Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

3  

Prasanta kumar Hota

Inspirational

ପରିପକ୍ଵ ପରିମଳ

ପରିପକ୍ଵ ପରିମଳ

5 mins
7.2K


ଆଷାଢିଆ ବର୍ଷାର ଝିର୍ ଝିର୍ ଶବ୍ଦରେ ନିଦଟା ଚାଉକିନା ଭାଙ୍ଗିଗଲା । ନିଦ ପୁରା ଛାଡି ନଥାଏ। ତଥାପି ନିଦ ହେଲା ନାହିଁ। ପରିପକ୍ଵ ପରିମଳ ଘଣ୍ଟାକୁ ଅନାଇଲେ। ସମୟ ଭୋର ଚାରିଟା ହେଇଥିଲା । ଆଉ ଶୋଇବା ପାଇଁ ଇଚ୍ଛା ହେଲା ନାହିଁ। ଭୋର ପାଞ୍ଚଟାରେ ନିତ୍ୟ କର୍ମ ଆରମ୍ଭ କରନ୍ତି। ଅଜି ଆଉ ଟିକେ ଆଗରୁ ହେଇଯିବ। ସମୟ ତ ବୃଥା ଯିବ ନାହିଁ। ଏତିକି ଭାବି ପରିମଳ ଉଠିବା ଆରମ୍ଭ କଲେ।

ବାହାରୁ ବର୍ଷାର ଶବ୍ଦ ନିସ୍ତବ୍ଦ ଅନ୍ଧାର ଭିତରେ ଗମ୍ଭୀର ଜଣା ପଡୁଥିଲା।

ମନ ଭିତରେ ପ୍ରଭୁଙ୍କୁ ଡାକିବା ପାଇଁ ଯେମିତି ପ୍ରବଳ ଇଚ୍ଛା ଶକ୍ତି କିଏ ଭରି ଦେଉଥିଲା।

ସେ ଆଉ ସହଧର୍ମିଣୀ ସ୍ଵେତାଙ୍କୁ ଉଠାଇବା ପାଇଁ ଇଚ୍ଛା କଲେ ନାହିଁ। ବର୍ଷା ଯେମିତି କାହାର ଇଛା ଅନିଛାକୁ ନେଇ ଆସେ ନାହିଁ ମଣିଷ ଅନ୍ତରରେ ‌ଉଦ୍‌ଗିରଣ ହେଉଥିବା ଇଛା ସେମିତି କାହାର ଈପ୍‌ସିତ ଆକାଂକ୍ଷାକୁ ଅପେକ୍ଷା କରେ ନାହିଁ - ସ୍ଵତଃ ଚାଲି ଆସେ।

ପରିମଳ ନିତ୍ୟ କର୍ମ ସାରିଲେ। ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲେ ଓ ସବୁ ଦିନ ପରି ଗୀତା ବହିଟି ଧରି ବସି ପଡିଲେ। ହଠାତ୍ କାହିଁକି ବିଗତ ଭାବନାରେ ଛନ୍ଦି ହୋଇ ଆଖିରୁ ଦୁଇ ଧାର ଲୁହ ବୋହି ଆସିଲା।

ବାହାରର ବର୍ଷା ଥମି ଆସିଲାଣି କିନ୍ତୁ ଅନ୍ତାର୍ଘାତ ଯେତେବେଳେ ବର୍ଷା କରେ ତାକୁ ଥମାଇବା କିଏ।

ଏଇମିତି ଏକ ବର୍ଷା ଦିନରେ ପୁଅ ବୋହୂ ଘର ଛାଡ଼ି ପଳାଇଥିଲେ - କହିଥିଲେ ଆମେ ଅଲଗା ହୋଇ ରହିଲେ ଶାନ୍ତିରେ ରହିବା।

ବର୍ଷା ଅନ୍ଧାରରେ ଘଡଘଡିର କାରଣ ଖୋଜିଲା ପରି ପରିମଳ ଅଶାନ୍ତିର କାରଣ ଖୋଜୁଥିଲେ। ଯେତେ ଖୋଜୁଥିଲେ ତାଙ୍କୁ ସେତେ ଅନ୍ଧାର ଦିଶୁଥିଲା।

ଭାବନାକୁ ପୂର୍ଣଛେଦ ଦେଇ ରୋଷେଇ ଘର ଆଡେ ଅନାଇଲେ। ନା ଥାଉ । ଚାହା କରିବା ପାଇଁ ଆସୁଥିବା ଇଛାକୁ ମାରିଦେଲେ ଓ ଗୀତା ବହିର ପୃଷ୍ଠା ଓଲଟାଇଲେ।

ପ୍ରଥମ ଅଧ୍ୟାୟ ଆଜି ପୁନଃ ଆରମ୍ଭ ହେବ। ପ୍ରଥମ ଶ୍ଳୋକ ବୋଲିବା ଆରମ୍ଭ କଲେ - ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବହ - ମାମକା ପାଣ୍ଡବାଶ୍ଚୈବ କିମକୁର୍ବତ ସଞୟ।

ପୁଣି କଣ୍ଠ ରୋଧ ହୋଇଗଲା। ଧୃତରାଷ୍ଟ୍ର ସିନା ସଞୟଙ୍କୁ ଦିବ୍ୟ ଚକ୍ଷୁ ପାଇଁ ପଚାରି ପାରିଲେ - ସେ କାହାକୁ ପଚାରିବେ ନିଜ ପୁଅ କଣ କରୁଛି ଜାଣିବା ପାଇଁ। ଏ ସଂସାର ଯୁଦ୍ଧରେ ସେ ପାରିବତ?

ଆଖିରେ ଅନେକ ଦୃଶ୍ୟ ଭାସି ଆସେ। ମନରେ ଅନେକ ପ୍ରଶ୍ନ ଉଙ୍କିମାରେ। ପିତା ସିନା ଖୋଜୁଥାଏ ପିତୃତ୍ୱର ସନ୍ଧାନ ସେ କିନ୍ତୁ ଖୋଜୁଛନ୍ତି ବାସ୍ତବତାର ବନ୍ଧନ ।

ବାସ୍ତବତାର ବର୍ଷା ଧାରଠାରୁ ଆଖିର ଅଶ୍ରୁ ଧାରା ଯେମିତି ଆସ୍ତେ ଆସ୍ତେ ତୀବ୍ର ହେଉଥିଲା। ସେ ଆଉ ପଢି ପାରିଲେ ନାହଁ। ଆଖି ପୋଛିବାକୁ ହାତ ଉପରକୁ ଉଠାଇଲେ - ଶ୍ଵେତା ପାଖକୁ ଆସି ଚାହାଟା ବଢାଇ ଦେଇ କହିଲେ -ପୁଅ ବୋହୁ ଆସିଛନ୍ତି।

ଶୁଣିବା କ୍ଷଣି ଲୁହ ଆଉ ପୋଛିବେ କ’ଣ ଲାଗୁଥିଲା ଯେମିତି ଆଷାଢିଆ ବର୍ଷାଟା ଅଶ୍ରୁର ଅବିରତ ଧାରାରେ ହାର ମାନିଯିବ।

ଶ୍ଵେତା ନିଜ ଆଖିର ଲୁହକୁ ରୋକି ପାରିଲେ ନାହିଁ। ପଣତ କାନିରେ ଆଖି ପୋଛୁ ପୋଛୁ ବସି ପଡିଲେ। କହିଲେ, ଭାରି ଦୁଃଖୀ ଜଣା ପଡୁଛନ୍ତି। ପଚାରିଲେ ବି କିଛି କହୁ ନାହାନ୍ତି।

ବେଶି ପଚାରିବାରୁ ବୋହୁ କହିଲା - ବାପା କେମିତି ଅଛନ୍ତି? ପୁଅ ତମ ପାଖକୁ ଆସିବା ପାଇଁ ବାହାରିବାରୁ ବୋହୁ ଅଟକାଇ ଦେଲା- କହିଲା, ରୁହ ! ବାପା ଗୀତା ପଢୁଥିବେ।

ପରିମଳଙ୍କ ମୁହଁରେ ଖୁସିର ଆଭା ବାରି ହେଇ ପଡୁଥିଲା। ସତେ ଯେମିତି ସେ ସବୁ ବୁଝି ପାରୁଥିଲେ। ସେହି ମୁଦ୍ରାରେ ଥାଇ ଶ୍ଵେତାଙ୍କୁ ପଚାରିଲେ, ଜାଣିଛ ଗୀତାର ଦ୍ଵିତୀୟ ଶ୍ଳୋକରେ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କଣ କହୁଛନ୍ତି - ଦୃଷ୍ଟ୍ଵା ତୁ ପାଣ୍ଡବାନିକମ୍----

ପାଣ୍ଡବଙ୍କ ସହ ସୈନ୍ୟ ମାନଙ୍କୁ ଉତ୍ସାହିତ ଓ ତେଜ ଯୁକ୍ତ ଦେଖି ଦୁର୍ଯ୍ୟୋଧନ ପ୍ରଭାବିତ ହୋଇ ପଡିଲେ। ତେଣୁ ଦ୍ରୋଣାଚାର୍ଯ଼୍ୟଙ୍କ ପାଖକୁ ଯାଇ ନିଜ କଥା କହିଲେ। ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି ଦୁର୍ଯ୍ୟୋଧନ ପିତାମହ ଭୀଷ୍ମଙ୍କ ପାଖକୁ ବି ଯାଇ ପାରିଥାନ୍ତେ। ସେ ଜାଣିଛନ୍ତି ପିତାମହ ଦକ୍ଷ ସମର୍ଥ ଓ ସେନାପତି ମଧ୍ୟ। କିନ୍ତୁ ଦ୍ରୋଣାଚାର୍ଯ଼୍ୟଙ୍କ ପାଖକୁ ଯାଇ ତାଙ୍କର ସମ୍ମାନ ବଢାଇଲେ କାହିଁକି?

ଶ୍ଵେତା ବଲ୍ ବଲ୍ ହେଇ ଅନାଇଥାନ୍ତି।

ପୁଣି ପରିମଳ ଆରମ୍ଭ କଲେ। କାରଣ ଦୁର୍ଯ୍ୟୋଧନ ଜାଣିଛନ୍ତି କୌଟୁମ୍ବିକ ଦୃଷ୍ଟି କୋଣରୁ ଭୀଷ୍ମ ପିତାମହ ତେଣୁ ତାଙ୍କ ପାଖକୁ ନଗଲେ କୌଣସି ଅସୁବିଧା ହେବନାହିଁ। ଯଦି ଅପ୍ରସନ୍ନ ହୁଅନ୍ତି ପରେ ପ୍ରସନ୍ନତା ଆଣିହେବ। କୁଟୁମ୍ବ ଭିତରେ ସୌହାର୍ଦ୍ଦ୍ୟ ଦେଖାଇ ହେବାର କୌଣସି ଆବଶ୍ୟକତା ନଥାଏ। ବ୍ୟବହାରିକ କ୍ଷେତ୍ରରେ ଦେଖାଯାଏ ଯେ ଯାହାଙ୍କ ପ୍ରତି ସ୍ନେହ ନଥାଏ ତାଙ୍କ ଦ୍ବାରା ନିଜ ସ୍ଵାର୍ଥ ହାସଲ କରାଇବାକୁ ହେଲେ ତାଙ୍କୁ ଅଧିକ ଆଦର ଦେଇ ପ୍ରସନ୍ନ କରା ଯାଇଥାଏ।

ଶ୍ଵେତା ଏବେ ମୁହଁ ଖୋଲିଲେ- କହିଲେ ଅର୍ଥାତ୍ ! ତମେ କଣ କହୁଛ ବୁଝା ପଡୁ ନାହିଁ।

ଟିକେ ଅପେକ୍ଷା କର ତମ ସବୁ ବୁଝି ପାରିବ- ପରିମଳ କହିଲେ।

ମାନେ - ଶ୍ଵେତା ପୁଣି ପ୍ରଶ୍ନବାଚୀ ଦୃଷ୍ଟିରେ ଅନାଇଲେ।

ପରିମଳ ମୁହଁରେ ଆତ୍ମତୃପ୍ତିର ହସ ଟିକେ ଖେଳେଇ କହିଲେ - ପୁଅ ବୋହୁର କଥାରେ ପଡି ଘରୁ ଅଲଗା ହେଇ ବାପଘର ପାଖରେ ଭଡା ନେଇ ରହୁଥିଲା। ଆଚାର ଭୁଲ୍ ଲାଗିଲେବି ସ୍ଵଭାବଗତ ଭାବେ ଠିକ୍। ନୂଆକରି ବାହା ହେଇଥିବା ଝିଅ ସମ୍ପୂର୍ଣ୍ଣ ଭାବେ କୌଟୁମ୍ବିକ ହେଇ ପାରିନଥିଲା। ତେଣୁ ସେ ଅତ୍ୟଧିକ ଆଦର ଖୋଜୁଥିଲା। ପୁଅ ତା ନିଜ ସ୍ଵାର୍ଥରେ ଆଞ୍ଚ ଆସିଯିବ ଭାବି ତା କଥାକୁ ଗ୍ରହଣ କଲା। ଯାହା ହେଲେ ବି ତାର ସ୍ଵାମୀ ତ ନା? ମୁଁ ରାଗିଗଲେ ମୋତେ ବୁଝାଇବାର ବିଶ୍ଵାସ ତାର ଅଛି କିନ୍ତୁ ନୂଆ କରି ବାହା ହେଇଥିବା ସ୍ତ୍ରୀ ରାଗିଗଲେ - ସେ ବିଶ୍ୱାସ ଏପର୍ଯ୍ୟନ୍ତ ତାର ଆସି ନାହିଁ। କଣ କରିବ ! ତେଣୁ ସ୍ତ୍ରୀ କଥାକୁ ସମର୍ଥନ କରିବା ଉଚିତ୍ ମନେ କରିଥିଲା।

ଶ୍ଵେତା ସବୁ ବୁଝିଲା ଭଳି ହଁ ମାରିଲେ।

ପରିମଳ ପୁଣି ଆରମ୍ଭ କଲେ-

ତାପରେ ଧିରେ ଧିରେ ଯେତେବେଳେ ସମୟ ବଢିବାକୁ ଲାଗିଲା ବୋହୂ ସମ୍ପୂର୍ଣ୍ଣ ଭାବରେ ଆମର କୌଟୁମ୍ବିକ ହେବା ଆରମ୍ଭ କଲା। ଅର୍ଥାତ୍ ଅତ୍ୟଧିକ ଆଦର ଯତ୍ନର ଔପଚାରିକତା ଆଉ ଦରକାର ପଡ଼ିଲା ନାହିଁ। ପୁଅ ମଧ୍ୟ ଧିରେ ଧିରେ ହାଲୁକା ହେବା ଆରମ୍ଭ କଲା ବୋହୂ ଏବେ ବାପ ଘର ଓ ସ୍ଵାମୀ ଘର ଭିତରେ ଥିବା ସମ୍ପର୍କର ପାର୍ଥକ୍ୟ ମଧ୍ୟ ବୁଝି ସାରିଲାଣି।

ଯାହା ଉପରକୁ ସୁନ୍ଦର ଦେଖାଯାଏ ତାର ବାସ୍ତବତା କେବଳ ଅନୁଭବ କଲା ପରେ ହିଁ ଜଣାପଡେ।

ବୋହୂ ବାପ ଘରର ଆନ୍ତରିକତାରେ ଦେଖା ଯାଉଥିବା ସତ୍ୟ ଓ ଲୁଚି ରହିଥିବା ସତ୍ୟ ଭିତରେ ଫରକ ମଧ୍ୟ ଅନୁଭବ କରି ସାରିଲାଣି।

ଯେତେବେଳେ ମଣିଷ ନିଜ ଅନୁଭବରେ ନିଜ ଭୁଲ୍ ସ୍ଵୀକାର କରିବା ଆରମ୍ଭ କରେ ସେତେବେଳେ ସେ ଜାଣତରେ ହେଉ ଅବା ଅଜାଣତରେ ପୁଣି ପୂର୍ବାବସ୍ଥାକୁ ଫେରିବା ଆରମ୍ଭ କରେ। ଆମ ବୋହୂର ମଧ୍ୟ ସେହି ଅବସ୍ଥା। ନାରୀ ଜାତି ସହଜେ ଅଭିମାନୀ ତେଣୁ ନିଜ ଆଡୁ କହି ପାରୁ ନଥିଲା। ଯୋଉ ଦିନ ପୁଅ କିଛି କହିବାର ସୁଅରେ ଘରକୁ ଫେରିବା କଥା କହି ଦେଇଥିବ, ବାସ୍ ବୋହୂର ପ୍ରତୀକ୍ଷା ର ଅନ୍ତ ସରି ଯାଇଥିବ ଓ ଆସିବା ପାଇଁ ବ୍ୟସ୍ତ ହେଇଥିବ।

ମଣିଷର ଅନ୍ତର୍ନିହିତ ଚରିତ୍ର ଯେତିକି ଶୁଦ୍ଧ ହୁଏ ତାର ଭୁଲ୍ ଠିକ୍ ଚିନ୍ତା କରିବାର ଶକ୍ତି ମଧ୍ୟ ସେତିକି ତୀବ୍ର ହୁଏ। ବୋହୂର ଅନ୍ତଃ ପ୍ରକାଶ ଶୁଦ୍ଧ ବୋଲି ସେ ଏତେ ଶୀଘ୍ର ସବୁ ବୁଝିପାରିଲା।

ମୁହଁ ଆମ୍ବିଳା କରି ଶ୍ଵେତା ପଚାରିଲେ - ଆଉ ଆମ ପୁଅ କଣ ଶୁଦ୍ଧ ନୁହେଁ!

ଆରେ ପୁଅ ବିଷୟରେ କଣ ଆଉ କହିବାର ଅଛି। ଯିଏ ସୁନା ତାକୁ ଚିହ୍ନାଇବାର କୌଣସି ଆବଶ୍ୟକତା ନଥାଏ। ଏତେବେଳକୁ ଶ୍ଵେତାଙ୍କ ମୁହଁରେ ଟିକେ ହସ ପଶିଲା। ନିଜ ଅବୁଝା ପଣକୁ ଲୁଚାଇବାକୁ ଯାଇ କହିଲେ -ହଁ ମ ମୁଁ ଆଉ କଣ ମୋ ପୁଅକୁ ଚିହ୍ନିନି ନା କଣ! ଶ୍ଵେତା ଆଉ କିଛି କହିବାକୁ ଚାହୁଁଥିଲେ - ପୁଅ ବୋହୂଙ୍କୁ ଦେଖି ଉଠି ଠିଆ ହେଇଗଲେ।

ଆରେ ତମେ ଦି'ଟା କାନ୍ଦୁଛ କଣ।

ପରିମଳ ବି ଉଠି ଠିଆ ହେଇଗଲେ। ପୁଅ ବୋହୁ ପ୍ରଣାମ କରିବାକୁ ବାହାରନ୍ତେ ପରିମଳ କୋଳାଗ୍ରତ କରିନେଲେ। ପିତୃ ପ୍ରାପ୍ୟ ପ୍ରଣିପାତ ନହେଲାରୁ କୋହ ବୋଧେ ମେଣ୍ଟିଲା ନାହିଁ । ପିତୃସ୍କନ୍ଧ କାନ୍ଦିବାର ଯଥାସାଧ୍ୟ ସାହାରା ଯୋଗାଉଥିଲା।

ଆରେ ଉଠ୍ ସେତିକି ଥାଉ- ପୁଅର ମୁଣ୍ଡ ଉପରେ ହାତ ରଖି କହିଲେ- ବୋହୁ ଯେ ପାଖରେ ଠିଆ ହେଇଛି। କଣ ଭାବିବ।

ବୋହୂ କିନ୍ତୁ କଣ୍ଠ ରୋଧ କରି କହିଲା, ବାପା ଆପଣ ମା’ଙ୍କୁ ଏବେ ଯାହା କହୁଥିଲେ ସବୁ ସତ। ମୋର ଭୁଲ୍ ପାଇଁ ସମସ୍ତଙ୍କୁ ଏତେ କଷ୍ଟ ଭିତରେ ରହିବାକୁ ପଡିଲା।

ପରିମଳ ବୋହୂକୁ ଅଟକାଇ କହିଲେ ନାଇ ମା’- ଈଶ୍ଵର ଯାହା କରିଛନ୍ତି ମଙ୍ଗଳ ପାଇଁ। ଜଗନ୍ନାଥଙ୍କ କୃପା ନଥିଲେ କ’ଣ ଏ ମହା ମିଳନ ସମ୍ଭବ?

ଶ୍ଵେତା କ’ଣ ବୁଝିଲେ କେଜାଣି ଶୂନ୍ୟକୁ ଅନାଇ ପ୍ରଭୁଙ୍କ ଉଦ୍ଦେଶ୍ୟରେ ହାତ ଉଠାଇ ପ୍ରଣାମ କଲେ। ସମସ୍ତେ ତାଙ୍କ ଆଡକୁ ଦେଖୁଥିଲେ ।


Rate this content
Log in

Similar oriya story from Inspirational