି ନୂଆମୁଣ୍ଡ ସୃଷ୍ଟି ହେଉଥିବ । ଭବିଷ୍ୟତ ବିଷୟ ନ ଭାବି କାହିଁକି ତୁ ଏ ଯୁଦ୍ଧ ଆରମ୍ଭ କଲୁ? ଏବେ ମୁଁ ମୋର ଭ୍ରାତା, ଓ ପୁତ୍ର ଗଣଙ୍କର ବଧ ପାଇଁ ପ୍ରତିଶୋଧ ନେବି । ମୋ ଯୁଦ୍ଧ ଇତିହାସରେ ସବୁଦିନ ପାଇଁ ଲେଖା ହୋଇରହିବ । ଏପରି ଯୁଦ୍ଧ, ଯକ୍ଷ ରାକ୍ଷସ, ଗନ୍ଧର୍ବ କିନ୍ନର ଦେବତା କେହି କେବେବି କରି ନାହାଁନ୍ତି, ଆଉ ତୁ ତ ଛାର ମଣିଷଟାଏ, ଏତେ ଆସ୍ପର୍ଦ୍ଧା ।”

ସାରଥି ବଚନ ପ୍ରଭୂ

Rate the content


Originality
Flow
Language
Cover design

Comments

Post

Some text some message..