ଯାତ୍ରା ସେଦିନର
ଯାତ୍ରା ସେଦିନର
ଯାତ୍ରା ସେଦିନର
ସେଦିନ ମତେ ଭୁବନେଶ୍ଵରରୁ ବ୍ରହ୍ମପୁର ଯିବାକୁ ପଡିଥାଏ। ସମୟ ହୋଇଯିବା ହେତୁ ତରବରରେ ଘରୁ ବାହାରି ଅଟୋ ଯୋଗେ
ଷ୍ଟେସନରେ ପହଞ୍ଚିଲି । ଭୁବନେଶ୍ଵର ଷ୍ଟେସନ ପ୍ଳାଟଫର୍ମରେ ଟ୍ରେନଟି ଲାଗିଯାଇଥାଏ ।ମତେ ସକାଳ ଦଶଟା ସୁଧା ବ୍ରହ୍ମପୁରରେ ପହଞ୍ଚିବାର ଥିଲା । ମୁଁ ଦୌଡି ଦୌଡି ଯାଈ ଟିକଟ କାଟି ଚଢିବା ବେଳେ ଟ୍ରେନଟି ହଠାତ ଛାଡିଦେଲା ।ମୋ ସହ ଅନ୍ୟ ଯାତ୍ରୀକେତେ ଜଣ ଯାଇ ନ ପାରି ଛିଡାହୋଇଥିଲେ ।ସେମାନଙ୍କ ଭିତରୁ ଦୁଇଜଣ ହେଣ୍ଡିକ୍ୟାଫଟ୍ ଥିଲେ ।ବୟସ ଦୁଇଙ୍କର ପାଖାପାଖି ପଚାଶ ବର୍ଷ ହେବ। କଥାଵାର୍ତାରୁ ଜଣା ପଡୁଥିଲା ଝିଅ ଘରକୁ ଯିବାପାଇଁ ସେମାନେ ବାହାରିଥିଲେ ଏବଂ ଭୁଲବଶତଃ ସେମାନଙ୍କର ଝିଅ ଏବଂ ଯୋଇଁ ଟ୍ରେନରେ ଚଢିଯାଇଥିଲେ ଏମାନେ ଚଢିଲା ବେଳକୁ ଟ୍ରେନଟି ଛାଡିଦେଇଥିଲା ।ପାଖରେ ତାଙ୍କର ନାତୁଣୀଟିଏ ଥାଏ ।ସେ ବିକଳରେ କାନ୍ଦୁଥାଏ ।ଧାର ଧାର ହୋଇ ତା ଆଖିରୁ ଲୁହ ଝରୁଥାଏ।ମାମା ମାମା ବୋଲି କହି କାନ୍ଦୁଥାଏ ।କଣ କରିବି ବୋଲି ଭାବୁଥାଏ ଏବଂ ସେହି ନିରିହ କୁନି ଝିଅଟିର ମୁହଁକୁ ଚାହିଁ ରହିଥାଏ ।
ଠିକ୍ ଏହି ସମୟରେ ପାଖରେ ଛିଡା ହୋଇଥିବା ଏକ କୁଲି ମତେ ଗାର୍ଡକୁ ଦେଖି ହାତ ହଲାଇବାପାଇଁ କହିଥିଲା ।ସଙ୍ଗେ ସଙ୍ଗେ ମୁଁ ଗାର୍ଡକୁ ଦେଖି ହାତହଲାଇଥିଲି ।ଗାର୍ଡ ନାଲିପତକା ଦେଖାଇବା କ୍ଷଣି ଟ୍ରେନଟି ପ୍ଲାଟଫର୍ମରେ କିଛି ସମୟ ଅଟକିଯାଇଥିଲା ।କିନ୍ତୁ ସେ ଶେଷ ବଗିଟା ହେଣ୍ଡିକ୍ୟାଫଟ୍ ପାଈଁ ଥିଲା।ମୁଁ ସେହି ବଗିରେ ସଙ୍ଗେ ସଙ୍ଗେ ଚଢିଯାଇଥିଲି ଏବଂ ମୋ ସାଥୀରେ ଥିବା ଵୃଦ୍ଧ ଦମ୍ପତିଙ୍କର ହାତ ଧରି ସେମାନଙ୍କୁ ଟ୍ରେନ ଉପରକୁ ଉଠାଇଦେଇଥିଲି। ନିଜେ ମୁଁ ଛିଡା ହୋଇ ସେମାନଙ୍କୁ ସିଟ୍ ରେ ବସେଇ ଦେଇଥିଲି । ପରେ ମୁଁ ଖୋର୍ଧା ଷ୍ଟେସନରେ ଓହ୍ଲି ସେହି ଵୃଦ୍ଧ ଦମ୍ପତିଙ୍କୁ ସେମାନଙ୍କର ଝିଅ ଯୋଇଁ ପାଖରେ ପହନ୍ଚାଇଦେଇ ଅନ୍ୟ ଏକ ବଗି ବଦଳାଇ ମୁଁ ସୁବିଧାରେ ବ୍ରହ୍ମପୁରରେ ପହଞ୍ଚିଥିଲି ।
ସେଦିନର ଯାତ୍ରା ଟ୍ରେନର ଗାର୍ଡ ଯୋଗୁ ସମ୍ଭବ ପର ହୋଇଥିବା ହେତୁ ମୁଁ ଗାର୍ଡକୁ ଅଶେଷ ଧନ୍ୟବାଦ ଦେଇ ମୋ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲି ।
ଡକ୍ଟର ଝରଣା ଶତପଥୀ
ଭୁବନେଶ୍ବର