Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Drama Others

2.5  

Sukanti Hotta

Drama Others

ମନେପଡେ ସେହି ପିଲାଦିନ

ମନେପଡେ ସେହି ପିଲାଦିନ

3 mins
3.7K


ଅଫିସରୁ ଫେରି ଭେନିଟିବେଗଟିକୁ ଟେବୁଲ ଉପରେ ଥୋଇ ଫ୍ରିଜରୁ ସକାଳର ରନ୍ଧା ତରକାରୀ, ଅଟା ଚକଟା ବାହାରକରି ରୋଷେଇ ଘରେ ରଖି ସୋଫା ଉପରେ ଟିକେ ବସି ଦୀର୍ଘନିଶ୍ୱାସ ଛାଡି ମନେମନେ କହି ଚାଲିଛି ସତରେ କି କଷ୍ଟ ଏ ଜୀବନ?

ସ୍ୱାମୀ, ପିଲା, ଘର, ଅଫିସ, ଶାଶୁ ଓ ଶ୍ୱଶୁର ମଧ୍ୟରେ ଛନ୍ଦି ହୋଇଯାଇଛି 'ସିପ୍ରା' l

ସମସ୍ତଙ୍କୁ ଖୁସିକରିବା ସତରେ କେତେ କଷ୍ଟ.........

ଚାକିରୀ ନକରିଥିଲେ ବୋଧେ ଖୁସିରେ ଥାନ୍ତି କିନ୍ତୁ.....

'ସିଧୁ'ଏକା କେମିତି ଘର ଚଳାଇ ଥାନ୍ତେ,? ଶାଶୁ ଓ ଶ୍ୱଶୁର ଦୁଇଜଣ ରୋଗୀଣା, ପଇସାର ଅଭାବ ଯୋଗୁଁ କାମଵାଲୀଟିଏ ରଖିପାରୁନି l

ଘରଓଳା, ବାସନମଜା, କପଡାସଫା, ପିଲାଙ୍କ ପାଠପଢା ସବୁ ଦାୟିତ୍ୱ ମୋର lହେ ଭଗବାନ କାହିଁକି ବାହାହେଲି............?

କଥାରେ ଅଛି ପରା "ବାହାଘର ଲଡ଼ୁ ଯିଏ ଖାଇଛି ମନଦୁଃଖ କରିଛି, ଯିଏ ନ ଖାଇଛି ମନ ଦୁଃଖ କରିଛି" l

ମୋ ବୋଉ , ନନା ମୋତେ ପାଣି ଗ୍ଲାସଟେ ବି ଆଣିବାକୁ କହୁନଥିଲେ କିନ୍ତୁ ଆଜି........

ସବୁ ମୋର ଭାଗ୍ୟ.....

"କପାଳ ଲିଖନ କେ କରିବ ଆନ "

ଆଜି କାହିଁକି କେଜାଣି ମୋ ବୋଉ ,ନନାଙ୍କୁ ବହୁତ ମନେପଡୁଛି lଖାଲି ଭେଁ ଭେଁ ହୋଇ କାନ୍ଦିବାକୁ ମନହେଉଛି..............

ଯେତେବେଳେ ଅଧିକ ଦୁଃଖ ହେଉଛି, ପିଲାଦିନ କଥା ମନେ ପଡୁଛି l

ମୋ ପିଲାଦିନଟି ପୁଣି ଫେରି ଆସନ୍ତା କି? ମୋ ବୋଉର 'ମୋ ଧନ ଲୋ..... ମୋ ଗେଲି ଲୋ..... ମୋ ସୁନା ଲୋ.... ମୋ ହୀରା ଲୋ..... 'ଡାକଟି ଶୁଣି ବୋଉର ଛାତିରେ ଟିକେ ଶୋଇଯାଇ ଥାନ୍ତି,ଆଉ ତା ହାତରୁ କ୍ଷୀର ଗ୍ଲାସଟି ଢକଢକ ପିଇ ଦେଇ ଥାନ୍ତି lପଡିଶା ଘରର ସୀତୁ, ରିତୁ, ମିଟୁ ସହ ଆମ୍ବ,ପିଜୁଳି, ଲଙ୍କାଆମ୍ବ, କଇଥ ଓ କରମଙ୍ଗା ବଗିଚାକୁ ଯାଇ ଖୁବ ମସ୍ତି କରିଥାନ୍ତି lଲୁଚକାଳି, ଗୋଡ଼ାଗୋଡ଼ି, ଦଉଡି ଡିଆଁ, ଗିଲିଦଣ୍ଡା, କବାଡି, ବାଟି ଖେଳ ଓ ଖପରା ଖଣ୍ଡଟି ଧରି କିତକିତ ତା ଖେଳିଥାନ୍ତି,ବରଓହଳରେ ଦୋଳି ଖେଳିଥାନ୍ତି,ନଇଁରେ ପହଁରି ଥାନ୍ତି, ବାଟୁଳି ଓ ବାଡ଼ି ଧରି ମାଙ୍କଡ଼, ଛେଳି, ଗାଈ ପଛରେ ଗୋଡ଼ାଇ ଥାନ୍ତି ଆଉ ଝଗଡାକରି କାନ୍ଦିକାନ୍ଦି ଘରକୁ ଆସିଥାନ୍ତି, ବୋଉକୁ କହିଥାନ୍ତି ମୋର କିଛି ଭୁଲନାହିଁ l

ବୋଉ ମୋତେ କୋଳେଇ ଦେଇ କହନ୍ତା ମୁଁ ମନା କରିଛି ସେମାନେ ଦୁଷ୍ଟ ପିଲାମାନେ ସେମାନଙ୍କ ସହ ସାଙ୍ଗହେନା,ତୋର ଭାଇଓ ନାନୀ ସହ ଖେଳୁନୁ l ଆଉ କହନ୍ତା ତୁ ପରା ମୋ ସୁନ୍ଦର, ଗୁଣର ସୁନା ଧନଟା..... ଆଉ ତାର ଝାଳୁଆ ପଣତ କାନିରେ ମୋ ମୁହଁ ଟା ପୋଛି ଦିଅନ୍ତା l

ଆଜି ମୁଁ ମା ହେଲାପରେ ଅନୁଭବ କରୁଛି ନିଜ ପିଲାର ଭୁଲ ଜଣାପଡେନି......... ଆଉ ନିଜ ଛୁଆ ଦୁନିଆର ସବୁଠାରୁ ସୁନ୍ଦର ଛୁଆରେ ଗଣିତ ହୁଏ l

ମୁଁ କେତେଯେ ଅଭିନୟ କରୁଥିଲି ମୁଣ୍ଡବଥା, ପେଟାକଟା......."ହୋମୱାର୍କ "ନକରିଥିବାରୁ ସ୍କୁଲ ନଯିବା ପାଇଁ କିନ୍ତୁ ବାବା କହୁଥିଲେ ସ୍କୁଲ ଯିବାପାଇଁ ଆଉ ମୋ ଉପରେ ରାଗୁଥିଲେ.... ବୋଉ କହୁଥିଲା ମୋ ଧନଟାର ଦେହ ଭଲଲାଗୁନି କାହିଁକି ରାଗୁଛ? ଦି ଦିନ ସ୍କୁଲ ନଗଲେ କଣ ହୋଇଯିବ? ଆଉ ମୁଁ ଆରାମରେ ଶୋଇଯାଉଥିଲି l ସତରେ ଯେମିତି ଲାଗୁଥିଲା ମୁଁ ଚାନ୍ଦଟି ପାଇ ଯାଇଛି, ତକିଆରେ ମୁଣ୍ଡଟି ରଖି ମୁରୁକି ମୁରୁକି ହସୁଥିଲି...........

ବୋଉର କୋଳରେ ବସି ଗେଲେଇ ଗେଲେଇ ଖାଉଥିଲି lସେହି ଦିନଟି ଫେରିଥାନ୍ତା କି?.....

ନନା ତ ଆଉ ନାହାନ୍ତି.......

ନନାଙ୍କର କଥା ବହୁତ ମନେ ପଡୁଛି.......

ନନାଙ୍କର ମୁଁ ରତ୍ନଟି ଥିଲି, ନନା ମୋତେ ପରୀ,ମୋ ସମ୍ପତି ଆଉ ମାଆଟା ମୋର ବୋଲି ଡାକୁଥିଲେ lଆଉ ମୋ ନନାଙ୍କର ମୋ ମାଆଟା...... କାହିଁ ଡାକଟି ଶୁଣି ଦାଣ୍ଡକୁ ଦୌଡ଼ି ଯାଉଥିଲି ଆଉ ପଚାରୁଥିଲି ମୋ ପାଇଁ ଆଜି କଣ ଆଣିଛ.....?ଏତେ ଡେରି କଣ ପାଇଁ କଲ...? ମୋତେ ମେଳା ଦେଖେଇବାକୁ କେତେବେଳେ ନବ....? ବମ୍ବେ ଲଡ଼ୁ କିଣେଇ ଦବ...?ପୂଜା ପାଇଁ ଡ୍ରେସ କେବ କିଣେଇବ?

ମୋତେ ପାଠ ବୁଝେଇଦେବ ଆଉ ମିଛିମିଛିକା କହୁଥାନ୍ତି ବୋଉ ପାଇଁ, ନାନି, ଭାଇ ପାଇଁ କିଛି ଆଣିବନି lନନା ହସି ଦେଉଥାନ୍ତି .... ମୋତେ ପିଠିରେ ବସାଇ ଲାଉ କରୁଥାନ୍ତି , କାଖେଇଦେଇ ଗେଲ କରୁଥାନ୍ତି ଆଉ କହୁଥାନ୍ତି ତୁ ପରା ମୋ ପରୀ l ପଚାରୁଥାନ୍ତି ସ୍କୁଲରେ କିଛି ଦୁଷ୍ଟାମୀ କରିନୁତ? ମନଦେଇ ପାଠ ପଢ଼ୁଛୁ ତ? ମୁଁ କହୁଥିଲି ପରୀ କେବେ ଦୁଷ୍ଟ ହୁଏକି l ଭାଇ, ଭଉଣୀ ସହ ଚକଲେଟ, ଡ୍ରେସ, ବହି,ଖାତା ଓ ବେଗ ପାଇଁ ଝଗଡା , ଦୀପାବଳୀରେ ବାଣ ଭାଗବଣ୍ଟା ଇତ୍ୟାଦି ଇତ୍ୟାଦି........... ସବୁକିଛି ମନେପଡୁଛି l

ଆଜି ମାଆ ହେଲାପରେ ବୁଝି ପାରୁଛି ମୋ ବୋଉକୁ ସତରେ ବହୁତ ହଇରାଣ କରିଛିl କିନ୍ତୁ ମୋ ବୋଉ ଶାନ୍ତ ସରଳରେ ସବୁକିଛି ବୁଝାଇ ଦେଉଥିଲା ଏବଂ ଝଗଡା କରିବାକୁ ଦେଉନଥିଲା l ହଟାତ ଚମକିଗଲି କାହାର ହାତ ସ୍ବର୍ଶରେ !

ମୋର ପ୍ରାଣଠୁଁ ଭି ପ୍ରିୟ ମୋରପତିପରମେଶ୍ୱର ମୋ ପାଖରେ ବସିଛନ୍ତି ମୃଦୁମୃଦୁ ହସି ପଚାରୁଛନ୍ତି ଆଜି କଣ ହେଇଛି? ଆଉ କା କଥା ଭାବୁଛ, ଅଫିସରେ ସବୁ ଠିକ ଅଛି ତ? ରାସ୍ତାରେ ମୋ ସିପକୁ କିଏ କଣ କହିଲାକି? ବାବା, ବୋଉ କଣ କହିଲେକି?

ନାହିଁ ମ...........

ଭଗବାନଙ୍କର ଆଶ୍ରିବାଦରୁ ମୁଁ ତୁମପରି ସ୍ୱାମୀଟିଏ ପାଇଛି lମୋତେ କାହିଁକି କିଏ କଣ କହିବ lଆଜି ପିଲାଦିନ କଥା ମନେପଡିଗଲା କହି ସିଧୁର ଛାତିରେ ମୁଣ୍ଡରଖି ଅଶ୍ରୁଭିଜା ନୟନରେ ସିଧୁକୁ ଚାହିଁଲା.........

ସିଧୁ ସିପ୍ରାର ଅଧରରେ ଗୋଟିଏ ଗେଲ କରି କହିଲା ଆମେ ବହୁତ ଭାଗ୍ୟବାନ ଥିଲେ, ହସି ଖେଳି ଆମ ପିଲାବେଳ କଟିଯାଇଥିଲା l ଆମ ଛୋଟ ପିଲାମାନଙ୍କ ସ୍କୁଲବେଗ, ସ୍କୁଲ ହୋମୱର୍କ ଦେଖୁଛ................ ଆମ ପିଲାମାନେ କଣ ଜାଣିଲେ.........

ନା ଖେଳିବାର ଜାଣିଲେ ! ନା ବୁଲିବାର ଜାଣିଲେ ! ନା ସାଙ୍ଗସାଥି ଜାଣିଲେ ! ନା କରମଙ୍ଗା, ନରକୋଳି, ବରକୋଳି କଇଥ.... ବିଷୟରେ ଜାଣିଲେ !

ନିଜ ଓଜନଠୁଁ ବେଶି ଓଜନର ସ୍କୁଲବେଗ ନେଲେ, ଦିନରାତି ଗଧ ମାନଙ୍କପରି ପାଠ ପଢିଲେ l

ବେଡ଼ରୁମରୁ ଶୁଭାଗଲାଣି ବୋହୁ ରୋଷେଇ ସରିଲାକି? ଭାଇ ମୋ ଖାତା ଚିରିଦେଲା l ସିଧୁ ସିପ୍ରାର ହାତକୁଟାଣି କାନରେ କହିଦେଲା ଆଜିଠାରୁ ମୁଁ ତମକୁ ଘରକାମରେ ସାହାଯ୍ୟ କରିବି, ଜଲଦି କାମସାରି ଶୋଇଲେ ସକାଳୁ ଅଫିସ ଯିବା l ସିପ୍ରା ମନେମନେ ହସି ନିତିଦିନିଆ କାମରେ ଲାଗିଗଲା l

ସୁକାନ୍ତି ହୋତା

ତାଳଚେର

7008819476


Rate this content
Log in

Similar oriya story from Drama